ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ : ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସତ୍ୟାସତ୍ୟ ଜଣାପଡ଼ିବ

ଅତାବିରା,୧୪ା୬(ଡି.ଏନ୍‌.ଏ.) : ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ତଲିଟାମ୍ପରସରା ଗ୍ରାମର ଜଣେ ଯୁବକଙ୍କ ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ହେଲା ବଳରାମ ସେଟ୍‌(୧୮)। ସେ ଗୁରୁବାର ସନ୍ଧ୍ୟାରେ ତଲିଟାମ୍ପରସରା ଗ୍ରାମର ରାଜୀବ ବିଶ୍ୱାଳଙ୍କ ଦୁଗ୍ଧ ନେଇ ଲରମ୍ଭା ଦୁଗ୍ଧ ଉତ୍ପାଦନ କେନ୍ଦ୍ରକୁ ଯାଇଥିଲେ। ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ତେବେ ବଡ଼ବନ୍ଧ ନିକଟରେ ସେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବ୍ରଜପାତରେ ବଳରାମଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିବାବେଳେ ସେ ପଡ଼ିଥିବା ସ୍ଥାନରେ ରକ୍ତ, ବାଇକର ମିରର୍‌ କାଚ ଭାଙ୍ଗି ପଡ଼ିଥିବାର ଦେଖିବାକୁ ମିଳିଛି। ତେବେ ବଳରାମଙ୍କ ମୃତ୍ୟୁ ଦୁର୍ଘଟଣାରେ ହୋଇଛି ନା ବଜ୍ରପାତ ନା ଆଉ କିଛି ରହସ୍ୟ ରହିଛି ତାହା ସ୍ପଷ୍ଟ ହୋଇନାହିଁ। ଦୁଗ୍ଧ ଉତ୍ପାଦକ ସମବାୟ ସମିତିର ସମ୍ପାଦକ ବିଜୟ କୁମାର ତ୍ରିପାଠୀଙ୍କୁ ପଚରାଯିବାରୁ ବଳରାମ ଗୁରୁବାର ରାତି ପ୍ରାୟ ୮ଟାରେ ସମିତିକୁ ଦୁଗ୍ଧ ଆଣିଥିବା କହିଛନ୍ତି। ଏନେଇ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।


All Right Reserved By

ବିଜେପୁରର ଅଇତିହାସିକ ଦାମୋଦର କଟା:ସାଫ୍‌ ନାଇଁ ହେଲା ଅମରି, ପଦମ୍‌ଫୁଲ୍‌

ବିଜେପୁର, ୨୫।୬ (ଡି.ଏନ୍‌.ଏ): ଖେତ୍‌ ଟାକେ ମୁଡ଼ାଟେ ଲେଖେଁ ବରଗଡ଼ ଜିଲା ବିଜେପୁରବାସୀଙ୍କର ଜୀବନ୍‌ ଜୀବିକା ସଂଗେ ବରକସ୍‌ କରି ଜୁଡ଼ି ହେଇ ରହିଛେ ଦାମୋଦର...

୧୯ ଝନ୍‌ ଭୂମିହୀନ ପାଏଲେ ଘରଡ଼ିହ ପଟ୍ଟା

ବିନିକା, ୧୧।୭(ଡି.ଏନ୍‌.ଏ):  ସୁବର୍ଣ୍ଣପୁର ଜିଲା ବିନିକା ତହସିଲ ଅଧୀନ ୧୯ ଝନ୍‌ ଭୂମିହୀନ ହିତାଧିକାରୀକୁଁ ବସୁନ୍ଧରା ଯୋଜନାରେ ବୁଧୁବାର ଘରଡ଼ିହ ପଟ୍ଟା ଦିଆଯାଇଛେ। ଇ କାଯ୍‌କରମରେ...

ହସ୍ପିଟାଲରେ ରୋଗୀଛାଡ଼ି ଫେରୁଥିବା ବେଳେ ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରକ: ଡ୍ରାଇଭର ମୃତ

ବଲାଙ୍ଗୀର ଅଫିସ, ୧।୬: ବଲାଙ୍ଗୀର ଜିଲା ରତନପୁର ନିକଟରେ ଶନିବାର ଟ୍ରକ୍‌ ଧକ୍କାରେ ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ସେ ହେଲେ କଳାହାଣ୍ଡି ଜିଲା...

ଟ୍ରାକ୍ଟର ଚାପାରେ ଛାତ୍ର ମୃତ, ଉତ୍ତେଜନା

ଲୋଇସିଂହା, ୧୨।୭(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଆଗଲପୁର ବ୍ଲକ ଅନ୍ତର୍ଗତ ବିନ୍ଧାପାଲି ଗାଁରେ ଟ୍ରାକ୍ଟର ଚାପାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି।...

ବିଷାକ୍ତ ଛତୁ ଖାଇ ୬ ଅସୁସ୍ଥ

ସୁନ୍ଦରଗଡ଼, ୯।୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଗ୍ରାମପଞ୍ଚାୟତ ଦାଣ୍ଡପାଣି ଗ୍ରାମରେ ମଙ୍ଗଳବାର ବିଷାକ୍ତ ଛତୁ ଖାଇ ୬ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ କିଂଜିରିକେଲା ଡାକ୍ତରଖାନାରେ ଭର୍ତ୍ତି...

ରାଜବାଟୀ ଜଗନ୍ନାଥ ମନ୍ଦିର: ସୁନାବେଶ ଦର୍ଶନ କଲେ ଶ୍ରଦ୍ଧାଳୁ

ସୁନ୍ଦରଗଡ, ୧୪।୭ (ଡି.ଏନ୍‌.ଏ)-ସ୍ଥାନୀୟ ରାଜବାଟୀ ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉମାନଙ୍କ ସୁନାବେଶ ଶନିବାର ପବିତ୍ର ଦ୍ୱାଦଶୀତିଥିରେ ଆୟୋଜିତ ହୋଇଯାଇଛି । ବାହୁଡା ଯାତ୍ରା ପରେ ଗତ ରାତିରେ...

ହକ୍‌ଦାର ହିତାଧିକାରୀ ଗୁହାଲ ଯୋଜନାରୁ ବଁଚିତ: କାର୍ଯ୍ୟାଦେଶ ଲାଗି ୨୦ ହଜାର ଟଁକା ଲଁ।ଚ୍‌ ଅଭିଯୋଗ

ବେଲପଡ଼ା ୨୫।୪(ଡି.ଏନ.ଏ.):  ଗୃହପାଲିତ ପଶୁ ପାଲନ କରି ଗରିବ୍‌ ହିତାଧିକାରୀମାନେ କେନ୍‌ଥେଇ ଦୁଇପଏସା ରୁଜଗାର କରି ନିଜର ଗୁଡ଼େ ଠିଆ ହେବେ ସରକାର ସେଥିରଲାଗି ଗାଈ ଗୁହାଲ...

ବଞ୍ଚିଥିବା ପର୍ଯ୍ୟନ୍ତ ଭଞ୍ଜ ମାଟିର ବିକାଶ କରିବି

ଭଞ୍ଜନଗର/ଜଗନ୍ନାଥପ୍ରସାଦ,୬।୬(ଡି.ଏନ.ଏ)- ନୂତନ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବା ପରେ ସ୍ଥାନୀୟ ବିଧାୟକ ତଥା ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *