ରାତାରାତି ଗାୟବ ହୋଇଗଲା ବ୍ରିଜ

ମସ୍କୋ,୭।୬: ଘର ଓ ଦୋକାନରେ ଚୋରି ହେବା କଥା ଶୁଣିଥିବେ। ହେଲେ ରେଲଓ୍ବେର ବ୍ରିଜ୍‌ ଚୋରି ହେବା କଥା କେହି କେବେ ଶୁଣି ନ ଥିବେ। ପୁଣି ଛୋଟମୋଟ ନୁହେଁ, ୨୩ ମିଟର ଲମ୍ବା ଓ ୫୬ ଟନ୍‌ ଓଜନର। ଏହି ବ୍ରିଜ ରାତାରାତି ଗାୟବ ହୋଇଯାଇଥିବା ଜଣାପଡ଼ିଛି। ଏହି ଘଟଣା ଦେଖିବାକୁ ମିଳିଛି ରୁଷର ମୁର୍‌ମାନ୍ସକ୍‌ରେ। ଉକ୍ତ ସହରର ଉମବା ନଦୀ ଅଞ୍ଚଳ ରୁଷ ଓ ଫିନ୍‌ଲ୍ୟାଣ୍ଡର ବର୍ଡରରେ ରହିଛି। ଏହି ନଦୀ ଉପରେ ଏକ ମେଟାଲର ବ୍ରିଜ ତିଆରି ହୋଇଥିଲା। ହେଲେ କେହି ଦୁର୍ବୃତ୍ତ ଏହାକୁ ଚୋରି କରି ନେଇଯାଇଥିବା ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଫଟୋରେ ନଦୀ ଉପରିସ୍ଥ ଥିବା ବ୍ରିଜଟି ଚୋରି ହୋଇଯାଇଥିବା ଦେଖଇବାକୁ ମିଳିଛି। ଏନେଇ ନିକଟସ୍ଥ ପୋଲିସ ଥାନାରେ ଅଭିଯୋଗ ହୋଇଛି। ପୋଲିସ ମାମଲା ରୁଜୁ କରି ଆଖପାଖ ଅଞ୍ଚଳରେ ରହୁଥିବା ଲୋକଙ୍କୁ ପଚରାଉଚରା କରିବା ସହ ତଦନ୍ତ ଚଳାଇଛି।


All Right Reserved By

ଖଲିସ୍ତାନ ସମର୍ଥକଙ୍କୁ ପାଣ୍ଠି ଯୋଗାଉଛନ୍ତି ବ୍ରିଟେନ୍‌ ଏବଂ କାନାଡ଼ାରେ ଥିବା ପାକିସ୍ତାନୀ

ଲଣ୍ଡନ,୬।୭: ଖଲିସ୍ତାନ ସମର୍ଥକଙ୍କୁ ବ୍ରିଟେନ୍‌ ଏବଂ କାନାଡ଼ାରେ ଥିବା ପାକିସ୍ତାନୀ ପାଣ୍ଠି ଯୋଗାଉଛନ୍ତି। ଏନେଇ ଭାରତୀୟ ସେନାର ପୂର୍ବତନ ମେଜର ଜେନେରାଲ ଧ୍ରୁବ.ସି. କଟୋଚ୍‌ ସୂଚନା...

ପାକ୍‌ ସେନାମୁଖ୍ୟଙ୍କ ସଫେଇ: ଆତଙ୍କବାଦ ଦମନ ପାଇଁ ଉଦ୍ୟମ କରୁଛୁ

ଲଣ୍ଡନ,୨୪ା୬: ଆତଙ୍କବାଦ ବିରୋଧରେ ପାକିସ୍ତାନକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେବ ବୋଲି ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫ୍‌ଏଟିଏଫ୍‌)ର ଚେତାବନୀ ପରେ ଇସ୍‌ଲାମାବାଦ ନରମିଛି। ପାକ୍‌...

ମହିଳାଙ୍କ ଶେଷ ଇଚ୍ଛା ପୂରଣ ପାଇଁ ଜୀବନ ଦେଲା ପୋଷା କୁକୁର

ଓ୍ବାଶିଂଟନ,୩୧।୫: ଆମେରିକାର ଭର୍ଜିନିୟାରୁ ଏମିତି ଏକ ଖବର ଆସିଛି ଯେଉଁଠି ଜୀବନ, ମୃତ୍ୟୁ, ଜିଦ୍‌ ଆଉ ଇଚ୍ଛାର ଏକ ମିଶ୍ରଣ ଦେଖିବାକୁ ମିଳିଛି। ଜଣେ ମହିଳା...

୫ବର୍ଷ ପରେ ସାମ୍ନାକୁ ଆସିଲା ଆଇଏସ୍‌ ନେତାଙ୍କ ଭିଡିଓ

ଦାମସ୍‌କସ୍‌,୩୦।୪: ଇସଲାମିକ୍‌ ଷ୍ଟେଟର ନେତା ସୋମବାର ଏକ ଭିଡିଓ ଜାରି କଲାପରେ ଏବେ ଏହା ଚର୍ଚ୍ଚାକୁ ଆସିଛି। ଉକ୍ତ ଭିଡିଓରେ ଇଷ୍ଟରରେ ଶ୍ରୀଲଙ୍କାରେ ହୋଇଥିବା ବିସ୍ଫୋରଣ...

ଶୋଇବା ପାଇଁ ଏଠାରେ ଲୋକେ ଭଡାରେ ନିଅନ୍ତି କାର୍‌

ଟୋକିଓ,୧୧।୭: ଅନେକ ଦେଶରେ ଲୋକେ ଯାତ୍ରା କରିବା ପାଇଁ କାର୍‌ ଭଡାରେ ନେଇଥାଆନ୍ତି। ହେଲେ ଜାପାନରେ ଅଧିକାଂଶ ଲୋକେ କାର୍‌ ଭଡାରେ ନେଇ ରାସ୍ତା କଡରେ...

ମ୍ୟାଲେରିଆରେ ଶହେ ୬ ଦେଶର ୩ ଶହ ୩୦ କୋଟି ଲୋକ ପ୍ରଭାବିତ: ଆଫ୍ରିକାରେ ଅଧିକ

ଜେନେଭା, ୨୪।୪: ମ୍ୟାଲେରିଆରେ ପୃଥିବୀର ଶହେ ୬ଟି ଦେଶର ୩ ଶହ ୩୦ କୋଟି ଲୋକ ପ୍ରଭାବିତ ହେଉଛନ୍ତି। ଏନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶିତ...

ବ୍ରାଜିଲ ବାରରେ ଗୁଳିମାଡ: ୪ ମୃତ

ରିଓ-ଡି-ଜେନେରିୟୋ,୩୦।୬: ବ୍ରଜିଲର ରିଓ-ଡି-ଜେନେରିଓରେ ଥିବା ଏକ ବାରରେ ଗୁଳିମାଡ ଫଳରେ ଅତିକମ୍‌ରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିବା ସୂଚନା ମିଳିଛି। ପ୍ରତ୍ୟେକ୍ଷଦର୍ଶୀଙ୍କ...

ଇରାନକୁ ଆମେରିକାର ଧମକ

ଓ୍ବାଶିଂଟନ,୨୦।୫: ଆମେରିକା ଓ ଇରାକ ମଧ୍ୟରେ ଏବେ ଯୁଦ୍ଧ ପରିସ୍ଥିତି ଚରମ ସୀମାରେ ପହଞ୍ଚିଛି। ଏମିତି କହିବାର କାରଣ ହେଉଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ...

ଶ୍ରୀଜୀଉଙ୍କ ନୀଳାଦ୍ରିବିଜେର ସିଧା ପ୍ରସାରଣ ଦେଖନ୍ତୁ ପୁରୀରୁ


selfi corner

ଧରିତ୍ରୀ କାର୍ଟୁନ

Model This Week

Why Dharitri

Leave a comment

Your email address will not be published. Required fields are marked *