Posted inଜାତୀୟ

ଫେଲ୍‌ ମାରିଛି କେନ୍ଦ୍ରର ଶସ୍ୟ ବୀମା ଯୋଜନା: ଚାଷୀଙ୍କୁ ମିଳିନି ୫ ହଜାର କୋଟି

ନୂଆଦିଲ୍ଲୀ,୧୨ା୬: କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‌ଏଫ୍‌ବିଓ୍ବାଇ) ବିଫଳ ହୋଇଛି। ୨୦୧୮ ଡିସେମ୍ବରରେ ଖରିଫ ଋତୁ ଶେଷ ହୋଇଥିବାବେଳେ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କ ଦାବିର ୪୦% ଅର୍ଥ ବୀମା କମ୍ପାନୀଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ପଇଠ କରିନାହାନ୍ତି। ଏହି ବକେୟା ଅର୍ଥର ପରିମାଣ ୫ ହଜାର କୋଟି ଟଙ୍କା ବୋଲି ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି।
ଋତୁ ଶେଷରେ ଦେଶର ବିଭିନ୍ନ ଭାଗରେ ବ୍ୟାପକ ଫସଲହାନି ନେଇ ରିପୋର୍ଟ ଆସିଥିଲା। ନଷ୍ଟ ହୋଇଥିବା ଫସଲ ବାବଦକୁ ଚାଷୀମାନେ ମୋଟ ୧୨,୮୬୭ କୋଟି ଟଙ୍କା ଦାବି କରିଥିଲେ। ରାଜ୍ୟ ସରକାରଗୁଡ଼ିକ ମଧ୍ୟ ଏହାକୁ ପ୍ରମାଣୀକୃତ କରିଥିଲେ। ପିଏମ୍‌ଏଫ୍‌ବିଓ୍ବାଇର ନିର୍ଦ୍ଦେଶାବଳୀ ଅନୁସାରେ ଅମଳ ଶେଷ ହେବାର ଦୁଇମାସ ମଧ୍ୟରେ ଚାଷୀଙ୍କୁ ଏହା ପଇଠ କରାଯିବା ଉଚିତ। ଅର୍ଥାତ୍‌ ୨୦୧୮ ଖରିଫର ଦାବି ଅର୍ଥ ୨୦୧୯ ଫେବୃୟାରୀରେ ଚାଷୀଙ୍କୁ ମିଳିଯିବା ଦରକାର ଥିଲା। ହେଲେ ବୀମା କମ୍ପାନୀଗୁଡ଼ିକ ଅଦ୍ୟାବଧି କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ କରି ମୋଟ ଦାବି ଅର୍ଥର ୪୦% ଅର୍ଥାତ୍‌ ୫,୧୭୧ କୋଟି ଟଙ୍କା ଦେବାରେ ବିଫଳ ହୋଇଛନ୍ତି। ମେ ୧୦ ସୁଦ୍ଧା ଏତିକି ପରିମାଣ ଅର୍ଥ ବକେୟା ଥିବା କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟରୁ ଆର୍‌ଟିଆଇରେ ସୂଚନା ମିଳିଛି। ଉଭୟ ପିଏମ୍‌ଏଫ୍‌ବିଓ୍ବାଇ ଏବଂ ପୁନର୍ଗଠିତ ପାଣିପାଗ ଭିତ୍ତିକ ଶସ୍ୟ ବୀମା ଯୋଜନା (ଆର୍‌ଡବ୍ଲ୍ୟୁବିସିଆଇଏସ୍‌)ର ତଥ୍ୟ ମନ୍ତ୍ରଣାୟଳ ପକ୍ଷରୁ ଦିଆଯାଇଛି। ଆର୍‌ଡବ୍ଲ୍ୟୁବିସିଆଇଏସ୍‌ରେ ୫% ବୀମା ଦିଆଯାଉଥିବାବେଳେ ପିଏମ୍‌ଏଫ୍‌ବିଓ୍ବାଇରେ ଅବଶିଷ୍ଟ ବୀମା ପ୍ରଦାନ କରାଯାଏ। ଯେଉଁ ଋତୁରେ ବୃଷ୍ଟିପାତ ୧୦% ନିଅଣ୍ଟ ହୋଇ ଦେଶର ବିଭିନ୍ନ ଭାଗରେ ମରୁଡ଼ି ସ୍ଥିତି ସୃଷ୍ଟି ହୋଇଛି, ସେଭଳି ସମୟରେ ଚାଷୀଙ୍କୁ ସେମାନଙ୍କ ବୀମା ଅର୍ଥ ମିଳିବାରେ ବିଳମ୍ବ ହୋଇଛି। ଏହି କ୍ଷେତ୍ରରେ ମହାରାଷ୍ଟ୍ରର ସର୍ବାଧିକ ୩,୮୯୩ କୋଟି ଦାବିରୁ ୩୬% ଅର୍ଥାତ୍‌ ୧,୪୧୬ ଟଙ୍କା ବାକି ରହିଛି। ଏମିତି ୬ଟି ରାଜ୍ୟ ରହିଛି ଯେଉଁଠି ବୀମା ଦାବିର ୧୦୦% ଅର୍ଥ ପଇଠ କରିବା ବାକି ଅଛି। ତହିଁରୁ ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଓ ତେଲେଙ୍ଗାନା ସବୁଠୁ ବେଶି ମରୁଡ଼ିର ସମ୍ମୁଖୀନ ହେଉଛନ୍ତି।
ନରେନ୍ଦ୍ର ମୋଦିଙ୍କ ନେୃତୃତ୍ୱାଧୀନ ଏନ୍‌ଡିଏର ପ୍ରଥମ ପାଳିରେ ସରକାର ପିଏମ୍‌ବିଏଫ୍‌ବିଓ୍ବାଇକୁ ପ୍ରୋତ୍ସାହିତ କରିଥିଲେ। ଫସଲହାନି ଜନିତ ଗ୍ରାମାଞ୍ଚଳରେ ଦୁର୍ଦ୍ଦଶା ଦୂର କରିବା ଥିଲା ଏହାର ଲକ୍ଷ୍ୟ, ଯାହାକି ପୂରଣ ହୋଇନାହିଁ। ଭାରତରେ ଋତୁକାଳୀନ ଫସଲହାନିର ଏକ ମୁଖ୍ୟ କାରଣ ହେଉଛି ବୃଷ୍ଟିପାତର ଅଭାବ। କାରଣ ଦେଶର ୬୫% ଫସଲ ଅଞ୍ଚଳ ବର୍ଷା ଉପରେ ନିର୍ଭର କରେ। ତେଣୁ ବୃଷ୍ଟିପାତରେ ନିଅଣ୍ଟ ବେଳେ ଶସ୍ୟବୀମା ଦାବି ଅର୍ଥ ପଇଠ କରିବା ସରକାରଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା। ଖରିଫ୍‌ ଋତୁ ପାଇଁ ବୁଣାବୁଣି କାର୍ଯ୍ୟ ଜୁନ୍‌ ଓ ଜୁଲାଇରେ କରାଯାଏ। ଭାରତରେ ମୋଟ ବୃଷ୍ଟିପାତର ୭୦% ମୌସୁମୀର ଅବଦାନ, ଯାହାକି ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ହୋଇଥାଏ। ୨୦୧୮ରେ ମୌସୁମୀ ସ୍ବାଭାବିକଠାରୁ କମ୍‌ ଥିଲା। ଦୀର୍ଘ ସମୟ ଅବଧିଠାରୁ ୯.୪% କମ୍‌ ବୃଷ୍ଟିପାତ ହୋଇଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ କୁହାଯାଇଛି। ଏହା ଥିଲା ନିଅଣ୍ଟିଆ ବୃଷ୍ଟିପାତରେ ଲଗାତର ପଞ୍ଚମ ବର୍ଷ। ଏଥିଯୋଗୁ ୭ ରାଜ୍ୟ ନିଜକୁ ମରୁଡ଼ିଗ୍ରସ୍ତ ଘୋଷଣା କରିଥିଲେ। ଏହି ରାଜ୍ୟଗୁଡ଼ିକରେ ମୋଟ ୧୫ ନିୟୁତ ହେକ୍ଟର ଚାଷଜମିର ଫସଲ ପ୍ରଭାବିତ ହୋଇଥିଲା।


All Right Reserved By

ଅଭେଦ୍ୟ ହେବ ଦିଲ୍ଲୀ ଏନ୍‌ସିଆର୍‌: ଚାରିପଟେ ସୁରକ୍ଷା ଲାଗି ମୁତୟନ କରାଯିବ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ,୧୦।୬: ଦିଲ୍ଲୀ ଏନ୍‌ସିଆର୍‌ରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ଲାଗି ଯୋଜନା ପ୍ରସ୍ତୁତ ହୋଇଛି। ଏହାର ଚାରିପଟେ ଶତ୍ରୁ ଆକ୍ରମଣର ମୁକାବିଲା ପାଇଁ କ୍ଷେପଣାସ୍ତ୍ର ମୁତୟନ...

ସ୍ମୃତି ଇରାନୀଙ୍କ ନୂଆ ଅବତାର: ଚାଷ ଜମିରେ ଲାଗିଥିବା ନିଅଁ। ଲିଭାଇଲେ ସ୍ମୃତି, ଭିଡିଓ ଭାଇରାଲ

ଆମେଠୀ,୨୯।୪: ଲୋକ ସଭା ନିର୍ବାଚନ ସରଗରମ ଥିବା ବେଳେ ରବିବାର କେନ୍ଦ୍ରମନ୍ତ୍ରୀ ବା ଆମେଠୀରୁ ଭାଜପାର ଆଶାୟୀ ପ୍ରାର୍ଥୀ ସ୍ମୃତି ଇରାନୀ ନିର୍ବାଚନୀ ପ୍ରଚାର ପାଇଁ...

ଜାଲିଆତି ଅଭିଯୋଗ ଚିନ୍ତାଜନକ: ପ୍ରଣବ

ନୂଆଦିଲ୍ଲୀ,୨୨ା୫(ପି.ଟି.): ଇଭିଏମ୍‌କୁ ନେଇ ବିବାଦ ଲାଗି ରହିଥିବାବେଳେ ଭୋଟରଙ୍କ ରାୟରେ ଜାଲିଆତି ଅଭିଯୋଗ ଚିନ୍ତାଜନକ ବୋଲି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କହିଛନ୍ତି। ସଂସ୍ଥାଗତ ସାଧୁତା...

କଂଗ୍ରେସ ସହ ମେଣ୍ଟକୁ ନା କହିଲେ ପାଓ୍ବାର

ମୁମ୍ବାଇ, ୨।୬: : କଂଗ୍ରେସ ସହ ଏନସିପି ମେଣ୍ଟ କରିବ ନାହିଁ ବୋଲି ଏନସିପି ଅଧ୍ୟକ୍ଷ ଶରଦ ପାୱାର କହିଛନ୍ତି। ଏନସିପିର ନିଜସ୍ବ ଏକ ସ୍ବତନ୍ତ୍ର...

ପରାଧୀନ ଭାରତରେ ବନ୍ଦେ ମାତରମ୍‌ କହିବାକୁ ଭୟ କରୁଥିବା ଲୋକେ ଆଜି ଦେଶର କରୁଛନ୍ତି ବିଭାଜନ: ଜାଭେଦ୍‌ ଅଖତର

ପାଟନା,୨୮।୪: ପରାଧୀନ ଭାରତରେ ବନ୍ଦେ ମାତରମ୍‌ କହିବାକୁ ଭୟ କରୁଥିବା ଲୋକେ ଆଜି ଭାଜପାରେ ରହି ଦେଶରେ ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟି କରିବା ସହିତ ବିଭାଜନ...

ଛାତ୍ରନେତାରୁ ଲୋକ ସଭା ବାଚସ୍ପତି

ନୂଆଦିଲ୍ଲୀ,୨୦ା୬(ପି.ଟି.): ରାଜସ୍ଥାନର ଭାଜପା ଏମ୍‌ପି ଓମ୍‌ ବିର୍ଲା ବୁଧବାର ସପ୍ତଦଶ ଲୋକ ସଭାର ବାଚସ୍ପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିର୍ଲାଙ୍କ...

ଶହୀଦଙ୍କ ପରିବାରଙ୍କୁ ୨୫ ଲକ୍ଷ ଟଙ୍କା ଓ ସରକାରୀ ଚାକିରି ଦେବେ ଯୋଗୀ ସରକାର

ଲକ୍ଷ୍ନୌ,୧୩।୬: ଅନନ୍ତନାଗ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଓ ଜଣଙ୍କୁ ସରକାରୀ ଚାକିରି ଯୋଗାଇ ଦେବାକୁ ଉତ୍ତର ପ୍ରଦେଶ...

‘ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ୍‌’ ଶୋ’ ନିର୍ମାତାଙ୍କ ସନ୍ଦେହଜନକ ମୃତ୍ୟୁ

ମୁମ୍ବାଇ, ୧୯।୬: ଲୋକପ୍ରିୟ ଟିଭି ଶୋ’ ‘ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ’ ଶୋ’ର ନିର୍ମାତା ଶୋହନ ଚୌହାନଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ମୁମ୍ବାଇର ଆରେ କଲୋନୀସ୍ଥିତ...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *