Posted inରାଜ୍ୟ

ଚୋରି କରି ଜରିମାନା ଦେଇଥିବା ଖଣି କମ୍ପାନୀକୁ ନିଲାମି ପ୍ରକ୍ରିୟାରୁ ବାଦ୍‌ ଦିଆଯାଉ

ଭୁବନେଶ୍ୱର,୧୨।୬(ବ୍ୟୁରୋ) : ପୂର୍ବରୁ ବେଆଇନ ଭାବେ ଖଣି ଉତ୍ତୋଳନ କରି ଜରିମାନା ଦେଇଥିବା କମ୍ପାନୀଗୁଡିକୁ ନୂଆ ନିଲାମିରୁ ବାଦ୍‌ ଦିଆଯାଉ। ରାଜ୍ୟ ସରକାର ଆଗାମୀ ଦୁଇ ମାସ ମଧ୍ୟରେ ପ୍ରାୟ ୪୦ଟି ଲୁହାପଥର ଖଣି ନିଲାମ କରିବାକୁ ଯାଉଛନ୍ତି। ତେଣୁ ଏହି ନିଲାମି ଯେପରି ସ୍ବଚ୍ଛ ଏବଂ ରାଜ୍ୟକୁ ଅଧିକ ରାଜସ୍ବ ଯୋଗାଇପାରିବ, ସେ ନେଇ ପଦକ୍ଷେପ ନେବା ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଦାବି କରିଛନ୍ତି।
ଶ୍ରୀକାନ୍ତ କହିଛନ୍ତି, ଖଣି ଲିଜ୍‌, ଉତ୍ତୋଳନ, ପରିବହନ ଓ ବିଦେଶକୁ ରପ୍ତାନି ଆଦି ପ୍ରକ୍ରିୟା ଓଡ଼ିଆ ଉଦ୍ୟୋଗୀଙ୍କ ନିୟନ୍ତ୍ରଣରେ ରହୁ। ଖଣି ନିଲାମି ସମ୍ପର୍କରେ ଥିବା ନିୟମକୁ ରାଜ୍ୟ ସରକାର ସର୍ବସାଧାରଣରେ ପ୍ରକାଶ କରନ୍ତୁ। ରାଜ୍ୟ ସରକାର ଖଣି ନିଲାମ ନ କରି ନିଜସ୍ବ ସଂସ୍ଥା ନିୟନ୍ତ୍ରଣରେ ରଖନ୍ତୁ, ଯାହା ଦ୍ୱାରା ରାଜକୋଷକୁ ୧୦ଗୁଣା ଅଧିକ ରାଜସ୍ବ ଆସିବ। ଯଦି ରାଜ୍ୟ ସରକାର ଖଣି ନିଲାମି ପାଇଁ ଏତେ ବ୍ୟାକୁଳ, ତେବେ ଯେଉଁ ଖଣି ମାଲିକମାନେ ଖଣି ଚୋରିରେ ଧରାପଡିଛନ୍ତି, ସେମାନଙ୍କୁ ଏହି ପ୍ରକ୍ରିୟାରୁ ବାଦ୍‌ ଦିଆଯାଉ। କାରଣ ଏହି କମ୍ପାନୀଗୁଡିକ ଉପରେ ପ୍ରାୟ ୫୦ ହଜାର କୋଟି ଟଙ୍କାର ଖଣି ଜରିମାନା କରାଯାଇଥିଲା। ଚଞ୍ଚକତା କରି ରାଜ୍ୟ ସରକାର ଏହାକୁ ପ୍ରାୟ ୧୮ ହଜାର କୋଟିକୁ ହ୍ରାସ କରିଥିଲେ। ତେଣୁ ରାଜ୍ୟର ଖଣି ଲୁଟି ଜରିମାନା ବାବଦକୁ ସୁବିଧା ହାତେଇଥିବା କମ୍ପାନୀଗୁଡିକୁ ବାଦ୍‌ ଦେବା ପାଇଁ ଶ୍ରୀକାନ୍ତ ଦୃଢ ଦାବି କରିଛନ୍ତି। ସେହିଭଳି ନିଲାମରେ ଅଂଶଗ୍ରହଣ ପାଇଁ ଚିହ୍ନିତ ଖଣିଗୁଡିକର ନିକଟବର୍ତ୍ତୀ ଗ୍ରାମବାସୀ/ଏସ୍‌ଏଚ୍‌ଜି, ଅଥବା ସ୍ଥାନୀୟ ବେକାରି ଯୁବତୀଯୁବକଙ୍କ କୋଅପରେଟିଭ ମଧ୍ୟରେ ସୀମିତ କରାଯାଉ। ସମ୍ପତ୍ତି ଓଡ଼ିଶାବାସୀଙ୍କର , ହେଲେ ଏଠି ଅନ୍ୟମାନେ ମାଲିକଗିରି ଦେଖାଉଛନ୍ତି। ଉପଯୁକ୍ତ ଖଣିନୀତି ଅଭାବରୁ ଓଡ଼ିଆ ଗରିବିରେ ଶଢୁଛନ୍ତି, ହେଲେ ବେଆଇନ ଉତ୍ତୋଳନ କରୁଥିବା ଖଣି କମ୍ପାନୀମାନେ ରାତିରାତି କୋଟିପତି ହେଉଛନ୍ତି। ତେଣୁ ରାଜ୍ୟ ସରକାର ଜନମଙ୍ଗଳକାରୀ ଖଣିନୀତି ଆଣନ୍ତୁ ବୋଲି ଶ୍ରୀକାନ୍ତ ଦାବି କରିଛନ୍ତି। ପ୍ରକାଶ ଯେ, ୪ଦିନ ତଳେ ଖଣି ବିଭାଗୀୟ ସମୀକ୍ଷା କରାଯାଇଥିଲା। ରାଜ୍ୟ ସରକାର ଆଗାମୀ ଦୁଇମାସ ମଧ୍ୟରେ ୩୬ଟି ଖଣି ନିଲାମ କରିବାକୁ ଯାଉଛନ୍ତି। ୪ଟିର ନିଲାମି ପାଇଁ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି। ଏହିପରି ଭାବେ ୪୦ଟି ଖଣିର ନିଲାମ କରାଯିବ ବୋଲି ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଥିଲେ।


All Right Reserved By

ନାଗରିକ ବିକାଶ ସଙ୍ଗଠନ ପକ୍ଷରୁ ତହସିଲଦାରଙ୍କୁ ଫେରାଦ

ଜୁନାଗଡ,୨୬।୬(ଡି.ଏନ.ଏ.): କଳାହାଣ୍ଡି ଜିଲା ନାଗରିକ ବିକାଶ ସଙ୍ଗଠନ ପକ୍ଷରୁ ବୁଧବାର ୫ ଦଫା ଦାବି ନେଇ ଜୁନାଗଡ ତହସିଲଦାରଙ୍କୁ ଫେରାଦ ହୋଇଛନ୍ତି । ଏ ବିଷୟରେ...

ସରକାରୀ କ୍ୱାର୍ଟର୍ସ ପଛରୁ ୨ ବୋମା ଜବତ

ଭୁବନେଶ୍ୱର, ୨୧।୫(ବ୍ୟୁରୋ): ଖାରବେଳନଗର ଥାନା ଅନ୍ତର୍ଗତ ୟୁନିଟ୍‌-୯ସ୍ଥିତ ଗୋପବନ୍ଧୁ ସ୍କୁଲ ନିକଟ ସରକାରୀ କ୍ୱାର୍ଟର୍ସ ନଂ.୨ଆରଏ୨୫ ପଛରୁ ପୋଲିସ ଦୁଇଟି ଅଫୁଟା ବୋମା ଜବତ କରିଛି।...

୪୭ ପ୍ରତିଦ୍ୱନ୍ଦୀଙ୍କ ଭାଗ୍ୟ ପରୀକ୍ଷା

ଭଦ୍ରକ ଅଫିସ,୨୩ା୫: ଗୁରୁବାର ୪୭ ପ୍ରତିଦ୍ୱନ୍ଦୀଙ୍କ ଭାଗ୍ୟ ପରୀକ୍ଷାର ଫଳାଫଳ ନିର୍ଣ୍ଣୟ ହେବ। ୫ ବିଧାନସଭା ଓ ଗୋଟିଏ ଲୋକସଭା ପାଇଁ ପ୍ରାର୍ଥୀ ଚୂଡାନ୍ତ ହେବ।...

ଫନୀ ମୁକାବିଲା: ରାଜ୍ୟ ଦାବି କଲା ୫୨୦୦ କୋଟି

ଭୁବନେଶ୍ୱର, ୧୩।୬(ବ୍ୟୁରୋ): ବାତ୍ୟା ଫନୀ ମୁକାବିଲା କରିବାରେ ଓଡ଼ିଶାର ପ୍ରସ୍ତୁତି ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରଣାଳୀ ବିଶ୍ୱସ୍ତରୀୟ ଥିଲା ବୋଲି ଜାତୀୟ ବିପର୍ଯ୍ୟୟ...

୫ ଆଦିବାସୀ ଗ୍ରାମକୁ ପକ୍କାରାସ୍ତା ନାହିଁ

ଚିକିଟିି,୩ା୭(ଡି.ଏନ.ଏ.)-ଗଞ୍ଜାମ ଜିଲା ଚିକିଟି ବ୍ଲକରେ ଆଦିବାସୀ ଗ୍ରାମ ରହିଛି। ଏ ପର୍ଯ୍ୟନ୍ତ ସେହି ଗ୍ରାମଗୁଡିକୁ ଭଲ ପକ୍କା ରାସ୍ତାଟିଏ ନିର୍ମାଣ ହୋଇପାରିନାହିଁ। ଫଳରେ ଗମନାଗମନ କ୍ଷେତ୍ରରେ...

ସତ୍ୟବାଦୀ ନିର୍ବାଚନମଣ୍ଡଳୀ: ୧୧ ବୁଥ୍‌ରେ ସାନି ମତଦାନ ଦାବି

ପୁରୀ ଅଫିସ,୨୫ା୪: ସତ୍ୟବାଦୀ ନିର୍ବାଚନମଣ୍ଡଳୀର ୭୮ ନଂ. ବୁଥ୍‌ରେ ଭାଜପା ଏଜେଣ୍ଟଙ୍କୁ ପୂରାଇ ଦିଆଯାଇ ନ ଥିବା ଅଭିଯୋଗ ଆଣିଛନ୍ତି ଭାଜପାର ବରିଷ୍ଠ ନେତା କୃଷ୍ଣଚନ୍ଦ୍ର...

ମାଉସୀମା’ ମନ୍ଦିର ଆଗରେ ତିନିଠାକୁରଙ୍କ ରଥ

ରଣପୁର, ୭ା୭ (ସ୍ବ.ପ୍ର.): ଓଡ଼ିଶାର ଦ୍ୱିତୀୟ ଶ୍ରକ୍ଷେତ୍ର କୁହାଯାଉଥିବା ରଣପୁରଠାରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ରଥଟଣା କାର୍ଯ୍ୟ ଶନିବାର ସମାପ୍ତ ହୋଇଛି । ସନ୍ଧ୍ୟାରେ ରଥରୁ...

ଆଗୁଆ ଅଛନ୍ତି ଉଷା ଦେବୀ

ବ୍ରହ୍ମପୁର ଅଫିସ,୨୩।୫- ଚିକିଟି ବିଧାନସଭା ର୍ନିବାଚନ ମଣ୍ଡଳୀର ଭୋଟ ଗଣତିକୁ ନେଇ ଉତ୍କଣ୍ଠା ବଢୁଛି। ବିଜେଡିର ଉଷା ଦେବୀ ଏବଂ ଭାଜପାର ମନୋରଞ୍ଜନ ଦ୍ୟାନସାମନ୍ତରାଙ୍କ ମଧ୍ୟରେ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *