ବଜେଟ ପ୍ରସ୍ତୁତି: ଅର୍ଥ ମନ୍ତ୍ରଣାଳୟ ସହ ବହିଃ ସମ୍ପର୍କ ଚ୍ଛିନ୍ନ

ନୂଆଦିଲ୍ଲୀ,୧୧-୬: ବଜେଟ ପ୍ରସ୍ତୁତି କ୍ରମରେ ସୋମବାରଠାରୁ ନର୍ଥ ବ୍ଲକ୍‌ରେ ଥିବା ଅର୍ଥ ମନ୍ତ୍ରଣାଳୟ ସହ ବାହାର ଦୁନିଆର ସମ୍ପର୍କ ଚ୍ଛିନ୍ନ ହୋଇଯାଇଛି। ଅର୍ଥାତ୍‌ ଆଜିଠାରୁ ନର୍ଥ ବ୍ଲକ୍‌ରେ କ୍ୱାରାଣ୍ଟାଇନ ଲାଗୁ ହୋଇଯାଇଛି। ଏହାର ଅର୍ଥ ନର୍ଥ ବ୍ଲକ୍‌ ଉପରେ କଡ଼ ନଜର ରଖାଯାଉଛି। ବଜେଟ ପ୍ରସ୍ତୁତିକୁ ସମ୍ପୂର୍ଣ୍ଣ ଗୋପନୀୟ କରିବା ଲାଗି ଏହି ବ୍ୟବସ୍ଥା ଆପଣାଯାଉଛି। ଅର୍ଥ ମନ୍ତ୍ରଣାଳୟର ଇଣ୍ଟରନେଟ୍‌ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କାଟି ଦିଆଯାଇଥିବା ବେଳେ ଏଥିସହ ଜଡ଼ିତ ସମସ୍ତ ଅଧିକାରୀ, କର୍ମଚାରୀଙ୍କୁ ନର୍ଥ ବ୍ଲକ୍‌ରେ ରହିବାକୁ ପଡ଼ିଥାଏ। ବଜେଟ ଉପସ୍ଥାପନ ଦିନ ଅର୍ଥାତ ଜୁଲାଇ ୫ ତାରିଖ ଯାଏ ସେମାନେ ନର୍ଥ ବ୍ଲକ୍‌ରେ ଏକପ୍ରକାର ବନ୍ଦୀ ଜୀବନଯାପନ କରିବାକୁ ବାଧ୍ୟ ରହିବେ। ଏପରିକି ସେମାନଙ୍କର ପରିବାର ସହ ସମ୍ପର୍କ ଚ୍ଛିନ୍ନ କରିଦିଆଯାଏ। ବଜେଟ ପ୍ରସ୍ତୁତି ବେଳେ ଏକ ଗୋପନୀୟ କାଗଜରେ ପ୍ରମୁଖ ପରିସଂଖ୍ୟାନକୁ ଲେଖାଯାଇଥାଏ। ଏହି କାଗଜର ରଙ୍ଗ ନୀଳ ହୋଇଥିବାରୁ ଏହାକୁ ବ୍ଲୁ ସିଟ୍‌ କୁହାଯାଏ। ଏଥିରେ ଉଲ୍ଲିଖିତ ତଥ୍ୟ ଆଧାରରେ ବଜେଟ ଗଣନା କରାଯାଏ। ନୂଆ ତଥ୍ୟ ସାମ୍ନାକୁ ଆସିବା ମାତ୍ରେ ଏଥିରେ ସଂଶୋଧନ କରାଯାଇଥାଏ। ଏହା ବଜେଟ ସହ ଜଡ଼ିତ ସର୍ବାଧିକ ଗୋପନୀୟ ସାମଗ୍ରୀ ଭିତରେ ଏହାକୁ ଗ୍ରହଣ କରାଯାଉଛି। ଏଣୁ ଏହାର ସୁରକ୍ଷା ପାଇଁ ଯନତ୍ ନିଆଯାଏ। ଜଣେ ଯୁଗ୍ମ ସଚିବ(ବଜେଟ)ଙ୍କ ତତ୍ତ୍ୱାବଧାନରେ ଏହି ବ୍ଲୁ ସିଟ୍‌ ରହିଥାଏ। ସ୍ବୟଂ ଅର୍ଥ ମନ୍ତ୍ରୀ ମଧ୍ୟ ଏହି ସିଟ୍‌କୁ ଅର୍ଥ ମନ୍ତ୍ରଣାଳୟ ପରିସର ବାହାରେ ନେଇପାରିବେ ନାହିଁ। ବଜେଟ ଇତିହାସରୁ ଏହା ଜଣାପଡେ ଯେ, ୧୯୫୦ରେ ବଜେଟର କିଛି ଅଂଶ ପଦାରେ ପ୍ରକାଶ ପାଇଥିଲା। ଏହି କାରଣରୁ ବଜେଟକୁ ଗୋପନୀୟ କରିବା ଅତ୍ୟନ୍ତ ଜରୁରୀ ହୋଇପଡିଛି। ସେତେବେଳେ ବଜେଟ ଛାପା କାର୍ଯ୍ୟ ରାଷ୍ଟ୍ରପତି ଭବନ ପରିସରରେ ଥିବା ଛାପାଖାନାରେ କରାଯାଇଥିଲା। ପରେ ସେହିବର୍ଷ ଏହାକୁ ମିଣ୍ଟୋ ରୋଡସ୍ଥିତ ସରକାରୀ ପ୍ରେସ୍‌ରେ କରାଗଲା। ୧୯୮୦ରୁ ନର୍ଥ ବ୍ଲକ୍‌ର ବେସ୍‌ମେଣ୍ଟସ୍ଥିତ ଛାପାଖାନାରେ ଆଜିଯାଏ ବଜେଟ ଛାପିବା କାର୍ଯ୍ୟ ହୋଇଆସୁଛି। ତେବେ କେତେକ ବିଶେଷଜ୍ଞଙ୍କ ମତରେ ବଜେଟକୁ ଏତେ ଗୋପନୀୟ କରିବାର ଆବଶ୍ୟକତା ନାହିଁ। କାରଣ ଜିଏସ୍‌ଟି ଭଳି ଅପ୍ରତ୍ୟକ୍ଷ ଟିକସ ସମେତ ବହୁ ବଡ଼ ବଡ଼ ଘୋଷଣା ଏବେ ବଜେଟର ଅଂଶବିଶେଷ ହୋଇ ରହିନାହିଁ। କେତେକ ଦେଶରେ ଏବେ ବଜେଟ ଉପସ୍ଥାପନ କରାଯିବାର ତିନି ମାସ ପୂର୍ବରୁ ଲୋକଙ୍କ ଠାରୁ ମତାମତ ନିଆଯାଇଥାଏ। ବାସ୍ତବରେ ବଜେଟକୁ ଗୋପନୀୟ ରଖିବାର ପରମ୍ପରା ବ୍ରିଟିଶ ଶାସନରୁ ରହି ଆସିଛି। ଅର୍ଥ ମନ୍ତ୍ରୀ ବଜେଟ ଉପସ୍ଥାପନ କରିବା ଲାଗି ଏକ ବ୍ରିଫ୍‌କେଶ୍‌ ସଂସଦ ନେଇଯାଇଥାନ୍ତି।


All Right Reserved By

କର୍ମଚାରୀଙ୍କ ମେଡିକ୍ଲେମ ସୁବିଧା ବନ୍ଦ କଲା ଜେଟ୍‌ ଏୟାରଓ୍ବେଜ

ମୁମ୍ବାଇ,୧-୫: ଜେଟ୍‌ ଏୟାରଓ୍ବେଜ କର୍ମଚାରୀ ଏଣିିକି ନିଜେ ନିଜର ମେଡିକ୍ଲେମ ପଲିସି ପାଇଁ ଅର୍ଥ ଖର୍ଚ୍ଚ କରିବେ।  ଅର୍ଥ ଅଭାବରୁ କମ୍ପାନୀ ଏବେ ଆଉ ମେଡିକ୍ଲେମ...

ବିଏସ୍‌-୬ ପ୍ରମାଣପତ୍ର ଲାଭକଲା ହିରୋ

ନୂଆଦିଲ୍ଲୀ,୧୫-୬ : ହିରୋ ମୋଟୋକର୍ପ ଦେଶର ପ୍ରଥମ କମ୍ପାନୀ ଭାବେ ଏହାର ଦୁଇ ଚକିଆ ଯାନ ଲାଗି ବିଏସ୍‌-୬ ପ୍ରମାଣପତ୍ର ଲାଭ କରିଛି। କମ୍ପାନୀର ସ୍ପ୍ଲେଣ୍ଡର...

ଜେଟ୍‌ଲୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗୁଜବ

ନୂଆଦିଲ୍ଲୀ,୨୭-୫: କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ନେଇ ସୋସିଆଲ ମିଡିଆରେ ହେଉଥିବା ପ୍ରଚାର ଏକ ଗୁଜବ ବୋଲି ସରକାରୀ ମୁଖପାତ୍ର କହିଛନ୍ତି।...

ଆସିଲା ହୋଣ୍ଡାର ନୂଆ ଆମେଜ୍‌ ଭିଏକ୍ସ ସିଭିଟି

ନୂଆଦିଲ୍ଲୀ,୨୪-୪:ପ୍ରମୁଖ ଅଟୋମୋବାଇଲ ମାନୁଫାକ୍‌ଚରର ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ(ଏଚ୍‌ସିଆଇଏଲ୍‌) ପକ୍ଷରୁ ନୂଆ ଆମେଜ୍‌ ଭିକ୍ସ ସିଭିଟି ବଜାରକୁ ଆସିଛି। ହୋଣ୍ଡା ଆମେଜ୍‌ ଫ୍ୟାମିଲି ସେଡାନ୍‌ ବର୍ଗରେ...

ଡିଜିଟାଲ ପେମେଣ୍ଟ:ଆର୍‌ବିଆଇକୁ ରିପୋର୍ଟ ଦେଲା ନିଲେକାନି କମିଟି

ନୂଆଦିଲ୍ଲୀ,୧୯-୫: ଡିଜିଟାଲ ପେମେଣ୍ଟକୁ ନେଇ ନନ୍ଦନ ନିଲେକାନିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)କୁ ତାଙ୍କର ରିପୋର୍ଟ ପ୍ରଦାନ କରିଛନ୍ତି। ଦେଶରେ ଆଧାର ପରିଚୟପତ୍ର...

ଜିଏସ୍‌ଟି ଅଡିଟ ରିପୋର୍ଟ ଲାଗି ଜାରି ହେଲା ଫର୍ମ

ନୂଆଦିଲ୍ଲୀ,୧୭-୪: ଆର୍ଥିକ ବର୍ଷ ୨୦୧୭-୧୮ ଲାଗି ୨ କୋଟି ଟଙ୍କାରୁ ଅଧିକ ବାର୍ଷିକ କାରବାର କରୁଥିବା କମ୍ପାନୀଗୁଡ଼ିକୁ ଜିଏସ୍‌ଟି ଅଡିଟ ରିପୋର୍ଟ ଦାଖଲ କରିବାକୁ ହେବ।...

ପୁଞ୍ଜି ବଜାରରୁ ୩୨୦୭ କୋଟି କାଢି ନେଲେ ଏଫପିଆଇ

ମୁମ୍ବାଇ,୧୩।୫: ପୁଞ୍ଜି ବଜାରରୁ ଫରେନ ପୋର୍ଟଫୋଲିଓ ନିବେଶକମାନେ ୩୨୦୭ କୋଟି ଟଙ୍କା ପ୍ରତ୍ୟାହାର କରି ନେଇଛନ୍ତି। ଆମେରିକା ଏବଂ ଚାଇନା ମଧ୍ୟରେ ବ୍ୟବସାୟିକ ଯୁଦ୍ଧ ଯୋଗୁ...

ବଢ଼ୁଛି ନରେଶ ଗୋୟଲଙ୍କ ଅଡ଼ୁଆ;ଜେଟ୍‌ରେ ଆର୍ଥିକ ଅନିୟମିତତାର ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୨୮-୫: ସାମୟିକ ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରଓ୍ବେଜରେ ଆର୍ଥିକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ପ୍ରମୋଟର ନରେଶ ଗୋୟଲଙ୍କ ବିରୋଧରେ ଏବେ ଦୁଇଟି ସରକାରୀ...



selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *