Posted inଜାତୀୟ

ପ୍ରତୀକ୍ଷାର ଅନ୍ତ: ଜୁଲାଇ ୧୫ରେ ଲଞ୍ଚ୍‌ ହେବ ଚନ୍ଦ୍ରଯାନ-୨

ବେଙ୍ଗାଲୁରୁ, ୧୨।୬: ଜୁଲାଇ ୧୫ ତାରିଖରେ ଚନ୍ଦ୍ରଯାନ-୨ ଲଞ୍ଚ କରାଯିବ ବୋଲି ଭାରତୀୟ ଗବେଷଣା କେନ୍ଦ୍ର(ଇସ୍ରୋ) ପକ୍ଷରୁ ଘୋଷଣା କରାଯାଇଛି। ଗତ ୧୦ବର୍ଷ ଭିତରେ ଦ୍ୱିତୀୟଥର ଚନ୍ଦ୍ରକୁ ଯିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ବୁଧବାର ଇସ୍ରୋ ଚେୟାରମ୍ୟାନ ଡା. କେ. ସିଭନ କହିଛନ୍ତି। ଜୁଲାଇ ୧୫ ରାତ୍ରି ୨ଟା ୫୧ ମିନିଟରେ ଲଞ୍ଚ୍‌ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ମଡ୍ୟୁଲ୍ସଗୁଡିକର ପ୍ରଥମ ଚିତ୍ର ବୁଧବାର ଇସ୍ରୋ ପକ୍ଷରୁ ଜାରି କରାଯାଇଛି। ଶ୍ରୀହରିକୋଟାରୁ ଚନ୍ଦ୍ରଯାନ-୨ ଜିଏସଏଲଭି ମ୍ୟାକ-୩ ଜରିଆରେ ପଠାଯିବ। ଏହି ମିଶନର ତିନୋଟି ମଡ୍ୟୁଲ ରହିଛି। ସେଗୁଡିକ ହେଉଛି ଅର୍ବିଟର୍‌, ଲ୍ୟାଣ୍ଡର୍‌-ବିକ୍ରମ ଓ ରୋବର୍‌-ପ୍ରଜ୍ଞାନ। ସେଗୁଡିକ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇସାରିଛି। ମଡ୍ୟୁଲଗୁଡିକ ଇସ୍ରୋ ଉପଗ୍ରହ ପରୀକ୍ଷଣ କେନ୍ଦ୍ରରେ ପରୀକ୍ଷା କରାଯାଇସାରିଛି। ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧକୁ ଏକ ରୋଭର ପଠାଇ ଭାରତ ବିଶ୍ୱର ଏକମାତ୍ର ଦେଶ ଭାବେ ଇତିହାସ ସୃଷ୍ଟି କରିବାକୁ ଯାଉଛି।


All Right Reserved By

କିଡ୍‌ନୀ ର଼୍ୟାକେଟ୍‌ରେ ୧୩ ଡାକ୍ତର

ନୂଆଦିଲ୍ଲୀ,୧୦ା୬(ଆଇଏଏନ୍‌ଏସ୍‌): ଦିଲ୍ଲୀର ୧୩ ଜଣ ଜଣାଶୁଣା ଘରୋଇ ସର୍ଜନ ଅନ୍ତର୍ଜାତୀୟ କିଡ୍‌ନୀ ପ୍ରତିରୋପଣ ର଼୍ୟାକେଟରେ ସମ୍ପୃକ୍ତ ଥିବା ଜଣାପଡିବା ପରେ ସେମାନେ ଏବେ ଉତ୍ତରପ୍ରଦେଶ ପୋଲିସ୍‌ର...

ବିଧାୟକ ଭାବେ ଶପଥ ନେଲେ କମଲନାଥ

ଭୋପାଳ,୧୦।୬: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ବିଧାୟକ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ବିଧାନସଭାରେ ବାଚସ୍ପତି ଏନ୍‌.ପି. ପ୍ରଜାପତି ତାଙ୍କୁ ଶପଥ ପାଠ କରାଇଛନ୍ତି।...

ମେ ୨୬ରେ ମୋଦି ନିର୍ବାଚିତ ହେବେ ଭାଜପା ସଂସଦୀୟ ଦଳ ନେତା

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନ ଭୋଟ ଗଣତିରେ ଭାଜପା ୩ ଶହରୁ ଅଧିକ ଆସନରେ ଆଗୁଆ ରହିଛି। ଏହା ଦ୍ୱାରା ଭାଜପା ନେତୃତ୍ୱାଧୀନ ଏନଡିଏ କେନ୍ଦ୍ରରେ...

ମୋଦି ଏବଂ ଯୋଗୀଙ୍କ ନେତୃତ୍ୱରେ ହେବ ରାମ ମନ୍ଦିର ନିର୍ମାଣ: ସଞ୍ଜୟ ରାଓ୍ବତ

ମୁମ୍ବାଇ,୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ହେବ। ଏନେଇ ଶିବସେନା ଏମ୍‌ପି...

ବାୟୁସେନାର ଏଏନ୍‌-୩୨ ବିମାନ ନିଖୋଜ

ଜୋରହାଟ,୩।୬: ଭାରତୀୟ ବାୟୁସେନାର ଏଏନ୍‌-୩୨ ବିମାନ ଆସାମର ଜୋରହାଟରୁ ଅରୁଣାଚଳ ପ୍ରଦେଶ ଯିବା ପାଇଁ ଉଡାଣ ଭରିବା ପରେ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ମଧ୍ୟାହ୍ନ...

ଆଡଭାନୀ, ମୂରଲୀମନୋହର ଜୋଷୀଙ୍କ ପାଦଛୁଇଁ ଆଶୀର୍ବାଦ ନେଲେ ମୋଦି

ନୂଆଦିଲ୍ଲୀ, ୨୪।୫: ଲୋକ ସଭା ନିର୍ବାଚନରେ ଭାଜପା ବିପୁଳ ବିଜୟ ହାସଲ କରିବା ପରେ ଶୁକ୍ରବାର ଦଳର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଏବଂ ମୂରଲୀମନୋହର...

ନୀତିଶ-ସୁଶୀଲଙ୍କ ଇଫତାର ପାର୍ଟି: ବିବାଦୀୟ ମନ୍ତବ୍ୟ ଦେଲେ ଗିରିରାଜ

ପାଟନା, ୪।୬: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ସୁଶୀଲ ମୋଦିଙ୍କ ଇଫତାର୍‌ ପାର୍ଟି ନେଇ କେନ୍ଦ୍ରୀୟ ପଶୁପାଳନ ମନ୍ତ୍ରୀ ଗିରିରାଜ ସିଂ ବିବାଦୀୟ ମନ୍ତବ୍ୟ...

ମରୁଡ଼ିଗ୍ରସ୍ତ ଔରଙ୍ଗାବାଦ୍‌: ସ୍ବେଚ୍ଛାସେବୀ ଅନୁଷ୍ଠାନ ଚାଷୀଙ୍କୁ ଖାଦ୍ୟ ଓ ଗାଈଗୋରୁଙ୍କୁ ଦେଉଛି ମାଗଣା ଦାନା

ଔରଙ୍ଗାବାଦ୍‌,୨୬।୫: ମହାରାଷ୍ଟ୍ର ଔରଙ୍ଗାବାଦ୍‌ରେ ମରୁଡ଼ି ଲାଗି ରହିଛି । ଖାଦ୍ୟ ଓ ପାନୀୟ ଜଳ ଅଭାବ ଉତ୍କଟ ହେବାରେ ଲାଗିଛି। ଏପରିସ୍ଥଳେ ସ୍ଥାନୀୟ ଜୈନ ସଂସ୍ଥାର...



selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *