ଫିଟ୍‌ ହେଲା ପରେ ମଧ୍ୟ ଧାଓ୍ବନଙ୍କ ସମସ୍ୟା ବଢ଼ିବ

ନୂଆଦିଲ୍ଲୀ,୧୪।୬: ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ୍‌ ମ୍ୟାଚ୍‌ରେ ଶତକୀୟ ଇନିଂସବେଳେ ଶିଖର ଧାଓ୍ବନଙ୍କ ବାମହାତ ବୁଢ଼ା ଆଙ୍ଗୁଠିରେ ଆଘାତ ଲାଗିଥିଲା। ଏହି ସମସ୍ୟା ଦୂର ହେଲା ପରେ ଧାଓ୍ବନ ସଫଳତାର ସହ କ୍ରିକେଟକୁ ଫେରିବେ। ହେଲେ ବାମହାତୀ ଓପନରଙ୍କ ଫିଲ୍ଡିଂରେ ସମସ୍ୟା ଦେଖାଯିବ ବୋଲି ଅନୁଭବ କରୁଛନ୍ତି ଫିଲ୍ଡିଂ କୋଚ୍‌ ଆର. ଶ୍ରୀଧର। ଧାଓ୍ବନଙ୍କ ଲାଗି ସ୍ଲିପ ଅଞ୍ଚଳରେ ଫିଲ୍ଡିଂ କରିବା ଏକ ଚ୍ୟାଲେଞ୍ଜ ହେବ। ବଲ ଥ୍ରୋ କରିବାରେ ତାଙ୍କୁ କୌଣସି ଅସୁବିଧା ହେବନାହିଁ। ମାତ୍ର ଫିଲ୍ଡିଂ ଓ କ୍ୟାଚ୍‌ ଧରିବାରେ ଧାଓ୍ବନଙ୍କୁ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଇନିଂସର ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ସ୍ଲିପ ଅଞ୍ଚଳରେ ଫିଲ୍ଡିଂ କରନ୍ତି। ଏଥିନେଇ ଆମେ ତାଙ୍କୁ ପ୍ରଥମେ ହାଲୁକା ବଲରେ ଅଭ୍ୟାସ କରାଇବୁ। ପରେ କ୍ରିକେଟ ବଲ ବ୍ୟବହାର କରିବୁ। ମାତ୍ର ଏହା ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। ତାଙ୍କ ଫିଲ୍ଡିଂ ସମସ୍ୟା ଓ ବ୍ୟାଟିଂବେଳେ ବାମ ହାତକୁ ମଧ୍ୟ ନଜର ରଖିବ ଲାଗି ଆମକୁ ୧୦ ରୁ ୧୨ ଦିନ ଲାଗିବ ବୋଲି ଫିଲ୍ଡିଂ କୋଚ୍‌ କହିଛନ୍ତି।


All Right Reserved By

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ଟିମ ଇଣ୍ଡିଆର ନୂଆ ଜର୍ସି

ଭୁବନେଶ୍ୱର,୫।୬(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଆନ୍ତର୍ଜାତିକ ହକି ଫେହେରେଶନ (ଏଫ୍‌ଆଇଏଚ୍‌) ସିରିଜ ଫାଇନାଲରେ ଭାଗ ନେବାକୁ...

ପୋଲାର୍ଡଙ୍କୁ ଶୁଭେଚ୍ଛା ଜଣାଇଲା ମୁମ୍ବାଇ ଇଣ୍ଡିଆନ୍ସ

ବାରବାଡସ,୨୯।୫(ପିଟି)- ଇଣ୍ଡିଜ ଅଲରାଉଣ୍ଡର କିରନ ପୋଲାର୍ଡ ବୁଧବାର ୩ୟ ଥର ପାଇଁ ବାପା ହୋଇଛନ୍ତି। ଏ ସମ୍ପର୍କରେ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରି ପୋଲାର୍ଡ ସୂଚନା...

ହାମିଲଟନ ଜିତିଲେ ଫ୍ରେଞ୍ଚ୍‌ ଗ୍ରାଁ ପ୍ରି

ଲି କ୍ୟାସଲେଟ୍‌ (ଫ୍ରାନ୍ସ), ୨୪ା୬ (ଏଏଫ୍‌ପି)-ମର୍ସିଡିଜ ଟିମ୍‌ମେଟ୍‌ ଭାଲ୍‌ଟେରି ବୋଟାସଙ୍କୁ ପଛରେ ପକାଇ ଲୁଇସ୍‌ ହାମିଲଟନ ଫ୍ରେଞ୍ଚ୍‌ ଫର୍ମୁଲା ଓ୍ବାନ ଗ୍ରାଁପ୍ରି ଟାଇଟଲ ହାସଲ କରିଛନ୍ତି।...

ଦୋହାରେ ଦୂତୀଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର, ୨୫।୪(କ୍ରୀଡ଼ା ପ୍ରତିନିଧି)- ଦୋହାରେ ବୁଧବାର ଶେଷ ହୋଇଥିବା ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଭାରତ ଏବଂ ଓଡ଼ିଶାର ସମ୍ମାନ ରଖିଛନ୍ତି ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ।...

ଡିଭିଲର୍ସଙ୍କୁ କୋହଲିଙ୍କ ସମର୍ଥନ

ନୂଆଦିଲ୍ଲୀ,୧୩।୭(ପି.ଟି.)- ଅବସର ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବାକୁ ଉଦ୍ୟମ କରିବା ସମ୍ପର୍କରେ ଦକ୍ଷିଣ ଆଫ୍ରିକୀୟ ପୂର୍ବତନ କ୍ରିକେଟର ଏ.ବି. ଡିଭିଲର୍ସ ସ୍ପଷ୍ଟକରିବା ପରେ ଭାରତୀୟ ଅଧିନାୟକ...

ପ୍ରଥମ ରାଉଣ୍ଡରୁ ପ୍ରଜନେଶଙ୍କ ବିଦାୟ

ଲଣ୍ଡନ, ୧।୭ (ପି.ଟି.)- ଭାରତର ଟପ୍‌ ସିଡ୍‌ ସିଙ୍ଗଲ୍ସ ଖେଳାଳି ପ୍ରଜନେଶ ଗୁଣେଶ୍ୱରମ ଏଠାରେ ଚାଲିଥିବା ବର୍ଷର ୩ୟ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତା ଓ୍ବିମ୍ବେଲଡନ ଚାମ୍ପିୟନଶିପ୍‌ର ପ୍ରଥମ...

ବୋମା ବିସ୍ଫୋରଣ ଘଟଣାରେ ଶାନକା ଆତଙ୍କିତ

ନେଗୋମ୍ବୋ, ଶ୍ରୀଲଙ୍କା, ୨୪ା୪ (ଏଏଫ୍‌ପି)-ଇଷ୍ଟରସଣ୍ଡେ ଦିନର ବୋମା ବିସ୍ଫୋରଣ ଘଟଣା ନେଇ ଆତଙ୍କିତ ହୋଇପଡ଼ିଛନ୍ତି ଶ୍ରୀଲଙ୍କା କ୍ରିକେଟର ଦାସୁନ ଶାନକା। ଘର ବାହାକୁ ଯିବା ଲାଗି...

ବୀରେନ୍ଦ୍ରଙ୍କୁ ଭାରତୀୟ ଦଳର ଉପଅଧିନାୟକ ଦାୟିତ୍ୱ

ଭୁବନେଶ୍ୱର, ୨୮।୫(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ହକି କମ୍ପ୍ଲେକ୍ସଠାରେ ଜୁନ ୬ରୁ ଏଫ୍‌ଆଇଏଚ୍‌ ପୁରୁଷ ସିରିଜ ଫାଇନାଲ୍ସ ଆରମ୍ଭ ହେବ। ଏହି ସମ୍ମାନଜନକ ହକି...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *