Posted inଜାତୀୟ

ସ୍ତ୍ରୀ, ୩ ସନ୍ତାନଙ୍କୁ ହତ୍ୟା କରି ଶଳାଙ୍କୁ ଭିଡିଓ ପଠାଇଲେ ଜଣେ ଇଞ୍ଜିନିୟର

ଗାଜିଆବାଦ, ୨୨।୪: ଉତ୍ତର ପ୍ରଦେଶର ଗାଜିଆବାଦ ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ସ୍ତ୍ରୀ ଓ ୩ ସନ୍ତାନଙ୍କ ହତ୍ୟା କରି ଶଳାକୁ ଭିଡିଓ ପଠାଇଛନ୍ତି ଜଣେ ଇଞ୍ଜିନିୟର। ଇନ୍ଦିରାପୁରମ୍‌ ଜ୍ଞାନଖଣ୍ଡ-୪ରେ ରହୁଥିବା ସୁମିତ କୁମାର(୩୭) ଶନିବାର ଏବଂ ରବିବାର ରାତିରେ ସ୍ତ୍ରୀ ଓ ପିଲାଙ୍କୁ ହତ୍ୟା କରି ଏହାର ଏକ ଭିଡିଓ ପ୍ରସ୍ତୁତ କରିଥିଲେ। ଏହାପରେ ଏହି ଭିଡିଓଟିକୁ ନିଜ ଶଳାଙ୍କୁ ପଠାଇଥିଲେ। ସୂଚନାଯୋଗ୍ୟ, ସୁମିତ ବେଙ୍ଗାଲୁରୁର ଏକ କମ୍ପାନୀରେ ସଫ୍ଟଓ୍ବେୟାର ଇଞ୍ଜିନିୟର ଭାବେ ଚାକିରି କରୁଥିଲେ। ଗତ ଜାନୁଆରୀ ମାସରୁ ଚାକିରି ଛାଡି ଆସି ଘରେ ରହୁଥିଲେ। ଘରେ ସ୍ତ୍ରୀ ଅଶୁଂବାଳା(୩୫), ପୁଅ ପ୍ରଥମେଶ(୬), ଏବଂ ଦୁଇ ଯମଜ ସନ୍ତାନ ଆରବ, ଆକୃତିଙ୍କ ସହ ରହୁଥିଲେ। ଆର୍ଥିକ ଅନାଟନ କାରଣରୁ ବେଧହୁଏ ଏଭଳି କାଣ୍ଡ ସୁମିତ ଘଟାଇଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି। ଅଭିଯୁକ୍ତ ଏପର୍ଯ୍ୟନ୍ତ ଫେରାର ଅଛନ୍ତି।


All Right Reserved By

ରେଡ୍‌ କାର୍ପେଟ୍‌ରେ ଚାଲି ରାଜକୀୟ ମର୍ଯ୍ୟାଦାରେ ମତଦାନ କଲେ ଭୋଟର

ଲକ୍ଷ୍ନୌ,୧୯।୫: ଉତ୍ତରପ୍ରଦେଶ ସୋନଭଦ୍ର ଜିଲାର ୪୮୧ ବୁଥ୍‌ରେ ଭୋଟର ରେଡ୍‌ କାର୍ପେଟ୍‌ରେ ଚାଲି ରାଜକୀୟ ମର୍ଯ୍ୟାଦାରେ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ଏଠାରେ ଥିବା ସ୍ବେଚ୍ଛାସେବୀ...

ଟ୍ରେନରେ ନେତାଙ୍କ ମିମିକ୍ରି କରି ଗିରଫ ହେଲେ ଯୁବକ

ସୁରଟ,୧।୬: ଗୁଜରାଟର ସୁରଟରୁ ଅବିନାଶ ଦୁବେ ନାମକ ଜଣେ ଯୁବକଙ୍କୁ ରେଲଓ୍ବେ ପୋଲିସ ଗିରଫ କରିଛି। ଅବିନାଶ ଉପରେ ଟ୍ରେନରେ ଅବୈଧ ଢ଼ଙ୍ଗରେ ପଶିବା, ଜୋରରେ...

ଖୁବ୍‌ଶୀଘ୍ର ଐଶ୍ୱର୍ଯ୍ୟାଙ୍କୁ ଘରକୁ ଆଣି ପାରନ୍ତି ତେଜ ପ୍ରତାପ

ପାଟନା,୨।୫: ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ଜେତ ପ୍ରତାପ ଯାଦବ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କୁ ଘରକୁ ଫେରାଇ ଆଣିବେ ବୋଲି ସୂଚନା ମିଳିଛି।...

ପୋଲିସ ହାତରେ ରିଅଲ ଲାଇଫ୍‌ର ବଣ୍ଟି ଓ ବବ୍‌ଲି

ନୂଆଦିଲ୍ଲୀ,୧୭।୪: ଫିଲ୍ମରେ ବଣ୍ଟି ଓ ବବ୍‌ଲି କଥା ଆପଣଙ୍କ ମନେଥିବ। ସେମାନେ କେଉଁଭଳି ଚୋରି କରି ପୋଲିସକୁ ଚକ୍‌ମା ଦେବା ସହ ମୁଣ୍ଡବ୍ୟଥାର କାରଣ ପାଲଟିଥିଲେ।...

କଂଗ୍ରେସ ପ୍ରଚାରକଙ୍କ ସାଇକେଲ ମରାମତି ପାଇଁ ଗାଡ଼ିରୁ ଓହ୍ଲାଇଲେ ପ୍ରିୟଙ୍କା

ଅମେଠି,୨୪।୪: ଉତ୍ତରପ୍ରଦେଶ ଅମେଠିରେ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିର୍ବାଚନ ପ୍ରଚାର ଜାରି ରଖିଛନ୍ତି। ସେ ରାସ୍ତାରେ ଯାଉଥିବାବେଳେ ସ୍ଥାନୀୟ ଗୌରୀଗଞ୍ଜ ଅଞ୍ଚଳରେ...

ଭିଡ଼ହିଂସା ରୋକିବାକୁ ଆଇନ ଆଣ

ହାଇଦ୍ରାବାଦ,୭ା୭: ଦେଶରେ ଭିଡ଼ହିଂସା ଘଟଣା ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ସରକାର ଆଇନ ଆଣିବାକୁ ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଆସାଦୁଦ୍ଦିନ ଓଓ୍ବାଇସି...

କଂଗ୍ରେସର ନାଁ ବଦଳାଇବାକୁ କହିଲେ ଭାଜପା ନେତା

ନୂଆଦିଲ୍ଲୀ,୨୯।୬: କଂଗ୍ରେସରେ ଲାଗି ରହିଥିବା ଇସ୍ତଫାକୁ ଦେଖି ଭାଜପା ନେତା କୈଳାଶ ବିଜୟଭର୍ଗିୟ ପରିହାସ କରିବା ଭଳି ଏକ ଟିପ୍ପଣୀ ଦେଇଛନ୍ତି। ଟୁଇଟ୍‌ କରି ବିଜୟଭର୍ଗିୟ...

ସାଇକେଲ -ହାତୀ ଗଲେ ପଛରେ ପଡ଼ି; ପଦ୍ମ ଆସିଲା ଉଡ଼ି ଉଡି

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଭାଜପା ଉତ୍ତରପ୍ରଦେଶରେ ଭଲ ପ୍ରଦର୍ଶନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ କୂଟନୀତି...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *