ବିଶ୍ୱକପ୍‌ରେ ପ୍ରଥମ ମ୍ୟାଚ୍‌ ଜିତିବା ପରେ ଟିମ୍‌ ଇଣ୍ଡିଆ

ଲଣ୍ଡନ,୭।୬- ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରକାକୁ ହରାଇ ଅଭିଯାନ ଆରମ୍ଭ କରିଛି। ଆଗକୁ ଆହୁରି ଶକ୍ତିଶାଳୀ ଦଳକୁ ଭେଟିବାକୁ ଥିବାବେଳେ ଦଳ ଟୁର୍ନାମେଣ୍ଟରେ ଅତିକମ୍‌ରେ ସେମିଫାଇନାଲ ଖେଳିବ ବୋଲି ଆଶା କରାଯାଉଛି। କାରଣ ଟିମ୍‌ ଇଣ୍ଡିଆ ବିଶ୍ୱକପ୍‌ର ଯେଉଁ ସଂସ୍କରଣରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି, ସେଥିରେ ନିଶ୍ଚିତ ସେମିଫାଇନାଲ ଖେଳିଛି। ତିନିଥର ଫାଇନାଲ ମଧ୍ୟ ଖେଳିବାକୁ ସୁଯୋଗ ପାଇଛି। ଦୁଇ ଥର ବିଶ୍ୱକପ୍‌ ହାତେଇ ଥିବାବେଳେ ଥରେ ଉପବିଜେତା ଭାବେ ଟିମ୍‌ ବ୍ଲୁ ଅଭିଯାନ ଶେଷ କରିଛି। ଭାରତୀୟ ଦଳ ୧୯୮୩ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ଦୁଇ ଥର ଚାମ୍ପିୟନ ଓ୍ବେଷ୍ଟଇଣ୍ଡିଜକୁ ହରାଇଥିଲା। ଏହି ସଂସ୍କରଣରେ ସମାନ ଦଳକୁ ହରାଇ ପ୍ରଥମ ଥର ଚାମ୍ପିୟନ ହୋଇଥିଲା। ଭାରତରେ ଅନୁଷ୍ଠିତ ୧୯୯୬ ବିଶ୍ୱକପ୍‌ରେ ମହମ୍ମଦ ଆଝାରୁଦ୍ଦିନଙ୍କ ଦଳ ଐତିହାସିକ ବାରବାଟୀ ଷ୍ଟାଡିୟମରେ କେନିଆକୁ ହରାଇ ଅଭିଯାନ ଆରମ୍ଭ କରିଥିଲା। ସେହିଥର ଶ୍ରୀଲଙ୍କା ବିପକ୍ଷ ବିଶ୍ୱକପ୍‌ ସେମିଫାଇନାଲରେ ଭାରତୀୟ ଦଳର ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ଇଡେନଗାର୍ଡେନ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ସିଟ୍‌ ପୋଡ଼ାଜଳା କରିିଥିଲେ। ଫଳରେ ଶ୍ରୀଲଙ୍କାକୁ ବିଜେତା ଘୋଷିତ କରାଯାଇଥିଲା। ଏହାପରେ ୨୦୦୩ ବିଶ୍ୱକପ୍‌ରେ ଦୁର୍ବଳ ନେଦରଲାଣ୍ଡକୁ ହରାଇ ଅଭିଯାନ ଆରମ୍ଭ କରିଥିବା ଭାରତୀୟ ଦଳ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଥିଲା। ୨୦୧୧ ବିଶ୍ୱକପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ପଡ଼ୋଶୀ ବାଂଲାଦେଶକୁ ହରାଇଥିଲା। ଏହି ସଂସ୍କରଣ ଫାଇନାଲରେ ଅନ୍ୟତମ ଆୟୋଜକ ଶ୍ରୀଲଙ୍କାକୁ ହରାଇ ଭାରତୀୟ ଦଳ ଦ୍ୱିତୀୟ ଥର ବିଶ୍ୱକପ୍‌ ହାତେଇଥିଲା। ଏହାର ପରବର୍ତ୍ତୀ ସଂସ୍କରଣରେ ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚ୍‌ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଥିଲା। ୨୦୧୫ ବିଶ୍ୱକପ୍‌ ଆୟୋଜକ ଅଷ୍ଟ୍ରେଲିଆଠାରୁ ସେମିଫାଇନାଲରେ ପରାସ୍ତ ହୋଇ ଭାରତ ଅଭିଯାନ ଶେଷ କରିଥିଲା। ଏହାବାଦ୍‌ ୧୯୭୫, ୧୭୭୯, ୧୯୮୭, ୧୯୯୨, ୧୯୯୯ ଓ ୨୦୦୭ ବିଶ୍ୱକପ୍‌ରେ ପ୍ରଥମ ମ୍ୟାଚ୍‌ ଜିତିପାରି ନ ଥିବା ଭାରତୀୟ ଦଳ ନକ୍‌ଆଉଟ୍‌ ପର୍ଯ୍ୟାୟକୁ ଉନ୍ନୀତ ହେବାରେ ବିଫଳ ହୋଇଥିଲା।


All Right Reserved By

ଏନ୍‌ସିଏ ୨୩ବର୍ଷରୁ କମ୍‌ ମହିଳା ଶିବିରରେ ସୁଶ୍ରୀ

କଟକ ଅଫିସ,୧୫ା୫- ଆସନ୍ତା ଜୁନ ୨୪ରୁ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ(ଏନ୍‌ସିଏ)ରେ ୨୩ବର୍ଷରୁ କମ୍‌ ମହିଳା ଶିବିର ଅନୁଷ୍ଠିତ...

ଏଟିକେରୁ ଖେଳିବେ ଆନାସ

କୋଲକାତା, ୫।୭ (ପି.ଟି.)- ଇଣ୍ଡିଆନ ସୁପର ଲିଗ୍‌ର ଆସନ୍ତା ସିଜନ ପାଇଁ ପୂର୍ବତନ ଚାମ୍ପିୟନ ଏଟିକେ ଶୁକ୍ରବାର ପୂର୍ବତନ ଭାରତୀୟ ଡିଫେଣ୍ଡର ଆନାସ ଏଦାଥୋଡିକାଙ୍କୁ ଅନୁବନ୍ଧିତ...

ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟ୍‌ବଲ: ଭାରତ ପ୍ରଥମେ ତାଜିକିସ୍ତାନକୁ ଭେଟିବ

ନୂଆଦିଲ୍ଲୀ, ୧୦ା୬ (ପି.ଟି.)- ଜୁଲାଇ ୭ରୁ ୧୮ ତାରିଖ ପର୍ଯ୍ୟନ୍ତ ଅହମ୍ମଦାବାଦଠାରେ ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ଭାରତ ଏଥିରେ ତାଜିକିସ୍ତାନ...

ଭାରତ ଆଗରେ ବିଜୟ ଲକ୍ଷ୍ୟ ୩୩୮

ବର୍ମିଂହାମ,୩୦।୬: ଚଳିତ ବିଶ୍ୱକପର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଆଗରେ ବିଶାଳ ୩୩୮ରନର ଲକ୍ଷ୍ୟ ରଖିଛି ଆୟୋଜକ ଇଂଲଣ୍ଡ। ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିଥିବା...

ଫର୍ମୁଲା-୨କୁ ଫେରିବେ ଅର୍ଜୁନ ମାଇନି

ନୂଆଦିଲ୍ଲୀ, ୨୫ା୬ (ପି.ଟି.)-ଆସନ୍ତା ଅଷ୍ଟ୍ରିଆ ଓ ସିଲଭରଷ୍ଟୋନ୍‌ ରାଉଣ୍ଡ ପାଇଁ ଏଫ୍‌ଆଇଏ ଫର୍ମୁଲା-୨ ଗ୍ରୀଡ୍‌କୁ ସାମୟିକ ଫେରିବେ ଯୁବ ଭାରତୀୟ ରେସର ଅର୍ଜୁନ ମାଇନି। ମଙ୍ଗଳବାର...

ଆଲ୍ଲାଙ୍କ ଯୋଗୁ ଆମେ ବିଶ୍ୱ ଚାମ୍ପିୟନ୍‌ ହେଲୁ:ମୋର୍ଗାନ

ଲର୍ଡସ, ୧୬।୭: ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଇଥିବା କଡ଼ା ସଂଘର୍ଷପୂର୍ଣ୍ଣ ରୋମାଞ୍ଚକ ଫାଇନାଲ ମ୍ୟାଚରେ ଇଂଲଣ୍ଡ ସୁପର ଓଭରରେ ନ୍ୟୁଜିଲାଣ୍ଡକୁ ନାଟକୀୟ ଢଙ୍ଗରେ ହରାଇ ପ୍ରଥମଥର...

ଇଣ୍ଡୋନେସିଆ ଓପନ୍‌ ବ୍ୟାଡମିଣ୍ଟନ : ଫାଇନାଲରେ ହାରିଲେ ସିନ୍ଧୁ

ଜାକର୍ତ୍ତା,୨୧।୭(ପି.ଟି.): ଅଲିମ୍ପିକ୍ସ ରୌପ୍ୟପଦକ ବିଜୟିନୀ ତଥା ମହିଳା ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ ଆଉ ଏକ ଫାଇନାଲରେ ପରାସ୍ତ ହୋଇଛନ୍ତି। ଏଠାରେ ଅନୁଷ୍ଠିତ ବିଡବ୍ଲ୍ୟୁଏଫ୍‌ ଟୁର...

ବିଜୟ ସହ ମେକ୍ସିକୋ ୭ମ

ଭୁବନେଶ୍ୱର, ୧୨।୬(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ବିଜୟ ସହ ଅଭିଯାନ ଶେଷ କରିଛି ମେକ୍ସିକୋ। ଯୁବ ମେକ୍ସିକୋ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *