ଏଇ ଭାରତରେ

ଉତ୍ତରପ୍ରଦେଶ ଗୋରଖପୁର ଅନ୍ତର୍ଗତ ଘିସାପୁର ଖଜୁର ଗଁାରେ ୨ଟି ଘୋଡ଼ୀ ଓ ଗୋଟିଏ ଘୋଡ଼ାକୁ ଇଚ୍ଛାମୃତ୍ୟୁ ଅନୁମତି ମିଳିଛି। ଘଟଣା ହେଲା ଏହି ତିନୋଟି ପାଳିତ ପଶୁ ଗ୍ଲାଣ୍ଡର୍ସ ଆଣ୍ଡ ଫାର୍ସି ରୋଗରେ ପୀଡ଼ିତ ଥିଲେ, ଯେଉଁଥିରେ ମୃତ୍ୟୁ ସୁନିଶ୍ଚିତ ବୋଲି କୁହାଯାଏ। ପଶୁପାଳନ ବିଭାଗର ଜିଲା ଅଧିକାରୀଙ୍କ କହିବା କଥା ହେଲା ଏହା ମନୁଷ୍ୟ ପାଇଁ ମଧ୍ୟ ପ୍ରାଣଘାତକ। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଜିଲା ମାଜିଷ୍ଟ୍ରେଟ୍‌ ଘୋଡ଼ା ଓ ଘୋଡୀଙ୍କୁ ଇଚ୍ଛାମୃତ୍ୟୁ ଅନୁମତି ଦେଇଥିବା ଜଣାପଡିଛି। ଘୋଡ଼ାଙ୍କ ମୃତ୍ୟୁ ପରେ ପଶୁପାଳନ ବିଭାଗ ତରଫରୁ ଏହାର ମାଲିକଙ୍କୁ ୭୫ ହଜାର ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ପଶୁପାଳକ ରାଜେଶ ମୌର୍ଯ୍ୟଙ୍କର ଚମ୍ପା, ଚମେଲି ନାମକ ୨ ଘୋଡ଼ୀ ଓ ବାଦଲ ନାମକ ଗୋଟିଏ ଘୋଡ଼ା ଥିଲେ। କିଛିଦିନ ହେବ ଏହି ୩ଟି ଜୀବ ଅସୁସ୍ଥ ଥିବାରୁ ସେମାନଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥଲା। ଏମାନଙ୍କଠାରେ ଗ୍ଲାଣ୍ଡର୍ସ ଆଣ୍ଡ ଫାର୍ସି ରୋଗର ଲକ୍ଷଣ ଥିବା ଜଣାପଡ଼ିଥିଲା। ଦୁଇଥର ପରୀକ୍ଷା ପରେ ଏହା ପଜିଟିଭ୍‌ ଆସିବାରୁ ଜିଲା ମାଜିଷ୍ଟ୍ରେଟଙ୍କ ପାଖରେ କରାଯାଇଥିବା ଇଚ୍ଛାମୃତ୍ୟୁ ଆବେଦନକୁ ସେ ଅନୁମତି ପ୍ରଦାନ କରିଛନ୍ତି।


All Right Reserved By

ଜାଣିବା କଥାରୁ କିଛି

ଡ. ଶରତ ଚନ୍ଦ୍ର ରଥ ଜ୍ଞାନର ଦିଗ୍‌ବଳୟ ଅତ୍ୟନ୍ତ ପ୍ରଶସ୍ତ। ଯେତେ ଜାଣିଲେ ବି ଜାଣିବା ସରେ ନାହିଁ। ତେଣୁ ତ କୁହାଯାଇଛି ସତ୍ୟଂ ଜ୍ଞାନମନନ୍ତମ୍‌।...

ଏଇ ଭାରତରେ

କନ୍ୟାକୁ ଦେଖି ବେଦି ଉପରେ ନିଜର ଡ୍ରେସ୍‌ ଚିରି ନାକ ଘଷିଲେ ବର। ବିହାରର ଫୁଲଓ୍ବାରି ଥାନା ଅନ୍ତର୍ଗତ ବ୍ରହ୍ମପୁର ଗାଁରେ ଦେଖିବାକୁ ମିଳିଛି ଏପରି...

ଏଇ ଭାରତରେ

ଦୁଇ ମହିଳାଙ୍କୁ ପସନ୍ଦ ଆସିଲା ଗୋଟିଏ ପୋଷାକ। ତାହାକୁ କିିଣିବା ପାଇଁ ଉଭୟେ ଚପଲରେ ପିଟାପିଟି ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଝିମିଟି ଖେଳରୁ...

କୁକୁର ଓ ମାଲିକ ଭିତରେ ସାଦୃଶ୍ୟ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଅଧିକାଂଶ ଲୋକ ଯେଉଁ ଜାତିର କୁକୁର ପାଳିବାକୁ ବାଛିଥାନ୍ତି, ସେହି କୁକୁରଙ୍କ ସହ ସେମାନଙ୍କର କିଛି ଶାରୀରିକ ସାଦୃଶ୍ୟ ଥିବା...

ଏଇ ଭାରତରେ

ଚୋରି କରିବା ଏକ ନିନ୍ଦନୀୟ କାର୍ଯ୍ୟ। ଚୋରି କରୁଥିବା ପୁରୁଷକୁ ବିବାହ ପାଇଁ କେହି ଝିଅ ଦେବାକୁ ରାଜି ହୁଅନ୍ତି ନାହିଁ। କିନ୍ତୁ ଛତିଶଗଡ଼ର କେତେକ...

ପ୍ରତିଶ୍ରୁତି ଓ ପ୍ରତାରଣାର ଖେଳ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ ପ୍ରଥମରୁ ସପ୍ତମ ଯାଏ ପ୍ରାୟ ଦୁଇମାସ ଧରି ଚାଲିଛି ବିଶ୍ୱର ବୃହତ୍ତମ ଗଣତନ୍ତ୍ରର ସବୁଠୁଁ ମହତ୍ତ୍ୱପୂର୍ଣ୍ଣ ଉତ୍ସବ। ଭାରତ ଭଳି...

ଏଇ ଭାରତରେ

ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜଣେ ବ୍ୟକ୍ତି ମତଦାନ କରି ଲୋକ ପ୍ରତିନିଧି ବାଛିବା ହେଉଛି ମୌଳିକ ଅଧିକାର। ଏହାକୁ ଆଦୌ ଅଣଦେଖା କରିବା ଉଚିତ ନୁହେଁ।...

ଲୋକପ୍ରତିନିଧି କାହାନ୍ତି

ସହଦେବ ସାହୁ ବିଲାତକୁ ଗଣତନ୍ତ୍ରର ଜନନୀ କୁହାଯାଏ, କିନ୍ତୁ ତାହାର ଲିଖିତ ସମ୍ବିଧାନ ନାହିଁ, କନ୍‌ଭେନ୍‌ସନ୍‌ ବା ପରମ୍ପରା ସମ୍ବିଧାନର କାମ କରୁଛି: ରାଜା ବା...

ଶ୍ରୀଜୀଉଙ୍କ ନୀଳାଦ୍ରିବିଜେର ସିଧା ପ୍ରସାରଣ ଦେଖନ୍ତୁ ପୁରୀରୁ


selfi corner

ଧରିତ୍ରୀ କାର୍ଟୁନ

Model This Week

Why Dharitri

Leave a comment

Your email address will not be published. Required fields are marked *