ଦଣ୍ଡାଦେଶ ପରେ CJM କୋର୍ଟ ପରିସରରୁ ଖସି ପଳାଇଲେ ୨ ଦୋଷୀ

ନବରଙ୍ଗପୁର,୨।୧୧(ସଦାଶିବ ପ୍ରହରାଜ): ଜଜ୍‌ଙ୍କ ଦଣ୍ଡାଦେଶ ପରେ CJM କୋର୍ଟ ପରିସରରୁ ଖସି ପଳାଇଲେ ୨ ଦୋଷୀ। ଏଟିଏମ୍ ଲୁଟ୍ ମାମଲାରେ ଜାମିନ୍‌ରେ ଥାଇ ଦୁହେଁ କୋର୍ଟରେ ହାଜର ହୋଇଥିଲେ। ତେବେ ମାମଲାର ବିଚାର ପରେ କୋର୍ଟ ସେମାନଙ୍କୁ ୭ ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ। ଏହାପରେ ଅଭିଯୁକ୍ତ ୨ଜଣ ପୋଲିସକୁ ଚକମା ଦେଇ ସେଠାରୁ ଖସି ପଳାଇଛନ୍ତି।

ସୂଚନା ଅନୁଯାୟୀ ଅଭିଯୁକ୍ତମାନେ ଜାନୁଆରୀରେ ବ୍ଲକ୍‌ ସମ୍ମୁଖ SBI ଏଟିଏମ୍‌ରୁ ଟଙ୍କା ଲୁଟ୍ କରିଥିଲେ। ଚମ୍ପଟ୍ ମାରିଥିବା ୨ ଦୋଷୀ ହରିୟାଣା ମେୱ।ତ ଜିଲାର ସାକିଲ ଖାନ ଓ ସାହାରୁଖ ଖାନ ବୋଲି ଜଣାପଡ଼ିଛି। ଗତ ୨୦୨୪ ଜାନୁୟାରୀ ୩୧ ତାରିଖ ବିଳମ୍ବିତ ରାତିରେ ନବରଙ୍ଗପୁର ସହର ବ୍ଲକ ଅଫିସ କାର୍ଯ୍ୟାଳୟ ନିକଟରେ ଥିବା ଏଟିଏମ’ରୁ ଲୁଟ ଘଟଣାରେ ଜଡିତ ୫ ଅଭିଯୁକ୍ତଙ୍କ ମଧ୍ୟରୁ ଜେଲରେ ଥିବା ତିନି ଅଭିଯୁକ୍ତଙ୍କ ସମେତ ଜାମିନରେ ଥିବା ଦୁଇ ଅଭିଯୁକ୍ତ ସୋମବାର କୋର୍ଟ ତରଫରୁ ଚୂଡାନ୍ତ ଦଣ୍ଡାଦେଶ ଶୁଣାଇବା ଥିବାରୁ ସମସ୍ତେ କୋର୍ଟକୁ ଆସିଥିଲେ।

ଜେଲରେ ଥିବା ତିନି ଅଭିଯୁକ୍ତଙ୍କୁ ପୋଲିସ କୋର୍ଟକୁ ଆଣିଥିବା ବେଳେ ଜାମିନରେ ଥିବା ଦୁଇ ଅଭିଯୁକ୍ତ ସାକିଲ ଖାନ ଓ ସାହାରୁଖ ଖାନ ନିଜେ କୋର୍ଟରେ ହାଜିର ହୋଇଥିଲେ । ତେବେ ଏହି ଘଟଣାରେ ମାନ୍ୟବର କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ୭ ବର୍ଷ ଲେଖାଏ ସଜା ଶୁଣାଇଥିଲେ। କୋର୍ଟରୁ ରାୟ ଆସିବା ପରେ ଜାମିନରେ ଥିବା ଦୁଇ ଅଭିଯୁକ୍ତ ସାକିଲ ଖାନ ଓ ସାହାରୁଖ ଖାନ କୋର୍ଟ ପରିସରରୁ ହିଁ ଚମ୍ପଟ ମାରିଥିଲେ। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଖୋଜାଖୋଜି କରୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri