Posted inଫୁରସତ

କେରଳର ସମସ୍ତ ପ୍ରାଥମିକ ସ୍କୁଲ ହାଇଟେକ୍‌ : ୪୫ ହଜାର ସ୍ମାର୍ଟକ୍ଲାସ

କେରଳରେ ସମସ୍ତ ପ୍ରାଥମିକ ସ୍କୁଲକୁ ହାଇଟେକ୍‌ କରାଯାଇଛି। ଯାହା ଦେଶରେ ପ୍ରଥମ। ଏଠାରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୪୫ ହଜାର କ୍ଲାସରୁମ୍‌ରେ ପ୍ରୋଜେକ୍ଟର, ସ୍କ୍ରିନ୍‌, ଲାପ୍‌ଟପ୍‌ ଏବଂ ଇଣ୍ଟରନେଟ୍‌ ସୁବିଧା ରହିଛି। ଖାସ୍‌ ଏଥିପାଇଁ ୪୦ ହଜାରରୁ ଅଧିକ ଛାତ୍ରୀଛାତ୍ର ଚଳିତବର୍ଷ ଆଡମିଶନ ନେଇଛନ୍ତି। ୨୦୧୬ରେ ଯେଉଁ ସ୍କୁଲର ଛାତ୍ରୀଛାତ୍ରଙ୍କ ସଂଖ୍ୟା ୫ ହଜାରରୁ କମ୍‌ ଥିଲା ବର୍ତ୍ତମାନ ସେହି ସ୍କୁଲରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ଢେର ଅଧିକ। ଏମିତିକି କିଛି ସ୍କୁଲରେ ଉପସ୍ଥାନ ସଂଖ୍ୟା କମ୍‌ ଯୋଗୁ ବନ୍ଦ ହେବାକୁ ବସିଥିଲା। କିନ୍ତୁ ବର୍ତ୍ତମାନ ଏହି ସ୍କୁଲଗୁଡ଼ିକରେ ଆଡ୍‌ମିଶନ ପାଇଁ ଲମ୍ବା ଲାଇନ୍‌ ଲାଗୁଛି। ବର୍ତ୍ତମାନର ସରକାର ୧୪୧ ସ୍କୁଲକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି। ରାଜ୍ୟର ସମସ୍ତ ପ୍ରାଥମିକ ସ୍କୁଲକୁ ହାଇଟେକ୍‌ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ୯୯୪୧ ପ୍ରାଥମିକ ସ୍କୁଲରେ ୨୩ ହଜାର ୧୭୦ଟି ମଲ୍‌ଟିମିଡିଆ ପ୍ରୋଜେକ୍ଟର, ୫୫୦୮୬ଟି ଲାପ୍‌ଟପ ଏବଂ ୟୁଏସ୍‌ବି ସ୍ପିକର ଲଗାଯିବା ପାଇଁ ଯୋଜନା ରଖାଯାଇଛି। ସ୍କୁଲଗୁଡ଼ିକର ବିକାଶ ପାଇଁ ଏକ ସରକାରୀ ଏଜେନ୍ସିକୁ ଦାୟିତ୍ୱ ଦିିଆଯାଇଛି। ପ୍ରୋଜେକ୍ଟ ଆରମ୍ଭରୁ ପ୍ରତି ବିଧାନସଭା କ୍ଷେତ୍ରର ଗୋଟିଏ ଗୋଟିଏ ସରକାରୀ ସ୍କୁଲ ପ୍ରାୟ ୧୪୧ଟି ସ୍କୁଲରେ ଏହି ସୁବିଧା ଉପଲବ୍ଧ ହେବ। ଏହି ପୋଜେକ୍ଟ ଶିକ୍ଷାବର୍ଷ ୨୦୧୯-୨୦ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ।


All Right Reserved By

ଚାବିର ଦାମ୍‌ ୩.୮୮ କୋଟି

ଦାମୀ ଲକ୍‌ଜ୍ୟୁରି କାର୍‌ର ମାଲିକ ହେବା ପାଇଁ କାହାର ବା ସ୍ବପ୍ନ ନ ଥାଏ। କିନ୍ତୁ କିଛି ଜଣଙ୍କ ପାଇଁ ଏହା ସାମାନ୍ୟ କଥା ହୋଇଥିବା...

ମୃତ୍ୟୁ ପରେ ପରିବାର ସହ ଫଟୋ ଉଠାଇଲେ ମହିଳା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଅଧିକାଂଶ ଲୋକଙ୍କ ଫଟୋ ଉଠାଇବାରେ ସଉକ ଥାଏ। କିନ୍ତୁ ମୃତ ବ୍ୟକ୍ତି ଏମିତି ଇଚ୍ଛା କରିଥାନ୍ତି ବୋଲି କେବେ ଶୁଣିଛନ୍ତି? ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏମିତି...

ଯେଉଁଠି ୮୦ ବର୍ଷୀୟା ବୃଦ୍ଧା ଦେଖାଯାନ୍ତି ତରୁଣୀ

ସୁନ୍ଦର ଦେଖାଯିବା ପାଇଁ ସମସ୍ତଙ୍କ ଇଚ୍ଛା। ଅନ୍ୟପକ୍ଷରେ ସୌନ୍ଦର୍ଯ୍ୟ ମଧ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଥାଏ। ମାତ୍ର ବୟସ ବଢ଼ିବା ସହିତ ଯୌବନ ଓ ସୌନ୍ଦର୍ଯ୍ୟ କ୍ରମେ...

ଅଜବ ପରମ୍ପରା: ଯେଉଁଠି ପରିବାରର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ କରାଯାଏ ହତ୍ୟା

ବିଶ୍ୱର ବିଭିନ୍ନ ସ୍ଥାନରେ ବିଭିନ୍ନ ପରମ୍ପରା ରହିଛି। ତନ୍ମଧ୍ୟରୁ କିଛି ପରମ୍ପରା ସମ୍ପର୍କରେ ଶୁଣିଲେ ଦେହମନ ଶିହରି ଉଠେ। ତଥାପି ପରମ୍ପରାକୁ ପାଳନ କରୁଥିବା ଲୋକେ...

ମଣିଷ ମୁହଁପରି ଦେଖାଯାଉଥିବା ପର୍ସ

ବର୍ତ୍ତମାନର ଅତ୍ୟାଧୁନିକ ଯୁଗରେ ସବୁବେଳେ ନୂଆ ଜିନିଷ ବିକଷିତ ହେଉଛି। ବଜାରକୁ ଆସୁଥିବା କିଛି ନୂଆ ଜିନିଷ ଭଲ ଆଗୁଥିବା ବେଳେ ଆଉ କିଛି ଅଜବ...

ବିବାହ ସମୟରେ ବର୍ଷା ହେଲେ, କେମିତି ବିତିବ ଦମ୍ପତିଙ୍କ ସାଂସାରିକ ଜୀବନ

ବିବାହ ଉତ୍ସବକୁ ନେଇ ବନ୍ଧୁ ପରିଜନ ଖୁସିରେ ନାଚି ଉଠନ୍ତି। କିନ୍ତୁ ବିବାହ ଦିନ ଯଦି ବର୍ଷା ହେଲା ତେବେ ପରିବାର ଲୋକେ ଚିନ୍ତାରେ ପଡ଼ିଯାନ୍ତି।...

ପ୍ରେମୀ ଯୁଗଳଙ୍କୁ ସୁରକ୍ଷା ଦିଏ ଏହି ମନ୍ଦିର…

ପ୍ରେମ ବାଧା ବନ୍ଧନ ମାନି ନ ଥାଏ। କେତେକ ପ୍ରେମୀଯୁଗଳ ଘରୁ ଲୁଚି ପରିବାର ସଦସ୍ୟ ଓ ସମାଜର ନିୟମକୁ ନ ମାନି କରିଥାନ୍ତି ବିବାହ।...

ଏହି ଦୁର୍ଗରେ ରହିଛି ଚମତ୍କାର ପାରସ ପଥର: ଯାହା ଲୁହାକୁ କରେ ସୁନା

ଦୁନିଆରେ ଏପରି କିଛି ଚମତ୍କାର ଜିନିଷ ଅଛି, ଯାହା ବିଷୟରେ ଲୋକେ କାହାଣୀରେ ପଢ଼ିଥିବେ। ଏପରି ଏକ ଚମତ୍କାର ପଥର ହେଉଛି ପାରସ ପଥର। ପାରସ...



selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *