Posted inଜାତୀୟ

ମୁସଲମାନ୍‌ ଯୁବକଙ୍କୁ ବିବାହ କଲେ ଆର୍‌ଏସ୍‌ଏସ୍‌ କର୍ମକର୍ତ୍ତାଙ୍କ ଝିଅ: ସୁରକ୍ଷା ପାଇଁ କୋର୍ଟରେ ଆବେଦନ

ଚଣ୍ଡିଗଡ଼,୧୩।୬: ହରିୟାଣା ଯମୁନାନଗରରେ ଜଣେ ଆର୍‌ଏସ୍‌ଏସ୍‌ କର୍ମକର୍ତ୍ତାଙ୍କ ଝିଅ ପଡ଼ୋଶୀ ମୁସଲମାନ୍‌ ଯୁବକଙ୍କୁ ବିବାହ କରିଛନ୍ତି। ଏନେଇ ପିତାଙ୍କ ପକ୍ଷରୁ ତାଙ୍କ ଝିଅକୁ ଅପହରଣ କରାଯାଇଥିବା ମାମଲା ଦାଏର କରାଯାଇଛି। ତେବେ ଇତିମଧ୍ୟରେ ସ୍ଥାନୀୟ ପଞ୍ଜାବ-ହରିୟାଣା ହାଇକୋର୍ଟରେ ଯୁବତୀଙ୍କ ସୁରକ୍ଷା ଲାଗି ଆବେଦନ ଦାଖଲ କରାଯାଇଛି। ଏହାର ଶୁଣାଣି ଜୁନ୍‌ ୧୭ରେ ହେବ। ଝିଅ ସାବାଳିକା ଥିବାରୁ ଏଥିରେ ସ୍ଥାନୀୟ ପୋଲିସ ହସ୍ତକ୍ଷେପ କରିବାକୁ ପଛଘୁଞ୍ଚା ଦେଇଥିଲେ। ପରେ ପିତା ଦିଲ୍ଲୀ ଫୋନ୍‌ କରି ଆର୍‌ଏସ୍‌ଏସ୍‌ ପଦାଧିକାରୀଙ୍କ ସହାୟତା ଲୋଡିଥିଲେ। ଅମ୍ବାଲା ଏଡିଜିପି ଆଲୋକ ରାୟ ଏବଂ ଯମୁନାନଗର ଅତିରିକ୍ତ ଏସ୍‌ପି ଆସ୍ଥା ମୋଦିଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଝିଅକୁ ଖୋଜିଥିଲେ ମଧ୍ୟ କୌଣସି ଖୋଜ୍‌ ଖବର ମିଳି ନ ଥିଲା। ଆର୍‌ଏସ୍‌ଏସ୍‌ କର୍ମକର୍ତ୍ତାଙ୍କ ଝିଅ ନିଜ ନାମ ହୁମାୟରାକୁ ପରିବର୍ତ୍ତନ କରି ସମ୍ପୃକ୍ତ ଯୁବକଙ୍କୁ ବିବାହ କରିଥିବା ପିତା ଅଭିଯୋଗ କରିଛନ୍ତି। ଏନେଇ ତଦନ୍ତ ଜାରି ରହିଛି।


All Right Reserved By

ଭାଜପା ଉପରେ ବର୍ଷିଲେ ବାଘେଲା

ଅହମ୍ମଦାବାଦ,୨।୫: ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କର ସିଂ ବାଘେଲା ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି ପୁଲଓ୍ବାମା ଆକ୍ରମଣ ଭାଜପାର ଏକ ଷଡଯନ୍ତ୍ର। ଗୋଧ୍ରା ଦଙ୍ଗା...

ବାରମୁଳାରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌: ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୨୨।୬: ଜମ୍ମୁ-କଶ୍ମୀର ବାରମୁଳା ଜିଲାରେ ଶନିବାର ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ବୋନିୟାର ଜଙ୍ଗଲଠାରେ କିଛି ଆତଙ୍କବାଦୀ ଲୁଚିଥିବା ଖବର...

ସୀମାନ୍ତ ସ୍ଥିତି ସମୀକ୍ଷା କଲେ ରାଜନାଥ

ନୂଆଦିଲ୍ଲୀ,୧୫ା୬(ପି.ଟି.): ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ସେନାବାହିନୀର ଶୀର୍ଷ ପଦାଧିକାରୀମାନଙ୍କ ବୈଠକରେ ପାକିସ୍ତାନ ଓ ଚାଇନା ସୀମାନ୍ତର ସ୍ଥିତି ସମୀକ୍ଷା କରିଛନ୍ତି। ବୈଠକରେ ସ୍ଥଳସେନା...

ଆଧାର ସଂଶୋଧନ ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ,୫।୭:ଆଧାର ସଂଶୋଧନ ବିଲ୍‌ ଗୁରୁବାର ଲୋକ ସଭାରେ ଗୃହୀତ ହୋଇଛି। ବ୍ୟାଙ୍କରେ ଜମା ଖାତା ଖୋଲିବା, ମୋବାଇଲ ଫୋନ୍‌ ପାଇଁ ସିମ୍‌କାର୍ଡ ସଂଗ୍ରହ ଲାଗି ଆଧାରକୁ...

ଛାତ୍ରୀଙ୍କୁ ୧୬୮ଟି ଚାପୁଡା ମାରି ଗିରଫ ହେଲେ ଶିକ୍ଷକ

ଭୋପାଳ, ୧୫।୫: ମଧ୍ୟପ୍ରଦେଶର ଝବୁଆରେ ଜୋଣ ସ୍କୁଲ ଶିକ୍ଷକ ଛାତ୍ରୀଙ୍କୁ ୧୬୮ଟି ଚାପୁଡା ମାରି ଗିରଫ ହୋଇଛନ୍ତି। ଛାତ୍ରୀ ଜଣଙ୍କ ହୋମ ଓ୍ବାର୍କ କରି ନ...

ରାତିରେ ବିଧାନସଭାରେ ଥିବା ଭାଜପା ନେତାଙ୍କ ପାଇଁ ରାତ୍ରଭୋଜନର ବ୍ୟବସ୍ଥା କରିଥିଲା କଂଗ୍ରେସ

ବେଙ୍ଗାଲୁରୁ,୧୯।୭: କର୍ନାଟକର ରାଜନୀତି ସଙ୍କଟକୁ ନେଇ ଏବେ ସବୁଠି ଚର୍ଚ୍ଚା। ଗୁରୁବାର କୁମାରସ୍ବାମୀ ସରକାରଙ୍କ ଆସ୍ଥା ଭୋଟ ହୋଇ ପାରି ନ ଥିଲା। ଏଥିରେ ଅଡିବସି...

ବର୍ତ୍ତମାନ ପରିସ୍ଥିତିରେ ରାହୁଲ ହିଁ କେବଳ କଂଗ୍ରେସର ଦାୟିତ୍ୱ ନେଇପାରିବେ: ଗେହଲଟ

ନୂଆଦିଲ୍ଲୀ,୧।୭: କଂଗ୍ରେସ ଶାସିତ ରାଜ୍ୟ ଗୁଡିକର ମୁଖ୍ୟମନ୍ତ୍ରୀମାନେ ସୋମବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ଏକ ବୈଠକରେ ବସିଥିଲେ। ତେବେ ଏହି ସମୟରେ ରାଜସ୍ଥାନ...

‘ରିସାଟ୍‌-୨ବି’ ଉତ୍‌କ୍ଷେପଣ ସଫଳ

ଶ୍ରୀହରିକୋଟା(ଆନ୍ଧ୍ରପ୍ରଦେଶ),୨୩ା୫: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଏଠାରେ ବୁଧବାର ରିସାଟ୍‌-୨ବି ଉପଗ୍ରହର ସଫଳ ଉତ୍‌କ୍ଷେପଣ କରାଯାଇଛି। ପୃଥିବୀ ପର୍ଯ୍ୟବେକ୍ଷଣକାରୀ ଏହି ଉପଗ୍ରହ ଲଞ୍ଚ୍‌...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *