ପାନ୍ଥନିବାସରେ ରଜ ମହୋତ୍ସବ ଆରମ୍ଭ : ପିଠା, ମିଠା,ପାନ

ଭୁବନେଶ୍ୱର,୧୪।୬(ବ୍ୟୁରୋ) : ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଦ୍ୱାରା ପରିଚାଳିତ ପାନ୍ଥନିବାସଗୁଡ଼ିକରେ ଗୁରୁବାରଠାରୁ ରଜ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଓଟିଡିସି ପକ୍ଷରୁ ଚଳିତବର୍ଷ ରାଜ୍ୟର ୮ ସ୍ଥାନ ଭୁବନେଶ୍ୱର, କଟକ, ଚାନ୍ଦିପୁର, ଗୋପାଳପୁର, ସମ୍ବଲପୁର, ରାଉରକେଲା, ବଡ଼କୂଳ ଓ ପାରାଦୀପରେ ଥିବା ପାନ୍ଥନିବାସରେ ଧୁମଧାମ୍‌ରେ ରଜ ମହୋତ୍ସବ ପାଳିତ ହେଉଛି। ତେବେ ବାତ୍ୟାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବାରୁ ଏଥର ପୁରୀ ଏବଂ କୋଣାର୍କ ପାନ୍ଥନିବାସରେ ରଜ ମହୋତ୍ସବ ଆୟୋଜନ କରାଯାଇନାହିଁ। ଭୁବନେଶ୍ୱରସ୍ଥିତ ପାନ୍ଥନିବାସରେ ଆୟୋଜିତ ସ୍ବତନ୍ତ୍ର ରଜ ମହୋତ୍ସବ କାର୍ଯ୍ୟକ୍ରମରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଶାସନ ସଚିବ ବିଶାଲ ଦେବ ଯୋଗଦେଇ ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରକାର ପିଠାର ମହକରେ ମହକିଥିଲା ଭୁବନେଶ୍ୱର ପାନ୍ଥନିବାସ। ରଜ ଦୋଳି ସାଙ୍ଗକୁ ପିଠା, ମିଠା ଓ ପାନର ମଜା ନେଇଥିଲେ ପର୍ଯ୍ୟଟକ। ରଜ ଗୀତର ତାଳେ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ମନେପକାଇଥିଲେ।
ଖାସ୍‌ ରଜ ସମୟରେ ପ୍ରସିଦ୍ଧି ଲାଭ କରିଥିବା ପାନ୍ଥନିବାସ ପିଠାର ଡିମାଣ୍ଡ ପ୍ରତିବର୍ଷ ଭଳି ଏଥର ମଧ୍ୟ ଦେଖିବାକୁ ମିଳିଥିଲା। ପର୍ଯ୍ୟଟକଙ୍କ ଲାଗି ପ୍ରଥମଥର ପାଇଁ ଭୁବନେଶ୍ୱର ପାନ୍ଥନିବାସରେ ଆଦିବାସୀ ଅଞ୍ଚଳର ମହୁଲ ଓ ମାଣ୍ଡିଆରେ ପ୍ରସ୍ତୁତ ପିଠା ମୁଖ୍ୟ ଆକର୍ଷଣ ରହିଛି। ରଜ ଅବସରରେ ବନ୍ଧୁ ପରିଜନଙ୍କୁ ଉପହାର ଦେବା ପାଇଁ ସ୍ବତନ୍ତ୍ର ପିଠା ବାସ୍କେଟ୍‌ର ବ୍ୟବସ୍ଥା କରାଯାଇଛି। ଏଥିରେ ପୋଡ଼ପିଠା, କାକରା, ପୂରମଣ୍ଡା, ଆରିସା, କ୍ଷୀରଗଜା, ମୁଗବୁନ୍ଦି ଆଦି ବିଭିନ୍ନ ପ୍ରକାର ପିଠା ରଖାଯାଇଛି। ଏହାଛଡ଼ା ଓଟିଡିସି ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ପିଠା ବିକ୍ରିବଟାର ମଧ୍ୟ ବନ୍ଦୋବସ୍ତ କରାଯାଇଛି। ପୋଡ଼ପିଠା କିଲୋ ପ୍ରତି ୩୫୦, ମୁଗବୁନ୍ଦି ୨୫୦ ଟଙ୍କା ରଖାଯାଇଥିବା ବେଳେ ଅନ୍ୟ ପିଠା ମଧ୍ୟରେ କାକରା, ପୂରମଣ୍ଡା, କ୍ଷୀରଗଜା, ଆରିସା, ଛଣା ମଣ୍ଡା ସହ ଦହିବରା ଓ ଛେନାପୋଡ଼ ଆଦି ରହିଛି। ଚଳିତବର୍ଷ ସମ୍ବଲପୁରବାସୀଙ୍କ ପାଇଁ ଖୁଦମଣ୍ଡା, କଦମ୍ବା ଓ ମୁଗ ପାପଚି ଭଳି ୩ ପ୍ରକାର ନୂଆ ପିଠାର ବ୍ୟବସ୍ଥା କରାଯାଇଛି। ପିଠା ତିଆରି କରିବାକୁ ଭୁବନେଶ୍ୱର ପାନ୍ଥନିବାସ ପରିସରରେ ବ୍ୟାପକ ବ୍ୟବସ୍ଥା ହୋଇଛି। ଗତବର୍ଷ ପ୍ରାୟ ୯ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ପିଠା ବିକ୍ରି ହୋଇଥିବା ବେଳେ ଏ ବର୍ଷ ପାଖାପାଖି ୧୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବିକ୍ରି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ରଜ ମହୋତ୍ସବ ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ ଚାଲିବ।


All Right Reserved By

୨୦ରେ ପାଟକୁରା ନିର୍ବାଚନ: ୨୪ରେ ଭୋଟଗଣତି

ଭୁବନେଶ୍ୱର,୪।୭(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନ ଲାଗି ଗୁରୁବାର ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ଆସନ୍ତା ୨୦ ତାରିଖରେ ଏହି ଆସନ ଲାଗି ଭୋଟ...

ନୂଆ ରୂପ ନେଉଛି ରସୁଲଗଡ଼ ଛକ: ଆବର୍ଜନା କଳାକୃତିରେ ଓଡ଼ିଶାର ଝଲକ

ଭୁବନେଶ୍ୱର,୨୫।୪(ସସ୍ମିତା ପାଇକରାୟ)- ରାଜଧାନୀ ପ୍ରବେଶ ପଥରେ ରହିଥିବା ସହରର ସର୍ବାଧିକ ଜନଗହଳିପୂର୍ଣ୍ଣ ରସୁଲଗଡ଼ ଛକ ନୂଆ ରୂପ ପାଇବ। ବାଣୀବିହାର, ଆଚାର୍ଯ୍ୟ ବିହାର ପରେ ଏହି...

ମରାମତି ହେଲା ରଥ ବ୍ରେକ୍‌

ପୁରୀ ଅଫିସ,୨।୭: ଶହ ଶହ ଭକ୍ତ ବଡ଼ଦାଣ୍ଡରେ ରଥ ଟାଣିଥାନ୍ତି। ରଥ କେତେବେଳେ କେଉଁଆଡେ ମାଡ଼ିିଯିବ ତାହାର କିଛି ଠିକ୍‌ ଠିକଣା ନ ଥାଏ। ତେଣୁ...

ଇଣ୍ଡିଆ ଇଣ୍ଟରନ୍ୟାଶନାଲ୍‌ ଡ୍ୟାନ୍ସ ଫେଷ୍ଟିଭାଲ ଉଦ୍‌ଯାପିତ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହେଉଥିବା ଇଣ୍ଡିଆ ଇଣ୍ଟରନ୍ୟାଶନାଲ୍‌ ଡ୍ୟାନ୍ସ ଫେଷ୍ଟିଭାଲ୍‌-୨୦୧୯ (ଆଇଆଇଡିଏଫ୍‌) ସୋମବାର ଉଦ୍‌ଯାପିତ ହୋଇଯାଇଛି। ତିନିଦିନ ଧରି ଚାଲିଥିବା ଏହାର ଉଦ୍‌ଯାପନୀ ଦିବସର...

ପିସିସି ସଭାପତି ପଦରୁ ନିରଞ୍ଜନଙ୍କ ଇସ୍ତଫା

ଭୁବନେଶ୍ୱର,୨୪।୫(ବ୍ୟୁରୋ): ଚଳିତ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନିରଞ୍ଜନ ପଟ୍ଟନାୟକ। ପ୍ରଥମ ଥର ଲାଗି କଂଗ୍ରେସ ଦୁଇ...

ଓଏଚ୍‌ଆର୍‌ସି କାର୍ଯ୍ୟକାରୀ ଅଧ୍ୟକ୍ଷ ହେଲେ ଜଷ୍ଟିସ ରଘୁବୀର ଦାଶ : ଶୀଘ୍ର ଫଇସଲା ହେବ ପଡ଼ିରହିଥିବା ସଙ୍ଗିନ ମାମଲା

ଭୁବନେଶ୍ୱର,୧୭।୫(ବ୍ୟୁରୋ)- ରାଜ୍ୟ ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ସଦସ୍ୟ ଥିବା ଜଷ୍ଟିସ୍‌ ରଘୁବୀର ଦାଶଙ୍କୁ ରାଜ୍ୟପାଳ ଗୁରୁବାର କାର୍ଯ୍ୟକାରୀ ଅଧ୍ୟକ୍ଷଭାବେ ନିଯୁକ୍ତ କରିଛନ୍ତି। ଏନେଇ ରାଜ୍ୟ ଆଇନ...

ନୀଳାଦ୍ରିବିଜେ:ଦିନକ ପାଇଁ ଶ୍ରୀମନ୍ଦିରରେ ହୁଏ ରସଗୋଲା ଭୋଗ

ପୁରୀ ଅଫିସ, ୧୪ା୭: ପରମ୍ପରା ଅନୁଯାୟୀ ଠାକୁରମାନେ ନବଦିନାତ୍ମକ ରଥଯାତ୍ରା ଶେଷ କରି ବାହୁଡାରେ ଫେରିଆସନ୍ତି। ଏହା ପରଦିନ ସିଂହଦ୍ୱାରଠାରେ ରଥ ଉପରେ ସୁନାବେଶରେ ଦର୍ଶନ...

ଆଇସିସି ବିଶ୍ୱକପ୍‌: ଆଜି ଭାରତ-ପାକିସ୍ତାନ ମୁକାବିଲା; ବାଲୁକାକଳାରେ ସୁଦର୍ଶନ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର,୧୬।୬(ବ୍ୟୁରୋ): ଆଇସିସିି ବିଶ୍ୱକପ୍‌ର ୨୨ତମ ମ୍ୟାଚ୍‌ରେ ରବିବାର ପାରମ୍ପରିକ ପ୍ରତିନ୍ଦ୍ୱନ୍ଦୀ ଭାରତ ଓ ପାକିସ୍ତାନ ଦଳ ମଧ୍ୟରେ ମୁକାବିଲା ହେବ। ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *