Posted inଖେଳ

ଏଫଆଇଏଚ୍‌ ସିରିଜ ଫାଇନାଲ୍ସ: ରୁଷିଆକୁ ୧୦-୦ ହରାଇଲା ଭାରତ

ଭୁବନେଶ୍ୱର, ୭।୬(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଏଫଆଇଏଚ୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଭାରତ ଗୋଲ ବର୍ଷା କରି ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛି। ଅନୁକୂଳ ପାଗ, ମନୋରମ ପରିିବେଶ ଓ ଦର୍ଶକଙ୍କ ଉପସ୍ଥିତିରେ ଆରମ୍ଭରୁ ଉତ୍ସାହୀ ପ୍ରଦର୍ଶନ କରିଥିବା ଭାରତ ୧୦-୦ ଗୋଲରେ ରୁଷିଆକୁ ପରାସ୍ତ କରିଛି। ଫଳରେ ନିଜର ପ୍ରଥମ ମ୍ୟାଚରେ ୩ ପଏଣ୍ଟ ସହିତ ମନପ୍ରୀତ ବାହିନୀ ଆଗକୁ ବଢ଼ିଛି। କଳିଙ୍ଗ ଷ୍ଟାଡିୟମରେ ୧୦-୦ ଗୋଲ ଦ୍ୱିତୀୟ ସର୍ବାଧିକ ଗୋଲ ବ୍ୟବାଧାନ ବିଜୟ। ୨୦୧୮ ଡିସେମ୍ବର ୭ରେ ଅନୁଷ୍ଠିତ ବିଶ୍ୱକପର ଏକ ମ୍ୟାଚରେ ଅଷ୍ଟ୍ରେଲିଆ ୧୧-୦ ଗୋଲରେ ଚାଇନାକୁ ହରାଇ କଳିଙ୍ଗ ଷ୍ଟାଡିୟମରେ ସର୍ବାଧିକ ଗୋଲ ବ୍ୟବଧାନ ବିଜୟ ରେକର୍ଡର ଅଧିକାରୀ ଅଛି। କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତ ବେହେରା ଅତିଥିଭାବେ ଯୋଗଦେଇ ଭାରତୀୟ ଦଳର ନୀଳକାନ୍ତ ଶର୍ମାଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ।
ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୫ମ ସ୍ଥାନରେ ଥିବା ଭାରତକୁ ଏଠାରେ ମୁକାବିଲା କରିବାରେ ଅସଫଳ ରହିଥିଲା ୨୨ନମ୍ବର ଦଳ ରୁଷିଆ। ମ୍ୟାଚ ଆରମ୍ଭ ପାଇଁ ରେଫରିଙ୍କ ହ୍ବିସିଲ ବାଜିବାକ୍ଷଣି ଭାରତ ଆକ୍ରମଣ ଆରମ୍ଭ କରିଥିଲା। ଫଳ ସ୍ବରୂପ ୩ୟ ମିନିଟରେ ଭାରତକୁ ପେନାଲ୍ଟି କର୍ନର ମିଳି ଯାଇଥିଲା। ରମଣଦୀପ ସିଂ ବଲ୍‌ ପୁଶ୍‌ କରିଥିବାବେଳେ ହରମନପ୍ରୀତ ସିଂଙ୍କ ଶଟ୍‌ ରୁଷିଆ ଖେଳାଳିଙ୍କ ପାଦରେ ବାଜି ଫେରି ଆସିଥିବା। ଫଳରେ ଭାରତକୁ ଦ୍ୱିତୀୟ ପେନାଲ୍ଟି କର୍ନର ଅଫର ଦିଆ ଯାଇଥିଲା। ଏଥର ମଧ୍ୟ ହରମନପ୍ରୀତ ବିଫଳ ହୋଇଥିଲେ। ଏହି କ୍ବାର୍ଟରରେ ଭାରତ ବଲ୍‌କୁ ରୁଷିଆ ହାଫ୍‌ରେ ରଖି ଘନଘନ ଆକ୍ରମଣ କରିଥିଲା। ଫଳ ସ୍ବରୂପ ୧୩ତମ ମିନିଟରେ ଭାରତ ପାଇଁ ସୁଯେଗ ସୃଷ୍ଟି ହୋଇଥିଲା ଏବଂ ନୀଳକାନ୍ତ ଶର୍ମାଙ୍କ ଫିଲ୍ଡ ଗୋଲ ମାଧ୍ୟମରେ ଭାରତ ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ କ୍ବାର୍ଟରରେ ମଧ୍ୟ ଅନୁରୂପ ଖେଳ ଦେଖିବାକୁ ମିିଳିଥିଲା। ରୁଷିଆର ଆକ୍ରମଣକୁ ଭାରତୀୟ ଡିଫେଣ୍ଡରମାନେ ସଫଳତାର ସହିତ ପ୍ରତିହତ କରିଥିଲେ। ଅନ୍ୟପକ୍ଷରେ ଭାରତ ଆଧିପତ୍ୟ ଜାରି ରଖି ଏକାଧିକ ସୁଯୋଗ ସୃଷ୍ଟି କରିଥିଲା। ୧୯ତମ ମିନିଟରେ ସିମରନଜିତ ସିଂ ଗୋଲ ଦେଇ ଭାରତର ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇ ଦେଇଥିଲେ। ୨୦ତମ ମିନିଟରେ ଭାରତକୁ ଏକ ପେନାଲ୍ଟି କର୍ନର ମିଳିଥିଲା। ରମଣଦୀପ ସିଂଙ୍କ ପୁଶ୍‌କୁ ଓଡ଼ିଆ ଖେଳାଳି ଅମିତ ରୋହି ଦାସ ଗୋଲରେ ପରିଣତ କରି ଷ୍ଟାଡିୟମରେ ଉପସ୍ଥିତ ଦର୍ଶକଙ୍କ ମନରେ ଉତ୍ସାହ ଭରି ଦେଇଥିଲେ। ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଭାରତ ୩-୦ ଗୋଲରେ ଅଗ୍ରଣୀ ରହିଥିଲା।
ଦ୍ୱିତୀୟାର୍ଦ୍ଧରେ ରୁଷିଆ ଗୋଲ ପରିଶୋଧ ଚକ୍କରରେ ଥିବାବେଳେ ଭାରତ ଆକ୍ରମଣକୁ ଅଧିକ ଜୋରଦାର କରିଥିଲା। ରୁଷିଆ ଖେଳାଳିମାନେ ଏକାଧିକ ତୃଟି କରିିଥିବାବେଳେ କେବଳ ତୃତୀୟ କ୍ବାର୍ଟରରେ ଭାରତ ୫ଟି ଗୋଲ ସ୍କୋର କରିଥିଲା। ୩୨ତମ ମିନିଟରେ ଭାରତକୁ ମିିଳିଥିବା ପେନାଲ୍ଟି କର୍ନରକୁ ହରମନପ୍ରୀତ ସିଂ ଗୋଲରେ ପରିଣତ କରି ଅଗ୍ରଣୀ ବ୍ୟବଧାନକୁ ୪-୦ରେ ପହଞ୍ଚାଇଥିଲେ। ଏହାର ୨ ମିନିଟ ପରେ ଅର୍ଥାତ୍‌ ୩୪ତମ ମିନିଟରେ ଆଉ ଏକ ପେନାଲ୍ଟି କର୍ନରକୁ ବରୁଣ କୁମାର ଗୋଲରେ ପରିଣତ କରିଥିଲେ। ୩୭ତମ ମିନିଟରେ ସିମରନଜିତ ସିଂଙ୍କ ପାସ୍‌କୁ ଗୁରସାହିବଜିତ ସିଂ ଗୋଲରେ ପରିଣତ କରିଥିବାବେଳେ ୪୨ତମ ମିନିଟରେ ଆକାଶଦୀପ ସିଂ ଏକ ଫିଲ୍ଡ ଗୋଲ ଦେଇଥିଲେ। ରୁଷିଆର ଦୁର୍ଦ୍ଦଶା ଏତିକିରେ ସରି ନ ଥିଲା। ୪୫ତମ ମିନିଟରେ ବିବେକ ପ୍ରସାଦ ଆଉ ଏକ ଗୋଲ ଦେଇ ତୃତୀୟ କ୍ବାର୍ଟର ଶେଷସୁଦ୍ଧା ଭାରତର ଅଗ୍ରଣୀ ବ୍ୟବଧାନକୁ ୮-୦ରେ ପହଞ୍ଚାଇଥିଲେ। ଅନ୍ତିମ କ୍ବାର୍ଟରରେ ମଧ୍ୟ ଭାରତର ଦବ୍‌ଦବା ଜାରି ରହିଥିଲା। ରୁଷିଆ ଗୋଲକିପର ବଦଳାଇ ଇଭାନ ଓଝେରଲେଭଙ୍କୁ ଆଣିଥିଲେ ହେଁ କିଛି ଫରକ ପଡ଼ି ନ ଥିଲା। ୪୮ତମ ମିନିଟରେ ଭାରତକୁ ମିଳିଥିବା ପେନାଲ୍ଟି କର୍ନରକୁ ହରମନପ୍ରୀତ ସିଂ ଗୋଲରେ ପରିଣତ କରିଥିଲେ। ମ୍ୟାଚରେ ଏହାଥିଲା ତାଙ୍କର ଦ୍ୱିତୀୟ ଗୋଲ। ୫୬ତମ ମିନିଟରେ ଆକାଶଦୀପ ବ୍ୟକ୍ତିଗତ ଦ୍ୱିତୀୟ ଓ ଦଳ ପକ୍ଷରୁ ୧୦ମ ଗୋଲ ସ୍କୋର କରିଥିଲେ। ଭାରତ ଶୁକ୍ରବାର ଏହାର ପରବର୍ତ୍ତୀ ମ୍ୟାଚରେ ପୋଲାଣ୍ଡକୁ ଭେଟିବ।


All Right Reserved By

Posted inଖେଳ

ଅଧିନାୟକ ଭାବେ କୋହଲି ହାସଲ କଲେ ଏହି ‘ବିରାଟ’ ରେକର୍ଡ

ବର୍ମିଂହାମ, ୧।୭: ଚଳିତ ଆଇସିସି ବିଶ୍ୱକପରେ ଭାରତୀୟ ଅଧିନାୟକ ବିରାଟ କୋହଲି ଆଉ ଏକ ‘ବିରାଟ’ ରେକର୍ଡର ଅଧିକାରୀ ହୋଇଛନ୍ତି। କ୍ରିକେଟ ବିଶ୍ୱକପରେ ଲଗାତାର ପାଞ୍ଚଟି...

ଅଲିମ୍ପିକ୍ସକୁ ଆଉ ବର୍ଷେରୁ କମ୍‌ ସମୟ ଥିବାବେଳେ ଯୋଗଦେଇ ନାହଁନ୍ତି ବିଦେଶୀ କୋଚ୍‌

ନୂଆଦିଲ୍ଲୀ,୨୨ା୭(ପିଟି)- ଟୋକିଓ ଅଲିମ୍ପିକ୍ସକୁ ପୂର୍ବରୁ ଭାରତୀୟ ଟେବୁଲ ଟେନିସ ଦଳ ହାତରେ ପ୍ରସ୍ତୁତି ପାଇଁ ଆଉ ମାତ୍ର ବର୍ଷେ ସମୟ ରହିଛି। କିନ୍ତୁ ଦଳର ନୂଆ...

କଟକରେ ରେକର୍ଡ ରଚିଲା ଭାରତୀୟ ଟିଟି:ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକରେ କ୍ଲିନ୍‌ ସୁଇପ୍‌

କଟକ ଅଫିସ,୨୩ା୭- ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଛି। ଟୁର୍ନାମେଣ୍ଟର ସମସ୍ତ ୭ଟି ଯାକ...

ଚିନ୍ତାରେ ବାଂଲାଦେଶ ଦଳ

ଟଣ୍ଟନ,୧୬ା୬: ବାଂଲାଦେଶ ପାଇଁ ଚଳିତ ବିଶ୍ୱକପ୍‌ରେ ଦ୍ୱିତୀୟ ସର୍ବାଧିକ ରନ୍‌ ସ୍କୋରର ମୁସ୍ତାଫିକର ରହିମ ବ୍ୟାଟିଂ ଅଭ୍ୟାସ କରୁଥିବା ବେଳେ ଆହତ ହୋଇଛନ୍ତି। ସୋମବାର ଏଠାରେ...

ବିଶ୍ୱକପ୍‌ ଟିମ୍‌ରେ ଯାଗା ମିଳିଲାନି: ଅଜବ ଢଙ୍ଗରେ ବିରୋଧ ପ୍ରଦର୍ଶନ କଲେ ପାକିସ୍ତାନୀ ଖେଳାଳି

ଇସଲମାବାଦ୍‌, ୨୧।୫: ମେ ୩୦ରୁ ଇଂଲଣ୍ଡରେ ଆୟୋଜିତ ହେହାକୁ ଥିବା କ୍ରିକେଟ ବିଶ୍ୱକପ୍‌ ପାଇଁ ଚୂଡାନ୍ତ ଦଳ ଘୋଷଣା କରିଛି ପାକିସ୍ତାନ। ଅନେକ ଦିନରୁ ଏକଦିବସୀୟ...

ସଚିନଙ୍କ ଭବିଷ୍ୟବାଣୀ: ଏହି ୪ଟି ଟିମ୍‌ ବିଶ୍ୱକପ୍‌ ସେମିଫାଇନାଲରେ ପହଞ୍ଚିବେ

ମୁମ୍ବାଇ, ୨୮।୫: କ୍ରିକେଟ ବିଶ୍ୱକପ୍‌ ଯେତିକି ପାଖେଇ ଆସୁଛି, ତାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି। ମେ ୩୦ରୁ ଇଂଲଣ୍ଡରେ ଆୟୋଜିତ ହେବାକୁ ଥିବା ବିଶ୍ୱକପ୍‌ରେ...

ସର୍ଫରାଜଙ୍କୁ ବୁଦ୍ଧିହୀନ କହି ଅଖତରଙ୍କ ସମାଲୋଚନା

ମାଞ୍ଚେଷ୍ଟର,୧୭।୬- ଭାରତ ବିପକ୍ଷରେ ଥିବା ଖରାପ ବିଶ୍ୱକପ୍‌ ରେକର୍ଡକୁ ପାକିସ୍ତାନ ଦଳ ପରିବର୍ତ୍ତନ କରିପାରି ନାହିଁ। ସମସ୍ତ ବିଭାଗରେ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ଦଳ...

ଅମିତ୍‌, ବ୍ରଜ ଭୂଷଣ ଓସ୍‌ଜା ପୁରସ୍କାର ପାଇଁ ମନୋନୀତ

ଭୁବନେଶ୍ୱର, ୨୨।୬ (ସ୍ପୋଟର୍‌ସ ବ୍ୟୁରୋ)- ପ୍ରତିବର୍ଷ ଭଳି ୨୦୧୮ ବର୍ଷ ଲାଗି କ୍ରୀଡ଼ାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ରାଜ୍ୟର ଦୁଇ କ୍ରୀଡ଼ାବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରିବା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *