ଅବଧି ଶେଷହେବାର ୨ବର୍ଷ ବିତିବ, ବିଜୁ ସେତୁ ଅଧାପନ୍ତରିଆ

ଦଶପଲ୍ଲା,୧୩ା୬(ଡି.ଏନ୍‌.ଏ): ଅଞ୍ଚଳର ବିକାଶ ସାଙ୍ଗକୁ ଲୋକଙ୍କ ସୁବିଧା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଅନେକ ସ୍ଥାନରେ ଯୋଜନାର ସୁଫଳ ଲୋକେ ପାଇପାରୁ ନାହାନ୍ତି। ଦଶପଲ୍ଲା ବ୍ଲକରେ ନିର୍ମାଣ ହେଉଥିବା ଏକ ସେତୁକୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ। ବିଜୁ ସେତୁ ନାମରେ ଏହି ପୋଲ ନିର୍ମାଣ ହେଉଥିବାବେଳେ ଅବଧି ସରିବାର ୨ବର୍ଷ ବିତିବାକୁ ବସିଥିଲେ ମଧ୍ୟ ଶେଷ ହୋଇପାରି ନାହିଁ।
ଦଶପଲ୍ଲା ବ୍ଲକ ସରିଗଣ୍ଡା ପଞ୍ଚାୟତର ଶିମିଳି ବେରଣା ଓ ଓଡ଼ଶର ମଧ୍ୟରେ ଖଳଖଳା ନାଳ ପ୍ରବାହିତ। ବର୍ଷାଦିନେ ବଢି ପାଣି ଆସିବା ଦ୍ୱାରା ପ୍ରାୟ ୫ ଖଣ୍ଡ ଗ୍ରାମର ଜନସାଧାରଣ ଯାତାୟାତରେ ହଇରାଣ ହୋଇଥାନ୍ତି। ସେ ସମୟରେ ଅଞ୍ଚଳ ଏକପ୍ରକାର ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡେ। ବାରମ୍ବାର ଦାବି ପରେ ବିଜୁ ସେତୁ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଉକ୍ତ ନାଳ ଉପରେ ସେତୁ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଗଲା। ଦଶପଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଉକ୍ତ ସେତୁ କାର୍ଯ୍ୟକାରୀ କରାଗଲା। ଏଥିନିମନ୍ତେ ଟେଣ୍ଡର ହୋଇଥିବାବେଳେ ବ୍ୟୟ ଅଟକଳ ୩୬୦.୧୨ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଏହାର ଦୈର୍ଘ୍ୟ ୬୧.୨୬ ମିଟର ଥିବାବେଳେ ସ୍ପାନ ୨୫୩୦.୬୩ମିଟର ରହିଛି। ଏହି ସେତୁ ନିର୍ମାଣ କାର୍ଯ୍ୟ ୧୧ା୫ା୨୦୧୬ ମସିହାରୁ ଆରମ୍ଭ ହୋଇ ୧୦ା୮ା୧୭ ମଧ୍ୟରେ ଶେଷ ହେବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଥିଲା। ଅବଧି ଶେଷ ହେବାର ୨ବର୍ଷ ବିତିବାକୁ ବସିଥିଲେ ମଧ୍ୟ ପୋଲ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିରହିଛି। ନିର୍ମାଣ ହୋଇଥିବା ପିଲାର ଭାଙ୍ଗିବାକୁ ବସିଥିବା ବେଳେ ଏହା ଚାରିପଟେ ଜଙ୍ଗଲ ସୃଷ୍ଟି ହେଲାଣି। ପିଲାରରେ ବ୍ୟବହୃତ ଲୁହାଛଡ଼ରେ ମଧ୍ୟ କଳଙ୍କି ଲାଗିଗଲାଣି। ଏପରିସ୍ଥଳେ ସେତୁ କାର୍ଯ୍ୟ ଶେଷହେବା ନେଇ ସ୍ଥାନୀୟ ଲୋକେ ସନ୍ଦୀହାନ ହୋଇପଡିଛନ୍ତି। ବର୍ଷା ଦିନ ଆସୁଥିବାରୁ ନାଳରେ ବଢିପାଣି ଆସିଲେ ସେମାନେ କିପରି ଅତିକ୍ରମ କରିବେ ତାକୁ ନେଇ ଚିନ୍ତିତ ଅଛନ୍ତି। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ସୁବୁଦ୍ଧିଙ୍କୁ ପଚାରିବାରୁ ସେ ସେତୁ ନିର୍ମାଣ କାର୍ଯ୍ୟ ଅଧା ହେବା ସହ ସମୟସୀମା ସରିଯାଇଥିବା ସ୍ବୀକାର କରିଥିଲେ। ଏହାକୁ ନବୀକରଣ କରାଯାଇ ପୁନଶ୍ଚ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ ପ୍ରକାଶ କରିଥିଲେ।


All Right Reserved By

ମୌସୁମୀ ଆସିବାରେ ବିଳମ୍ବ: ଆଗେଇପାରୁ ନାହିଁ ଚାଷକାର୍ଯ୍ୟ

ନୟାଗଡ଼ ଅଫିସ,୧୮ା୬- ଜୁନ୍‌ ମାସର ଅଧାରୁ ଅଧିକ ଦିନ ବିତିସାରିଛି। ହେଲେ ଏ ପର୍ଯ୍ୟନ୍ତ ମୌସୁମୀର ଦେଖାନାହିଁ। ବର୍ତ୍ତମାନ ସମୟରେ ବର୍ଷା ପରିବର୍ତ୍ତେ ସାରା ରାଜ୍ୟରେ...

ଭୋଟ ଗଣତି ପାଇଁ ସରିଲା ପ୍ରସ୍ତୁତି: ମୋଟ୍‌ ୧୬ ଟେବୁଲ ପାଇଁ କର୍ମଚାରୀ ନିୟୋଜିତ

ଅନୁଗୋଳ ଅଫିସ, ୨୨।୫- ଅନୁଗୋଳ ଜିଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ୨୩ ତାରିଖର ଭୋଟ ଗଣତି ପାଇଁ ଆବଶ୍ୟକ କାଉଣ୍ଟିଂ ସୁପରଭାଇଜର, କାଉଣ୍ଟିଂ ଆସିଷ୍ଟାଣ୍ଟ, ଅଣୁ...

ନ୍ୟୁୟର୍କ ଫ୍ୟାଶନ ଓ୍ବିକ୍‌ରେ ଆଇଏନ୍‌ଆଇଏଫ୍‌ଡିର କମାଲ୍‌

ଭୁବନେଶ୍ୱର,୨୫।।୬(ବ୍ୟୁରୋ): ପ୍ରତିଷ୍ଠା ହେବାର ମାତ୍ର ଏକବର୍ଷ ମଧ୍ୟରେ ଲାକ୍‌ମୀ ଇଣ୍ଡିଆ ଫ୍ୟାଶନ ଓ୍ବିକ୍‌ ଏବଂ ନ୍ୟୁୟର୍କ ଫ୍ୟାଶନ ଓ୍ବିକ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ଫ୍ୟାଶନ ଇଭେଣ୍ଟରେ ଅଂଶଗ୍ରହଣ...

ସୋଲାର ମାଧ୍ୟମରେ ଗ୍ରାମକୁ ହେବ ଜଳ ଯୋଗାଣ

ବଇଣ୍ଡା,୧୨।୬(ଡି.ଏନ.ଏ.): ଗ୍ରାମାଞ୍ଚଳ ଓ ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ବସବାସ କରୁଥିବା ଲୋକେ ପାନୀୟ ଜଳ ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗ୍ରୀଷ୍ମଋତୁରେ ଏହି ସମସ୍ୟା...

ଖୁବ୍‌ଶୀଘ୍ର କଂଗ୍ରେସରେ ଆମୂଳଚୂଳ ପରିବର୍ତ୍ତନ

ଭୁବନେଶ୍ୱର, ୪ା୭(ବ୍ୟୁରୋ): ରାଜ୍ୟ କଂଗ୍ରେସର ସାଙ୍ଗଠନିକ ସ୍ତରରେ ଆମୂଳଚୂଳ ପରିବର୍ତ୍ତନ କରାଯିବ। ତୃଣମୂଳସ୍ତରରୁ କଂଗ୍ରେସକୁ ପୁଣିଥରେ ମଜଭୁତ କରିବାକୁ ଉଦ୍ୟମ କରାଯିବ। ସଙ୍ଗଠନରେ ନୂଆ ଲୋକଙ୍କୁ...

ପତିବ୍ରତା, ଭକ୍ତି ଓ ନିଷ୍ଠାର ପ୍ରତୀକ- ମହିଳା ପାଳନ କଲେ ସାବିତ୍ରୀ ବ୍ରତ

ଖଣ୍ଡପଡ଼ା,୪ା୬(ସ୍ବ.ପ୍ର.)-ଜ୍ୟେଷ୍ଠ ଅମାବାସ୍ୟା ତିଥିରେ ସାବିତ୍ରୀ ବ୍ରତ ପାଳନ କରାଯାଏ । ପରମ ପତିବ୍ରତା, ସାଧ୍ୱୀ ସାବିତ୍ରୀ ତପସ୍ୟା ଓ ପତିଭକ୍ତି ଦ୍ୱାରା ମୃତ୍ୟୁଦେବ ଯମରାଜଙ୍କ କବଳରୁ...

ଗୋରୁ ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟ୍‌: ପୋଲିସ-ଅପରାଧୀ ମୁହାଁମୁହିଁ; ବିସ୍ଫୋରଣରେ ଡକାୟତ ମୃତ

ଭଞ୍ଜନଗର/ଆସିକା,୧୬।୭(ଡି.ଏନ.ଏ.)-ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ କଣ୍ଟେଇପଲ୍ଲୀ ଜଙ୍ଗଲ ରାସ୍ତାରେ ସୋମବାର ସକାଳେ ଜଣେ ଗୋରୁ ବ୍ୟବସାୟୀଙ୍କୁ ଆକ୍ରମଣ କରି ୧ଲକ୍ଷ ୧୦ ହଜାର ଟଙ୍କା...

ଚିନିକଳ ମୋଟର ଇଟାମାଟିରେ ଠାବ ଘଟଣା: ୨ ଦିନ ପରେ ବି ହୋଇପାରିଲାନି ମାମଲା

ନୟାଗଡ଼ ଅଫିସ,୨୧ା୬- ନୟାଗଡ଼ ବ୍ଲକ ଇଟାମାଟି ବଜାରର ଏକ ଲେଦ୍‌ (କବାଡ଼ିଆ ଦେକାନ)ରୁ ଚିନିକଳରେ ବ୍ୟବହୃତ ଦୁଇଟି ମୋଟର ଠାବ ହେବା ଘଟଣାର ଦୁଇଦିନ ପରେ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *