ଭାଷାପ୍ରାଣ ଫକୀରମୋହନ

ଡା. ସୁରେନ୍ଦ୍ରନାଥ ପତି
ସଂକ୍ରାନ୍ତିପୁରୁଷ ରୂପେ ଖ୍ୟାତ ବ୍ୟାସକବି ଫକୀରମୋହନଙ୍କ ଜନ୍ମ ହୋଇଥିଲା ୧୮୪୩ ମସିହା ଜାନୁୟାରୀ ୧୩ ତାରିଖ ମକରସଂକ୍ରାନ୍ତିରେ ଏବଂ ସେ ଦେହତ୍ୟାଗ କରିଥିଲେ ୧୯୧୮ ମସିହା ଜୁନ୍‌ ୧୪ ତାରିଖ ରଜସଂକ୍ରାନ୍ତି ଦିନ। ବାଲ୍ୟକାଳରୁ ମାତୃପିତୃହୀନ ହୋଇ ଜେଜେମା’ଙ୍କ ଦ୍ୱାରା ଲାଳିତପାଳିତ ହେଲେ। ଗ୍ରାମ ଚାଟଶାଳୀର ଅବଧାନଙ୍କଠାରୁ ଯତ୍‌କିଞ୍ଚିତ୍‌ ଶିକ୍ଷା ଲାଭ କରି ଦାରିଦ୍ର୍ୟ ମୋଚନ ଅର୍ଥେ ଅଝାଲ (ପାଲଟଣା ପୋତର ପାଲ) ସିଲାଇ କାମ କରି କିଛି ଅର୍ଥ ରୋଜଗାର କଲେ। ବିଦ୍ୟା ପ୍ରତି ପ୍ରବଳ ଆକର୍ଷଣ ଥିବାରୁ ବାରବାଟୀ ସ୍କୁଲରେ ଅଳ୍ପକାଳ ଅଧ୍ୟୟନ, ତା’ ମଧ୍ୟରେ ଗୀତା, ଭାଗବତ, ରାମାୟଣ, ମହାଭାରତ ଆଦି ଅନ୍ୟ ଭାଷାରୁ ପଢ଼ି ମନେ ରଖୁଥିଲେ। ପାର୍ସୀ, ବଙ୍ଗଳା, ହିନ୍ଦୀ ଆଦି ପଢ଼ି କହିପାରୁଥିଲେ। ଯୁବାବସ୍ଥାରେ ୧୮୬୬ ମସିହାରେ ଘଟିଥିବା ଭୟଙ୍କର ନ’ଅଙ୍କ ଦୁର୍ଭିକ୍ଷକୁ ସେ ପ୍ରତ୍ୟକ୍ଷ କରିଛନ୍ତି। ଓଡ଼ିଆମାନଙ୍କର କ୍ଷୁଧା, ଦୈନ୍ୟ, ଦୁଃଖ, ବହୁ ସଂଖ୍ୟାରେ ଅପମୃତ୍ୟୁ ସ୍ବଚକ୍ଷୁରେ ଦେଖି ତାଙ୍କ ପ୍ରାଣ କାନ୍ଦିଉଠିଥିଲା। ସେତେବେଳେ ଏକତ୍ର ସ୍ବର ଉଠାଇବା ପାଇଁ କୌଣସି ସଙ୍ଗଠନ, ସାମାଜିକ ଅନୁଷ୍ଠାନ ନ ଥିଲା। ଇଂଲିଶ ଶିକ୍ଷାର କୁପ୍ରଭାବରେ ନବ୍ୟ ଶିକ୍ଷିତ ଯୁବକମାନେ ସ୍ଥାନୀୟ ଲୋକଙ୍କୁ ଘୃଣା କରିବା, ମିଳାମିଶା ନ କରିବା, ଅଲଗା ବାସକରି ମାତାପିତାଙ୍କୁ ହତାଦର କରିବା ଏକ ସାଧାରଣ ଘଟଣା ହୋଇଯାଇଥିଲା ସମାଜରେ। ତେଣୁ ଫକୀରମୋହନ ଚିନ୍ତାକଲେ, ସର୍ବପ୍ରଥମେ ଓଡ଼ିଆ ଭାଷାର ଉତ୍ଥାନ କରି ଓଡ଼ିଶାରୁ ବଙ୍ଗୀୟ ଭାଷାକୁ ହଟାଇବାକୁ ପଡ଼ିବ।
ସେତେବେଳେ ଓଡ଼ିଆ ଛାପାଖାନା ଏଠାରେ ନ ଥିଲା। ଧାରକରଜ କରି ଫକୀରମୋହନ କଲିକତାରୁ ଏକ ପୁରୁଣା ଓଡ଼ିଆ ପ୍ରିଣ୍ଟିଂ ମେଶିନ ଖର୍ଦ୍ଦିକରି ନିଜେ ଶଗଡ଼ରେ ବାଲେଶ୍ୱର ଆଣିଲେ। ସ୍ଥାନୀୟ କିଛି ଲୋକଙ୍କୁ ନେଇ ପତ୍ରିକା ଛପାଇଲେ। ସର୍ବପ୍ରଥମେ ‘ବୋଧଦାୟିନୀ’ ସୂର୍ଯ୍ୟାଲୋକ ଦେଖିଲା, ତା’ପରେ ନବସମ୍ବାଦ, ସମ୍ବାଦବାହିକା ଆଦି ପତ୍ରପତ୍ରିକା। ପ୍ରେସର ନାମ ରଖିଲେ ଉତ୍କଳ ପ୍ରେସ। ଏସବୁ ହେବାରୁ ଅଦ୍ଭୁତ ଜନଜାଗରଣ ଦେଖାଗଲା। ଲୋକମାନେ ସେହିସବୁ ପତ୍ରପତ୍ରିକା ପାଠକରି ମାତୃଭାଷାର ବନ୍ଦନା ଗାନ କଲେ, ଭୂମିରେ ମୁଣ୍ଡିଆ ମାରିଲେ। କ୍ରମେ କଟକ, ଭଦ୍ରକ, ସମ୍ବଲପୁର, ବାମଣ୍ଡା, କଲିକତାର ଓଡ଼ିଆମାନଙ୍କୁ ବିନା ମୂଲ୍ୟରେ ବଣ୍ଟା ହେଲା। ନିଜ ସ୍ବଳ୍ପ ସମ୍ବଳରୁ ଫକୀରମୋହନ ଏସବୁ କରୁଥିଲେ। କତିପୟ ଧନୀ ବ୍ୟକ୍ତି ସାହାଯ୍ୟ ମଧ୍ୟ ଦେଉଥିଲେ। ସେତେବେଳେ କଟକରେ ଗୌରୀଶଙ୍କର ରାୟ ‘ଉତ୍କଳ ଦୀପିକା’ ସାପ୍ତାହିକ ବାହାର କରୁଥିଲେ। ଫକୀରମୋହନ ନିଜର ଲେଖାମାନ ଏଠାକୁ ପ୍ରେରଣ କରୁଥିଲେ। ଗବେଷଣାମୂଳକ ଅଧ୍ୟୟନରୁ ଜନମାନସରେ ଆନ୍ଦୋଳନ ସୃଷ୍ଟିକାରୀ ରଚନାଗୁଡ଼ିକ ଅର୍ଦ୍ଧଶିକ୍ଷିତ, ଶିକ୍ଷିତ, ସରକାରୀ କାର୍ଯ୍ୟରେ ନିଯୁକ୍ତ ଓଡ଼ିଆମାନଙ୍କୁ ଭାଷା ମାଧ୍ୟମରେ ଏକତ୍ରିତ କରାଇଲା, ମାତୃଭାଷାର ସୁରକ୍ଷା ହୋଇପାରିଲା।
ଫକୀର ମୋହନ ନିଜେ ବିଭିନ୍ନ ସ୍ଥାନ ଭ୍ରମଣ କରି ସଭା ସମିତି, ଆଲୋଚନାଚକ୍ର, ସାହିତ୍ୟ ସଭା କରି ସମସ୍ତେ ଓଡ଼ିଆ କହିବା, ପଢ଼ିବା, ଲେଖିବା ପାଇଁ ଜନସାଧାରଣଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିଥିଲେ। ଓଡ଼ିଆ ଭାଷାରେ ପ୍ରଥମ ଗଳ୍ପ ‘ରେବତୀ’ ଫକୀରମୋହନ ଲେଖିଥିଲେ। ଏତଦ୍‌ବ୍ୟତୀତ ଡାକମୁନ୍‌ସୀ, ପେଟେଣ୍ଟ ମେଡିସିନ, ରାଣ୍ଡିପୁଅ ଅନନ୍ତା, ଅଧର୍ମବିତ୍ତ, ସଭ୍ୟ ଜମିଦାର ଆଦି ଗଳ୍ପ ଗଳ୍ପସଳ୍ପ ପୁସ୍ତକରେ ସ୍ଥାନ ପାଇଛି। ତାଙ୍କର ଚାରିଗୋଟି ଉପନ୍ୟାସ- ଛଅମାଣ ଆଠଗୁଣ୍ଠ, ମାମୁଁ, ଲଛମା, ପ୍ରାୟଶ୍ଚିତ୍ତ ପ୍ରକାଶ ପାଇଛି।
ଫକୀରମୋହନ ସେନାପତି ବାଲେଶ୍ୱର ମିଶନ୍‌ ସ୍କୁଲରେ ଶିକ୍ଷକତା କଲାବେଳେ ତତ୍କାଳୀନ ଶିକ୍ଷା ବିଭାଗର କର୍ମକର୍ତ୍ତା ତଥା ବିଶିଷ୍ଟ କବି ରାଧାନାଥ ରାୟଙ୍କ ସଂସ୍ପର୍ଶରେ ଆସିଥିଲେ। ଦୁଇ ଭାଷାପ୍ରେମୀ ମୃତପ୍ରାୟ ଓଡ଼ିଆ ଭାଷାକୁ ନବଜୀବନ ଦେବା ପାଇଁ ମିଳିତ ଉଦ୍ୟମ କରିଥିଲେ। ଅନ୍ୟ ଏକ ଦିଗରେ ଇଂରେଜ ସାହେବଙ୍କ ସହ ସମ୍ପର୍କ ରଖୁଥିଲେ। ତତ୍କାଳୀନ ବାଲେଶ୍ୱର ଜିଲା କଲେକ୍ଟର ଜନ୍‌ ବିମ୍‌ସ ବିଭିନ୍ନ ଭାରତୀୟ ଭାଷାରେ ବ୍ୟାକରଣ ପୁସ୍ତକ ରଚନା କରୁଥିଲେ। ଫକୀରମୋହନ ତାଙ୍କୁ ଓଡ଼ିଆ ଶିକ୍ଷା ଦେଲେ। ମହାନ୍‌ହୃଦୟ ଉତ୍କଳପ୍ରେମୀ ବିମ୍‌ସ ସାହେବ ଏହି ଅଳ୍ପଶିକ୍ଷିତ ଓଡ଼ିଆଙ୍କର ପାଣ୍ଡିତ୍ୟ, ଜାତିପ୍ରୀତି, ଉପସ୍ଥିତ ବୁଦ୍ଧି ଲକ୍ଷ୍ୟକରି ତାଙ୍କୁ ଗଡଜାତ ରାଜ୍ୟ ନୀଳଗିରିର ଦଓ୍ବୋନ ରୂପେ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟଦକ୍ଷତା ଦେଖି ପରେ ପରେ ଡମପଡା (ଦୁଇଥର), ଢେଙ୍କାନାଳ, ପାଲଲହଡା, ଦଶପଲ୍ଲା, କେନ୍ଦୁଝର ଆଦି ଦେଶୀୟ ରାଜ୍ୟର ଦଓ୍ବୋନ ରୂପେ ବ୍ରିଟିଶ ସରକାର ନିଯୁକ୍ତ କରିଥିଲେ। କେନ୍ଦୁଝରର ପ୍ରଜାମେଳି କାଳରେ ଚତୁରତାର ସହ ସେ ବିଦ୍ରୋହ ଦମନ କରି ହାତୀ ପିଠିରେ କଟକ ଚାଲି ଆସିଥିଲେ।
(ବ୍ୟାସକବି ଫକୀରମୋହନଙ୍କ ତିରୋଭାବ ଦିବସ ଉପଲକ୍ଷେ)
ପୁରୀ, ମୋ- ୯୪୩୭୪୯୪୭୭୬


All Right Reserved By

ପ୍ରାକୃତିକ ବିପର୍ଯ୍ୟୟ ଓ ଆଧୁନିକ ପ୍ରଯୁକ୍ତି

ଇଂ. ମାୟାଧର ସ୍ବାଇଁ ଭା ଭାରତର ପୂର୍ବ ଉପକୂଳ ଏବଂ ବିଶେଷକରି ଆମ ରାଜ୍ୟ ଓଡ଼ିଶା ଅନେକଥର ବାତ୍ୟା ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଆମେ ଯଦି...

ବିଦାୟ ପାହାଡ଼ରାଣୀ

ଡ. ଆଲୋକ ରଞ୍ଜନ ମିଶ୍ର ଇତିହାସ ରଚିବାକୁ ଯାଇ ନିଜେ ଇତିହାସ ପାଲଟିଗଲ। ଭାରତୀୟ ସଂସ୍କୃତିର ପ୍ରତୀକ ଶାଢ଼ି ପରିଧାନ କରି ତୁମେ ଅଷ୍ଟ୍ରେଲିଆର ସର୍ବୋଚ୍ଚ...

ଆଇଏନ୍‌ସିବି ସଦସ୍ୟା

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ ଅନ୍ତର୍ଜାତୀୟ ନିଶା ଔଷଧ ନିୟନ୍ତ୍ରଣ ବୋର୍ଡ (ଇଣ୍ଟରନ୍ୟାଶନାଲ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ ବା ଆଇଏନ୍‌ସିବି) ଜାତିସଂଘର ଏକ ସ୍ବାଧୀନ ତଥା...

ସମ୍ପାଦକୀୟ/ଲାଞ୍ଚୁଆ ଭୋଟର

ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ନିର୍ବାଚନ ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ବିଭିନ୍ନ ପ୍ରକାର ମାଗଣା ଦ୍ରବ୍ୟ ଯାଚିବା ସହ ସିଧାସଳଖ ଅର୍ଥ ହସ୍ତାନ୍ତର ଯୋଜନା କରିଥିବାରୁ...

ଭବ ଭୟ ଓ ଜୀବନ

ଡ. ରମେଶ ଚନ୍ଦ୍ର ପରିଡ଼ା ଜନ୍ମର ଠିକ୍‌ ପରକ୍ଷଣଠାରୁ ଆମ ଜୀବନସ୍ରୋତ ନିଃଶବ୍ଦରେ ବହି ଚାଲିଥାଏ ମୃତ୍ୟୁର କରାଳ ଲହରିକୁ ଭେଟିବା ପାଇଁ। ଏହି ଅବସରରେ...

ବିବେକାନନ୍ଦଙ୍କ ଦୃଷ୍ଟିରେ ସନ୍ନ୍ୟାସ

ଡ. ଛାୟାକାନ୍ତ ଷଡ଼ଙ୍ଗୀ ଭାରତୀୟ ପରମ୍ପରାରେ ମଣିଷ ଜୀବନର ଲକ୍ଷ୍ୟ ହେଉଛି ଚତୁର୍ବର୍ଗ (ଧର୍ମ, ଅର୍ଥ, କାମ, ମୋକ୍ଷ) ପ୍ରାପ୍ତି। ସେ ତା’ ଜୀବନର ଚାରୋଟି...

ଏଇ ଭାରତରେ

ଗୁଜରାଟର ରାଜକୋଟ ଜିଲା ଅନ୍ତର୍ଗତ ରାଜସମଦିୟାଲ ଗାଁ ଅନ୍ୟ ଗଁାଗୁଡ଼ିକଠାରୁ ନିଆରା। ନିର୍ବାଚନ ସମୟରେ ସବୁଠି ପ୍ରଚାର ଗାଡି ବୁଲୁଥିବା ବେଳେ ଏହି ଗାଁରେ କିନ୍ତୁ...

ବାବୁଙ୍କ ଆଇନଗତ ଲଢ଼େଇ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ କେରଳ ସରକାର ନିକଟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜୁ ନାରାୟଣ ସ୍ବାମୀଙ୍କୁ ଚାକିରିରୁ ବହିଷ୍କାର କରିଥିବାରୁ ଏହାକୁ ନେଇ...

ଶ୍ରୀଜୀଉଙ୍କ ନୀଳାଦ୍ରିବିଜେର ସିଧା ପ୍ରସାରଣ ଦେଖନ୍ତୁ ପୁରୀରୁ


selfi corner

ଧରିତ୍ରୀ କାର୍ଟୁନ

Model This Week

Why Dharitri

Leave a comment

Your email address will not be published. Required fields are marked *