Posted inଜାତୀୟ

କୋଲକତା ପରେ ଦିଲ୍ଲୀ-ମୁମ୍ବାଇରେ ବି ଡାକ୍ତର ଆନ୍ଦୋଳନ ତେଜିଲା: ରୋଗୀ ହନ୍ତସନ୍ତ

ନୂଆଦିଲ୍ଲୀ, ୧୪।୬: କୋଲକତାରେ ଜୁନିଅର ଡାକ୍ତରଙ୍କୁ ଆକ୍ରମଣର ପ୍ରତିବାଦ କରିବାକୁ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇ ଦିଲ୍ଲୀ, ମୁମ୍ବାଇ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ଡାକ୍ତରମାନେ ସମର୍ଥନ ଦେଇଛନ୍ତି। ଦିଲ୍ଲୀ ଏମ୍ସର ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ (ଆରଡିଏ)ର ସଦସ୍ୟମାନେ ଆକ୍ରମଣର ଶିକାର ହୋଇଥିବା ଡାକ୍ତରଙ୍କ ସମର୍ଥନରେ ହେଲମେଟ ଏବଂ ବ୍ୟାଣ୍ଡେଜ ପିନ୍ଧି କାର୍ଯ୍ୟରେ ଯୋଗଦେଇଛନ୍ତି। କିଛି ଡାକ୍ତରଙ୍କ ହାତରେ ପ୍ଲାକାର୍ଡ ମଧ୍ୟ ଥିଲା, ଯେଉଁଥିରେ ଆକ୍ରମଣର ଶିକାର ହୋଇଥିବା ଡାକ୍ତରଙ୍କ ପ୍ରତି ସମର୍ଥନର ବାର୍ତ୍ତା ରହିଥିଲା। କୋଲକାତା ଏବଂ ବର୍ଦ୍ଧମାନ ସହରରେ କିଛି ଜୁନିଅର ଡାକ୍ତର ବିକ୍ଷୋଭ ପ୍ରଦର୍ଶନ କରିବା ଜାରି ରଖିଛନ୍ତି। ସେମାନେ ଅଭିଯୋଗ କରି କହିଛନ୍ତି, ଡାକ୍ତରଙ୍କ ଶତ ପ୍ରୟାସ ସତ୍ତ୍ୱେ ରୋଗୀର ସ୍ବାସ୍ଥ୍ୟାବସ୍ଥା ନସୁଧୁରିଲେ ରୋଗୀମାନଙ୍କ ପରିବାରର ଲୋକେ ଆକ୍ରମଣ କରୁଛନ୍ତି। ଏ କ୍ଷେତ୍ରରେ ସରକାର ଡାକ୍ତରଙ୍କୁ ସୁରକ୍ଷା ଦେବାରେ ବାରମ୍ବାର ବିଫଳ ହୋଇଛନ୍ତି।


All Right Reserved By

ସିକ୍କିମ, ଆସାମ, ବିହାରରେ ପ୍ରବଳ ବର୍ଷା

ନୂଆଦିଲ୍ଲୀ,୧୨।୭: ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶୁକ୍ରବାର ସିକ୍କିମ, ଆସାମ ଓ ବିହାରରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଏହାସହ କୋଙ୍କଣ,...

ଦାୟିତ୍ୱ ନେବା ପରେ ପ୍ରଥମେ ସିଆଚେନ୍‌ ଗ୍ଲାସିୟର ଯିବେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳର ଭାଗ ବଣ୍ଟା ପରେ ଏବେ କାମ ଆରମ୍ଭ ହୋଇଯାଇଛି। ସମସ୍ତେ ନିଜ ନିଜ ଦାୟିତ୍ୱ ବହନ କରିଛନ୍ତି। ଏହି...

ମମତାଙ୍କ ସହ ଆଲୋଚନା ପାଇଁ ରାଜି ହେଲେ ଡାକ୍ତର: ରଖିଲେ ସର୍ତ୍ତ

କୋଲକାତା, ୧୬।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା ପାଇଁ ଶେଷରେ ରାଜି ହୋଇଛନ୍ତି ଆନ୍ଦୋଳନରତ ଜୁନିୟର ଡାକ୍ତର। ସେମାନଙ୍କ ଆନ୍ଦୋଳନ ରବିବାର ଷଷ୍ଠ...

ଉମା ଭାରତୀଙ୍କୁ ଭେଟି ଭାବୁକ ହେଲେ ସାଧ୍ୱୀପ୍ରଜ୍ଞା

ଭୋପାଳ,୨୯।୪: ଲୋକ ସଭା ନିର୍ବାଚନକୁ ନେଇ ମଧ୍ୟ ପ୍ରଦେଶର ଭୋପାଳ ଆସନରେ ଏକ ରୋମାଞ୍ଚକର ଲଢେଇ ଦେଖିବାକୁ ମିଳିଛି। ଏଠାରେ ଭାଜପା ଟିକେଟରୁ ସାଧ୍ୱୀ ପ୍ରଜ୍ଞା...

ଅନୁପ୍ରବେଶ ରୋକିବ ଅପରେଶନ ସୁଦର୍ଶନ

ନୂଆଦିଲ୍ଲୀ, ୮ା୭(ପି.ଟି.): ପଞ୍ଜାବ ଓ ଜମ୍ମୁସ୍ଥିତ ପାକିସ୍ତାନ ସୀମାରେ ଅନୁପ୍ରବେଶ ନିରୋଧୀ ଗ୍ରୀଡ୍‌କୁ ଅଧିକ ମଜଭୁତ କରିବା ଲାଗି ବିଏସ୍‌ଏଫ୍‌ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି।...

ନାଳରୁ ମିଳିଲା ୩୦୦ରୁ ଊର୍ଦ୍ଧ୍ୱ ଏଟିଏମ କାର୍ଡ

ଜୟପୁର, ୩।୭: ରାଜସ୍ଥାନର ବାରା ଜିଲା ଉବଡା ଅଞ୍ଚଳରେ ଥିବା ଏକ ନାଳରେ ୩୦୦ରୁ ଊର୍ଦ୍ଧ୍ୱ ଏଟିଏମ୍‌ କାର୍ଡ ପଡିଥିବାର ଦେଖିବାକୁ ମିଳିଛି। ତିନିବର୍ଷ ତଳେ...

ଦେଶଦ୍ରୋହ ଆଇନ ଉଚ୍ଛେଦ କରିବେନି ସରକାର: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୩।୭: ଭାରତୀୟ ଦଣ୍ଡ ସଂହିତା(ଆଇପିସି)ଅନ୍ତର୍ଗତ ଦେଶଦ୍ରୋହ ଆଇନକୁ କେନ୍ଦ୍ର ସରକାର ଉଚ୍ଛେଦ କରିବେ ନାହିଁ। ଏନେଇ ରାଜ୍ୟସଭାରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଲିଖିତ ଭାବେ ଉତ୍ତର...

ଋଣ ଭାର ସହି ନ ପାରି କୋଲ୍ଡ ଡ୍ରିଙ୍କସ୍‌ରେ ଜହର ମିଶାଇ ପିଇଲେ ପରିବାର ସଦସ୍ୟ: ୩ ଜଣଙ୍କ ମୃତ୍ୟୁ

ଭୋପାଳ,୨୫।୫: ଋଣ ଭାର ସହି ନ ପାରି ଜହର ମିଶା କୋଲ୍ଡ ଡ୍ରିଙ୍କସ୍‌ ପିଇ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶ...

ଶ୍ରୀଜୀଉଙ୍କ ନୀଳାଦ୍ରିବିଜେର ସିଧା ପ୍ରସାରଣ ଦେଖନ୍ତୁ ପୁରୀରୁ


selfi corner

ଧରିତ୍ରୀ କାର୍ଟୁନ

Model This Week

Why Dharitri

Leave a comment

Your email address will not be published. Required fields are marked *