Posted inଜାତୀୟ

ଚମ୍ପା, ଚମେଲି, ବାଦଲଙ୍କୁ ମିଳିଲା ଇଚ୍ଛାମୃତ୍ୟୁ ଅନୁମତି

ଗୋରଖପୁର,୧୪।୬: ଉତ୍ତର ପ୍ରଦେଶ ଗୋରଖପୁର ଅନ୍ତର୍ଗତ ଘିସାପୁର ଖଜୁର ଗାଁଓରେ ୨ଟି ଘୋଡ଼ି ଓ ଗୋଟିଏ ଘୋଡ଼ାକୁ ଇଚ୍ଛାମୃତ୍ୟୁ ଅନୁମତି ମିଳିଛି। ଘଟଣା ହେଲା ଏହି ତିନୋଟି ପାଳିତ ଜୀବ ଗ୍ଲାଣ୍ଡର୍ସ ଆଣ୍ଡ ଫାର୍ସି ରୋଗରେ ପୀଡିତ ଥିଲେ। ଯେଉଁଥିରେ ମୃତ୍ୟୁ ସୁନିଶ୍ଚିତ ବୋଲି କୁହାଯାଏ। ପଶୁପାଳନ ବିଭାଗର ଜିଲା ଅଧିକାରୀଙ୍କ କହିବା କଥା ହେଲା ଏହା ମନୁଷ୍ୟ ପାଇଁ ମଧ୍ୟ ପ୍ରାଣଘାତି। ଏହି ରିପୋର୍ଟ ପାଇବା ପରେ ଜିଲା ମାଜିଷ୍ଟ୍ରେଟ୍‌ ଘୋଡ଼ା ଗୁଡ଼ିଙ୍କୁ ଇଚ୍ଛାମୃତ୍ୟୁ ଅନୁମତି ଦେଇଥିବା ଜଣାପଡିଛି। ଘୋଡ଼ାଙ୍କ ମୃତ୍ୟୁ ପରେ ପଶୁପାଳନ ବିଭାଗ ତରଫରୁ ଏହାର ମାଲିକଙ୍କୁ ୭୫ ହଜାର ଟଙ୍କା କ୍ଷତି ପୂରଣ ଦିଆଯିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ପଶୁପାଳକ ରାଜେଶ ମୌର୍ଯ୍ୟଙ୍କର ଚମ୍ପା, ଚମେଲି ନାମକ ୨ ଘୋଡ଼ି ଓ ବାଦଲ ନାମକ ଗୋଟିଏ ଘୋଡ଼ା ରହିଥିଲେ। କିଛିଦିନ ହେବ ଏହି ୩ଟି ଜୀବ ଅସୁସ୍ଥ ଥିବାରୁ ସେମାନଙ୍କର ରକ୍ତ ନମୁନା ପରୀକ୍ଷା କରିବାରୁ ଏମାନଙ୍କଠାରେ ଗ୍ଲାଣ୍ଡର୍ସ ଆଣ୍ଡ ଫାର୍ସି ରୋଗର ଲକ୍ଷଣ ଦେଖାଯାଇଥିଲା। ଦୁଇ ଦୁଇଥର ପରୀକ୍ଷା ପରେ ଏହା ପଜିଟିଭ ଆସିବାରୁ ଜିଲା ମାଜିଷ୍ଟ୍ରେଟଙ୍କ ପାଖରେ କରାଯାଇଥିବା ଇଚ୍ଛାମୃତ୍ୟୁ ଆବେଦନକୁ ସେ ମନୁମତି ପ୍ରଦାନ କରିଥିଲେ।


All Right Reserved By

ଦିଲ୍ଲୀରେ ପହଞ୍ଚିଲା କୋଲକାତା ବିବାଦ

ନୂଆଦିଲ୍ଲୀ,୧୬ା୫(ପି.ଟି.): କୋଲକାତାରେ ସୃଷ୍ଟି ହୋଇଥିବା ବିବାଦ ଦିଲ୍ଲୀରେ ପହଞ୍ଚିଛି। ମଙ୍ଗଳବାର କୋଲକାତାରେ ଭାଜପା ଅଧ୍ୟକ୍ଷ ଅମିତ୍‌ ଶାହଙ୍କ ମେଗା ରୋଡ୍‌ ଶୋ’ ବେଳେ ହିଂସାକାଣ୍ଡ ସୃଷ୍ଟି...

ସାଧାରଣ ନିର୍ବାଚନ ୨୦୧୯ ବୁଥ ବାହୁଡା ମତ: କେନ୍ଦ୍ରରେ ପୁଣି ଫୁଟିପାରେ ପଦ୍ମ

ନୂଆଦିଲ୍ଲୀ, ୧୯।୫: ସରିଛି ୭ମ ତଥା ଅନ୍ତିମ ପର୍ଯ୍ୟାୟ ନିିର୍ବାଚନ। ସବୁଥର ପରି ଏଥର ମଧ୍ୟ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏକଜିଟ୍‌ ପୋଲ କରାଯାଇଛି।...

ଜୁଲାଇ ୬ରେ ଇଣ୍ଡିଆ ଗେଟ୍‌ରୁ ଆରମ୍ଭ ହେବ ‘ଏକ ବିଧାନ ଏକ ସମ୍ବିଧାନ’ ଅଭିଯାନ

ନୂଆଦିଲ୍ଲୀ,୩୦।୬: ଜୁଲାଇ ୬ରେ ଜନସଂଘ ସଂସ୍ଥାପକ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଦିବସ ପାଳନ ଅବସରରେ ଇଣ୍ଡିଆ ଗେଟ୍‌ଠାରୁ ‘ଏକ ବିଧାନ ଏକ ସମ୍ବିଧାନ’ ଅଭିଯାନ ଆରମ୍ଭ...

ଭୟଙ୍କର ରୂପ ନେଇଛି ମସ୍ତିଷ୍କ ଜ୍ୱର: ଭୟରେ ଲୋକେ ଘର ଛାଡୁଛନ୍ତି

ପାଟନା,୨୩।୬: ବିହାରରେ ଏବେ ମସ୍ତିଷ୍କ ଜ୍ୱରରେ ୧୨୯ରୁ ଊର୍ଦ୍ଧ୍ୱ ଶିଶୁଙ୍କ ମୃତ୍ୟୁ ହୋଇ ସାରିଲାଣି। ଏହାକୁ ଦେଖି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଥମ ପଦକ୍ଷେପ ସ୍ବରୂପ...

ଇଦ୍‌ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୫।୬: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଇଦ୍‌-ଉଲ୍‌-ଫିତର ଉପଲକ୍ଷେ ଭାରତରେ ଥିବା ମୁସଲମାନ ଭାଇଭଉଣୀ ଓ ବିଶ୍ୱର ସମସ୍ତ ମୁସଲମାନ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ୪ଶହ ୧୮ ପ୍ରାର୍ଥୀଙ୍କ ନାମରେ ଆପରାଧୀକ ମାମଲା

ନୂଆଦିଲ୍ଲୀ,୧୭।୪: ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନରେ ଏପ୍ରିଲ୍‌ ୧୮ରେ ୧୩ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ୯୭ ଲୋକ ସଭା ଆସନରେ ମତଦାନ...

ପାଖେଇ ଆସିଲା ମମତାଙ୍କ ଏକ୍ସପାଏରି ଡେଟ୍‌: ବାବୁଲ ସୁପ୍ରିୟୋ

ନୂଆଦିଲ୍ଲୀ,୫।୬: କେନ୍ଦୀୟ ମନ୍ତ୍ରୀ ଓ ଭାଜପା ନେତା ବାବୁଲ ସୁପ୍ରିୟୋ ଟିଏମ୍‌ସି ମୁଖ୍ୟ ତଥା ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ଟିମ୍‌ସିର...

ବଦଳିଗଲା ସଚ୍ଚିନଙ୍କ ଦାଢ଼ି କାଟିଥିବା ବାର୍ବଲ ଗର୍ଲଙ୍କ ଜୀବନ

ଲକ୍ଷ୍ନୌ,୧।୬: ଉତ୍ତର ପ୍ରଦେଶର ବନଓ୍ବାରି ତୋଲା ଗାଁରେ ଥିବା ନେହା ଓ ଜ୍ୟୋତି ନାମକ ଦୁଇ ଭଉଣୀ ଏବେ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚିତ। ଦିନେ...

ଶ୍ରୀଜୀଉଙ୍କ ନୀଳାଦ୍ରିବିଜେର ସିଧା ପ୍ରସାରଣ ଦେଖନ୍ତୁ ପୁରୀରୁ


selfi corner

ଧରିତ୍ରୀ କାର୍ଟୁନ

Model This Week

Why Dharitri

Leave a comment

Your email address will not be published. Required fields are marked *