୨୦୧୮-୧୯ରେ ୧୧୭ ଜଗୁଆଳୀ ବିହୀନ ଫାଟକ ବନ୍ଦ କରିଛି ପୂର୍ବତଟ ରେଳପଥ

ଭୁବନେଶ୍ୱର,୭-୬: ପୂର୍ବତଟ ରେଳପଥ ପକ୍ଷରୁ ଅନ୍ତର୍ଜାତୀୟ ଲେଭଲ କ୍ରସିଂ ସଚେତନତା ଦିବସ ପାଳିତ ହୋଇଯାଇଛି। ରାସ୍ତା ପଥଚାରୀଙ୍କୁ ପ୍ରଶିକ୍ଷିତ କରିବାକୁ ରେଳପଥ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ଏହି କାର୍ଯ୍ୟକ୍ରମ ଅଧୀନରେ ବୈଦ୍ୟୁତିକ ଏବଂ ପ୍ରିଣ୍ଟ ଗଣମାଧ୍ୟମରେ ପ୍ରଚାର ପ୍ରସାର, ଲେଭଲ କ୍ରସିଂଗୁଡିକ ନିକଟରେ ପୋଷ୍ଟର, ବ୍ୟାନର,ପ୍ରଚାରପତ୍ର ବଣ୍ଟନ ଏବଂ ପଥପ୍ରାନ୍ତ ନାଟକ ଆଦି ଅନ୍ତର୍ଭୁକ୍ତ ରହିଛି। ରେଳପଥ ପକ୍ଷରୁ ଗୋପାଳପୁର ବାଲିକୁଦ ରେଳଫାଟକ ନିକଟରେ ଆୟୋଜିତ କାର୍ଯ୍ୟକ୍ରମକୁ ମୁଖ୍ୟ ନିରାପତ୍ତା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ଗୁରୁବାର ଉଦ୍‌ଘାଟନ କରିଥିଲେ। ଲେଭଲ କ୍ରସିଂ ପାର ହେବା ବେଳେ ସଚେତନ ରହିବା ଉପରେ ସେ ମତ ରଖିଥିଲେ। ରେଲଓ୍ବେ ପକ୍ଷରୁ ଗତ ଆର୍ଥତ୍କ ବର୍ଷରେ ୮ ଗୋଟି ରୋଡ ଓଭରବ୍ରିଜ ଏବଂ ୪୬ ଗୋଟି ଭୂତଳ ଉପମାର୍ଗ ନିର୍ମାଣ କରାଯାଇଛି। ଖୋର୍ଦ୍ଧାରୋଡ ରେଳମଣ୍ଡଳ ତାର ସମସ୍ତ ଜଗୁଆଳି ବିହୀନ ରେଳଫାଟକକୁ ବନ୍ଦ କରିଛି। ଗତ ବର୍ଷ ୧୧୭ ଗୋଟି ଜଗୁଆଳି ବିହୀନ ରେଳଫାଟକ ବନ୍ଦ କରାଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ରହିଛି।


All Right Reserved By

ଜିଓରେ ୫୦୦୦ କର୍ମଚାରୀଙ୍କୁ ଛଟେଇ

ମୁମ୍ବାଇ,୩୦-୫: ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ବ୍ୟୟଭାର କମାଇ କାର୍ଯ୍ୟକାରୀ ଲାଭକୁ ଅଧିକ କରିବା ଲକ୍ଷ୍ୟରେ କର୍ମଚାରୀ ଛଟେଇ ଉପରେ ଗୁରୁତ୍ୱ ଦେଇଛି। ଜାନୁୟାରୀ-ମାର୍ଚ୍ଚ ତ୍ରୈମାସରେ କମ୍ପାନୀର...

ଟେଲିକମ ସେକ୍ଟର ପାଇଁ ରିଲିଫ୍‌ ପ୍ୟାକେଜ ସପକ୍ଷରେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୨୯-୬: ସଙ୍କଟଗ୍ରସ୍ତ ଟେଲିକମ୍‌ ସେକ୍ଟରକୁ ଉଦ୍ଧାର କରିବା ଲାଗି ବଜେଟରେ ଲାଇସେନ୍ସ ଫି ହ୍ରାସ ସହ ଏକ ସିରିଜ ରିଲିଫ୍‌ ପ୍ୟାକେଜ ପ୍ରଦାନ କରାଯିବାର ଆବଶ୍ୟକତା...

ଭଡାରେ ଦିଆଯିବ ବିଏସ୍‌ଏନ୍‌ଏଲ୍‌ର ଫାଇବର ନେଟ୍‌ଓ୍ବାର୍କ

ନୂଆଦିଲ୍ଲୀ,୨୩-୬: ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌)ର ଫାଇବର ନେଟ୍‌ଓ୍ବାର୍କକୁ ଭଡାରେ ଦେବା ଲାଗି ଟେଲିକମ୍‌ ବିଭାଗ(ଡିଓଟି) ଖୁବଶୀଘ୍ର ଏକ ପ୍ରସ୍ତାବ ଆଗତ କରିବ। ଏହାଦ୍ୱାରା କମ୍ପାନୀର...

ଇଣ୍ଡିଆନ ଅଏଲର ସ୍ବଚ୍ଛତା ପକ୍ଷ

ଭୁବନେଶ୍ୱର,୧୫-୭: ସ୍ବଚ୍ଛତା ପକ୍ଷ ଉପଲକ୍ଷେ ରାଷ୍ଟ୍ରାୟତ୍ତ ଇଣ୍ଡିଆନ ଅଏଲ ପକ୍ଷରୁ ପୁରୀ ବଡଦାଣ୍ଡରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ଅବସରରେ କମ୍ପାନୀ ପକ୍ଷରୁ ଗୁଣ୍ଡିଚା...

ଆର୍ଥିକ ସଂସ୍କାର ଲାଗି ସରକାର ପ୍ରତିଶ୍ରୁତିବଦ୍ଧ:ନୀତି ଆୟୋଗ

ନୂଆଦିଲ୍ଲୀ,୨-୬: ଆର୍ଥିକ ଅଭିବୃଦ୍ଧିକୁ ଗତିଶୀଳ କରିବା ଉଦ୍ଦେଶ୍ୟରେ ଘରୋଇ ପୁଞ୍ଜିନିବେଶ ବୃଦ୍ଧି ସହ କୃଷି କ୍ଷେତ୍ରକୁ ଆଧୁନିକୀକରଣ କରିବା ଭଳି ନୂଆ ସଂସ୍କାରମୂଳକ ପଦକ୍ଷେପ ନେବାକୁ...

ଆଇଏମ୍‌ପିଏସ୍‌କୁ ଶୁଳ୍କମୁକ୍ତ କଲା ଏସ୍‌ବିଆଇ

ନୂଆଦିଲ୍ଲୀ,୧୩।୭: ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଏସ୍‌ବିଆଇ ଇମିଡିଏଟ୍‌ ପେମେଣ୍ଟ ସର୍ଭିସ୍‌(ଆଇଏମ୍‌ପିଏସ୍‌) ଉପରେ ଲାଗୁ ଥିବା ଚାର୍ଜ ଅଥବା ଶୁଳ୍କକୁ ସମ୍ପୂର୍ଣ୍ଣ ଛାଡ କରିଦେଇଛି। ଏବେ...

ହାଇକୋର୍ଟରେ ଚୋକସିଙ୍କ ସତ୍ୟପାଠ;ଫେରାର ହୋଇନି, ଟ୍ରିଟ୍‌ମେଣ୍ଟ ପାଇଁ ବିଦେଶ ଯାଇଛି

ନୂଆଦିଲ୍ଲୀ,୧୮-୬: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଦୁର୍ନୀତିର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସି ସୋମବାର ବମ୍ବେ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି।...

ଦୋକାନୀ ବ୍ୟବହାର କରିପାରିବେ ଲାପ୍‌ଟପ୍‌, କମ୍ପ୍ୟୁଟର

ସରକାର ଖୁଚୁରା ସାର ବିକ୍ରେତାଙ୍କ କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା ପାଇଁ ପିଓଏସ୍‌ ମେଶିନ ସହିତ ଡେସ୍କଟପ୍‌ କମ୍ପ୍ୟୁଟର ଓ ଲାପ୍‌ଟପ୍‌ ବ୍ୟବହାର କରିବାକୁ ଅନୁମତି ଦେବେ।...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *