କ୍ୟାନସର୍‌ ଦୂର କରେ କଲରା

ଅଧିକାଂଶ ଲୋକ କଲରା ଖାଇବାକୁ ପସନ୍ଦ କରି ନ ଥାନ୍ତି। କିନ୍ତୁ କଲରାର ଅନେକ ଉପକାରୀ ଗୁଣ ରହିଛି। ଏହାକୁ ଖାଇଲେ କିମ୍ବା ଏହାର ଜୁସ୍‌ ପିଇଲେ ଖାଲି ଡାଏବେଟିସ୍‌ ନୁହେଁ ପ୍ରାଣଘାତୀ କ୍ୟାନସର୍‌ ମଧ୍ୟ ଭଲ ହୋଇଥାଏ ବୋଲି ଆମେରିକାର ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। କଲରାରେ ଥିବା ଗ୍ୟାଲିକ୍‌ ଏସିଡ୍‌ କ୍ଲୋରୋଜେନିକ୍‌ ସେଲକୁ ନଷ୍ଟ ହେବାରୁ ରକ୍ଷା କରିଥାଏ। କଲରାରେ ଥିବା ଅନ୍ୟ ରାସାୟନିକ ତତ୍ତ୍ୱ କ୍ୟାନସରଯୁକ୍ତ କୋଷିକାକୁ ରୋକିଥାଏ। ଫଳରେ କ୍ୟାନସର ହେବା ଆଶଙ୍କା କମ୍‌ ଥାଏ।
କଲରାର ଉପକାରୀ ଗୁଣ :
କଲରା ଆମ ଶରୀରରେ ରୋଗ ପ୍ରତିଷେଧକ କ୍ଷମତା ବଢ଼ାଇଥାଏ। କଲରାରେ ଭିଟାମିନ୍‌ ଏ, ସି ସହିତ ପୋଟାସିୟମ, ଫାଇବର, ଆଇରନ୍‌, ଜିଙ୍କ୍‌ ଆଦି ପୋଷକ ତତ୍ତ୍ୱ ଭରି ରହିଛି। ଦୃଷ୍ଟିଶକ୍ତି ମଧ୍ୟ ବଢ଼ାଇଥାଏ। କଲରା ଓଜନ କମାଇବାରେ ସାହାଯ୍ୟ କରିଥାଏ। ହାଡ଼ ମଜଭୁତ କରିଥାଏ। ବିଶେଷକରି ଶାରୀରିକ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ପ୍ରତିଦିନ ଖାଦ୍ୟରେ କଲରା ସାମିଲ କଲେ କିମ୍ବା ଏହାର ଜୁସ୍‌ ପିଇଲେ ଉପରୋକ୍ତ ଫାଇଦା ମିଳିଥାଏ।


All Right Reserved By

ଥକ୍କାପଣ ଦୂର କରିବ ‘ଛେଳି ଯୋଗ’

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ଲାଗୁଥିବ; ମାତ୍ର ଏହା ସମ୍ପୂର୍ଣ୍ଣ ସତ। ଆମେରିକାର ସାନ୍‌ଫ୍ରାନ୍‌ସିସ୍କୋ ଏବଂ ସିଲିକନ୍‌ ଭ୍ୟାଲିରେ ଏବେ ‘ଗୋଟ୍‌ ୟୋଗା’ ବା ‘ଛେଳି ଯୋଗ’...

ଶରୀର ସହିତ ତ୍ୱଚା ପାଇଁ ମଧ୍ୟ ବରଦାନ ସଦୃଶ ହୋଇଥାଏ ଗ୍ରୀନ ଟି

ଗ୍ରୀନ ଟି ସ୍ବାସ୍ଥ୍ୟପକ୍ଷେ ଅଧିକ ଲାଭଦାୟକ । ଏହା ଶରୀର ସହିତ ତ୍ୱଚା ପାଇଁ ମଧ୍ୟ ବରଦାନ ସଦୃଶ ହୋଇଥାଏ। ତ୍ୱଚା ସମସ୍ୟ ଯାଥା କଳା...

ଆମ୍ବ ଦେବ ସୁନ୍ଦର ତ୍ୱଚା: ଏଥିରେପ୍ରସ୍ତୁତ ଫେସ୍‌ପ୍ୟାକ୍‌ ଆପଣଙ୍କୁ ସୁନ୍ଦର, ସଫା ଦେଖାଯିବାରେ କରିବ ସାହାଯ୍ୟ

ଖରାଦିନ ଆରମ୍ଭ ହେଉ ହେଉ ଫଳ ରାଜା ଆମ୍ବ ଆସିଯାଏ। ଆମ୍ବରେ ପ୍ରସ୍ତୁତ ଫେସ୍‌ପ୍ୟାକ୍‌ ଆପଣଙ୍କୁ ସୁନ୍ଦର ଏବଂ ସଫା ଦେଖାଯିବାରେ ସାହାଯ୍ୟକରେ। ତେବେ ଆସନ୍ତୁ,...

ଚିକେନ୍‌ ପଟିଆଲା

ଖାଦ୍ୟ ପାଇଁ ରାଜ୍ୟ ତଥା ବାହାରେ ବେଶ୍‌ ପରିଚିତ ରେଶମ ସହର ବ୍ରହ୍ମପୁର। ଗ୍ରାହକଙ୍କ ଚାହିଦା ମୁତାବକ ଖାଦ୍ୟ ପ୍ରସ୍ତୁତି ପାଇଁ ସହରରେ ଖୋଲିଛି ଅନେକ...

ଗାଡ଼ିମୋଟରରେ ଯିବା ସମୟରେ ବାନ୍ତି କରୁଥିଲେ ଆପଣାନ୍ତୁ ଏହି ଉପାୟ

ଅନେକ ଲୋକ ଅଛନ୍ତି ଗାଡ଼ିମୋଟରରେ ଯିବା ସମୟରେ ବାନ୍ତି କରିଥାନ୍ତି। ଫଳରେ ଗାଡ଼ିରେ ଯିବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ। ତେବେ ଏପରି ସମସ୍ୟାରୁ ମୁକ୍ତି...

ତ୍ୱଚାରେ ଚମକ ଦେବ ଫ୍ରୁଟ୍‌ ମାସ୍କ

ତ୍ୱଚାରେ ଚମକ ଦେବ ଫ୍ରୁଟ୍‌ ମାସ୍କ କଦଳୀରେ ଭିଟାମିନ୍‌ ‘ବି’ ଏବଂ ‘ସି’ ଭରପୂର ମାତ୍ରାରେ ରହିଛି, ଯାହାକି ତ୍ୱଚାର ରଙ୍ଗ ସଫା କରିବା ସହ...

କ୍ରୋଧ ବଢ଼ାଏ କାର୍ଯ୍ୟଦକ୍ଷତା

କ୍ରୋଧ କାର୍ଯ୍ୟଦକ୍ଷତା ବୃଦ୍ଧି କରିବାରେ ସହାୟକ ହୋଇଥାଏ ବୋଲି ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ଏହି ଗବେଷଣା କାନାଡ଼ାର ୟୁନିଭର୍ସିଟି ଅଫ୍‌ ୱାଟର୍‌ଲୁରେ ହୋଇଥିଲା।...

ଖରାଦିନେ ସିଲ୍କ ଶାଢ଼ି ପିନ୍ଧିବାକୁ ନେଇ ବଦଳାନ୍ତୁ ଚିନ୍ତାଧାରା: ଏହିପରି ବାଛନ୍ତୁ ଶାଢ଼ି

ଖରାଦିନେ ସିଲ୍କ ଶାଢ଼ି ପିନ୍ଧିବାକୁ ପ୍ରାୟ କେହି ପସନ୍ଦ କରି ନ ଥାନ୍ତି। ଯଦିଓ କୌଣସି ପର୍ବପର୍ବାଣିରେ ସେହି ଭଳି ଶାଢ଼ି ପନ୍ଧିଥାନ୍ତି, ସେଥିରେ ଅନେକ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *