Posted inଜାତୀୟ

ଦାଦା-ପୁତୁରା ହେବେନି ଏକାଠି: ଏକାକୀ ନିର୍ବାଚନ ଲଢିବେ ଶିବପାଲ

ଲକ୍ଷ୍ନୌ, ୧୪।୬: ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମେଣ୍ଟ ଭାଙ୍ଗିବା ପରେ ସାନ ଭାଇ ଶିବପାଲ ଯାଦବ ଏବଂ ପୁଅ ଅଖିଲେଶକୁ ଏକାଠି କରିବା ପାଇଁ ଅଣ୍ଟା ଭିଡିଥିଲେ ମୁଲାୟମ ସିଂହ ଯାଦବ। କିନ୍ତୁ ମୂଲାୟମଙ୍କ ସ୍ବପ୍ନରେ ପାଣି ପକାଇଦେଇଛନ୍ତି ଶିବପାଲ। ଆଉ ସମାଜବାଦୀ ଦଳକୁ ଫେରିବେ ନାହିଁ ବୋଲି ସେ କହିଛନ୍ତି। ୨୦୨୨ ବିଧାନସଭା ନିର୍ବାଚନ ଏକାକୀ ଲଢିବେ ବୋଲି ସେ ସୂଚନା ଦେଇଛନ୍ତି।
ଉତ୍ତର ପ୍ରଦେଶରେ ଅଖିଲେଶ ଓ ଶିବପାଲଙ୍କ ମଧ୍ୟରେ ଦଳୀୟ କ୍ଷମତାକୁ ନେଇ ୨୦୧୭ରେ ଭୀଷଣ କଳି ଲାଗିଥିଲା। ଏହାକୁ କେନ୍ଦ୍ର କରି ଶିବପାଲ ଏକ ନୂଆ ଦଳ ଗଢିଥିଲେ। ଯାଦବ ପରିବାର ଭୋଟ ବିଭାଜିତ ହୋଇଥିଲା। ଯାଦବ ପରିବାରର ଭୋଟକୁ ଏକାଠି କରିବା ପାଇଁ ଏସପିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ଦାଦା ପୁତୁରାଙ୍କୁ ଏକାଠି କରିବାକୁ ଚାହୁଁଥିଲେ।


All Right Reserved By

ଯାଦୁ କୌଶଳ ଦେଖାଇବା ସମୟରେ ଗଙ୍ଗା ନଦୀରେ ବୁଡ଼ିଗଲେ ଯାଦୁକର

କୋଲକତା,୧୭।୬: ଜଣେ ଯାଦୁକରଙ୍କୁ ଯାଦୁ କୌଶଳ ଦେଖାଇବା ମହଙ୍ଗା ପଡ଼ିଛି। ସେ ଗଙ୍ଗା ନଦୀରେ ବୁଡ଼ି ଯାଇଛନ୍ତି। ଉଦ୍ଧାରକାରୀ ଦଳ ତାଙ୍କର ସନ୍ଧାନ ଜାରି ରଖିଛନ୍ତି।...

ଇଦ୍‌ ଅବସରରେ ସୀମାରେ ପାକିସ୍ତାନୀ ରେଞ୍ଜର୍ସଙ୍କୁ ମିଠା ଦେଲେ ଭାରତୀୟ ସେନା

ଅମୃତସର,୫।୬: ପଞ୍ଜାବ ଅମୃତଶରର ଅଟାରୀ ଓ୍ବାଘା ସୀମାରେ ଭାରତୀୟ ସେନା ଇଦ୍‌ ଅବସରରେ ପାକିସ୍ତାନୀ ରେଞ୍ଜର୍ସଙ୍କୁ ମିଠା ଦେବା ସହ ଶୁଭେଚ୍ଛା ଜଣାଇଛନ୍ତି। ସାରା ବିଶ୍ୱରେ...

ହୋଟେଲ ହେବ ଲୋକପାଳଙ୍କ କାର୍ଯ୍ୟାଳୟ

ନୂଆଦିଲ୍ଲୀ,୨୩ା୪: ଭାରତର ପ୍ରଥମ ଲୋକପାଳଙ୍କ କାର୍ଯ୍ୟାଳୟ ଦିଲ୍ଲୀର ଏକ ବିଳାସପୂର୍ଣ୍ଣ ପଞ୍ଚତାରକା ହୋଟେଲରେ ଆରମ୍ଭ ହେବ। ଏହି ହୋଟେଲ ପରିସରରେ ଲୋକପାଳ ଅଧ୍ୟକ୍ଷ ଓ ତାଙ୍କର...

ମଡେଲଙ୍କୁ ଅସଦାଚରଣ: ୭ ଗିରଫ

କୋଲକାତା,୧୯ା୬(ପି.ଟି.): ମଡେଲରୁ ଅଭିନେତ୍ରୀ ପାଲଟିଥିବା ଉଷଶୀ ସେନଗୁପ୍ତାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ୭ ଯୁବକଙ୍କୁ କୋଲକାତା ପୋଲିସ ଗିରଫ କରିଛି। ପୂର୍ବତନ ମିସ୍‌ ଇଣ୍ଡିଆ ୟୁନିଭର୍ସ...

ବୁଦ୍ଧ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮।୫: ଗୌତମ ବୁଦ୍ଧଙ୍କ ଜନ୍ମଦିନ ଅବସରରେ ଶନିବାର ସାରା ଦେଶରେ ବୁଦ୍ଧ ପୂର୍ଣ୍ଣିମା ଉତ୍ସବ ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ...

କଂଗ୍ରେସର ହାତ ଛାଡ଼ିପାରନ୍ତି ରୋଶନ

ବେଙ୍ଗାଲୁର,୨୧।୫: ଏକ୍‌ଜିଟ୍‌ ପୋଲ୍‌ ଆସିବା ପରେ କର୍ନାଟକ କଂଗ୍ରେସରେ ବିଦ୍ରୋହର ମାହୋଲ ଦେଖାଦେଇଛି। ଏଥିଯୋଗୁ ରାଜ୍ୟ ଜେଡିଏସ୍‌ ଓ କଂଗ୍ରେସର ମେଣ୍ଟ ସରକାର ଉପରେ ସମସ୍ୟା...

ହସ୍ପିଟାଲରେ ନିଶାମୁକ୍ତି ଚିକିତ୍ସା ପାଇଁ ଫିସ୍‌ ବଦଳରେ ନିଆଯାଏ ଆଉ ଏପରି ନ କରିବାକୁ ଶପଥ

ଭୋପାଳ,୨୬।୬: ଜୁନ୍‌ ୨୬ରେ ଅନ୍ତର୍ଜାତୀୟ ନିଶା ମୁକ୍ତି ଦିବସ ପାଳିତ ହୋଇଥାଏ। ଭାରତରେ ନିଶାରୁ ମୁକ୍ତି ପାଇଁ ବିଭିନ୍ନ ହସ୍ପିଟାଲ ରହିଛି। ତେବେ ମଧ୍ୟପ୍ରଦେଶ ପିଙ୍ଗ୍ଲେଶ୍ୱରଠାରେ...

କାରଗିଲ୍‌ ଯୋଦ୍ଧା ବିଦେଶୀ ଘୋଷିତ ମାମଲା: ଯାଞ୍ଚ୍‌ ଅଧିକାରୀଙ୍କ ଉପରେ ଉଠିଲା ଅଙ୍ଗୁଳି

ନୂଆଦିଲ୍ଲୀ,୩।୬: କାରଗୀଲ୍‌ ଯୋଦ୍ଧା ମହମ୍ମଦ ସନାଉଲ୍ଲାହଙ୍କୁ ଏନଆର୍‌ସି ଆଇନ ଅନ୍ତର୍ଗତ ବିଦେଶୀ ଘୋଷଣା ମାମଲାରେ ନୂଆ ମୋଡ଼ ଆସିଛି। ଯାଞ୍ଚ୍‌ ଅଧିକାରୀଙ୍କ ଉପରେ ଏନେଇ ଅଙ୍ଗୁଳି...

ଶ୍ରୀଜୀଉଙ୍କ ନୀଳାଦ୍ରିବିଜେର ସିଧା ପ୍ରସାରଣ ଦେଖନ୍ତୁ ପୁରୀରୁ


selfi corner

ଧରିତ୍ରୀ କାର୍ଟୁନ

Model This Week

Why Dharitri

Leave a comment

Your email address will not be published. Required fields are marked *