Posted inଖେଳ

ରାଜ୍ୟ ଓପନ ର଼୍ୟାପିଡ୍‌ ଚେସ୍‌: ରବୀନ୍ଦ୍ର ଚାମ୍ପିୟନ

ଭୁବନେଶ୍ୱର, ୧୦।୬(କ୍ରୀଡ଼ା ପ୍ରତିନିଧି)- ଖୋର୍ଦ୍ଧା ଜିଲା ଚେସ୍‌ କ୍ଲବ ଓ ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ରବିବାର ଶେଷ ହୋଇଥିବା ୪ର୍ଥ ରାଜ୍ୟ ଓପନ ର଼୍ୟାପିଡ୍‌ ଚେସ୍‌ରେ ରବୀନ୍ଦ୍ର ଓଝା ଚାମ୍ପିୟନ ହୋଇଛନ୍ତି। ତାପଙ୍ଗସ୍ଥିତ କବିରାଜ ଚିନ୍ତାମଣୀ ବିଦ୍ୟାପୀଠରେ ଆୟୋଜିତ ୬ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ କଟକର ରବୀନ୍ଦ୍ର ପୂରା ୬ ପଏଣ୍ଟ ପାଇ ଟାଇଟଲ ହାସଲ କରିଛନ୍ତି। ଭୁବନେଶ୍ୱରର ସୌମ୍ୟରଞ୍ଜନ ମିଶ୍ର ୫ ଓ ମାନସରଞ୍ଜନ ପରିଡ଼ା ୪.୫ ପଏଣ୍ଟ ସହିତ ପରବର୍ତ୍ତୀ ୨ ସ୍ଥାନରେ ରହିଛନ୍ତି। ୧୫ ଜଣଙ୍କୁ ମୁଖ୍ୟ ପୁରସ୍କାର ସମେତ ୬ ସ୍କୁଲ ପିଲା ଏବଂ ୯ ଖେଳାଳିଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ଖୋର୍ଦ୍ଧାଜିଲା ଚେସ୍‌ କ୍ଲବ ସମ୍ପାଦକ ୟୁସୁଫ କଳାପାହାଡ଼, ଗେମ୍ସ ଡାଇରେକ୍ଟର ଦେବାଶିଷ ପାଣିଗ୍ରାହୀ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।


All Right Reserved By

Posted inଖେଳ

ତେନ୍ଦୁଲକରଙ୍କ ପରାମର୍ଶ ଚାହାଁନ୍ତି ପାକିସ୍ତାନ ଓପନର

ଲାହୋର, ୨୨ା୪ (ପି.ଟି.)-ବ୍ୟାଟିଂ ଆଇକନ ସଚିନ ତେନ୍ଦୁଲକରଙ୍କଠାରୁ ପରାମର୍ଶ ନେବାକୁ ଆଗ୍ରହ ପ୍ରକାଶ କରିଛନ୍ତି ପାକିସ୍ତାନ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇଥିବା ଓପନର ଆବିଦ୍‌ ଅଲି।...

ପୂର୍ଣ୍ଣିମାଙ୍କ ଅଭିଯାନ ଆରମ୍ଭ

ଭୁବନେଶ୍ୱର, ୨୩।୪(କ୍ରୀଡ଼ା ପ୍ରତିନିଧି)- କାତାରର ଦୋହାଠାରେ ଚାଲିଥିବା ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଓଡ଼ିଶାର ପୂର୍ଣ୍ଣିମା ହେମ୍ବ୍ରମଙ୍କ ହେପ୍‌ଟାଥଲନ ଇଭେଣ୍ଟ ଆରମ୍ଭ ହୋଇଛି। ସୋମବାର ଦ୍ୱିତୀୟ ଦିବସରେ...

କୋହଲି ଦଣ୍ଡିତ

ସାଉଥାମ୍ପଟନ,୨୩ା୬: ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଅତ୍ୟଧିକ ଅପିଲ କରିବା ପାଇଁ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଦଣ୍ଡିତ ହେବାକୁ ପଡ଼ିଛି। ତାଙ୍କ ମ୍ୟାଚ୍‌ ଫି’ର ୨୫...

ସାମିଙ୍କ ହ୍ୟାଟ୍ରିକ: ଭାରତର ସଂଘର୍ଷପୂର୍ଣ୍ଣ ବିଜୟ

ସାଉଥାମ୍ପ୍‌ଟନ,୨୩।୬(ପି.ଟି.)- ଚଳିତ ବିଶ୍ୱକପ୍‌ରେ ଭାରତ ଶନିବାର ଆଫଗାନିସ୍ତାନ ବିପକ୍ଷରେ ଏକ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି। ସ୍ଥାନୀୟ ରୋଜ୍‌ ବାଉଲ ଗ୍ରାଉଣ୍ଡରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୨୮ତମ...

ଜୋକୋଭିଚ୍‌ ସେମିଫାଇନାଲରେ

ପ୍ୟାରିସ, ୭ା୬-ସର୍ବିୟାର ନୋଭାକ ଜୋକୋଭିଚ୍‌ ଫ୍ରେଞ୍ଚ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ପୁରୁଷ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଜୋକୋଭିଚ୍‌ ୨୦୧୬ ପରେ ପ୍ରଥମ ଥର ଫ୍ରେଞ୍ଚ୍‌...

ଆଫଗାନିସ୍ତାନକୁ ହରାଇ ଶୀର୍ଷରେ ଇଂଲଣ୍ଡ

ମାଞ୍ଚେଷ୍ଟର, ୧୯।୬(ପି.ଟି.)- ଆୟୋଜକ ତଥା ଫେଭରାଇଟ ଇଂଲଣ୍ଡ ମଙ୍ଗଳବାର ଖେଳାଯାଇଥିବା ବିଶ୍ୱକପ୍‌ର ୨୪ତମ ମ୍ୟାଚ୍‌ରେ ଅପେକ୍ଷାକୃତ ଦୁର୍ବଳ ଆଫଗାନିସ୍ତାନକୁ ବୃହତ୍‌ ୧୫୦ ରନରେ ପରାସ୍ତ କରିଛି।...

ଇମ୍ରାନ, ସଚିନଙ୍କୁ ନେଇ ଦ୍ୱନ୍ଦ୍ୱରେ ପାକ୍‌ ପ୍ରଧାନମନ୍ତ୍ରୀଙ୍କ ସହଯୋଗୀ

ନୂଆଦିଲ୍ଲୀ,୨୩ା୬: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଜଣେ ସହଯୋଗୀ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ନେଇ ଦ୍ୱନ୍ଦ୍ୱରେ ଥିବା ଜଣାପଡ଼ିଛି। ପାକିସ୍ତାନ ପିଏମ୍‌ଙ୍କ ସ୍ପେଶାଲ...

ପିଟର କ୍ରାଉଚ୍‌ଙ୍କ ଅବସର

ଲଣ୍ଡନ,୧୩।୭(ଏଏଫ୍‌ପି)- ଇଂଲଣ୍ଡ ପୂର୍ବତନ ଷ୍ଟ୍ରାଇକର ପିଟର କ୍ରାଉଚ୍‌ ଶୁକ୍ରବାର ଅବସର ଘୋଷଣା କରିଛନ୍ତି। ଦୁଇ ଦଶନ୍ଧି ଧରି ସଫଳତାର ସହ ପେସାଦାର ଫୁଟବଲ ଖେଳିବାପରେ ସେ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *