Posted inଜାତୀୟ

ଡରାଉଛି ବାତ୍ୟା ‘ବାୟୁ’: ୩ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଗଲା

ଗାନ୍ଧୀନଗର, ୧୨।୬: ଧିରେ ଧିରେ ଭୟଙ୍କର ରୂପ ନେଉଛି ବାତ୍ୟା ‘ବାୟୁ’। ଦକ୍ଷିଣ ପୂର୍ବ ଆରବସାଗରରୁ ସୃଷ୍ଟ ଲଘୁଚାପ ଧିରେ ଧିରେ ସାଇକ୍ଲୋନିକ ଷ୍ଟର୍ମର ରୂପ ନେଉଛି। ଜୁନ ୧୩ ତାରିଖ ସକାଳେ ଏହା ଗୁଜରାଟ ଉପକୂଳ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ଫଳରେ ଗୁଜୁରାଟରେ ହାଇଆଲର୍ଟ ଜାରି କରାଯାଇଛି। ସେଠାରେ ୩ ଲକ୍ଷ ଲୋକଙ୍କ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ସେହିପରି ମହାରାଷ୍ଟ୍ରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିବ। ଏବେ ଚକ୍ରବତୀ ତୁଫାନ ବାତ୍ୟା ମୁମ୍ବାଇଠାରୁ ୨୮୦କିମି ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି। ଏହି କାରଣର ମହାରାଷ୍ଟ୍ରର ଉତ୍ତର ଭାଗରେ ୫୦ରୁ ୬୦କିମି ପବନ ବହୁଛି ବୋଲି ମୁମ୍ବାଇ ପାଣିପାଗ ବିଭାଗ ଉପମହାନିର୍ଦ୍ଦେଶକ କେଏସ ହୋସଲିକର ସୂଚନାଦେଇଛନ୍ତି। ଏହାସହ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ସମ୍ପୃକ୍ତ ଅଞ୍ଚଳବାସୀଙ୍କୁ ସତର୍କ ରହିବା ପାଇଁ ସୂଚନା ଦିଆଯାଇଛି।


All Right Reserved By

କ୍ଷମା ମାଗିଲେ ସ୍ବାଧୀ ପ୍ରଜ୍ଞା: ମଉନ ବ୍ରତ ରଖି ତ୍ରୁଟି ସୁଧାରିବେ

ଭୋପାଳ, ୨୦।୫: ଲୋକସଭା ନିର୍ବାଚନବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଥିବା ଭାଜପା ପାର୍ଥୀ ସ୍ବାଧୀ ପ୍ରଜ୍ଞା ଠାକୁର ନିଜ ଭୁଲ ପାଇଁ କ୍ଷମା...

ଆଳୁ ଚାଷୀଙ୍କ ଭୋକିଲା ପେଟରେ ପେପ୍ସିକୋର ଆଇନ ଛାଟ: ଚିପ୍ସ୍‌ରେ ବ୍ୟବହୃତ କିସମ ପାଇଁ ମାଗିଲା କ୍ଷତିପୂରଣ

ଅହମ୍ମଦାବାଦ,୨୫।୪: ଦେଶରେ ଚାଷୀ ଆତ୍ମହତ୍ୟା ଏବେ ବି ଥମିନି। ଚାଷୀ ଫସଳ ଅମଳ ପାଇଁ ଋଣ ପରିଶୋଧ କରିବାକୁ ଅକ୍ଷମ ହେଉଛନ୍ତି। ଆବଶ୍ୟକତା ଅନୁସାରେ ଫସଲ...

ସିଜେଆଇଙ୍କୁ ଫସାଇବା ଲାଗି ଯଚାଯାଇଥିଲା ଦେଢ଼କୋଟି

ନୂଆଦିଲ୍ଲୀ,୨୪ା୪: ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୋଧରେ ମିଥ୍ୟା ଯୌନ ବ୍ୟଭିଚାର ମାମଲା ରୁଜୁ କରିବା ଲାଗି ଅଜୟ ନାମକ ଜଣେ ବ୍ୟକ୍ତି ଦେଢ଼...

ମହିଳାଙ୍କ ପାଇଁ ରାଜଧାନୀ ଦିଲ୍ଲୀ ବି ନୁହେଁ ସୁରକ୍ଷିତ: ୨ ହଜାର ଅନ୍ଧାରୀ ଇଲାକାରେ ଆଖିପିଛୁଳାକେ ଘଟୁଛି ଅପରାଧ

ନୂଆଦିଲ୍ଲୀ,୧୦।୬: ରାଜଧାନୀ ଦିଲ୍ଲୀରେ ମଧ୍ୟ ମହିଳାଙ୍କୁ ସୁରକ୍ଷା ମିଳିପାରୁ ନାହିଁ। ଏନେଇ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ଦିଲ୍ଲୀରେ ଅତିସମ୍ବେଦନଶୀଳ ୨ ହଜାର ଅନ୍ଧାରୀ ଇଲାକା(ଡାର୍କ...

କମଲନାଥଙ୍କୁ ଦଳବଦଳ ଭୟ

ଭୋପାଳ,୨୯ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସର ପରାଜୟ କେବଳ କେନ୍ଦ୍ରୀୟ ନେତୃତ୍ୱ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିନାହିଁ, ବରଂ ଏହାର ପ୍ରଭାବ ରାଜ୍ୟ ସ୍ତରରେ ମଧ୍ୟ...

ମୁଖ୍ୟମନ୍ତ୍ରୀଙ୍କ ଝିଅ ନିର୍ବାଚନରେ ହାରିଯିବାରୁ ହୃଦ୍‌ଘାତରେ ପ୍ରାଣ ହରାଇଲେ ଦଳର କାର୍ଯ୍ୟକର୍ତ୍ତା

ହାଇଦ୍ରାବାଦ୍‌, ୨୮।୫: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଝିଅ ଲୋକ ସଭା ନିର୍ବାଚନରେ ପରାସ୍ତ ହେବା ପରେ ତାଙ୍କର ଜଣେ ସମର୍ଥକ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି।...

ମହମ୍ମଦ୍‌ ବିନ୍‌ ତୋଗଲକଙ୍କ ଭଳି ମୋଦି ଜଣେ ଭୟଙ୍କର ନେତା: ମମତା ବାନାର୍ଜୀ

କୋଲକତା,୨୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରିଛନ୍ତି ଟାର୍ଗେଟ୍‌। ମୋଦି ମହମ୍ମଦ୍‌ ବିନ୍‌ ତୋଗଲକଙ୍କ ଭଳି ମୋଦି ଜଣେ ଭୟଙ୍କର ନେତା।...

ଜୁନ୍‌ ୯ରେ ତିରୁପତି ଗସ୍ତ କରିବେ ମୋଦି

ଗୁଣ୍ଟୁର,୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୯ ତାରିଖରେ ତିରୁପତି ବାଲାଜି ମନ୍ଦିର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏ ସମ୍ପର୍କରେ ଆନ୍ଧ୍ର ପ୍ରଦେଶର ଭାଜପା...



selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *