Posted inଫୁରସତ

ଶରୀରର ଓଜନ କମ୍‌ କରିବାର ଅଭିନବ ପ୍ରୟାସ

ଶରୀରର ଓଜନ କମ୍‌ କରିବାକୁ କିଏ କେତେ ପ୍ରକାରର ଉପାୟ ଆପଣାଇ ଥାଆନ୍ତି। ହେଲେ ଲଣ୍ଡନରେ ରହୁଥିବା ଏଲେକ୍ସ ବୋଗାତିରିଓ୍ବ ନିଜ ଶରୀରର ଓଜନ କମ୍‌ କରିବା ପାଇଁ ଯେଉଁ ଉପାୟ ଅବଲମ୍ବନ କରନ୍ତି ତାହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। କାରଣ ଏଲେକ୍ସ କେତେଗୁଡିଏ ଜୋକକୁ ନିଜ ଦେହରେ ଲଗାଇ ରକ୍ତ ଟାଣି ଥାଆନ୍ତି। ଯେଉଁଠି ସାଧାରଣ ଭାବେ ଜୋକ ଲାଗିଲେ ଶରୀରରୁ ରକ୍ତ ଟାଣି ନେଉଥିବାରୁ ଲୋକେ ଦୁର୍ବଳ ହୋଇ ଯାଆନ୍ତି ସେଠାରେ ଏଲେକ୍ସ ଏହାକୁ ଓଜନ କମ୍‌ କରିବାରେ ବ୍ୟବହାର କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ । ଦିନ ତମାମ ସେ କେତୋଟି ଜୋକକୁ ନିଜ ଦେହରେ ଲଗାଇ ଦିଅନ୍ତି। ଆଉ ଜୋକ ଗୁଡିକ ରକ୍ତ ଟାଣି ସାରିବା ପରେ ଆପେ ଆପେ ଛାଡି ଯାଆନ୍ତି। ଏମିତି କରି ଏଲେକ୍ସ ନିଜ ଶରୀରର ୫୭ କିଲୋ ଓଜନ କମ୍‌ କରିଥିବା ଦାବି କରନ୍ତି। କିନ୍ତୁ ଏହା ଏକ ସାଧାରଣ ପ୍ରକ୍ରିୟା ହୋଇ ନ ଥିବାରୁ ବିଶେଷଜ୍ଞଙ୍କ ବିନା ପରାମର୍ଶରେ ଏପରି କରିବା ପ୍ରାଣଘାତୀ ହୋଇପାରେ।


All Right Reserved By

ପ୍ରେମୀଯୁଗଳଙ୍କୁ ମନା ଏହି ମନ୍ଦିର

ପ୍ରେମରେ ପଡ଼ିଥିବା ଝିଅ-ପୁଅ ସେମାନଙ୍କ ସମ୍ପର୍କ ଦୀର୍ଘସ୍ଥାୟୀ ହେବା ପାଇଁ ମନ୍ଦିର ଯାଇଥାନ୍ତି ପୂଜାର୍ଚ୍ଚନା କରିବାକୁ। ମାତ୍ର ଏମିତି ମନ୍ଦିର ଅଛି ଯେଉଁଠି ପ୍ରେମୀଯୁଗଳଙ୍କୁ ମନା...

ଯେଉଁଠି ୫୦ ଟଙ୍କା ପାଇଁ ଲଗାଯାଏ ଜୀବନ ବାଜି

ବିଶ୍ୱରେ ଏମିତି ଅନେକ ପ୍ରକାରର ପରମ୍ପରା ରହିଛି, ଯାହା ଶୁଣିଲେ ଯେତିକି ଆଶ୍ଚର୍ଯ୍ୟ ଲାଗେ ସେତିକି ଆଶଙ୍କା ବି ସୃଷ୍ଟି ହୁଏ। ଏଭଳି ଏକ ପରମ୍ପରା...

ସବୁଜ ମିଶନରେ ଲାଗିପଡିଛନ୍ତି ପାରା ଆଥଲେଟ୍‌ ଟି ଭି ସୁବ୍ରମଣୀ

ଅନ୍ତର୍ଜାତୀୟ ପାରା ଆଥଲେଟିକ୍‌ ଚାମ୍ପିଅନସିପରେ ଦୁଇଟି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଙ୍ଗାଲୁରୁ ନିବାସୀ ୩୯ ବର୍ଷୀୟ ଟି ଭି ସୁବ୍ରମଣୀ ନିଜ ଗାଁରେ ସବୁଜ...

ବ୍ୟକ୍ତିତ୍ୱ: ମ୍ୟାନ୍‌ ବୁକର ଆଓ୍ବାର୍ଡ ବିଜେତା ଅରବିନ୍ଦ ଆଡ଼ିଗା

‘ଦ ହ୍ବାଇଟ୍‌ ଟାଇଗର’ ଉପନ୍ୟାସ ପାଇଁ ଆଡ଼ିଗାଙ୍କୁ ମିଳିଥିଲା ୨୦୦୮ ମସିହାର ସମ୍ମାନଜନକ ମ୍ୟାନ୍‌ ବୁକର ଆଓ୍ବାର୍ଡ। ଏକ ବିଷମ ସନ୍ଧିକ୍ଷଣରେ ଅଟକି ଯାଇଥିବା ଭାରତର...

ଯେଉଁଠି ପ୍ରତିଦିନ ବୃଦ୍ଧିପାଉଛି ଗଣେଶଙ୍କ ମୂର୍ତ୍ତିର ଉଚ୍ଚତା

ଛତିଶଗଡ଼ର ଦାନ୍ତେୱାଡ଼ା ଅଞ୍ଚଳର ଢୋଲକଲ ପାହାଡ଼ରେ ରହିଛି ଏକ ରହସ୍ୟମୟ ଗଣେଶ ମୂର୍ତ୍ତି। ପ୍ରାୟ ୧୧୦୦ ବର୍ଷ ପୁରୁଣା ଏହି ମୂର୍ତ୍ତିଟିର ଉଚ୍ଚତା ପ୍ରତିଦିନ ବୃଦ୍ଧି...

କିପରି ହୋଇଥିଲା ଟେଲିଫୋନରେ ‘ହାଲୋ’ର ବ୍ୟବହାର

ପ୍ରାୟ ଆମେ ସମସ୍ତେ ଛୋଟବେଳୁ ଏହା ଦେଖି ଆସୁଛୁ, ଆଉ ଶୁଣି ଆସୁଛୁ ଯେ ଫୋନ୍‌ ଉଠାଇବା କ୍ଷଣି ‘ହାଲୋ’ କୁହାଯାଇଥାଏ। ପରେ ବ୍ୟବହାରକାରୀ ଅନ୍ୟ...

ଶୁଭ ଅଶୁଭର ସଙ୍କେତ ଦିଏ କାଉ

ଶାସ୍ତ୍ରରେ ପଶୁପକ୍ଷୀଙ୍କ ଉପସ୍ଥିତି ଓ ସ୍ବର ଆଧାରରେ ତାହା ଶୁଭ କି ଅଶୁଭ ସ୍ଥିର କରାଯାଇଥାଏ। କୁହାଯାଏ ଯେ, ଛାତ ଉପରେ ଯଦି କୌଣସି କାଉ...

ଯେଉଁଠି ମୃତ ବ୍ୟକ୍ତିଙ୍କ ସହ କରାଯାଏ ଝିଅଙ୍କ ବିବାହ

ଭାରତ ଏକ ବିଶାଳ ଦେଶ। ଏଠାରେ ଭିନ୍ନ ଭିନ୍ନ ସମ୍ପ୍ରଦାୟର ଲୋକ ବସବାସ କରିଥାନ୍ତି। ପ୍ରତ୍ୟେକ ସମ୍ପ୍ରଦାୟର ଲୋକ ନିଜ ସଂସ୍କୃତି ଏବଂ ପରମ୍ପରା ଅନୁସାରେ...



selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *