ଫନୀ: ଘରଭଙ୍ଗା ସହାୟତା ୭ କୋଟି ୫୮ ହଜାର ଟଙ୍କା ମଞ୍ଜୁର

ଭୁବନେଶ୍ୱର,୧୪।୬(ବ୍ୟୁରୋ): ସାମୁଦ୍ରିକ ଝଡ଼ ଫନୀ ଦ୍ୱାରା ପୁରୀ ଜିଲାରେ ଘର ହରାଇଥିବା କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସହାୟତା ରାଶି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏଥିପାଇଁ ୭ କୋଟି ୫୮ ହଜାର ମଞ୍ଜୁର କରାଯାଇଛି। ବିଶେଷତଃ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି(ଏସ୍‌ଡିଆରଏଫ୍‌)ରୁ ପ୍ରଦାନ କରାଯାଇଥିବା ସହାୟତା ରାଶିରୁ ବଞ୍ଚିତ ହୋଇଥିବା କ୍ଷତିଗ୍ରସ୍ତଙ୍କୁ ଏହି ଆର୍ଥିକ ସାହାଯ୍ୟ ପ୍ରଦାନ କରାଯିବ। ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ୭୪୦୦ ପରିବାରଙ୍କୁ ୧୦,୦୦୦ ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରାଯିବ। ସେହିଭଳି ଆଂଶିକ ଘର ଭାଙ୍ଗିଥିବା ୬୦୦ ପରିବାରଙ୍କୁ ୩୦୦୦ ଟଙ୍କା ଲେଖାଏ ସହାୟତା ମିଳିବ। ସେହିପରି ଅନ୍ୟ ଏକ ଘୋଷଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଜିଲା ପାଇଁ ଦୁଇଟି ନୂଆ ତହସିଲ ଘୋଷଣା କରିଛନ୍ତି। ପ୍ରଥମଟି ଝରବନ୍ଧ ତହସିଲ ଦଭା। ଦ୍ୱିତୀୟଟି ହେଉଛି- ଲଉଡ଼ିଧରା ତହସିଲ।


All Right Reserved By

୨୧ରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରି ଖାତାଦେଖା

କଟକ ଅଫିସ,୧୭।୭: ଆସନ୍ତା ୨୧ ତାରିଖରୁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍‌ ସପ୍ଲିମେଣ୍ଟାରି ପରୀକ୍ଷାର ଖାତାଦେଖା ହେବ। ଏଥି ନିମନ୍ତେ ୧୨ଟି ମୂଲ୍ୟାୟନ...

କୋଚିଂ ସେଣ୍ଟର ବିଜ୍ଞାପନରେ ଜାଲିଆତି: ପିଲା, ର଼୍ୟାଙ୍କ୍‌ ନକଲି : ତଦନ୍ତ କରିବେ ସିପି, ଏଡିଜି

ଭୁବନେଶ୍ୱର, ୨୪ା୬(ବ୍ୟୁରୋ) : ରାଜଧାନୀ ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଛତୁ ଫୁଟିଲା ଭଳି କୋଚିଂ ସେଣ୍ଟର ଖୋଲୁଛି। ତେବେ ଅଧିକାଂଶ କୋଚିଂ ସେଣ୍ଟର ଠକୁଥିବା...

ଅଲାରପୀଠ: ଭକ୍ତର ଭାବରେ ତରଳିଛି ପଥର

ବ୍ରହ୍ମଗିରି,  ୨୮।୬(ଡି.ଏନ୍‌.ଏ.): ଯୁଗେ ଯୁଗେ ଭକ୍ତର ଭାବରେ ବନ୍ଧା ପଡ଼ିଛନ୍ତି ଭଗବାନ। ଭକ୍ତିର ଶକ୍ତି ଏତେ ଅଧିକ ଯେ, ଏହାର ପ୍ରଭାବରେ ପଥର ବି ତରଳି...

ପୁରୀରେ ମୁଖ୍ୟମନ୍ତ୍ରୀ: ରଥାରୂଢ଼ ଠାକୁରଙ୍କୁ କରିବେ ଦର୍ଶନ

ପୁରୀ ଅଫିସ,୪।୭: ପବିତ୍ର ଘୋଷଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପୁରୀରେ ପହଞ୍ଚିଛନ୍ତି। ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ବଡ଼ଦାଣ୍ଡରେ ପହଞ୍ଚିବା ପରେ ସୁରକ୍ଷାବଳୟ ମଧ୍ୟରେ ତାଙ୍କୁ...

ବଂଶଧାରା ଜଳ ବିବାଦର ଯୁଗ୍ମ ସର୍ଭେକୁ ଓଡ଼ିଶାର ନା: ୩ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କେନ୍ଦ୍ର, ଆନ୍ଧ୍ରକୁ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୦।୭(ବ୍ୟୁରୋ): ଆନ୍ଧ୍ରପ୍ରଦେଶ ଦ୍ୱାରା ବଂଶଧାରା ନଦୀ ଉପରେ ନିର୍ମାଣ ହେଉଥିବା ନେରାଡି ବ୍ୟାରେଜର ମିଳିତ ସର୍ଭେ ନ କରିବାକୁ ଓଡ଼ିଶା ସରକାର କରିଥିବା ଆବେଦନର ଶୁଣାଣି...

ଭାଜପା ଆଭିମୁଖ୍ୟ ଉପରେ ନଜର

ଭୁବନେଶ୍ୱର, ୬ା୭(ବ୍ୟୁରୋ): ଗୁରୁବାର ନିର୍ବାଚନ କମିଶନ ପାଟକୁରା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଆସନ୍ତା ୨୦ରେ ପାଟକୁରାରେ ଭୋଟ ହେବାକୁ ଥିବାବେଳେ ୨୪ରେ ହେବ...

ବର୍ଷା ନାହିଁ, ଜମିରେ ଚରୁଛନ୍ତି ଗୋରୁ

ଢେଙ୍କାନାଳ ଅଫିସ,୧୬ା୭ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ମୋଟଙ୍ଗା ଓ କଣ୍ଟାବଣିଆ ଥାନା ଅଞ୍ଚଳରେ ବର୍ଷା ଅଭାବ ନେଇ ଚାଷୀ ହତାଶ ହୋଇପଡିଛନ୍ତି। ଦୁଇ ସପ୍ତାହ ତଳେ...

ଲୁଟ୍‌ ବେଳେ ବାଇକ୍‌ ପଡ଼ିଗଲା: ଲୁଟେରା ଲୁଟ୍‌ ସାମଗ୍ରୀ, ବାଇକ୍‌ ଛାଡ଼ି ଫେରାର

ଖୋର୍ଦ୍ଧା ଅଫିସ/ଯାଁଳା, ୧୮।୭(ଡି.ଏନ.ଏ.) : ଜଟଣୀ ଥାନା ଯାଁଳା ଫାଣ୍ଡି ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥର କେ.କେ. ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ରାତି...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *