ଗ୍ରାମସଭାରେ ପୋଖରୀ ମାଛ ଧରା ଚାନ୍ଦାକୁ ନେଇ ଗଣ୍ଡଗୋଳ, ଜଣେ ମୃତ

ଛେଣ୍ଡିପଦା,୧୨।୬(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବାହାଳସାହି ପଞ୍ଚାୟତର ଗୋହିରାପଶି ଗ୍ରାମରେ ମଙ୍ଗଳବାର ରାତି ୯ଟା ସମୟରେ ଗ୍ରାମସଭା ଚାଲିଥିବା ବେଳେ ଅଘଟଣ ଘଟିଛି। ପୋଖରୀ ମାଛଧରାକୁ କେନ୍ଦ୍ର କରି ଗଣ୍ଡଗୋଳ ଓ ପରେ ମାରପିଟ୍‌ ଲାଗିବା ଯୋଗୁ ଜଣଙ୍କର ମୃତ୍ୟୁ ଘଟିିଛି। ମୃତକ ହେଲେ ଅନାମ ଖିଲାର।

ସୂଚନାନୁଯାୟୀ, ଗୋହିରାପଶି ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଗ୍ରାମ ସଭା ଚାଲିଥିଲା। ଏଥିରେ ପୋଖରୀ ମାଛଧରା ଚାନ୍ଦା ଘଟଣାକୁ ନେଇ ଅନାମ ଓ ଗ୍ରାମର କିଛି ଯୁବକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହି ଯୁକ୍ତିତର୍କ ଧିରେ ଧିରେ ଉଗ୍ର ରୂପ ଦେବା ସହ ସେମାନେ ମାରପିଟ୍‌ ହୋଇଥିଲେ। ଫଳରେ ଅନାମ ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ଖବରପାଇ ପରିବାରଲୋକେ ସେଠାରେ ପହଞ୍ଚି ଅନାମଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ପୁଅ ଜଗବନ୍ଧୁ ଖିଲାର ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଛେଣ୍ଡିପଦା ଥାନା ଅଧିକାରୀ ପ୍ରିୟବ୍ରତ ଦାଶ ଘଟଣାର ତଦନ୍ତ କରିବା ସହିତ ମୃତଦେହକୁ ଜବତ କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ରାତିରେ ବିଭିନ୍ନ ସ୍ଥାନରେ ଚଢାଉ କରି ୪ ଜଣଙ୍କୁ ଥାନାକୁ ଆଣି ପଚରା ଉଚୁରା କରୁଥିବା ବେଳେ ଗାଁ ସଭାପତି ଚୈତନ୍ୟ ଖିଲାର ଫେରାର ଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି।


All Right Reserved By

ଡିକି ଭାଙ୍ଗି ୨ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଆନନ୍ଦପୁର,୧୧।୬(ସ୍ବ.ପ୍ର.) କେନ୍ଦୁଝର ଜିଲା ଆନନ୍ଦପୁର ଥାନା ୪ନଂ ଓ୍ବାର୍ଡ ଲକ୍ଷ୍ମୀବଜାରସ୍ଥିତ ଏକ ଜଳଖିଆ ଦୋକାନ ଆଗରେ ଥିବା ଏକ ବାଇକ୍‌ର ଡିକି ଭାଙ୍ଗି ଦୁର୍ବୃତ୍ତମାନେ ୨...

କାମାକ୍ଷାନଗର: ୯ମ ରାଉଣ୍ଡ ଶେଷପ୍ରଫୁଲ୍ଲ ୪୭୭୧ ଭୋଟରେ ଆଗୁଆ

କାମାକ୍ଷାନଗର, ୨୩ା୫(ଡି.ଏନ୍‌.ଏ.)-କାମାକ୍ଷାନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୯ମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଆଗୁଆ ରହିଛନ୍ତି। ତାଙ୍କ ଖାତାରେ ୨୦,୧୫୭ ଖଣ୍ଡ...

ସୁଧୀର ୭୭୯୧ ଭୋଟରେ ଆଗୁଆ

ଢେଙ୍କାନାଳ ଅଫିସ, ୨୩।୫-ଢେଙ୍କାନାଳ ବିଧାନସଭା ଆସନରେ ୭ଷ୍ଠ ରାଉଣ୍ଡ ସୁଦ୍ଧା ୫୦,୭୦୨ ଖଣ୍ଡ ଭୋଟ ଗଣତି ହୋଇଛି। ବିଜେଡିର ସୁଧୀର ସାମଲ ୨୪,୧୨୬ ଖଣ୍ଡ ଭୋଟ...

ପିତାଙ୍କୁ ହତ୍ୟା ଅଭିଯୋଗରେ ପୁଅ ଅଟକ

ବୌଦ୍ଧ,୭ା୬(ସ୍ବ.ପ୍ର.): ବୌଦ୍ଧ ସହର ନିକଟବର୍ତ୍ତୀ ମୁରୁଷୁଣ୍ଡି ପଞ୍ଚାୟତର ସରଣ୍ଡା ଗ୍ରାମରେ ପିତାଙ୍କୁ ହତ୍ୟା ଅଭିଯୋଗରେ ପୁଅ ଅଟକ ଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର...

ଚାଷୀଙ୍କ ପାଇଁ ସମର୍ପିତ ବସନ୍ତ ସାହୁ : ବିନା ପାରିଶ୍ରମିକରେ କରୁଛନ୍ତି ସେବା

ବନ୍ତଳା,୧୮ା୫(ଦୀନେଶ ଦେହୁରୀ)- ଇଚ୍ଛା ଥିଲା ସେନାବାହିନୀରେ ଚାକିରି କରିବେ। ଦେଶର ସୀମାକୁ ସୁରକ୍ଷିତ କରିବେ। ସେଥିପାଇଁ ଭଲ ପାଠ ପଢ଼ୁଥିଲେ। ହେଲେ ଭାଗ୍ୟ ତାଙ୍କୁ ଟାଣିଆଣିଲା...

ବିରୋଧୀଙ୍କ ସବୁ ଅଙ୍କ ଭୁଲ କଲା ବିଜେଡି

ଅନୁଗୋଳ ଅଫିସ, ୨୫।୫- ଗତ ପଞ୍ଚାୟତ ନିର୍ବାଚନରେ ଭାଜପା ଅନୁଗୋଳ ଜିଲାରେ ଯେପରି ପ୍ରଦର୍ଶନ କରିଥିଲା ତାହାକୁ ନେଇ ରାଜନୈତିକ ବିଶାରଦମାନେ ନାନା କଳ୍ପନାଜଳ୍ପନା କରୁଥିଲେ।...

ବରଗଡ଼ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବରଗଡ଼ ଅଫିସ,୧୨।୬: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ସକାଳୁ ବରଗଡ଼ ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ସେ...

ତୃତୀୟ ରାଉଣ୍ଡ ଶେଷ: ହିନ୍ଦୋଳରେ ସୀମାରାଣୀ ନାୟକ ଆଗୁଆ

ହିନ୍ଦୋଳ, ୧୩।୫(ଡି.ଏନ୍‌.ଏ.)-ହିନ୍ଦୋଳ ବିଧାନସଭା ଆସନରେ ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡିର ସୀମାରାଣୀ ନାୟକ ଆଗୁଆ ଅଛନ୍ତି। ତାଙ୍କୁ ୭୨୮୦ ଭୋଟ ମିଳିଛି। ସେହିପରି ଭାଜପାର ଅଶୋକ...



selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *