ଅଧିକ ସହାୟତା ଦାବି କଲା ଆଇନସେବା ପ୍ରାଧିକରଣ

ଢେଙ୍କାନାଳ ଅଫିସ,୧୧ା୬ଢେଙ୍କାନାଳ ଅଳସୁଆ ହାଟଠାରେ ରବିବାର ଏକ ପରିତ୍ୟକ୍ତ ରାଇସ୍‌ ମିଲ୍‌ ପାଚେରି ଭୁଶୁଡି ୪ଜଣ ପରିବା ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୫ଜଣ ଆହତ ହୋଇଥିଲେ। ସୋମବାର ଜିଲା ଆଇନସେବା ପ୍ରାଧିକରଣର ଭାରପ୍ରାପ୍ତ ଅଧ୍ୟକ୍ଷ କ୍ଷୀରୋଦ କୁମାର ଦାସଙ୍କ ନିର୍ଦ୍ଦେଶରେ ସଚିବ ଅରୁଣ ପଟ୍ଟନାୟକ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ବାମୀ, ପାରା ଲିଗାଲ ଭଲ୍ୟୁଣ୍ଟିୟର କବିତା ବେହେରା ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସ୍ଥାନୀୟ ଲୋକ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ସହିତ ସେମାନେ ଆଲୋଚନା କରିଥିଲେ। ଏଥିସହିତ ଦୁର୍ଘଟଣାସ୍ଥଳର ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାପରେ ମୃତ ପରିବା ବ୍ୟବସାୟୀଙ୍କ ପରିବାର, ଆହତ ବ୍ୟକ୍ତି ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ସମ୍ପୃକ୍ତ ପରିବାରଗୁଡ଼ିକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଜିଲା ପ୍ରଶାସନକୁ ଅନୁରୋଧ କରିଥିଲେ। ଦୁର୍ଘଟଣାରେ ମୃତ ସିଦ୍ଧପଡା ଗ୍ରାମର ପରିବା ବ୍ୟବସାୟୀ ମାୟାଧର ମଲିକଙ୍କ ୪ ସନ୍ତାନ ମଧ୍ୟରୁ ୩ଜଣଙ୍କ ପାଠ ପଢା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି। ଉକ୍ତ ପରିବାରକୁ ସାହାଯ୍ୟ କରିବା ପାଇଁ ଜଣେ ପାରାଲିଗାଲ ଭଲ୍ୟୁଣ୍ଟିୟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ା


All Right Reserved By

ନନ୍ଦିଘୋଷ ରଥରେ ଚଢ଼ିଲେ ଅଣସେବକ

ପୁରୀ ଅଫିସ, ୧୬।୭: ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଭକ୍ତଙ୍କ ଲାଗି କେତେକ କଟକଣା ଜାରି କରିଥିଲା। ହେଲେ ଏହାକୁ ଅନେକେ ମାନି...

ଅବୈଧ ପ୍ରେମ ସମ୍ପର୍କକୁ ନେଇ ଶିକ୍ଷକଙ୍କୁ ହତ୍ୟା: ସ୍ତ୍ରୀ, ପ୍ରେମିକ ଓ ସହଯୋଗୀ ଗିରଫ

ମୁନିଗୁଡ଼ା,୩୦।୫(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ଥାନା ଅନ୍ତର୍ଗତ କୁଟ୍ରାଗଡ଼ ଗ୍ରାମ ବଂଶଧରା ପୋଲ ତଳୁ ଗତ ୨୦ ତାରିଖରେ ଜଣେ ଶିକ୍ଷକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।...

ନିର୍ବାଚନରେ ହାରିବି ଅଥବା ଜିତିବି ଜଣାନାହିଁ, ହେଲେ ଲୋକଙ୍କ ସେବା ଜାରି ରଖିବି: ଦାମ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ଗୁରୁବାର ଭୋଟ ଗଣତି। ଏହା ପରେ କିଏ ଜିତିବ, କିଏ ହାରିବ ତାହା ସ୍ପଷ୍ଟ ହୋଇଯିବ। ମାତ୍ର ଏବେଠାରୁ ଆରମ୍ଭ ହେଲାଣି ଅଙ୍କକଷା। ବିଭିନ୍ନ...

ଜଗନମୋହନଙ୍କ ନିଷ୍ପତ୍ତିକୁ ଶ୍ରୀକାନ୍ତଙ୍କ ସମର୍ଥନ: କହିଲେ ଏହା ‘ଐତିହାସିକ’; ଓଡ଼ିଶାରେ ଅତିକମ୍‌ରେ ୩ ଜଣଙ୍କୁ କରାଯାଉ

ଭୁବନେଶ୍ୱର,୭।୬(ବ୍ୟୁରୋ): ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ମନ୍ତ୍ରୀମଣ୍ଡଳରେ ୫ଜଣ ଉପ ମୁଖ୍ୟମନ୍ତ୍ରୀ ରହିବେ। ଏ ନେଇ ସେ ଶୁକ୍ରବାର ଘୋଷଣା କରିବା ପରେ ଦେଶ ତଥା...

ସରିଲା ବାହାର ଚନ୍ଦନ ଯାତ୍ରା; ଆଜିଠୁ ଭିତର ଚନ୍ଦନ

ପୁରୀ ଅଫିସ, ୨୮।୫: ଶ୍ରୀକ୍ଷେତ୍ରରେ ପବିତ୍ର ଅକ୍ଷୟ ତୃୀତୀୟାଠାରୁ ଆରମ୍ଭ ହୋଇଥିବା ବାହାର ଚନ୍ଦନଯାତ୍ରା ସୋମବାର ଶେଷ ହୋଇଛି। ରବିବାର ମହାପ୍ରଭୁଙ୍କ ଶ୍ରୀକ୍ଷେତ୍ର ଭଉଁରୀ ଅନୁଷ୍ଠିତ...

ଭୁବନପୁରରେ ହାତୀ ଉପଦ୍ରବ: ଭାଙ୍ଗିଲେ ୨ ଶହ ଆମ୍ବଗଛ

ବନ୍ତଳା, ୧୩ା୫(ଡି.ଏନ.ଏ.) ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ତଳଗଡ଼ ପଞ୍ଚାୟତ ଭୁବନପୁର ଗ୍ରାମରେ ଶନିବାର ରାତିରେ  ହାତୀପଲ ପଶି ଉପଦ୍ରବ କରିଛନ୍ତି। ହାତୀପଲ ତଳଗଡ ଗ୍ରାମର ସଦାନନ୍ଦ...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଫନୀ ମୁକାବିଲା ଡକ୍ୟୁମେଣ୍ଟାରୀ ଉନ୍ମୋଚିତ

ଭୁବନେଶ୍ୱର, ୯।୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବାତ୍ୟା ‘ଫନୀ’ ମୁକାବିଲା ଡକ୍ୟୁମଣ୍ଟାରୀ ଉନ୍ମୋଚିତ ହୋଇଯାଇଛି। ମଙ୍ଗଳବାର ସଚିବାଳୟରେ ଅନୁଷ୍ଠିତ ଉତ୍ସବରେ ପୋଲିସ ବିଭାଗ ଦ୍ୱାରା...

ଉବ୍ଦିଦ ବିଜ୍ଞାନ ସମ୍ମାନରେ ପ୍ରୀତିସୁଧା ଟପ୍ପର

ରୂପ୍‌ସା, ୧୩।୬(ଡି.ଏନ.ଏ.)-ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଉବ୍ଦିଦ ବିଜ୍ଞାନ ସମ୍ମାନରେ ଚଳିତବର୍ଷ ଛାତ୍ରୀ ପ୍ରୀତିସୁଧା ମହାପାତ୍ର ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି ା ବାଲେଶ୍ୱର ଜିଲା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *