ଉପକାରୀ ଅପରାଜିତା ଫୁଲ ଚା’

ସାରାଦିନର କାର୍ଯ୍ୟବ୍ୟସ୍ତ ମଧ୍ୟରେ ଯଦି ଥକ୍କା ଅନୁଭବ କରୁଛନ୍ତି, ତେବେ ଅପରାଜିତା ଫୁଲ ଚା’ର ସେବନ କରନ୍ତୁ। ଫୁଲଟି ଦେଖିବାକୁ ଯେତିକି ସୁନ୍ଦର ଏହାର ଔଷଧୀୟ ଫାଇଦା ମଧ୍ୟ ସେତିକି ରହିଛି। ଏହି ଫୁଲରୁ ପ୍ରସ୍ତୁତ ଚା’ କେବଳ ଥକାପଣ ଦୂର କରେ ତା’ ନୁହେଁ ବରଂ ସ୍ବାସ୍ଥ୍ୟଗତ ବିଭିନ୍ନ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ। ଏହାକୁ ପ୍ରସ୍ତୁତ କରିବା ପାଇଁ ଗୋଟିଏ ଗ୍ଲାସ୍‌ ପାଣିକୁ ଭଲଭାବେ ଫୁଟାନ୍ତୁ। ସେଥିରେ ଚିନି ଏବଂ ଅପରାଜିତା ଫୁଲ ପକାଇ ୧ କପ୍‌ ହେବା ଯାଏ ଗରମ କରନ୍ତୁ। ଧୀରେ ଧୀରେ ପାଣିର ରଙ୍ଗ ନୀଳ ରଙ୍ଗ ଧାରଣ କରିବା ପରେ ଏହାକୁ ସେବନ କରନ୍ତୁ। ଗ୍ରୀନ୍‌ ଟି’କୁ ମଧ୍ୟ ଏହି ଚା’ ମାତ୍‌ ଦେବାରେ ସକ୍ଷମ। ପ୍ରତିଦିନ ସକାଳ ଅବା ସନ୍ଧ୍ୟାରେ ଏହି ଚା’ ସେବନ କଲେ ସଂକ୍ରମଣ ଜନିତ ସମସ୍ୟା, ଚର୍ମରୋଗ ମଧ୍ୟ ଭଲ ହୋଇଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍‌ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ। କେବଳ ସେତିକି ନୁହେଁ, ଏହି ଫୁଲକୁ ଶୁଖାଇ ଏଥିରେ ଗୁଣ୍ଡ ମଧ୍ୟ ପ୍ରସ୍ତୁତ କରାଯାଏ। ଏହି ଗୁଣ୍ଡକୁ ଚିନି ଓ ପାଣି ସହ ମିଶାଇ ସରବତ୍‌ ଆକାରରେ ମଧ୍ୟ ପିଇପାରିବେ।


All Right Reserved By

ଚିକେନ୍‌ ପଟିଆଲା

ଖାଦ୍ୟ ପାଇଁ ରାଜ୍ୟ ତଥା ବାହାରେ ବେଶ୍‌ ପରିଚିତ ରେଶମ ସହର ବ୍ରହ୍ମପୁର। ଗ୍ରାହକଙ୍କ ଚାହିଦା ମୁତାବକ ଖାଦ୍ୟ ପ୍ରସ୍ତୁତି ପାଇଁ ସହରରେ ଖୋଲିଛି ଅନେକ...

ବାହାଘର ପାର୍ଟି ଓ ବିବାହ ଲାଗି ଡିଜାଇନ ଚୁଡ଼ି

ମହିଳାଙ୍କ ଚୁଡ଼ିର ଖନ୍‌ଖନ୍‌ ଶଦ୍ଦ କାହାର ବା ଧ୍ୟାନ ଆକର୍ଷଣ ନ କରେ! ଖାଲି ସେତିକି ନୁହେଁ, ଏହା ମହିଳାଙ୍କ ଷୋଳ ଶିଙ୍ଗାର ସହ ସମାନ।...

ଓଜନ କମ୍‌ କରିବା ପାଇଁ ମହିଳା କରିଥିଲେ ଏମିତି କିଛି, ଯେଉଁଥିରେ ସବୁଦିନ ପାଇଁ ଅକାମୀ ହୋଇଗଲା ଏହି ଅଙ୍ଗ

ବର୍ତ୍ତମାନ ସମୟରେ ମେଦବହୁଳତା ଏକ ଜଟିଳ ସମସ୍ୟା ପାଲଟିଛି। ଏହି ସମସ୍ୟା ଦେଇ ଗତିକରୁଛନ୍ତି ବିଶ୍ୱର ଅଧିକାଂଶ ଲୋକ। ତେବେ ଏଥିରୁ ମୁକ୍ତି ପାଇବା ପାଇଁ...

ଅମୃତଭଣ୍ଡାର ବି ରହିଛି ଏମିତି ଗୁଣ

ଅମୃତଭଣ୍ଡା ଶରୀର ପାଇଁ ଭଲ ବୋଲି ଡାକ୍ତର କହିଥାଆନ୍ତି। ହେଲେ ଏହାକୁ ଅଧିକ ପରିମାଣରେ ଖାଇଲେ ଏହା ଶରୀରରେ ଅସୁବିଧା ସୃଷ୍ଟି କରିଥାଏ। ଅମୃତଭଣ୍ଡାରେ ପ୍ରଚୁର...

ସ୍ତନ୍ୟପାନ କରାଉଥିଲେ ଧୂମପାନ ହାନିକାରକ

ଧୂମପାନ କରିବା ଏବଂ ଏହା ସଂସ୍ପର୍ଶରେ ରହିବା ଉଭୟ ସ୍ବାସ୍ଥ୍ୟ ପାଇଁ ହାନିକାରକ। ଏହା ସବୁଠୁ ଅଧିକ ମହିଳାଙ୍କ ପାଇଁ କ୍ଷତିକାରକ ହୋଇଥାଏ, ଯେଉଁମାନେ ନବଜାତକଙ୍କୁ...

ମେଦବହୁଳତାରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ଦିନକୁ ଏଥିରୁ ଖାଆନ୍ତୁ ଚାମଚେ…

ପ୍ରତିଦିନ ଶରୀର ଲାଗି ଫ୍ୟାଟ ଆବଶ୍ୟକ ହୋଇଥାଏ। ଶରୀରର ଆବଶ୍ୟକତା ପୂରଣ ଲାଗି ପ୍ରତିଦିନ ଖାଦ୍ୟରେ ଗୋଟିଏ ଚାମଚେ ଗୁଆଘିଅ ସାମିଲ କଲେ ବେଶ୍‌ ସୁଫଳ...

ହାଇ ବ୍ଲଡ ପ୍ରେସର କମ୍‌ କରିବାରେ ସାହାଯ୍ୟ କରେ ସାରୁ

ସାରୁ ଖାଇବାକୁ ଅଧିକାଂଶ ଲୋକେ ପସନ୍ଦ କରନ୍ତି ନାହିଁ। ହେଲେ ଏହା ଶରୀରକୁ ଅନେକ ରୋଗଠାରୁ ଦୂରେଇ ରଖିଥାଏ ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ...

ଷ୍ଟୋମାକ କ୍ୟାନ୍‌ସର ଚିହ୍ନିବାର ନୂଆ ଉପାୟ

ଷ୍ଟୋମାକ କ୍ୟାନ୍‌ସରର ଆଦ୍ୟାବସ୍ଥାରୁ ଚିକିତ୍ସା କରାଇଲେ ଏଥିରୁ ଆରୋଗ୍ୟ ଲାଭ କରିବାର କିଛି ଅଂଶ ସୁଯୋଗ ରହିଛି। ହେଲେ ଏହା ଜଟିଳ ଅବସ୍ଥା ଧାରଣ କରିଥିଲେ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *