ନାସା ଲଞ୍ଚ୍‌ କରିବ ଟ୍ବିନ୍‌ ସାଟେଲାଇଟ୍‌

ଓ୍ବାଶିଂଟନ୍‌: ଆମେରିକୀୟ ମହାକାଶ ଗବେଷଣା କେନ୍ଦ୍ର ନାସା ଦୁଇଟି କ୍ଷୁଦ୍ର ସାଟେଲାଇଟ୍‌ ମହାକାଶକୁ ଲଞ୍ଚ୍‌ କରିବ। ପୃଥିବୀର ଉପର ବାୟୁମଣ୍ଡଳରେ ସାମରିକ ଓ ଏୟାରଲାଇନ୍‌ ଯୋଗାଯୋଗ ଏବଂ ଜିପିଏସ୍‌ ସିଗ୍‌ନାଲ୍‌ କ୍ଷେତ୍ରରେ ଉପୁଜିଥିବା ଅସୁବିଧା ଦୂରକରିବାରେ ଏହା ସହାୟକ ହୋଇପାରିବ।
ଯମଜ ଏନ୍‌ହାନ୍ସଡ ଟାଣ୍ଡେମ ବିକନ୍‌ ଏକ୍ସପେରିମେଣ୍ଟ ସଂକ୍ଷେପରେ ‘ଇ-ଟିବିଏକ୍ସ’ କ୍ୟୁବ୍‌ସାଟ୍ସକୁ ଜୁନ୍‌ ୨୪ରେ ଆମେରିକା ପ୍ରତିରକ୍ଷା ବିଭାଗର ସ୍ପେସ୍‌ ଟେଷ୍ଟ ପ୍ରୋଗ୍ରାମ-୨ ଲଞ୍ଚ୍‌ପ୍ୟାଡ୍‌ରୁ ଉତ୍‌କ୍ଷେପଣ କରାଯିବ। ଏଥିସହିତ ୨୪ଟି ସାଟେଲାଇଟ୍‌କୁ ଏକକାଳୀନ ଲଞ୍ଚ୍‌ କରାଯିବ। ପୃଥିବୀର ଆୟୋନୋସ୍ଫିୟର ଦ୍ୱାରା ରେଡିଓ ସଂକେତ କିପରି ପ୍ରତିହତ ହେଉଛି ତାହା ଉପରେ ଇ-ଟିବିଏକ୍ସ କ୍ୟୁବ୍‌ସାଟ୍ସ ଦୃଷ୍ଟିପାତ କରିବ। ବିଶେଷକରି ବିଷୁବରେଖାରେ ସାମରିକ ଓ ବିମାନ ଯୋଗାଯୋଗ ଏବଂ ଜିପିଏସ୍‌ ସଂକେତ ଆଦାନପ୍ରଦାନ କ୍ଷେତ୍ରରେ ଯେଉଁ ସମସ୍ୟା ସୃଷ୍ଟି ହେଉଛି ତାହାକୁ ସୁଧାରିବାରେ ଏହି ଟୁଇନ୍‌ ସାଟେଲାଇଟ୍‌ ସହାୟକ ହୋଇପାରିବ ବୋଲି ମହାକାଶ ବିଜ୍ଞାନୀମାନେ ସୂଚନା ଦେଇଛନ୍ତି।


All Right Reserved By

ପାକିସ୍ତାନର ଖରାପ ଅର୍ଥ ବ୍ୟବସ୍ଥାକୁ ସଜାଡିବାକୁ ଚାହୁଁଛନ୍ତି ଇମ୍ରାନ୍‌

ଇସଲାମାବାଦ,୫।୬: ପାକିସ୍ତାନର ଖରାପ ଅର୍ଥ ବ୍ୟବସ୍ଥାକୁ ନେଇ ଏବେ ଚିନ୍ତାରେ ପଡି ଯାଇଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ। ଏବେ ସେ ଏହାକୁ ସଜାଡିବାକୁ ଚେଷ୍ଟା କରୁଥିବା...

ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ଭାରତ ପ୍ରେମ: କହିଲେ, ମୋଦି ଅଛନ୍ତି ତ ସବୁ ସମ୍ଭବ

ନ୍ୟୁୟର୍କ, ୧୩।୬: ଭାରତ ଏବଂ ଆମେରିକା ମଧ୍ୟରେ ଆଗକୁ ସମ୍ପର୍କ ଦୃଢ ହେବା ନେଇ ଆଶାବାଦୀ ଅଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍‌ ପୋମପିଓ। ଇଣ୍ଡିଆ...

ଆମେରିକାକୁ ଚାଇନା ଦେଖାଇଲା ନାଲି ଆଖି

ବେଜିଂ,୨।୬: ତାଇଓ୍ବାନ ସମ୍ପର୍କରେ ଆମେରିକା ଦେଇଥିବା ମନ୍ତବ୍ୟ ନେଇ ଚାଇନା ନାଲି ଆଖି ଦେଖାଇଛି। ଏଭଳି ମନ୍ତବ୍ୟ ଯୋଗୁ ଚାଇନା ଆମେରିକା ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ...

ମାଳିରେ ନରସଂହାର: ୧୦୦ମୃତ

ବମାକୋ,୧୧।୬: ଆଫ୍ରିକୀୟ ଦେଶ ମାଳିରେ ନରସଂହାରର ଏକ ବଡ ମାମଲା ସାମ୍ନାକୁ ଆସିଛି। ରାତି ସମୟରେ ଏକ ବିସ୍ଫୋରଣ ଘଟାଇ ଗୋଟିଏ ଗାଁର ପାଖାପାଖି ଶହେ...

ଗଛ ଲଗାଇବା ବାଧ୍ୟତାମୂଳକ: ନ ହେଲେ ମିଳିବନି ଡିଗ୍ରୀ ସାର୍ଟିଫିକେଟ

ମାନିଲା, ୩୦।୫: ଫିଲିପାଇନ୍ସ ସରକାର ବିପର୍ଯ୍ୟସ୍ତ ପରିବେଶକୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡ଼ିଛନ୍ତି। ଏହି ମର୍ମରେ ଦେଶରେ ନୂଆ ଆଇନ ପ୍ରଣୟନ କରାଯାଇଛି। ଛାତ୍ରୀଛାତ୍ର ୧୦ଟି...

ଆଇଏସ୍‌ ଖୋରାସନ୍‌ ଉପରେ ଜାତିସଂଘର କଟକଣା

ଆଇଏସ୍‌ ଖୋରାସନ୍‌ ଉପରେ ଜାତିସଂଘର କଟକଣା ଜାତିସଂଘ,୧୬ା୫ : ଜାତିସଂଘ ପକ୍ଷରୁ ଆଇଏସ୍‌ର ଦକ୍ଷିଣ ଏସିଆ ଆତଙ୍କବାଦୀ ଶାଖା ‘ଆଇଏସ୍‌ ଖୋରାସନ୍‌’ ଉପରେ କଟକଣା ଲଗାଯାଇଛି।...

ନେତାନ୍ୟାହୁ ବିଫଳ:ଇସ୍ରାଏଲରେ ହେବ ସାନି ନିର୍ବାଚନ

ଜେରୁଜେଲମ୍‌,୩୧।୫ :(ପି.ଟି.):ପୁଣି ଇସ୍ରାଏଲରେ ଜାତୀୟ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ମିଳିତ ସରକାର ଗଠନ କରିବାରେ ବିଫଳ ହେବା ପରେ ଦେଶରେ ପ୍ରଥମଥର ଲାଗି ଏଭଳି...

ମସୁଦ୍‌ ଅଜହର ବିଶ୍ୱ ଆତଙ୍କବାଦୀ ଘୋଷିତ

ଓ୍ବାଶିଂଟନ, ୨।୫: ଜୈଶ୍‌-ଇ-ମହମ୍ମଦ୍‌ ଆତଙ୍କବାଦୀ ସଂଗଠନ ମୁଖ୍ୟ ମାସୁଦ୍‌ ଅଜହରଙ୍କୁ ଜାତିସଂଘ ପକ୍ଷରୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରାଯାଇଛି। ଗତ ବର୍ଷ ଭାରତ ସହିତ ଆମେରିକା,...



selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *