ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୨୩।୪: ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମଙ୍ଗଳବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ୧୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୧୬ଟି ଆସନ ପାଇଁ ମତଦାନ ଜାରି ରହିଛି। ଭୋଟର ମୋଟ୍‌ ୧୬୧୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ତୃତୀୟ ପର୍ଯ୍ୟାୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ,ଭାଜପା ଅଧ୍ୟକ୍ଷ ଅମିତ ଶାହ, ସମାଜବାଦୀ ପାର୍ଟିର ମୁଲାୟମ ସିଂ ଯାଦବ ଆଦି ପ୍ରମୁଖ ନେତା ନିର୍ବାଚନ ମଇଦାନରେ ଅଛନ୍ତି। ତୃତୀୟ ପର୍ଯ୍ୟାୟ ଆସାମର ୪ଟି ଆସନ, ବିହାରର ୫, ଛତିଶଗଡ଼ର ୭, ଗୁଜରାଟର ୨୬, ଗୋଆର ୨, ଜମ୍ମୁ-କଶ୍ମୀରର ଗୋଟିଏ, କର୍ନାଟକର ୧୪, କେରଳର ୨୦, ମହାରାଷ୍ଟ୍ରର ୧୪, ଓଡିଶାର ୬, ଉତ୍ତରପ୍ରଦେଶର ୧୦, ପଶ୍ଚିମବଙ୍ଗର ୫, ଦାଦ୍ରା ଓ ନଗର ହାଭେଲିର ଗୋଟିଏ ଏବଂ ଡାମନ ଓ ଡିଉର ଗୋଟିଏ ଆସନରେ ଭୋଟଗ୍ରହଣ ଆରମ୍ଭ ହୋଇଛି। ଏଥି ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।


All Right Reserved By

ଦ୍ୱିତୀୟ ବିବାହ କରୁଥିବା ଯୁବକଙ୍କୁ ବେଦୀରେ ଚପଲରେ ପିଟିଲେ ପ୍ରଥମ ସ୍ତ୍ରୀ

ଲକ୍ଷ୍ନୌ,୨୮।୪: ଉତ୍ତରପ୍ରଦେଶ ଗାଜିଆବାଦ୍‌ରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଦ୍ୱିତୀୟ ବିବାହ କରୁଥିବା ଜଣେ ଯୁବକଙ୍କୁ ବେଦୀରେ ଚପଲରେ ପିଟିଛନ୍ତି ତାଙ୍କ ପ୍ରଥମ ସ୍ତ୍ରୀ।...

ରାଜନୈତିକ ଦଳ ଗଠନ କଲେ ଯୋଗେନ୍ଦ୍ର ଯାଦବ: ନିର୍ବାଚନୀ ଚିହ୍ନ ହ୍ବିସିଲ୍‌

ନୂଆଦିଲ୍ଲୀ,୨୭।୬: ସ୍ବରାଜ ଇଣ୍ଡିଆର ସଂଯୋଜକ ଯୋଗେନ୍ଦ୍ର ଯାଦବ ଗୁରୁବାର ରାଜନୈତିକ ଦଳ ଗଠନ ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ ଦଳର ନିର୍ବାଚନୀ ଚିହ୍ନ ହ୍ବିସିଲ୍‌ ହେବ...

ରବିବାର ମୋଦିଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ଇନିଂସ୍‌ର ପ୍ରଥମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ରବିବାରଠାରୁ ଆରମ୍ଭ ହେବ। ଅଲ୍‌ ଇଣ୍ଡିଆ ରେଡିଓରେ ପ୍ରସାରିତ ଏହି...

ନବ ନିର୍ବାଚିତ ଏମ୍‌ପିଙ୍କୁ ଶୀଘ୍ର ମିଳିବ ସରକାରୀ ଘର: ପରାଜିତ ଏମ୍‌ପି ମାସକ ମଧ୍ୟରେ ଛାଡିବେ ଆବାସ

ନୂଆଦିଲ୍ଲୀ,୨୫।୫: ଦେଶର୧୭ତମ ଲୋକ ସଭା ନିର୍ବାଚନରେ ବିଜୟ ହାସଲ କରିଥିବା ଏମ୍‌ପିମାନଙ୍କୁ ଖୁବ୍‌ ଶୀଘ୍ର ସରକାରୀ ଘର ଯୋଗାଇ ଦିଆଯିବ। ଏଥିଲାଗି ପରାଜିତ ଏମ୍‌ପିମାନଙ୍କୁ ଏକମାସ...

ମହଙ୍ଗା ପଡିଲା ଯୋଗୀଙ୍କ ବିରୋଧରେ ଆପତ୍ତି ଜନକ ଟିପ୍ପଣୀ

ନୂଆଦିଲ୍ଲୀ/ଲକ୍ଷ୍ନୌ,୯।୬: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ସୋସିଆଲ ମିଡିଆରେ ଆପତ୍ତିଜନକ ଟିପ୍ପଣୀ ଦେବା ଏବେ ମହଙ୍ଗା ପଡିଛି ଜଣେ ଖବରଦାତାଙ୍କୁ। ଏହି ଅଭିଯୋଗରେ...

ଆଠମଲ୍ଲିକରେ ରମେଶ ସାଏ ୧୩୪୦୪ ଭୋଟରେ ଆଗରେ

ବଇଣ୍ଡା, ୨୩ା୫(ଡି.ଏନ.ଏ.)- ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ସାଏ ୧୪ ରାଉଣ୍ଡ ଶେଷସୁଦ୍ଧା ୧୩୪୦୪ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ରମେଶଚନ୍ଦ୍ର ସାଏ...

ଚନ୍ଦ୍ରୟାନ-୨ ଉତ୍‌କ୍ଷେପଣ ସ୍ଥଗିତ

ଶ୍ରୀହରିକୋଟା(ଆନ୍ଧ୍ରପ୍ରଦେଶ), ୧୫ା୭(ପି.ଟି.): ଶେଷ ମୁହୂର୍ତ୍ତରେ ଚନ୍ଦ୍ରୟାନ-୨ର ଉତ୍‌କ୍ଷେପଣକୁ ବାତିଲ କରିଦିଆଯାଇଛି। କେଉଁ କାରଣ ଲାଗି ଏହାକୁ ସ୍ଥଗିତ ରଖାଯାଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା...

ଡାକ୍ତରଙ୍କ ସ୍ତ୍ରୀଙ୍କୁ ହତ୍ୟା କଲେ ରୋଗୀ

ଇନ୍ଦୋର, ୬।୬: ମଧ୍ୟପ୍ରଦେଶର ଇନ୍ଦୋରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କ ସ୍ତ୍ରୀଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *