‘ନୀଳଚକ୍ର ସମ୍ପୂର୍ଣ୍ଣ ସୁରକ୍ଷିତ’

ପୁରୀ ଅଫିସ, ୧୨ା୬: ନୀଳଚକ୍ର ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କୌଣସି ପ୍ରକାର କ୍ଷତି ହୋଇନାହିଁ। ସେହିପରି ଶ୍ରୀମନ୍ଦିରର ମୁଖ୍ୟ ମନ୍ଦିର ମଧ୍ୟ ସୁରକ୍ଷିତ ଅଛି। ବାତ୍ୟାରେ ନୀଳଚକ୍ର ବଙ୍କା, ତେଢା ହୋଇ ଯାଇଥିବା ନେଇ ଯାହା ଚର୍ଚ୍ଚା ହେଉଥିଲା ତାହା ଭୁଲ୍‌ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର। ମଙ୍ଗଳବାର ଅନୁଷ୍ଠିତ ପରିଚାଳନା କମିଟି ବୈଠକ ଶେଷରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ପ୍ରଶାସକ କହିଥିଲେ, ଫନୀ ବାତ୍ୟାରେ ଶ୍ରୀମନ୍ଦିରରେ କ୍ଷୟକ୍ଷତି ହୋଇଥିଲା। କିନ୍ତୁ ନୀଳଚକ୍ର ଓ ମୁଖ୍ୟ ମନ୍ଦିରକୁ ନେଇ ଯାହା ଶୁଣିବାକୁ ମିଳୁଥିଲା ତାହାର କୌଣସି ସତ୍ୟତା ନ ଥିବା ଏଏସ୍‌ଆଇର ଡ୍ରୋନ୍‌ ଫଟୋଗ୍ରାଫିରୁ ସ୍ପଷ୍ଟ ହୋଇଛି।
ମୁଖ୍ୟ ପ୍ରଶାସକ କହିଛନ୍ତି, ଗତ ପରିଚାଳନା କମିଟି ବୈଠକରେ ଏଏସ୍‌ଆଇକୁ ଶ୍ରୀମନ୍ଦିରର ଡ୍ରୋନ୍‌ ଫଟୋଗ୍ରାଫି କରିବା ଲାଗି ଅନୁମତି ଦିଆଯାଇଥିଲା। ବାତ୍ୟା ପରେ ଶ୍ରୀମନ୍ଦିର ଏବଂ ନୀଳଚକ୍ରର ସ୍ଥିତି ଯାଞ୍ଚ ଲାଗି ଏହି ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତି ମୁତାବକ, ଏଏସ୍‌ଆଇର ସୁପରିଣ୍ଟେଣ୍ଡେଣ୍ଟ ଆର୍କିଓଲୋଜିଷ୍ଟ ଡ୍ରୋନ୍‌ ଫଟୋଗ୍ରାଫି କରି କ’ଣ କ୍ଷୟକ୍ଷତି ହୋଇଛି ତାହା ଦେଖାଇଥିଲେ। ପରିଚାଳନା କମିଟି ସଦସ୍ୟମାନେ ସ୍କ୍ରିନ୍‌ରେ ଏ ସବୁକୁ ଦେଖିଥିଲେ। ମହାପ୍ରଭୁଙ୍କ ଆଶୀର୍ବାଦରୁ ନୀଳଚକ୍ର ଓ ମୁଖ୍ୟ ମନ୍ଦିରରେ କୌଣସି କ୍ଷତି ହୋଇନାହିଁ। ନୀଳଚକ୍ରକୁ ଭିନ୍ନ ଭିନ୍ନ ଆଙ୍ଗେଲରୁ ଦେଖାଯାଇଥିଲା। ମାତ୍ର ପୂର୍ବରୁ ଯେମିତି ଥିଲା ସେମିତି ରହିଛି, ସାମାନ୍ୟତମ ବଙ୍କା ହୋଇନାହିଁ। ମୋଟାମୋଟି ଭାବେ ମୁଖ୍ୟ ମନ୍ଦିର ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛି। ଅନ୍ୟପକ୍ଷରେ ଭୋଗମଣ୍ଡପ କଳସ ମରାମତି କାମ ଶେଷ ହୋଇ ସ୍ଥାପନ କରାଯାଇଛି। ମୁଖ୍ୟ ମନ୍ଦିରରୁ ଗଳିପଡ଼ିିଥିବା ସିଂହ ମୂର୍ତ୍ତି ମଧ୍ୟ ଲଗା ସରିଛି। ସେହିପରି ବାତ୍ୟାରେ ସିଂହଦ୍ୱାର ପ୍ରବେଶ ପଥରେ ଜୟ ମୂର୍ତ୍ତି ଭାଙ୍ଗି ଯାଇଥିଲା। ବର୍ତ୍ତମାନ ଜୟ ବିଜୟ ମୂର୍ତ୍ତି ତିଆରି ଚାଲିଛି। ଖଣ୍ଡୋଲାଇଟ୍‌ ପଥରରେ ତିଆରି କରାଯାଉଥିବା ଏହି ମୂର୍ତ୍ତି ଦୁଇଟିକୁ ଆସନ୍ତା ୧୬ତାରିଖରେ ସ୍ଥାପନ କରାଯିବ। ବାତ୍ୟା ପରେ ଶ୍ରୀମନ୍ଦିରରେ ହୋଇଥିବା କ୍ଷୟକ୍ଷତି ମଧ୍ୟରେ ଏହି ୩ଟି କାମ ପ୍ରମୁଖ ରହିଥିଲା। ଜୁନ୍‌ ୧୭ ପୂର୍ବରୁ ଶ୍ରୀମନ୍ଦିରର ମରାମତି କାମ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନଜରରେ ରଖି ଏଏସ୍‌ଆଇ ଦ୍ରୁତଗତିରେ କାମ କରୁଛି । ଜୟ ବିଜୟ ମୂର୍ତ୍ତି ସ୍ଥାପନ କରିସାରିବା ପରେ ମୁଖ୍ୟ କାମ ଶେଷ ହୋଇଯିବ। ଅନ୍ୟପକ୍ଷରେ ରଥଯାତ୍ରା ପାଇଁ ଶ୍ରୀମନ୍ଦିରରେ ଯେଉଁ କାମ ହୁଏ ସେ ନେଇ ମଙ୍ଗଳବାର ଭୁବନେଶ୍ୱରରେ ଏକ ବୈଠକ ହେବ। ଅପରାହ୍ନ ୪ଟାରେ ଓପେପା ସମ୍ମଳନୀ କକ୍ଷରେ ହେବାକୁ ଥିବା ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତା କରିବେ। ଏଥିରେ ଶ୍ରୀମନ୍ଦିର କୋର୍‌ କମିଟି ସଦସ୍ୟମାନେ ମଧ୍ୟ ଯୋଗଦେବେ ବୋଲି ମୁଖ୍ୟ ପ୍ରଶାସକ ମହାପାତ୍ର ସୂଚନା ଦେଇଛନ୍ତି।


All Right Reserved By

ମାନସିକ ବିକୃତ ବୃଦ୍ଧଙ୍କ ଉନ୍ମତ୍ତ କାଣ୍ଡ: ୨ ସ୍ତ୍ରୀଙ୍କୁ ହତ୍ୟା ପରେ କଲେ ଆତ୍ମହତ୍ୟା

ବାରିପଦା ଅଫିସ,୨୨।୫: ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଧୀନ ସଂଖାଭଙ୍ଗା ପଞ୍ଚାୟତ ତାଡ଼କିଶୋଲ ଗ୍ରାମର ଗୋଟିଏ ପରିବାରର ୨ ମହିଳା ଓ ଜଣେ ବୃଦ୍ଧଙ୍କ...

ବେକ କାଟି କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ

ରାଉରକେଲା ଅଫିସ, ୨୪ା ୫: ରାଉରକେଲା ସ୍ବତନ୍ତ୍ର କାରାଗାରରେ ଆଜୀବନ ସଜା କାଟୁଥିବା ଜଣେ କଏଦୀ ଶୁକ୍ରବାର ସକାଳେ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ।...

ପାଟଣାଗଡ଼ ଜେଇଙ୍କୁ ବିଧାୟକ ଉଠ୍‌ବସ କରିବା ଘଟଣା; ଜୀବନପ୍ରତି ବିପଦ ଅଛି: ଜେଇଙ୍କ ସ୍ତ୍ରୀ

ଭୁବନେଶ୍ୱର, ୮।୬(ବ୍ୟୁରୋ): ପାଟଣାପଡ଼ ଜେଇଙ୍କୁ ବିଧାୟକ ଉଠ୍‌ବସ କରିବା ଘଟଣାରେ ସମ୍ପୃକ୍ତ ଜେଇଙ୍କ ସ୍ତ୍ରୀ ପ୍ରବୀଣା ରାଜସିଂହ କହିଛନ୍ତି ଯେ, ନିଜର ଏବଂ ତାଙ୍କ ସ୍ବାମୀଙ୍କ...

ବିଭାଗୀୟ କାର୍ଯ୍ୟର ସମୀକ୍ଷା କଲେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ: ଫନୀ ବିପନ୍ନଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧ା୬(ବ୍ୟୁରୋ): ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ନୂତନ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ପଦ୍ମିନୀ ଦିଆନ ଶୁକ୍ରବାର ବିଭାଗ ପରିଦର୍ଶନ କରିବା ସହ...

ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭଦ୍ରକ ଅଫିସ, ୨୨।୫: ଗୁରୁବାର ଭୋଟ ଗଣତି। ଏହାକୁ ଠିକ୍‌ ଭାବେ ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏଥିଲାଗି ଜିଲା...

ସାପ କାମୁଡାରେ ମାଇଁ ମୃତ, ଭାଣିଜୀ ଗୁରୁତର

ଉମରକୋଟ,୨୯।୫(ଡି.ଏନ.ଏ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ବକଡାବେଢା ପଞ୍ଚାୟତ ନିକଟସ୍ଥ ତେଣ୍ଡକାଗୁଡାରେ ମଙ୍ଗଳବାର ରାତିରେ ସାପ କାମୁଡାରେ ମାଇଁର ମୃତ୍ୟୁ ଘଟିଥିବା ବେଳେ ଭାଣିଜୀ ଗୁରୁତର...

ଇଭିଏମ୍‌ ସ୍ବଚ୍ଛତାକୁ ଚ୍ୟାଲେଞ୍ଜ ହାଇକୋର୍ଟରେ ମାମଲା

କଟକ ଅଫିସ,୧୫ା୬: ଇଭିଏମ୍‌ର ସ୍ବଚ୍ଛତାକୁ ନେଇ ବିବାଦ ଥମୁନାହିଁ। ଇଭିଏମ୍‌ରେ ଜାଲିଆତି ହେଉଥିବା ନେଇ ଜାତୀୟ ସ୍ତରରେ କେତେକ ବିରୋଧୀ ଦଳ ବାରମ୍ବାର ଆପତ୍ତି ଅଭିଯୋଗ...

ଅର୍ବାନ କୋଅପରେଟିଭ୍‌ ବ୍ୟାଙ୍କ୍‌ ଋଣ ଠକେଇ: ୧୭ବର୍ଷ ପରେ ଆଉ ଜଣେ ଗିରଫ, ଜେଲ୍‌ ଗଲେ

ଭୁବନେଶ୍ୱର, ୩୦ା୫(ବ୍ୟୁରୋ): ଜାଲ୍‌ କାଗଜପତ୍ର ମାଧ୍ୟମରେ ବ୍ୟାଙ୍କରୁ ଋଣ ନେଇ ପରବର୍ତ୍ତୀ ସମୟରେ ଫେରାର ଥିବା ଅନ୍ୟତମ ଅଭିଯୁକ୍ତଙ୍କୁ ୧୭ବର୍ଷ ପରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ...



selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *