ରାଧେ ମା’ ଚରିତ୍ରରେ ନଜର ଆସିବେ ପାୟଲ

ବିବିସି ଟେଲିଫିଲ୍ମରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ପାୟଲ ଘୋଷ ବର୍ତ୍ତମାନ ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ଚର୍ଚ୍ଚିତ ନାମ। ତେଲୁଗୁ ଫିଲ୍ମ ‘ପ୍ରାୟାନମ୍‌’ରୁ ବଡ଼ ପରଦାରେ ଡେବ୍ୟୁ କରିଥିବା ପାୟଲ ଇତିମଧ୍ୟରେ ୬ରୁ ଊର୍ଦ୍ଧ୍ୱ ଦକ୍ଷିଣ ସିନେମାରେ କାମ କରିସାରିଛନ୍ତି। ୨୦୧୭ରେ ମୁକ୍ତିଲାଭ କରିଥିବା ଲେଖକ, ନିର୍ଦ୍ଦେଶକ ସଞ୍ଜୟ ଛେଲଙ୍କ କମେଡି ଫିଲ୍ମ ପଟେଲ୍‌ କି ପଞ୍ଜାବୀ ଶାଦି’ରୁ ସେ ବଲିଉଡ୍‌ରେ ପାଦ ଦେଇସାରିଛନ୍ତି। ଏବେ ତାଙ୍କୁ ବଲିଉଡ୍‌ରେ ଏକ ବଡ ଅଫର୍‌ ମିଳିଛି। ଯାହାକୁ ନେଇ ପାୟଲ ବହୁତ ଉତ୍ସାହିତ ଅଛନ୍ତି। ଚର୍ଚ୍ଚିତ ସନ୍ୟାସୀନି ରାଧା ମା’ଙ୍କ ଉପରେ ନିର୍ମାଣ ହେବାକୁ ଯାଉଥିବା ଫିଲ୍ମରେ ତାଙ୍କୁ ଲିଡ୍‌ ଚରିତ୍ର ଅଫର ମିଳିଛି। ଯାହାର ନାମ ରହିଛି ‘ଜୟ ମାତା ଦି’। ଏହା ବାୟୋପିକ୍‌ ଫିଲ୍ମ କି ନୁହେଁ ତାହା ଜାଣି ନ ଥିବା ବେଳେ ଏହାର କାହାଣୀ ସତ୍ୟ ଘଟଣା ଉପରେ ଆଧାରିତ ବୋଲି ପାୟଲ କୁହନ୍ତି। ଆଜି ପର୍ଯ୍ୟନ୍ତ ପାୟଲଙ୍କୁ ଅନେକ ବଲିଉଡ୍‌ ସିନେମାରେ ଅଫର ମିଳିଛି। ମାତ୍ର ଭଲ ଚରିତ୍ରଟିଏ ଅପେକ୍ଷାରେ ସେ ଥିଲେ। ଅନେକ ଓ୍ବେବ୍‌ ସିରିଜ୍‌ ଅଫରକୁ ମଧ୍ୟ ପ୍ରତ୍ୟାକ୍ଷାନ କରିଥିବା ସେ କହିଛନ୍ତି।


All Right Reserved By

ଅକ୍ଷୟ କୁମାରଙ୍କ ସହିତ ସମ୍ପର୍କ ନେଇ ଚର୍ଚ୍ଚାରେ ଥିଲେ ଶିଳ୍ପା

ମୁମ୍ବାଇ, ୮।୬: ବଲିଉଡ୍‌ର ଖିଲାଡି ଗର୍ଲ ଶିଳ୍ପା ଶେଟ୍ଟି ଶନିବାର ୪୪ ବର୍ଷର ପଦାର୍ପଣ କରିଛନ୍ତି। ସେ ୧୯୭୫ ଜୁନ୍‌ ୮ରେ ମାଙ୍ଗାଲୋର୍‌ଠାରେ ଜନ୍ମଗ୍ରହଣ କରିଥିଲେ।...

୩ ଖାନ୍‌ଙ୍କ ଫିଲ୍ମରେ କାମ କରିବାକୁ ମନା କରିଥିଲେ ଏହିସବୁ ଅଭିନେତ୍ରୀ

ବଲିଉଡ୍‌ରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ୩ ଖାନ୍‌ ଅର୍ଥାତ ଶାହାରୁଖ, ଅମୀର ଏବଂ ସଲମାନଙ୍କ ବିଗ୍‌ ବଜେଟ୍‌ ଫିଲ୍ମରେ କାମ କରିବାକୁ ମନା...

ମମତା-ରାହୁଲଙ୍କ ମଜା ଉଡ଼ାଇଲେ ଅନୁରାଗ

ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ଫିଲ୍ମ ବ୍ୟତୀତ ନିଜର ବୁଦ୍ଧି ବିବେକ ଖଟାଇବା ଦିଗରେ ବଲିଉଡ୍‌ରେ ବେଶ୍‌ ଜଣାଶୁଣା। ଏବେ ତାଙ୍କ ଟାର୍ଗେଟରେ ରାଜନେତାମାନେ ରହିଛନ୍ତି।...

ନିଜ ଅଜାଙ୍କ ପୁରୁଣା ଫଟୋକୁ ଶେୟାର କଲେ ଅମିତାଭ

ମୁମ୍ବାଇ,୨୪।୬: ବଲିଉଡ୍‌ ଶେହେନ୍ସା ଅମିତାଭ ବଚ୍ଚନ ଏବେ ନିଜର ଅପ୍‌ କମିଂ ଫିଲ୍ମ ‘ଗୁଲାବୋ ସିତାବୋ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। କିଛି ଦିନ ତଳେ ଫିଲ୍ମରେ...

ସାମାଜିକ ପ୍ରସଙ୍ଗଭିତ୍ତିକ ଫିଲ୍ମ ପସନ୍ଦ: କରୀନା

ମୁମ୍ବାଇ: ସାମାଜିକ ପ୍ରାସଙ୍ଗିକତା ଥିବା ଫିଲ୍ମରେ ଅଭିନୟ କରିବାକୁ ସବୁବେଳେ ପସନ୍ଦ କରନ୍ତି ବୋଲି ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍‌ ପ୍ରକାଶ କରିଛନ୍ତି। ରିିଲିଜ...

ଏହି ୫ ଜଣଙ୍କ ସହିତ ଡେଟିଂରେ ଯାଇଛନ୍ତି ଅନୁଷ୍କା

ମୁମ୍ବାଇ,୧।୫: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ବୁଧବାର ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୮ ମେ ୧ରେ ଅଯୋଧ୍ୟାଠାରେ ଜନ୍ମଗ୍ରହଣ କରିଥିଲେ। କିକ୍ରେଟର ବିରାଟ...

ସିଲେକ୍ଟିଭ୍‌ ତବୁ, ୨୦ ଫିଲ୍ମ ରିଜେକ୍ଟ କରିବା ପରେ ରିଲିଜ୍‌ ହୋଇଥିଲା ୮ଟି ବ୍ୟାକ୍‌ ଟୁ ବ୍ୟାକ୍‌ ଫିଲ୍ମ

ବଲିଉଡ୍‌ ଅଭିନେତ୍ରୀ ତବୁଙ୍କ ଅଭିନୀତ ଫିଲ୍ମ ‘ ଦେ ଦେ ପ୍ୟାର୍‌ ଦେ’ ଏହି ନିକଟରେ ମୁକ୍ତିଲାଭ କରିଛି। ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକଙ୍କଠାରୁ ଆରମ୍ଭ...

ଲୈଲା ମଜନୁର ଅଭିନେତ୍ରୀଙ୍କ ଉପରେ ସଙ୍ଗୀନ ଅଭିଯୋଗ

ମୁମ୍ବାଇ,୨୮।୫: ୮0 ଦଶକର ଲୈଲା ମଜନୁ ଫେମ୍‌ ରଞ୍ଜିତା କୌରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ହୋଇଛି। ସେ ନିଜର ସ୍ବାମୀଙ୍କୁ ମାରପିଟ୍‌ କରିବା ସହ ୪ମହଲାରୁ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *