Posted inଜାତୀୟ

ବିହାରରେ ଜାପାନୀ ଜ୍ୱର ଆତଙ୍କ: ଗଲାଣି ୩୧ ଶିଶୁଙ୍କ ଜୀବନ

ପାଟନା, ୧୨।୬: ବିହାରରେ ଏବେ ଜାପାନୀ ଜ୍ବର ବା ଏନ୍ସେଫାଲାଇଟିସ ଜ୍ବର ଆତଙ୍କ ସୃଷ୍ଟି କରିଛି। ଏଥିରେ ଆକ୍ରାନ୍ତ ହୋଇ ୩୧ ଶିଶୁ ପ୍ରାଣ ହରାଇଲେଣି। ମୁଜାଫରପୁରରେ ପରିସ୍ଥିତି ଭୟାନକ ହୋଇଛି। ସ୍ଥାନୀୟ ଶ୍ରୀକୃଷ୍ଣ ମେମୋରିଆଲ ମେଡିକାଲ କଲେଜ ହସ୍ପିଟାଲରେ ମୋଟ ୮୬ଜଣ ଜାପାନୀ ଜ୍ୱରରେ ପୀଡିତ ହୋଇ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲାବେଳେ ସେମାନଙ୍କ ମଧ୍ୟ ୩୧ଜଣଙ୍କ ମୃତ୍ୟୁ ହୋଇଛି ବୋଲି ମେଡିକାଲ ପ୍ରଭାରୀ ସୁନୀଲ ଶାହି ସୂଚନା ଦେଇଛନ୍ତି। ଜ୍ୱର ଆତଙ୍କ ଯୋଗୁ କେନ୍ଦ୍ରର ଏକ ୭ଜଣିଆ ଟିମ୍‌ ମୁଜାଫରପୁର ଯାତ୍ରା କରିଛନ୍ତି। ସୂଚନାଯୋଗ୍ୟ, ତିନି ବର୍ଷ ପୂର୍ବେ ମୁଜାଫରପୁର ଅଞ୍ଚଳରେ ଏହି ଜ୍ବର ଆତଙ୍କ ସୃଷ୍ଟି କରିଥିଲା । ଅସହ୍ୟ ଗରମ ଯୋଗୁଁ ଏହି ଜ୍ବର ହେଉଥିବାବେଳେ ମୌସୁମି ଆଗମନ ସହିତ ଏହାର ପ୍ରଭାବ ହ୍ରାସ ପାଇବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।


All Right Reserved By

ମୃତ ଶାବକର ଅନ୍ତିମ ସଂସ୍କାର କଲେ ହାତୀପଲ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ନୂଆଦିଲ୍ଲୀ,୧୦।୬: ମଣିଷ ସମାଜରେ କାହାର ମୃତ୍ୟୁ ହେଲେ ପରମ୍ପରା ଅନୁସାରେ ଅନ୍ତିମ ସଂସ୍କାର କରାଯାଇଥାଏ। ତେବେ ପ୍ରାଣୀ ଜଗତରେ ଏଭଳି ହେବା ଶୁଣିଲେ ଯେ କେହି...

ଭାରତ ଉପରେ ଆକ୍ରମଣ କଲେ ପାତାଳରୁ ବି ଆତଙ୍କବାଦୀଙ୍କୁ ଖୋଜି ଆଣି ଦଣ୍ଡ ଦେବୁ: ମୋଦି

ଡିଣ୍ଡୋରି,୨୨।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ମହାରାଷ୍ଟ୍ରର ଡିଣ୍ଡୋରି ଗସ୍ତ କରିଛନ୍ତି। ଲୋକ ସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ଥିବା ବେଳେ ବହୁ ହେଭିଓ୍ବେଟ...

ମହିଳାଙ୍କ ପାଇଁ ରାଜଧାନୀ ଦିଲ୍ଲୀ ବି ନୁହେଁ ସୁରକ୍ଷିତ: ୨ ହଜାର ଅନ୍ଧାରୀ ଇଲାକାରେ ଆଖିପିଛୁଳାକେ ଘଟୁଛି ଅପରାଧ

ନୂଆଦିଲ୍ଲୀ,୧୦।୬: ରାଜଧାନୀ ଦିଲ୍ଲୀରେ ମଧ୍ୟ ମହିଳାଙ୍କୁ ସୁରକ୍ଷା ମିଳିପାରୁ ନାହିଁ। ଏନେଇ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ଦିଲ୍ଲୀରେ ଅତିସମ୍ବେଦନଶୀଳ ୨ ହଜାର ଅନ୍ଧାରୀ ଇଲାକା(ଡାର୍କ...

ପୁଣି ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ,୧୬।୪: ଲୋକ ସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ଥିବା ବେଳେ ଏବେ ଅଧିକାଂଶ ନେତା ପରସ୍ପର ଉପରକୁ କାଦୁଅ ଫିଙ୍ଗୁଥିବା ଦେଖିବାକୁ ମିଳିଛି। କିଛିଦିନ...

ଆସିଲା ମୋଦିଙ୍କର ଆଉ ଏକ ଯୋଗ ଭିଡିଓ

ନୂଆଦିଲ୍ଲୀ,୧୭।୬: ଅନ୍ତର୍ଜାତୀୟ ଯୋଗ ଦିବସ ପାଖେଇ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ସୋମବାର ପ୍ରଧାନମନ୍ତ୍ରୀଙ୍କ ଟୁଇଟରରେ ଏହି...

ଏମ୍‌ପି ହେବା ପରେ ମଧ୍ୟ ଡିଏସ୍‌ପିଙ୍କୁ ସାଲ୍ୟୁଟ କଲେ : ଫଟୋ ଭାଇରଲ

ହାଇଦ୍ରାବାଦ,୨୮।୫: ଗତ ନିର୍ବାଚନରେ ଆନ୍ଧ୍ର ପ୍ରଦେଶରେ ଓ୍ବାଇଏସ୍‌ଆର୍‌ସିପି ଟିଡିପିକୁ ଉଭୟ ଲୋକ ସଭା ଓ ବିଧାନସଭାରେ ଶୋଚନୀୟ ଭାବେ ପରାସ୍ତ କରିଛି। ଏହି ନିର୍ବାଚନରେ  ହିନ୍ଦୁପୁର...

ଯୋଗ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, ୩୦ ହଜାର ଲୋକଙ୍କ ସହ ମିଶି କଲେ ଯୋଗ

ରାଞ୍ଚି, ୨୧।୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ...

ଇଶ୍ୱରଙ୍କ ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ନାମରେ ଶପଥ ନେଲେ ବିଧାୟକ

ବିଜୟଓ୍ବାଡା, ୧୩।୬: ଆନ୍ଧ୍ରପ୍ରଦେଶର ଜଣେ ନବନିର୍ବାଚିତ ବିଧାୟକ ଇଶ୍ୱରଙ୍କ ନାମରେ ନୁହେଁ, ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ନାମରେ ଶପଥ ନେଇ ଚର୍ଚ୍ଚାକୁ ଆସିଛନ୍ତି। ନେଲ୍ଲୋରରୁ ବିଧାୟକ...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *