Posted inଫୁରସତ

ବିଶ୍ୱର ସବୁଠୁ ବିପଜ୍ଜନକ ପୋଲ

ପେରୁର ଏକ ଆଦିବାସୀ ଗାଁ କୁଜ୍‌କୋ; ଯାହା ମୁଖ୍ୟ ସହର ସହ ସଂଯୁକ୍ତ ହେବା ପାଇଁ ଏକ ଦଉଡ଼ି ପୋଲର ସହାୟତା ନେଇଥାଏ, ତାକୁ ବିଶ୍ୱର ସବୁଠୁ ବିପଜ୍ଜନକ ପୋଲ ବୋଲି କୁହାଯାଉଛି। ଏକ ପର୍ବତୀୟ କ୍ଷେତ୍ରରେ ଥିବା ଆପୁରିମାକ୍‌ ନଦୀଠୁ ପ୍ରାୟ ୨୦୦ ଫୁଟ୍‌ ଉଚ୍ଚରେ ନିର୍ମିତ ଏହି ଦଉଡ଼ି ପୋଲର ଲମ୍ବ ୧୧୮ ଫୁଟ୍‌ ରହିଛି। ଜଙ୍ଗଲୀ ଘାସରେ ତିଆରି ରଶିରେ ୧୦୦ ଫୁଟ୍‌ରୁ ଅଧିକ ଲମ୍ବା ଏହି ପୋଲକୁ ଗ୍ରାମବାସୀମାନେ ପ୍ରତିବର୍ଷ ତିଆରି କରିଥାନ୍ତି। କୁହାଯାଉଛି, ଏହି ଦଉଡ଼ି ପୋଲର ନିର୍ମାଣ କାର୍ଯ୍ୟ ୫୦୦ ବର୍ଷ ପୁରୁଣା। ଗ୍ରାମବାସୀଙ୍କୁ ପେରୁ ଯିବା ପାଇଁ ଏହା ଏକମାତ୍ର ରାସ୍ତା; ଯାହା ପବନରେ ଦୋଳାୟମାନ ହେଉଥାଏ। ବିପଜ୍ଜନକ ଭାବେ ଏଥିରେ ଯିବାଆସିବା କରିବାକୁ ପଡ଼େ ସେମାନଙ୍କୁ। ପ୍ରତିବର୍ଷ ନୂଆ ବ୍ରିଜ୍‌ ହେବା ପରେ ଗ୍ରାମବାସୀ ଉତ୍ସବ ପାଳନ କରିଥାନ୍ତି। ଏହାସହ ଗ୍ରାମଦେବୀଙ୍କ ନିକଟରେ ରାସ୍ତାରେ ଯାଉଥିବା ଲୋକଙ୍କ ଶୁଭମନାସି ପ୍ରାର୍ଥନା କରିଥାନ୍ତି।


All Right Reserved By

ନିଆରା ପ୍ରତିଯୋଗିତା ‘ପନଜତ୍‌ ପିନାଙ୍ଗ’

ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ପ୍ରଥା ପରମ୍ପରା ପ୍ରଚଳିତ ହୋଇ ଆସୁଛି। ସେହିଭଳି ବିଭିନ୍ନ ଅବସରରେ ନିଆରା ପ୍ରତିଯୋଗିତାମାନ ମଧ୍ୟ ଅନୁଷ୍ଠିତ ହୋଇଥାଏ। ତେବେ...

ଯେଉଁଠି ମା’ ଯାଆନ୍ତି ବିଦେଶ; ଘର ସମ୍ଭାଳନ୍ତି ବାପା…

ସାଧାରଣତଃ ଅଧିକ ରୋଜଗାର ତଥା ପିଲାଙ୍କୁ ଭଲ ଭାବେ ଲାଳନ ପାଳନ କରିବା ପାଇଁ ବାପାମାନେ ବିଦେଶରେ ଚାକିରି କରିବାକୁ ଯାଇଥାଆନ୍ତି। ମାତ୍ର ପୂର୍ବ ଇଣ୍ଡୋନେସିଆରେ...

ମସଲ୍‌ ମମ୍‌ ମମଥା ସନଥକୁମାର: ମୋଟୀରୁ ହେଲେ ବଡି ବିଲ୍ଡିଂରେ ଚାମ୍ପିୟନ

କର୍ନାଟକ, ବାସଭପୁରର ମମଥା ସନଥକୁମାର ଦିନେ ଅନ୍ୟ ସାଧାରଣ ମହିଳାଙ୍କ ଭଳି ଘର କାମ ଓ ପିଲା ସମ୍ଭାଳିବା କାମ କରୁଥିଲେ। ତାଙ୍କ ପରିବାର ଥିଲା...

ଉଦ୍ଧବଙ୍କ ସୁପର୍‌ ଆଇଡିଆ

ଆସାମର ଉଦ୍ଧବ କୁମାର ଭରାଲି, ତାଙ୍କ ଭିତରେ ସୁପର୍‌ ଆଇଡିଆ ଭରପୂର୍‌ ହୋଇ ରହିଛି। ଯେଉଁଥିପାଇଁ ଅନେକ ତାଙ୍କୁ ଚଳନ୍ତା ପାୱାର୍‌ ହାଉସ୍‌ ବୋଲି ମଧ୍ୟ...

ବିଚିତ୍ର ବାହାଘର ଭୋଜି

ସାଧାରଣତଃ ବାହାଘର ଭୋଜିରେ ଯୋଗଦେବାକୁ ଯାଉଥିବା ବେଳେ ପ୍ରତ୍ୟେକ ଭାବିଥାନ୍ତି ଯେ, ନାନା ରକମର ସ୍ବାଦିଷ୍ଟ ଖାଦ୍ୟ ତଥା ପାନୀୟର ବ୍ୟବସ୍ଥା ହୋଇଥିବ। ତେଣୁ ଭଲକରି...

ଚମତ୍କାରୀ ପାହାଡ଼ : ଏଠାରେ ଲୁଚି ରହିଛି ଯୌବନ ଏବଂ ସୌନ୍ଦର୍ଯ୍ୟତାର ରାଜ୍‌

ଭାରତରେ ଏମିତି ଏକ ପାହାଡ଼ ରହିଛି ଯେଉଁଠି ଯୌବନ ଏବଂ ସୌନ୍ଦର୍ଯ୍ୟତାର ରାଜ୍‌ ଲୁଚି ରହିଛି। ଏହି ପାହାଡ଼ ହରିୟାଣାରେ ରହିଛି। ଆରାବଳୀ ପର୍ବତଶୃଙ୍ଗ ନିକଟରେ...

ଏହି ମନ୍ଦିରରେ ଗୋଟିଏ ଲେମ୍ବୁର ଦାମ ହଜାର ହଜାର ଟଙ୍କା….

ଭାରତରେ ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ରହସ୍ୟ ରହିଛି। ତାମିଲନାଡୁ ଭିଲ୍ଲୁପୁରମ୍‌ ଜିଲାରେ ରହିଛି ଏକ ମନ୍ଦିର। ଏଠାରେ ଗୋଟିଏ ଲେମ୍ବୁ ହଜାର ହଜାର ଟଙ୍କାରେ...

ଗୋଟିଏ ଦିନରେ ୨୬ ଲକ୍ଷ ଟଙ୍କାର ଚକୋଲେଟ କିଣି ମହିଳା ଚର୍ଚ୍ଚାରେ

ସାଧାରଣ ଲୋକଙ୍କୁ ୨୬ ଲକ୍ଷ ଟଙ୍କା ରୋଜଗାର କରିବାକୁ ବର୍ଷ ବର୍ଷ ସମୟ ଲାଗିଯାଇଥାଏ। ଯେଉଁ ଟଙ୍କାକୁ ରୋଜଗାର କରିବାକୁ ଏତେ ସମୟ ଲାଗିଥାଏ ସେହି...



selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *