ନିରାମୟ କେନ୍ଦ୍ରରେ କର୍ମଚାରୀ, ଔଷଧ ଅଭାବ

ପାରାଦୀପ,୧୦ା୬(ସ୍ବ.ପ୍ର.): ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିରାମୟ କେନ୍ଦ୍ର ଖୋଲାଯାଇ ରୋଗୀଙ୍କୁ ମାଗଣା ଔଷଧ ପ୍ରଦାନ କରାଯାଉଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ସରକାରୀ ଔଷଧ ପ୍ରତି ଲୋକେ ବିଶେଷ ଆଗ୍ରହ ଦେଖାଉ ନ ଥିବାବେଳେ ଏବେ ସେଥିପ୍ରତି ଅଧିକ ଆସ୍ଥା ପ୍ରକଟ କରୁଛନ୍ତି। ତେଣୁ ଦିନକୁ ଦିନ ନିରାମୟ କେନ୍ଦ୍ରରେ ଭିଡ଼ ଦେଖିବାକୁ ମିଳୁଛି।
କିନ୍ତୁ ସରକାରଙ୍କ ନିୟମାନୁସାରେ ଔଷଧ ବଣ୍ଟନ, ଷ୍ଟକ ରଖିବା, ଅନ୍‌ଲାଇନରେ ପ୍ରେସ୍‌କ୍ରିପ୍‌ଶନ ସ୍କାନିଂ କରି ଐଷଧ ବିବରଣୀ ଲିପିବଦ୍ଧ କରିବା ପାଇଁ ଆବଶ୍ୟକ କର୍ମଚାରୀ ନ ଥିବାରୁ ଅସୁବିଧା ହେଉଛି। ସେହିପରି ସରକାରଙ୍କ ପ୍ରଦତ୍ତ ଅନେକ ଔଷଧ ନିରାମୟ କେନ୍ଦ୍ରରେ ଉପଲବ୍ଧ ହେଉ ନ ଥିବା ଅଭିଯୋଗ ହେଉଛି। ପାରାଦୀପର ଏକମାତ୍ର ସରକାରୀ ବିଜୁ ମେମୋରିଆଲ ହସ୍ପିଟାଲରେ ଏଭଳି ଅସୁବିଧା ଦେଖିବାକୁ ମିଳୁଛି। ଏଠାରେ ଥିବା ନିରାମୟ କେନ୍ଦ୍ରରୁ ପୂର୍ବରୁ ଦୈନିକ ୫୦ରୁ ୧୦୦ ଲୋକ ଔଷଧ ନେଉଥିଲେ। ମାତ୍ର ଗତ ୬ମାସ ହେଲା ଏହି ସଂଖ୍ୟା ୩୫୦ରୁ ୪୦୦ରେ ରହୁଛି। ଆଉଟ୍‌ଡୋର ରୋଗୀଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ନିରାମୟ କେନ୍ଦ୍ରରୁ ଔଷଧ ନେବାକୁ ଆସୁଛନ୍ତି। ସେଠାରେ ଯେଉଁ ଔଷଧ ନ ମିଳୁଛି, ବାଧ୍ୟହୋଇ ବାହାର ଦୋକାନରୁ କିଣୁଛୁ ବୋଲି କହିଛନ୍ତି ମହାକାଳପଡ଼ା ବତୀଘର ଅଞ୍ଚଳରୁ ଆସିଥିବା ରୀତା ମଣ୍ଡଳ। ରୋଗୀଙ୍କ ପ୍ରେସ୍‌କ୍ରିପ୍‌ଶନ ସ୍କାନିଂ କରି କମ୍ପ୍ୟୁଟରରେ ଲିପିବଦ୍ଧ ରଖିବା, ଔଷଧ ଦେବା ପରେ ତା’ର ବ୍ୟବହାର ସମ୍ପର୍କରେ ବୁଝାଇବା ଆଦି କାମ ସମୟ ସାପେକ୍ଷ ହୋଇଥିବାରୁ ରୋଗୀଙ୍କୁ ଦୀର୍ଘ ସମୟ ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡୁଛି। ଏଥିଯୋଗୁ କେତେଜଣ ପାଟିତୁଣ୍ଡ ମଧ୍ୟ କରୁଛନ୍ତି। ଜଣେ କର୍ମଚାରୀରେ ଏସବୁ କାମ କରିବାରେ ଅସୁବିଧା ହେଉଛି ବୋଲି ଫାର୍ମାସିଷ୍ଟ ଧର୍ମାନନ୍ଦ ସାହୁ କହିଛନ୍ତି। ମେଡିକାଲ ଇନ୍‌ଚାର୍ଜ ଅଫିସର ଡା. ବସନ୍ତ ରାଉତ କହିଛନ୍ତି ଯେ ଯେତିକି କର୍ମଚାରୀ ଅଛନ୍ତି, ସେଥିରେ କାମ କରିବାକୁ ପଡୁଛି। ଔଷଧ ଅଭାବ ପ୍ରସଙ୍ଗଗରେ ସେ କହିଛନ୍ତି ଯେ, ସେମିତି ହୋଇ ନ ଥିବ। କଁା ଭଁା ଗୋଟିଏ ଦୁଇଟି ପ୍ରକାର ଔଷଧ ସ୍ବଳ୍ପ ସମୟ ପାଇଁ ସରିଯାଇଥିବ।


All Right Reserved By

ଯାଜପୁର ଲୋକସଭା ଆସନରେ ବିଜେଡି ଆଗରେ

ଯାଜପୁର ଅଫିସ,୨୩ା୫ : ଯାଜପୁର ଲୋକସଭା ବିଜେଡି ପ୍ରାର୍ଥୀ ସର୍ମିଷ୍ଠା ସେଠୀ ୭ମ ପର୍ଯ୍ୟାୟ ଭୋଟ୍‌ ଗଣତି ସୁଦ୍ଧା ୬୭୬୭ ଭୋଟ୍‌ ବ୍ୟବଧାନରେ ଆଗୁଆ ଥିବା...

କୃଷି ଋଣ ପ୍ରଦାନରେ ହେରଫେର ଅଭିଯୋଗ

ଜଗତ୍‌ସିଂହପୁର ଅଫିସ,୨୧ା୬: ଚାଷୀ ଓ ଚାଷର ଉନ୍ନତି ପାଇଁ ସରକାର ଗୁରୁତ୍ୱାରୋପ କରୁଥିବା ଡିଣ୍ଡିମ ପିଟୁଛନ୍ତି। କମ ସୁଧରେ କୃଷି ଋଣ ପ୍ରଦାନ କରୁଛନ୍ତି। ଏହାଦ୍ୱାରା...

ତିର୍ତ୍ତୋଲରେ ମାଙ୍କଡ଼ ଆତଙ୍କ: ୫ରୁ ଊର୍ଦ୍ଧ୍ୱ ଆହତ

ତିର୍ତ୍ତୋଲ, ୨୯।୫(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମାଙ୍କଡ଼ ଆତଙ୍କ ଦେଖାଦେଇଛି। ମାଙ୍କଡ଼ ଆତଙ୍କରେ ୫ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆହତ...

କୁଜଙ୍ଗରେ ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି : ପ୍ରସ୍ତାବିତ ଟ୍ରକ୍‌ ଟର୍ମିନାଲ ସ୍ଥାନାନ୍ତର କରିବାକୁ ଦାବି

କୁଜଙ୍ଗ,୯ା୭(ସ୍ବ.ପ୍ର.): କୁଜଙ୍ଗ ବ୍ଲକରେ ସୋମବାର ନୂତନ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ପ୍ରଥମ ଜନଶୁଣାଣି ସ୍ଥାନୀୟ ସୂଚନା କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଛି। ଏଥିରେ ମୋଟ...

ରାବଣ ବଧ ପରେ ରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ

ଖଣ୍ଡପଡ଼ା,୨୩ା୫ (ସ୍ବ.ପ୍ର.): କଣ୍ଟିଲୋ କଂସାରୀସାହି ପାଟଣାର ଶ୍ରୀ ରଘୁନାଥ ଜୀଉ ରାମଲୀଳା ନାଟ୍ୟ ସମିତି ପକ୍ଷରୁ ଚାଲିଥିବା ରାମଲୀଳା ନାଟକର ମଙ୍ଗଳବାର ଥିଲା ଅନ୍ତିମ ଦିବସ।...

ଡମ୍ପର ଚକାତଳେ ମହିଳାଙ୍କ ଜୀବନ ଗଲା: ପ୍ରତିବାଦରେ ରାସ୍ତା ଅବରୋଧ

ଛତିଆ,୧୬।୭(ଡି.ଏନ୍‌.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ଚମ୍ପାପୁର ରାସ୍ତାରେ ମଙ୍ଗଳବାର ଏକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ କଟକ ଜିଲା...

୭ ବର୍ଷ ହେଲା ନାହାନ୍ତି ସ୍ଥାୟୀ ଡାକ୍ତର, ୫ ପଞ୍ଚାୟତର ଲୋକେ ପାଉନାହାନ୍ତି ସ୍ବାସ୍ଥ୍ୟସେବା

ନାଉଗାଁ,୧୧ା୭(ସ୍ବ.ପ୍ର.): ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ସରକାର ଯୋଜନା ଉପରେ ଯୋଜନା କରିଚାଲିଛନ୍ତି। ପ୍ରତି ୫ ହଜାର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ଉପକେନ୍ଦ୍ର...

ଆଳିରେ ପ୍ରତାପ ଦେବ ୧୦,୬୯୦ ଭୋଟରେ ଆଗୁଆ

ମହାକାଳପଡ଼ା, ୨୩।୫ (ଡି.ଏନ୍‌.ଏ.)- ଆଳି ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ପ୍ରତାପ ଦେବ ୧୦,୬୯୦ ଭୋଟରେ ଆଗୁଆ ଅଛନ୍ତି। ୧୨ ରାଉଣ୍ଡ ଭୋଟ ଗଣତି ପରେ ପ୍ରତାପ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *