Posted inଜାତୀୟ

ମା’ଙ୍କୁ ନିଦ ଲାଗିଯାଇଥିବା ବେଳେ ହସ୍ପିଟାଲରେ ଶିଶୁ ସହ ଘଟିଲା ଏଭଳି ଘଟଣା

ମୁମ୍ବାଇ,୧୪।୬: ମୁମ୍ବାଇର ଏକ ହସ୍ପିଟାଲରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ହସ୍ପିଟାଲରେ ଜଣେ ମା’ଙ୍କୁ ନିଦ ଲାଗିଯାଇଥିବା ବେଳେ ଏହାର ସୁଯୋଗ ନେଇ ଜଣେ ଦୁର୍ବୃତ୍ତ ନବଜାତ ଶିଶୁକୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଗୁରୁବାର ସନ୍ଧ୍ୟାରେ ଶୀତଲ ସାଲଓ୍ବୀ(୩୪)କିଛି ସମୟ ପାଇଁ ଶୋଇପଡ଼ିଥିବା ବେଳେ ବେଡ୍‌ରୁ କେହି ଦୁର୍ବୃତ୍ତ ତାଙ୍କ ୫ ଦିନର ଶିଶୁକୁ ଉଠାଇ ନେଇଥିଲେ। ଏହାପରେ ଶୀତଲ ହସ୍ପିଟାଲର କର୍ମଚାରୀଙ୍କୁ ଏନେଇ ପଚରାଉଚରା କରିଥିଲେ। ତେବେ କର୍ମଚାରୀମାନେ ହସ୍ପିଟାଲର ସିସିଟିଭି ଯାଞ୍ଚ କରିବା ସମୟରେ ଜଣେ ୪୦ ବର୍ଷୀୟା ମହିଳା ଶିଶୁଟିକୁ ନିଜ ବ୍ୟାଗରେ ପୂରାଇ ବାହାରକୁ ନେଇଯାଉଥିବା ଦେଖିବାକୁ ମିଳିଥିଲା। ଏନେଇ ପରିବାର ପକ୍ଷରୁ ଅଗ୍ରୀପଡା ପୋଲିସ ଥାନାରେ ଅଭିଯୋଗ କରାଯାଇଥିଲା। ପୋଲିସ ସିସିଟିଭିକୁ ଆଧାର କରିବା ସହ ଧାରା ୩୬୩ ତଥା ଅପହରଣ ଆଧାରରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।


All Right Reserved By

ଏକାଧିକ ଥର ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୧।୫:ସ୍ବାଧୀନ ଭାରତରେ ନରେନ୍ଦ୍ର ମୋଦିଙ୍କୁ ମିଶାଇ ୧୫ ଜଣ ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି। ପଣ୍ଡିତ ଜବାହରଲାଲ ନେହେରୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ଗୁଲଜାରିଲାଲ୍‌ ନନ୍ଦାଙ୍କୁ...

ମର୍ମନ୍ତୁତ ସଡକ ଦୁର୍ଘଟଣା: ୪ ଏମବିବିଏସ ଛାତ୍ରୀଛାତ୍ରଙ୍କ ଗଲା ଜୀବନ

ନୋଏଡା, ୨୨।୫: ଉତ୍ତର ପ୍ରଦେଶର ନୋଏଡାରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୪ ଏମବିବିଏସ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟିବା ସହ ଜଣେ ଛାତ୍ରୀ...

ଦୃଢ଼ ଇଛା ଶକ୍ତି ଯୋଗୁ ସଫଳ ହେଲେ ଗୁଡ୍ଡି

ଲକ୍ଷ୍ନୌ,୧୯।୫: ଉତ୍ତରପ୍ରଦେଶ ଗାଜିଆବାଦ୍‌ ପ୍ରତାପ ବିହାରର ଅମୃତା ଆନନ୍ଦମୟୀ କୁଟିରମ୍‌ରେ ବାସ କରୁଥିବା ଗୁଡ୍ଡିଙ୍କ ଇଛା ଶକ୍ତି ଆଗରେ ସାମାଜିକ ବାଧା ହାର୍‌ ମାନିଛି। ୨୦୧୪ରେ...

କୁଲଗାମ୍‌ରେ ବିସ୍ଫୋରଣ: ଜଣେ ମୃତ

ଶ୍ରୀନଗର,୨୭।୬: ଜମ୍ମୁ-କଶ୍ମୀର କୁଲଗାମ୍‌ରେ ଗୁରୁବାର ଏକ ବିସ୍ଫୋରଣରେ ଜଣେ ଲୋକଙ୍କର ମୃତ୍ୟୁ ଘଟିଛି। ଏଥିରେ ୨ ଜଣ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଉଦ୍ଧାର କରି...

ନାଗସାପକୁ ବିବାହ କରିବା ପାଇଁ ଅଡ଼ି ବସିଛି ନାବାଳିକା

ରାୟପୁର,୨୬।୬: ଭାରତରେ ଡିଜିଟାଲ ଯୁଗ ଆରମ୍ଭ ହୋଇସାରିଛି। ଗୋଟିଏ ପରେ ଦେଶ ମହାକାଶ ଗବେଷଣା କ୍ଷେତ୍ରରେ ଶ୍ରେଷ୍ଠତ୍ୱ ହାସଲ କରୁଥିବାବେଳେ ଅପରପକ୍ଷରେ ଏବେ ମଧ୍ୟ ସମାଜରେ...

୨୧ ବର୍ଷ ପରେ କଂଗ୍ରେସକୁ ମିିଳିବ ଅଣଗାନ୍ଧୀ ଅଧ୍ୟକ୍ଷ: ସିନ୍ଧେ, ଖାର୍ଗେଙ୍କ ମଧ୍ୟରୁ ଜଣେ

ନୂଆଦିଲ୍ଲୀ,୪ା୭: ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ବରିଷ୍ଠ ନେତା ସୁଶୀଲ କୁମାର ସିନ୍ଧେ କିମ୍ବା ମଲ୍ଲିକାର୍ଜୁନ ଖାର୍ଗେଙ୍କୁ କଂଗ୍ରେସ ଏହାର ନୂଆ ଅଧ୍ୟକ୍ଷ ଚୟନ କରିପାରେ...

କରତାରପୁର କରିଡର: ଓ୍ବାଘା ପହଞ୍ଚିଲେ ଭାରତୀୟ ପ୍ରତିନିଧିମଣ୍ଡଳ

ଓ୍ବାଘା,୧୪।୭: କରତାରପୁର କରିଡର ସହ ସଂମ୍ପୃକ୍ତ ଯାନ୍ତ୍ରୀକ ତଥା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ରବିବାର ପାକିସ୍ତାନ ଓ ଭାରତୀୟ ପ୍ରତିନିଧିଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ...

କେରଳରେ ପୁଣି ୨ ନିପା ରୋଗୀ ଚିହ୍ନଟ

ଥିରୁଭାନନ୍ତପୁରମ, ୬।୬: କେରଳକୁ ପୁଣି ଫେରିଛି ନିପା ଭାଇରସ। ନିପା ଆକ୍ରାନ୍ତ ସନ୍ଦେହରେ ପୁଣି ଦୁଇଜଣ ରୋଗୀଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ପରେ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *