Posted inଜାତୀୟ

ପ୍ରଧାମମନ୍ତ୍ରୀ ମୋଦିଙ୍କୁ ଆଶ୍ୱାସନା ଦେଇ ଟ୍ରୋଲ ହେଲେ ହାର୍ଦ୍ଦିକ

ଅହମ୍ମଦାବାଦ୍‌, ୧୨।୬: ଭାରତୀୟ ବାୟୁସେନା ପରିବହନ ବିଭାଗର ନିଖୋଜ ବିମାନ ଏନ-୩୨ ଆଠ ଦିନ ପରେ ଠାବ ହୋଇଛି। ମଙ୍ଗଳବାର ଭାରତୀୟ ବାୟୁସେନାର ଏମଆଇ-୧୭ ବିମାନ ଆକଶ ମାର୍ଗରେ ସର୍ଚ୍ଚ ଅପରେସନ କରୁଥିବାବେଳେ ଅରୁଣାଚଳ ପ୍ରଦେଶର ସିଅଙ୍ଗ ଜିଲାର ପେୟୁମ ସାର୍କିଲରେ ଏନ-୩୨ ବିମାନକୁ ଠାବ କରିଛି। ତେବେ ଏହି ନିଖୋଜ ବିମାନ ଉପରେ ମନ୍ତବ୍ୟ ଦେଇ ଟ୍ରୋଲ ହୋଇଛନ୍ତି ପଟିଦାର ନେତା ହାର୍ଦ୍ଦିକ ପଟେଲ। ସେ ଟୁଇଟ୍‌ କରି କହିଛନ୍ତି, ଚାଇନା ଆମର ବିମାନ ଏନ-୩୨ ସହ ଯବାନମାନଙ୍କୁ ଫେରାଇ ଦିଅ। ମୋଦି ସାହେବ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ, ଆମେ ସମସ୍ତେ ଆପଣଙ୍କ ସହ ଅଛୁ। ଚାଇନା ଉପରେ ସର୍ଜିକାଲ ଷ୍ଟାଇକ୍‌ କରି ଆମ ଯବାନଙ୍କୁ ଫେରାଇ ଅଣାଯାଉ ବୋଲି ସେ ଲେଖିଛନ୍ତି। ହାର୍ଦ୍ଦିକଙ୍କ ଏହି ଟୁଇଟ୍‌ ପରେ ସୋସିଆଲ ମିଡିଆ ୟୁଜର୍ସଙ୍କଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଘେରି ଯାଇଛନ୍ତି। କେନ୍ଦ୍ରମନ୍ତ୍ରୀ କିରେନ୍‌ ରିଜିଜୁ ହାର୍ଦ୍ଦିକଙ୍କୁ ଲେଖିଛନ୍ତି, ଆପଣ କଂଗ୍ରେସର ଜଣେ ନେତା କିନ୍ତୁ ଆପଣଙ୍କୁ ଜଣାଅଛି କି ଅରୁଣାଚଳ ପ୍ରଦେଶ କେଉଁଠି। କେବେଠାରୁ ଅରୁଣାଚଳ ପ୍ରଦେଶ ଚାଇନାର ହୋଇଗଲା ବୋଲି ଜଣେ ୟୁଜର୍ସ ପ୍ରଶ୍ନ କରିଛନ୍ତି। ସେହିପରି ଆଉ କିଛି ୟୁଜର୍ସ ଖବର ପଢି ଟୁଇଟ୍‌ କରିବାକୁ ହାର୍ଦ୍ଦିକଙ୍କୁ ଉପଦେଶ ଦେଇଛନ୍ତି।


All Right Reserved By

ଜୀବିତ ବ୍ୟକ୍ତିଙ୍କୁ ମୃତ ଘୋଷଣା କରି ପୋଷ୍ଟମର୍ଟମ ପାଇଁ ପଠାଇଲେ ଡାକ୍ତର

ସାଗର,୨୨।୬: ମଧ୍ୟପ୍ରଦେଶର ସାଗର ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଡାକ୍ତରଙ୍କର ଏକ ଖାମଖିଆଲି ମନୋଭାବ ଦେଖିବାକୁ ମିଳିଛି। ଜଣେ ଜୀବିତ ବୃଦ୍ଧଙ୍କୁ ଡାକ୍ତର...

ପ୍ରଜ୍ଞାଙ୍କ ନାମାଙ୍କନ ରଦ୍ଦ ପାଇଁ ଦାବି କଲେ ମାୟାବତୀ

ଭୋପାଳ,୨୨।୪: ଭୋପାଳରୁ ଭାଜପାର ଲୋକ ସଭା ପ୍ରାର୍ଥୀ ହୋଇଥିବା ସ୍ବାଧୀ ପ୍ରଜ୍ଞା ସିଂ ଠାକୁର ବାବରି ମସଜିଦ୍‌ ସହିତ ମୁମ୍ବାଇ ଏଟିଏସ୍‌ ମୁଖ୍ୟ ଶହୀଦ୍‌ ହେମନ୍ତ...

ଗୁଜରାଟ ସୀମାରୁ ପାକିସ୍ତାନ ନାଗରିକ ଗିରଫ

କଚ୍ଛ,୨।୫: ଗୁଜରାଟର କଚ୍ଛରେ ଥିବା ଅନ୍ତରାଷ୍ଟ୍ରୀୟ ସୀମା ନିକଟରୁ ଗୁରୁବାର ଜଣେ ପାକିସ୍ତାନୀ ନାଗରିକଙ୍କୁ ବିଏସ୍‌ଏଫ୍‌ ଯବାନ ଗିରଫ କରିଛନ୍ତି। ୭୯ ବାଟାଲିୟନର ୧୧୨୩ ନମ୍ବର...

ବିବାଦୀୟ ଟୁଇଟ୍‌ ଡିଲିଟ୍‌ କଲେ ବିବେକ

ମୁମ୍ବାଇ,୨୧।୫: ବିଲିଉଡ୍‌ ଅଭିନେତା ବିବେକ ଓବରଏ ଟୁଇଟର୍‌ରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଏକ ବିବାଦୀୟ ଫଟୋ ପୋଷ୍ଟ କରି ଆସିଥିଲେ ବିବାଦକୁ। ହେଲେ ମଙ୍ଗଳବାର...

ଉର୍ମିଳାଙ୍କୁ ଆପତ୍ତିଜନକ ଟିପ୍ପଣୀ ଦେଇ ଅଡ଼ୁଆରେ ୫୭ ବର୍ଷୀୟ ବୃଦ୍ଧ

ମୁମ୍ବାଇ,୨୮।୫: ମହଙ୍ଗା ପଡ଼ିଲା ବଲିଉଡ୍‌ ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କୁ ସୋସିଆଲ ମିଡିଆରେ ଆପତ୍ତିଜନକ ଟିପ୍ପଣୀ ଦେବା। ବୃଦ୍ଧ ଜଣଙ୍କ ଉର୍ମିଳାଙ୍କ ସୋସିଆଲ...

ମାଲେଗାଓଁ ବ୍ଲାଷ୍ଟ ମାମଲା: ସବୁ ସପ୍ତାହରେ ସାଧ୍ୱୀଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

ଭୋପାଳ,୩।୬: ମାଲେଗାଓଁ ବ୍ଲାଷ୍ଟ ମାମଲାରେ ଭାଜପା ଏମ୍‌ପି ସାଧ୍ୱୀ ପ୍ରଜ୍ଞାଙ୍କୁ ଏନଆଇଏ ପକ୍ଷରୁ କୌଣସି ଆଶ୍ୱସ୍ତି ମିଳିନାହିଁ। ତାଙ୍କୁ କୌଣସି ସୁବିଧା ନ ଦେବା ସହ...

ହାର୍ଦ୍ଦିକଙ୍କୁ ଚାପୁଡ଼ା

ଅହମଦାବାଦ,୨୦ା୪(ପି.ଟି.): କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ଶୁକ୍ରବାର ଜଣେ ବ୍ୟକ୍ତି ଚାପୁଡ଼ା ମାରିଛନ୍ତି। ଗୁଜରାଟର ସୁରେନ୍ଦ୍ରନଗର ଜିଲା ବଲଦାନା ଗ୍ରାମର ଏକ ସଭାକୁ ହାର୍ଦ୍ଦିକ ସମ୍ବୋଧିତ...

‘ମୋଦି ସ୍ତ୍ରୀଙ୍କ କଥା ଛାଡି ପ୍ରଥମେ ମାୟାବତୀ ନିଜେ ବିବାହ କରନ୍ତୁ’

ନୂଆଦିଲ୍ଲୀ, ୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବାହକୁ ନେଇ ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ଦେଇଥିବା ମନ୍ତବ୍ୟ ଉପରେ ବର୍ଷିଛନ୍ତି କେନ୍ଦ୍ର ମନ୍ତ୍ରୀ ରାମଦାସ...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *