Posted inଜାତୀୟ

ଗୁଜରାଟ ମାଡ ହେବା ପୂର୍ବରୁ ଦିଗ ବଦଳାଇଲା ‘ବାୟୁ’: ମୁଖ୍ୟମନ୍ତ୍ରୀ କହିଲେ, ସବୁ ଭଗବାନ କୃଷ୍ଣଙ୍କ କୃପା

ଅହମ୍ମଦାବାଦ, ୧୪।୬:ସାମୁଦ୍ରିକ ବାତ୍ୟା ‘ବାୟୁ’ ଦିଗ ବଳାଇଛି। ଗୁଜରାଟରେ ମାଡ଼ହେବା ପୂର୍ବରୁ ଏହା ପୁଣି ଆରବ ସାଗର ମୁହାଁ ହୋଇଛି। ଭେରେଭାଲ୍‌, ପୋର୍‌ବନ୍ଦର, ଓ ଦ୍ୱାରକା ପାଖଦେଇ ଏହା ଚାଲିଯିବ ବୋଲି ଜଣାପଡ଼ିଛି। ଏନେଇ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ନିଜ ମତ ରଖି କହିଛନ୍ତି, ଭଗବାନଙ୍କ କୃଷ୍ଣ, ହରିଶିଦ୍ଧି ମାତା ଏବଂ ଭଗବାନ ସୋମନାଥଙ୍କ ଯୋଗୁ ସବୁ ସମ୍ଭବ ହେଲା। ବାତ୍ୟା ଯୋଗୁ ଆମ କ୍ଷତି ହୋଇନି। ଏବେ ଏହା ଗୁଜରାଟ ଉପକୂଳରୁ ୧୧୦ କିମି ଦୂରରେ ରହିଛି। ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ସହ ୧୪୫ କିମି ବେଗରେ ପବନ ବୋହୁଥିବାବେଳେ ହାଇଆଲର୍ଟ ଜାରି କରାଯାଇଛି ବୋଲି ସେ କହିଛନ୍ତି। ଏନେଇ ଭଗବାନଙ୍କୁ ଧନ୍ୟବାଦ ଦେବି ବୋଲି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ,ବାତ୍ୟାର ଭୟାବହତାକୁ ଦେଖି ବୁଧବାର ଉପକୂଳ ଅଞ୍ଚଳରେ ଥିବା ୩ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା।


All Right Reserved By

କୁଲଗାମ୍‌ରେ ଏନ୍‌କାଉଣ୍ଟର: ୨ ଆତଙ୍କବାଦୀ ନିହତ

ଶ୍ରୀନଗର ୨୨।୫: ଜମ୍ମୁ-କଶ୍ମୀର କୁଲଗାମ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌ କାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ସ୍ଥାନୀୟ ଗୋପାଲପୋରାରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ...

ବିଗ୍‌-ବିଙ୍କ ଟୁଇଟର୍‌ ଆକାଉଣ୍ଟ ହ୍ୟାକ୍‌: ଲାଗିଲା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଫଟୋ

ମୁମ୍ବାଇ,୧୧।୬: ବଲିଉଡ ସୁପରଷ୍ଟାର୍‌ ଅମିତାଭ ବଚ୍ଚନଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍‌ ହୋଇଯାଇଛି। ବିଗ୍‌ ବିଙ୍କ ଟୁଇଟର ପ୍ରୋଫାଇଲ୍‌ ଫଟୋ ହଟାଇ ଦିଆଯାଇ ତାଙ୍କ ସ୍ଥାନରେ ପାକିସ୍ତାନ...

୨୭ ବର୍ଷୀୟା କର୍ମୀଙ୍କୁ ତୃତୀୟ ପତ୍ନୀ ଭାବେ ଗ୍ରହଣ କଲେ ୪୫ ବର୍ଷୀୟ ଭାଜପା ନେତା

ଗାନ୍ଧୀନଗର,୨୩।୬: ଗୁଜୁରାଟ ଦାହୋଦ ଜିଲାର ଭାଜପା ଅଧ୍ୟକ୍ଷ ଶଙ୍କରଭାଇ ଅମଲିୟାର ୪୫ ବର୍ଷ ବୟସରେ ଜଣେ ୨୭ ବର୍ଷୀୟା ଭାଜପା କର୍ମୀଙ୍କୁ ତୃତୀୟ ପତ୍ନୀ ଭାବେ...

ନୀତିଶ-ସୁଶୀଲଙ୍କ ଇଫତାର ପାର୍ଟି: ବିବାଦୀୟ ମନ୍ତବ୍ୟ ଦେଲେ ଗିରିରାଜ

ପାଟନା, ୪।୬: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ସୁଶୀଲ ମୋଦିଙ୍କ ଇଫତାର୍‌ ପାର୍ଟି ନେଇ କେନ୍ଦ୍ରୀୟ ପଶୁପାଳନ ମନ୍ତ୍ରୀ ଗିରିରାଜ ସିଂ ବିବାଦୀୟ ମନ୍ତବ୍ୟ...

ଏକ୍‌ଜିଟ୍‌ ପୋଲ୍‌କୁ ଦେଖି ବିଚଳିତ ନ ହୋଇ ଫଳାଫଳକୁ ଅପେକ୍ଷା ରଖନ୍ତୁ: ପ୍ରିୟଙ୍କା

ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନ ସରିଥିବା ବେଳେ ଫଳଫଳ ଘୋଷଣା ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି। ଏପଟେ ଗଣମାଧ୍ୟମର ଏକ୍‌ଜିଟ୍‌ ପୋଲ୍‌...

ସ୍ବଚ୍ଛତା ଅଭିଯାନ: ପାଠ ପଢ଼ିବା ପୂର୍ବରୁ ଶୌଚାଳୟ ସଫା କରନ୍ତି ଛାତ୍ରୀଛାତ୍ର

ଜବଲପୁର,୧୭।୭: ଏବେ ଦେଶବ୍ୟାପି ସ୍ବଚ୍ଛତା ଅଭିଯାନ ଜାରି ରହିଛି। ଏହି ମର୍ମରେ ମଧ୍ୟପ୍ରଦେଶର ଜବଲପୁର ସ୍ଥିତ ଶହପୁରାରେ ଥିବା ଧରତୀ କଛାର ଏବଂ ଛପରା ପ୍ରାଥମିକ...

ଅନନ୍ତନାଗରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର, ୮।୬: ଜମ୍ମୁ-କଶ୍ମୀର ଅନନ୍ତନାଗ ଜିଲାରେ ଶନିବାର ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ସ୍ଥାନୀୟ ନୌଗାମ୍‌ ଶାହବାଦ୍‌ ଅଞ୍ଚଳରେ...

କାମୁଡିଥିବା ସାପକୁ ନେଇ ଡାକ୍ତରଖାନାରେ ପହଞ୍ଚିଲେ ମହିଳା

ମୁମ୍ବାଇ, ୯।୭: ମୁମ୍ବାଇର ସୋନେଇ ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଛି। ରାତିରେ ଶୋଇଥିଲାବେଳେ ଜଣେ ମହିଳା ଏବଂ ତାଙ୍କ ଝିଅକୁ ସାପ କାମୁଡିଦେଇଥିଲା। ଉକ୍ତ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *