Posted inଜାତୀୟ

ଜାପାନୀ ଜ୍ୱର ନେଲାଣି ୪୧ ଶିଶୁଙ୍କ ଜୀବନ

ପାଟନା, ୧୩।୬: ବିହାରରେ ଏବେ ଜାପାନୀ ଜ୍ବର ବା ଏନ୍ସେଫାଲାଇଟିସ ଜ୍ବର ୪୧ ଜଣଙ୍କ ଶିଶୁଙ୍କ ଜୀବନ ଗଲାଣ। ଏବେ ଏହି ଜ୍ୱରରେ ପୀଡିତ ହୋଇ ଅନେକ ଶିଶୁ ହସ୍ବିଟାଲରେ ଚିକିତ୍ସିତ ହେଉଛନ୍ତି। ମୁଜାଫରପୁରରେ ପରିସ୍ଥିତି ଭୟାନକ ହୋଇଛି। ସ୍ଥାନୀୟ ଶ୍ରୀକୃଷ୍ଣ ମେମୋରିଆଲ ମେଡିକାଲ କଲେଜ ହସ୍ପିଟାଲରେ ମୋଟ ୯୪ଜଣ ଜାପାନୀ ଜ୍ୱରରେ ପୀଡିତ ହୋଇ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲାବେଳେ ସେମାନଙ୍କ ମଧ୍ୟ ୩୬ଜଣଙ୍କ ମୃତ୍ୟୁ ହୋଇଛି ବୋଲି ମେଡିକାଲ ପ୍ରଭାରୀ ସୁନୀଲ ଶାହି ସୂଚନା ଦେଇଛନ୍ତି। ଜ୍ୱର ଆତଙ୍କ ଯୋଗୁ କେନ୍ଦ୍ରର ଏକ ୭ଜଣିଆ ଟିମ ମୁଜାଫରପୁର ଯାତ୍ରା କରିଛନ୍ତି। ସୂଚନାଯୋଗ୍ୟ, ତିନି ବର୍ଷ ପୂର୍ବେ ମୁଜାଫରପୁର ଅଞ୍ଚଳରେ ଏହି ଜ୍ବର ଆତଙ୍କ ସୃଷ୍ଟି କରିଥିଲା । ଅସହ୍ୟ ଗରମ ଯୋଗୁଁ ଏହି ଜ୍ବର ହେଉଥିବାବେଳେ ମୌସୁମି ଆଗମନ ସହିତ ଏହାର ପ୍ରଭାବ ହ୍ରାସ ପାଇବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହି ଜ୍ୱର ଆସିଲେ ମୁଣ୍ଡ, ହାତ ଗୋଡ ପ୍ରବଳ ବିନ୍ଧା ହେବା ସହ ଶୁଣିବା ଏବଂ କଥା କହିବାରେ କଷ୍ଟ ଅନୁଭବ ହୁଏ ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି।


All Right Reserved By

କଂଗ୍ରେସରେ ଇସ୍ତଫା ନାଟକ: ସଙ୍କଟରେ ୩ ରାଜ୍ୟ ସରକାର

ନୂଆଦିଲ୍ଲୀ,୨୮।୫: ଲୋକ ସଭା ନିର୍ବାଚନରେ ବିଫଳତା ପରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପାଇଁ ଅଡି ବସିଥିଲେ। ଏହାକୁ ନେଇ ରାଜସ୍ଥାନ,...

୨୦୦୨ ଦଙ୍ଗାର ଶିକାର ହୋଇଥିବା ବିଲକିସ ବାନୋଙ୍କୁ ମିଳିବ ୫୦ଲକ୍ଷ ଟଙ୍କା ସହାୟତା

ନୂଆଦିଲ୍ଲୀ,୨୩।୪: ୨୦୦୨ ଗୁଜରାଟ ଦଙ୍ଗାର ଶିକାର ହୋଇଥିବା ବିଲକିସ ବାନୋଙ୍କୁ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ...

ଏନ୍‌ଆର୍‌ସିରୁ ଆଉ ଲକ୍ଷେ ବାଦ୍‌ ପଡ଼ିଲେ

ଗୁଆହାଟୀ,୨୭ା୬(ପି.ଟି.) :ଆସାମ ସରକାରଙ୍କ ପକ୍ଷରୁ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ପ୍ରକାଶ ପାଇଛି। ଏଥିରୁ ଆଉ ଲକ୍ଷାଧିକ ଲୋକ ବାଦ୍‌ ପଡ଼ିଛନ୍ତି। ଗତବର୍ଷ ଜୁଲାଇ ୩୦ରେ...

ନୀତିଶ-ସୁଶୀଲଙ୍କ ଇଫତାର ପାର୍ଟି: ବିବାଦୀୟ ମନ୍ତବ୍ୟ ଦେଲେ ଗିରିରାଜ

ପାଟନା, ୪।୬: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ସୁଶୀଲ ମୋଦିଙ୍କ ଇଫତାର୍‌ ପାର୍ଟି ନେଇ କେନ୍ଦ୍ରୀୟ ପଶୁପାଳନ ମନ୍ତ୍ରୀ ଗିରିରାଜ ସିଂ ବିବାଦୀୟ ମନ୍ତବ୍ୟ...

ମତଦାନ କେନ୍ଦ୍ରରେ ବଲିଉଡ୍‌ ଷ୍ଟାର

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୧୯ ପାଇଁ ଗୁରୁବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଦେଶରେ ପ୍ରାୟ ୧୨ଟି ରାଜ୍ୟରେ ୯୫ଟି ଲୋକ ସଭା...

ବନ୍ୟାଞ୍ଚଳରେ ଗାଁଲୋକେ ତିଆରି କଲେ ପୋଲ

ଦରଭଙ୍ଗା,୧୭।୭: ବିହାର ଦରଭଙ୍ଗା ଜିଲା ବନ୍ୟା ପ୍ରଭାବିତ ଅଞ୍ଚଳ ଭାବେ ଚିହ୍ନଟ ହୋଇଥିବା ବେଳେ ସେଠାକାର ଗାଁଲୋକେ ନିଜ ଉଦ୍ୟମରେ ବାଉଁଶ ପୋଲ ତିଆରି କରିଥିବା...

ନାଗସାପକୁ ବିବାହ କରିବା ପାଇଁ ଅଡ଼ି ବସିଛି ନାବାଳିକା

ରାୟପୁର,୨୬।୬: ଭାରତରେ ଡିଜିଟାଲ ଯୁଗ ଆରମ୍ଭ ହୋଇସାରିଛି। ଗୋଟିଏ ପରେ ଦେଶ ମହାକାଶ ଗବେଷଣା କ୍ଷେତ୍ରରେ ଶ୍ରେଷ୍ଠତ୍ୱ ହାସଲ କରୁଥିବାବେଳେ ଅପରପକ୍ଷରେ ଏବେ ମଧ୍ୟ ସମାଜରେ...

ଯୁବକ ସମୟରେ କରିଥିଲେ ଅପରାଧ; ବୃଦ୍ଧାବସ୍ଥାରେ ପଡ଼ିଲେ ଧରା

ଝାବୁଆ,୧୭।୪: କୁହାଯାଏ ସତ କେବେ ଲୁଚି ରହେନା। ଏହାର ଏକ ଉଦାହରଣ ମଧ୍ୟପ୍ରଦେଶ ଝାବୁଆ ଜିଲାରେ ଦେଖିବାକୁ ମିଳିଛି। ଯୁବକ ସମୟରେ ଅପରାଧ କରି ଜଣେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *