Posted inଖେଳ

ଜାତୀୟ କରାଟେ: ଓଡ଼ିଶାକୁ ୩ ସ୍ବର୍ଣ୍ଣ, ୩ ବ୍ରୋଞ୍ଜ

ଭୁବନେଶ୍ୱର, ୧୨।୬(କ୍ରୀଡ଼ା ପ୍ରତିନିଧି)-ଦିଲ୍ଲୀର ତାଲ୍‌କୋଟ୍ରା ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ ସିନିୟର ଓ ସବ୍‌ଜୁନିୟର କରାଟେ ପ୍ରତିଯୋଗିତାରେ ଓଡ଼ିଶାକୁ ୩ ସ୍ବର୍ଣ୍ଣ ଓ ୩ ବ୍ରୋଞ୍ଜ ପଦକ ମିଳିଛି। ବାଳିକା କାଟା୧୨ ବର୍ଷରୁ କମ୍‌ରେ ମଧୁପ୍ରିୟା, ୧୩ ବର୍ଷରୁ କମ୍‌ରେ ଅର୍ପିତା ସିଂ ଓ ୧୨ ବର୍ଷରୁ କମ୍‌ ବାଳକ ଫାଇଟ୍‌ରେ ରିତେସ୍‌ ମହାନ୍ତି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ମହିଳା ଟିମ୍‌ କାଟାରେ ଅନୁପମା ସ୍ବାଇଁ, ସୁସ୍ମିନି ପାଲଟାସିଂ, ସିନ୍ଧୁତନୟା ଖୁଣ୍ଟିଆ ବ୍ରୋଞ୍ଜ ପଦକ ପାଇଛନ୍ତି। ଅନ୍ୟ ୨ଟି ବ୍ରୋଞ୍ଜ ପଦକ ଜିତିଥିବା ପ୍ରତିଯୋଗୀ ହେଲେ ମନୋଜ ବେହେରା (୧୨ ବର୍ଷରୁ କମ୍‌ ବାଳକ କାଟା) ଏବଂ ତ୍ରିଲୋଚନ ରଣା(୧୩ ବର୍ଷରୁ କମ୍‌ ଫାଇଟ୍‌)। ପଦକ ବିଜୟୀ ପ୍ରତିଯୋଗୀଙ୍କୁ ରାଜ୍ୟ ସଂଘ ସମ୍ପାଦକ ଡ. ହରିପ୍ରସାଦ ପଟ୍ଟନାୟକ, କୋଚ୍‌ ରାଜୀବ ସିଂ, ଖାରବେଳ ମଲିକ, ସନ୍ଦିପ ମହାନ୍ତି, ଦୀପକ ସାମନ୍ତରା ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।


All Right Reserved By

Posted inଖେଳ

ପ୍ରତ୍ୟେକ ଦିନ ନୂଆ ଅଭିଜ୍ଞତା ରହିଥିଲା: ଶୁଭେନ୍ଦୁ

ଭୁବନେଶ୍ୱର, ୩।୬(ସ୍ପୋଟର୍‌ସ ବ୍ୟୁରୋ)- ଭାରତୀୟ ୧୬ ବର୍ଷରୁ କମ୍‌ ଫୁଟ୍‌ବଲ ଦଳର ମୁଖ୍ୟ କୋଚ୍‌ ତଥା ଦେଶର ପ୍ରଥମ ସ୍କୋରର ଏକ୍ସପର୍ଟ ଶୁଭେନ୍ଦୁ ପଣ୍ଡା କ୍ରୋଏସିଆର...

ଦ୍ୱନ୍ଦ୍ୱରେ ଇଂଲଣ୍ଡ

ସାଉଥମ୍ପଟନ,୨୬।୫(ଏଏଫ୍‌ପି)- ପେସର ମାର୍କ ଉଡ୍‌ ଆହତ ସମସ୍ୟା ନେଇ ଇଂଲଣ୍ଡ ଦଳ ଦ୍ୱନ୍ଦ୍ୱରେ ରହିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଏଠାରେ ଖେଳାଯାଇଥିବା ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ତାଙ୍କ...

ପ୍ଲିସ୍‌କୋଭାଙ୍କୁ ହରାଇଲେ ମାର୍ଟିକ

ପ୍ୟାରିସ୍‌, ୩୧।୫ (ଏଏଫ୍‌ପି)- ଦ୍ୱିତୀୟ ସିଡ୍‌ ଚେକ୍‌ ରିପବ୍ଲିକ୍‌ର କାରୋଲିନା ପ୍ଲିସ୍‌କୋଭା ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ୍‌ ଟେନିସ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ଏକ...

ମହିଳା ପର୍ବତାରୋହୀ କଳ୍ପନା ଦାଶ ମୃତ

ଭୁବନେଶ୍ୱର,୨୪।୫(ସ୍ପୋଟର୍‌ସ ବ୍ୟୁରୋ)- ସାରା ଭାରତରେ ନିର୍ବାଚନୀ ଉଷ୍ମତା ଛାଇ ରହିଥିବାବେଳେ ଓଡ଼ିଶା କ୍ରୀଡ଼ା ପାଇଁ ଆସିଛି ଏକ ଦୁଃଖଦ ଖବର। ରାଜ୍ୟର ପ୍ରଥମ ଏଭରେଷ୍ଟ ଆରୋହଣକାରୀ...

ଭାରତର ଦମ୍‌ଦାର ବିଜୟ

ଲଣ୍ଡନ, ୯।୬- ଆଇସିସି ବିଶ୍ୱକପର ରବିବାର ଅନୁଷ୍ଠିତ ହାଇ ଭୋଲ୍‌ଟେଜ୍‌ ମ୍ୟାଚରେ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆକୁ ୩୬ ରନରେ ପରାସ୍ତ କରିଛି ଟିମ୍‌ ଇଣ୍ଡିଆ। ଭାରତ...

ବିଦେଶ ଟୁର୍‌ରେ ଅଛନ୍ତି ଭାରତୀୟ ବକ୍ସର

ନୂଆଦିଲ୍ଲୀ, ୮ା୬-ଭାରତୀୟ ବକ୍ସରମାନଙ୍କୁ ଚଳିତ ବର୍ଷ ବିଶ୍ୱ ଚାମ୍ପିୟନଶିପ୍‌ ସମେତ କେତେକ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବାକୁ ପଡ଼ିବ। ଏଥିଲାଗି ଦକ୍ଷତା ବୃଦ୍ଧି ଲାଗି ସେମାନେ...

୨୧ବର୍ଷ ରେକର୍ଡ ଭାଙ୍ଗିଲେ ଏହି ବୋଲର୍‌

ନଟିଂହାମ, ୭ା୬:ଟ୍ରେଣ୍ଟବ୍ରିଜଠାରେ ଗୁରୁବାର ଖେଳାଯାଇଥିବା ଆଇସିସି ବିଶ୍ୱକପ ମ୍ୟାଚରେ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ୧୫ ରନରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ଦେଇଛି। ୨୮୯ ରନର ବିଜୟ ଲକ୍ଷ୍ୟକୁ...

ଟିକସ ଫାଙ୍କି ମାମଲାରେ କୋଷ୍ଟା

ମାଡ୍ରିଡ, ୧୮ା୪ (ଏଏଫ୍‌ପି)- ସଦ୍ୟତମ ଫୁଟ୍‌ବଲ ଷ୍ଟାର ଖେଳାଳି ହିସାବରେ ଆଟ୍‌ଲେଟିକେ ମାଡ୍ରିଡ୍‌ ଷ୍ଟ୍ରାଇକର ଡିଏଗୋ କୋଷ୍ଟା ଟିକସ ଫାଙ୍କି ମାମଲାରେ ଫସିଛନ୍ତି।  ‘ଇମେଜ୍‌-ରାଇଟ୍‌’ ବାବଦରେ...



selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *