Posted inଜାତୀୟ

ଜାପାନୀ ଜ୍ୱର ନେଲାଣି ୫୪ ଶିଶୁଙ୍କ ଜୀବନ: ଲିଚି ପିଇବାକୁ ନେଇ ସନ୍ଦେହ

ମୁଜାଫରପୁର, ୧୪।୬: ବିହାରର ମୁଜାଫରପୁର ଜିଲା ଓ ଆଖପାଖରେ ଗତ ୧୫ ଦିନ ମଧ୍ୟରେ ଏନ୍‌ସେଫାଲାଇଟ୍ସ ବା ଜାପାନୀ ଜ୍ୱରରେ ୪୭ ଶିଶୁଙ୍କ ଜୀବନ ଗଲାଣି। ତେବେ ବିହାର ସରକାର ଏହାକୁ ମାନିବାକୁ ନାରାଜ। ଏନ୍‌ସେଫାଲାଇଟ୍ସ ନୁହେଁ ହାଇପୋଗ୍ଲିସେମିଆ ବା ରକ୍ତଶର୍କରା ସ୍ତରରେ ଅସ୍ବାଭାବିକତା କିମ୍ବା ଶରୀରରେ ସୋଡିୟମ ଓ ପଟାସିୟମର ଅଭାବ ଯୋଗୁ ଶିଶୁଙ୍କ ମୃତ୍ୟୁ ହେଉଥିବା ରାଜ୍ୟ ସରକାର କହିଛନ୍ତି। ମୁଜାଫରପୁରର ଶ୍ରୀକ୍ରିଷ୍ଣ ମେଡିକାଲ କଲେଜ ଓ ହସ୍ପିଟାଲରେ ରେ କେବଳ ୪୭ଜଣଙ୍କ ମୃତ୍ୟୁ ହେଲାଣି। କେନ୍ଦ୍ରରୁ ୭ ଜଣିଆ ବିଶେଷଜ୍ଞ ଟିମ୍‌ ପରିସ୍ଥିତି ଅନୁଧ୍ୟାନ ଲାଗି ମୁଜାଫରପୁରରେ ଆସି ପହଞ୍ଚତ୍ ତଦନ୍ତ କରିଛନ୍ତି। ଶିଶୁଙ୍କ ମୃତ୍ୟୁ ପଛରେ ସ୍ଥାନୀୟ ଅଞ୍ଚଳରେ ପ୍ରସ୍ତୁତ ହେଉଥିବା ଲିଚିରେ ମିଶୁଥିବା ବିଷ ପଦାର୍ଥ ଯୋଗୁ ହେଉଛି ବୋଲି ଅନୁମାନ କରାଯାଉଛି। ଆକ୍ୟୁଟ୍‌ ଏନ୍‌ସେଫାଲାଇଟ୍ସ ସିଡ୍ରୋମ୍‌ (ଏଇଏସ୍‌) ଅନୁରୂପ ଲକ୍ଷଣ ଯୋଗୁ ୫୪ ଶିଶୁଙ୍କ ମୃତ୍ୟୁ ଘଟିଥିବା ମୁଜାଫରପୁର ଜିଲାପାଳ ଆଲୋକ ରଞ୍ଜନ ଘୋଷ ସ୍ପଷ୍ଟ କରିଛନ୍ତି। ଶ୍ରୀକୃଷ୍ଣ ମେଡିକାଲ କଲେଜ ହସ୍ପିଟାଲରେ ୧୪ ଏବଂ କେଜ୍‌ରିଓ୍ବାଲ ମୈତ୍ରୀ ସଦନରେ ୫ ନୂଆ ରୋଗୀ ପହଞ୍ଚତ୍ଛନ୍ତି, ଯେଉଁମାନେ ଏନ୍‌ସେଫାଲାଇଟ୍ସରେ ପୀଡିତ ବୋଲି ଆଶଙ୍କା କରାଯାଉଛି। ଏପର୍ଯ୍ୟ ମୋଟ ୧୭୯ଜଣ ଏହି ରୋଗରେ ପୀଡିତ ହୋଇଛନ୍ତି ବୋଲି ଜଣାପଡିଛି।


All Right Reserved By

ପ୍ରିୟଙ୍କାଙ୍କୁ ମୁକ୍ତ କରିବାରେ ବିଳମ୍ବ ହେବା ମାମଲାକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ ଜାରି

ନୂଆଦିଲ୍ଲୀ,୧।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକ ବିବାଦୀୟ ଫଟୋ ପୋଷ୍ଟ କରିବା ଅପରାଧରେ ଗିରଫ ହୋଇଥିବା ଭାଜପା କର୍ମୀ ପ୍ରିୟଙ୍କା ଶର୍ମାଙ୍କୁ ମୁକ୍ତ କରିବାରେ...

ଗୋଟିଏ ପ୍ରୋଜେକ୍ଟକୁ ଉଦ୍‌ଘାଟନ କଲେ ୩ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ,୨୧।୬: ଗୋଦାବରୀ ନଦୀ ଉପରେ ବିଶ୍ୱର ସର୍ବବୃହତ୍ତ ଲିପ୍ଟ ଇରିଗେଶସ ପ୍ରୋଜେକ୍ଟର କାମ ସମ୍ପୂର୍ଣ୍ଣ ହୋଇଛି। ଶୁକ୍ରବାର ଏହି ପ୍ରୋଜେକ୍ଟର ଉଦ୍‌ଘାଟନ କରିଛନ୍ତି ୩ ରାଜ୍ୟର...

ଜମ୍ମୁ କଶ୍ମୀର ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୧୨।୬: ଜାମ୍ମୁ କାଶ୍ମୀରର ଅନ୍ତନାଗ କେପି ରୋଡ଼ରେ ବୁଧବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ସିଆରପିଏଫର ୫ଜଣ ଯବାନ ଶହୀଦ ହୋଇଛନ୍ତି। ଏଥିସହ ଯବନାଙ୍କ...

ଘରକୁ ଫେରିଲେ ଟିଆର୍‌ଏସ୍‌ କର୍ମୀଙ୍କ ମାଡରେ ଆହତ ହୋଇଥିବା ବନ ଅଧିକାରୀ ଅନିଥା

ହାଇଦ୍ରାବାଦ,୨।୭: ତେଲେଙ୍ଗାନାର କୋମରାମ ଭିମ ଆସିଫାବାଦରେ ଗତ ଜୁନ୍‌ ୨୯ରେ ଟିଆର୍‌ଏସ୍‌ କର୍ମୀଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇ ଗୁରୁତର ଭାବେ ହାଇଦ୍ରାବାଦର କିମ୍ସ ହସ୍ପିଟାଲରେ...

ପିଓକେରେ ୩ ଶହ ଆତଙ୍କବାଦୀଙ୍କୁ ଏକତ୍ରିତ କରିଛି ପାକିସ୍ତାନ ସୈନ୍ୟ ବାହିନୀ: ଗୋଇନ୍ଦା ରିପୋର୍ଟ

ଶ୍ରୀନଗର,୨୫।୬: ପାକ୍‌ ଅଧିକୃତ କଶ୍ମୀର(ପିଓକେ)ରେ ପୁଣି ପାକିସ୍ତାନ ସୈନ୍ୟ ବାହିନୀ ଆରମ୍ଭ କରିଛି ଆତଙ୍କବାଦୀ ଅନୁପ୍ରବେଶ ପ୍ରସ୍ତୁତି। ଏଠାରେଥିବା ୧୧ଟି ଲଞ୍ଚ୍‌ପ୍ୟାଡ୍‌ରେ ୩ ଶହରୁ ଅଧିକ...

ଫୁଟବଲ ପ୍ରଶିକ୍ଷଣ ଯୋଗୁ ୮ ପଞ୍ଚାୟତର ୨୦ ଗାଁରେ ହେଉନି ଏବେ ବାଲ୍ୟବିବାହ

ରାଞ୍ଚି,୧୫।୭: ଝାଡ଼ଖଣ୍ଡର ୮ଟି ପଞ୍ଚାୟତର ୨୦ ଗାଁରେ ଏବେ ବାଲ୍ୟ ବିବାହ ବନ୍ଦ ହୋଇଯାଇଛି। ଜନଜାତି ଅଧ୍ୟ୍ୟୁଷିତ ଏହି ଗାଁଗୁଡ଼ିକରେ କମ୍‌ ବୟସର ଝିଅପୁଅଙ୍କୁ ବିବାହ...

ଗଡସେ-କସାବଙ୍କୁ ରାଜୀବଙ୍କ ସହ ତୁଳନା କଲେ ଭାଜପା ନେତା

ନୂଆଦିଲ୍ଲୀ,୧୭।୫: ଭୋପାଳର ଭାଜପା ନେତ୍ରୀ ପ୍ରଜ୍ଞା ସିଂ ଠାକୁର ମହାତ୍ମାଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ପରେ ଆରମ୍ଭ ହୋଇଛି ଶୀତଳ...

ଲିଭୁଥିବା ଲଣ୍ଠନ ପାଇଁ ମାନସ ମନ୍ଥନ କରିବେ ରାବ୍ରୀ

ପାଟନା,୨୬।୫: ଲୋକ ସଭା ନିର୍ବାଚନରେ ବିହାରରେ ଲାଲୁ ଯାଦବଙ୍କ ଆରଜେଡି ସମ୍ପୂର୍ଣ୍ଣ ଧରାଶାୟୀ ହୋଇଛି। ରାଜ୍ୟର ୪୦ଟି ଲୋକ ସଭା ଆସନ ମଧ୍ୟରୁ ୩୯ଟି ଏନଡିଏ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *