Posted inଖେଳ

ସଚିନଙ୍କ ସମକକ୍ଷ ହେବାକୁ କୋହଲି ନିକଟରେ ସୁଯୋଗ

ଲଣ୍ଡନ, ୯।୬(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ତାଙ୍କ ଉଜ୍ଜ୍ୱଳମୟ କ୍ୟାରିୟରରେ ଆଉଏକ ମାଇଲଖୁଣ୍ଟ ତଥା ରେକର୍ଡର ନିକଟତର ହୋଇଛନ୍ତି। ଚଳିତ ବିଶ୍ୱକପ୍‌ରେ ରବିବାର ଭାରତ ତା’ର ଦ୍ୱିତୀୟ ମ୍ୟାଚ୍‌ରେ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆକୁ ଭେଟିବାକୁ ଯାଉଥିବାବେଳେ କୋହଲି କ୍ରିକେଟ ଆଇକନ ସଚିନ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହେବାର ସୁଯୋଗ ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ କୋହଲି ସବୁବେଳେ ଦମ୍‌ଦାର ପ୍ରଦର୍ଶନ କରିଆସିଛନ୍ତି। ଆଉ ଗୋଟିଏ ଶତକ ହାସଲ କଲେ କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ଶତକ ହାସଲ କରିବାରେ ସଚିନଙ୍କ ରେକର୍ଡର ସମକକ୍ଷ ହେବେ। ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ସଚିନ ସର୍ବାଧିକ ୯ଟି ଶତକ ହାସଲ କରିଥିଲେ। ଯଦି ରବିବାର କୋହଲି ଆଉ ଏକ ଶତକ ହାସଲ କରନ୍ତି ତାହାଲେ ସଚିନଙ୍କ ରେକର୍ଡର ସମକକ୍ଷ ହେବେ। ତେବେ ରନ ସଂଗ୍ରହ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ କୋହଲି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି।


All Right Reserved By

Posted inଖେଳ

ଗୋଆ ଅନ୍ତର୍ଜାତୀୟ କରାଟେରେ ଜାହିଦଙ୍କ ସଫଳତା

କଟକ ଅଫିସ,୨୭ା୫- ଗୋଆରେ ଅନୁଷ୍ଠିତ ଅନ୍ତର୍ଜାତୀୟ କରାଟେ ଚାମ୍ପିୟନଶିପ୍‌ରେ କଟକର ମହମ୍ମଦ ଜାହିଦ ସଫଳତା ପାଇଛନ୍ତି । ଜାହିଦ ଗୋଟିଏ ଲେଖାଏ ସ୍ବର୍ଣ୍ଣ, ରୌପ୍ୟ ଓ...

ନିଜ ରେକର୍ଡ ଭାଙ୍ଗିଲେ ଜନସନ

ନୂଆଦିଲ୍ଲୀ, ୧୬ା୬ (ପି.ଟି.)- ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ଜିନସନ ଜନସନ ୧୫୦୦ ମିଟର ଦୌଡ଼ରେ ନିଜ ଜାତୀୟ ରେକର୍ଡକୁ ଭଙ୍ଗ କରିଦେଇଛନ୍ତି। ଭାରତର...

ସବ୍‌ଜୁନିୟର କରାଟେ ପାଇଁ ଭୁବନେଶ୍ୱର ଦଳ ଚୟନ

ଭୁବନେଶ୍ୱର, ୨୧।୫(କ୍ରୀଡ଼ା ପ୍ରତିନିଧି)-ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପରିସରରେ ଚଳିତମାସ ୨୬ରେ ୩୧ତମ ରାଜ୍ୟ ସବ୍‌ଜୁନିୟର କରାଟେ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏଥିପାଇଁ ସୋମବାର ସ୍କୁଲ...

ଡୋପ୍‌ ଟେଷ୍ଟରେ ବିଫଳ ହେଲେ ଗୋମତୀ

ନୂଆଦିଲ୍ଲୀ, ୨୨ା୫ (ପି.ଟି.)-ଗତମାସରେ ଅନୁଷ୍ଠିତ ଏସିଆନ ଚାମ୍ପିୟନଶିପ୍‌ ୮୦୦ମିଟର ରେସ୍‌ରେ ସ୍ବର୍ଣ୍ଣ ଜିତିଥିବା ଗୋମତୀ ମାରିମୁଥୁ ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି। ତାଙ୍କୁୁ ମଙ୍ଗଳବାର ତୁରନ୍ତ...

‘ରାବାଡାଙ୍କୁ ଆଇପିଏଲରେ ଖେଳିବାରୁ ରୋକିବାକୁ ଉଦ୍ୟମ କରିଥିଲୁ’

ସାଉଥାମ୍ପ୍‌ଟନ,୨୪।୬: ପାକିସ୍ତାନଠାରୁ ୪୯ ରନ୍‌ରେ ପରାସ୍ତ ହେବା ପରେ ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ୱକପ୍‌ର ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଛି। ଏହାପରେ ଅଧିନାୟକ ଫାଫ୍‌ ଡୁପ୍ଲେସି...

କୋପା ଆମେରିକା: କ୍ୱାର୍ଟରରେ ଚିଲି

ସାଲ୍‌ଭାଡର (ବ୍ରାଜିଲ),୨୨।୬(ଏଏଫ୍‌ପି): ଆଲେକ୍ସିସ ସାଞ୍ଚେଜଙ୍କ ଗୋଲ ବଳରେ ଚିଲି ୨-୧ ଗୋଲରେ ଇକ୍ୱେଡରକୁ ହରାଇ ଦେଇଛି। ବିଜୟ ସହ ଚଳିତ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟର...

ରୟ, ମୋର୍ଗାନ ଆହତ

ସାଉଥାମ୍ପଟନ,୧୫।୬(ପି.ଟି.): ଇଂଲଣ୍ଡ ଦଳର ଅଧିନାୟକ ଇଅନ ମୋର୍ଗାନ ଓ ଓପନର ଜାସନ ରୟ ଆହତ ହୋଇଛନ୍ତି। ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ରୟଙ୍କ ମାଂସପେଶୀ...

ମହିଳା ପର୍ବତାରୋହୀ କଳ୍ପନା ଦାଶ ମୃତ

ଭୁବନେଶ୍ୱର,୨୪।୫(ସ୍ପୋଟର୍‌ସ ବ୍ୟୁରୋ)- ସାରା ଭାରତରେ ନିର୍ବାଚନୀ ଉଷ୍ମତା ଛାଇ ରହିଥିବାବେଳେ ଓଡ଼ିଶା କ୍ରୀଡ଼ା ପାଇଁ ଆସିଛି ଏକ ଦୁଃଖଦ ଖବର। ରାଜ୍ୟର ପ୍ରଥମ ଏଭରେଷ୍ଟ ଆରୋହଣକାରୀ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *