ପ୍ରଥମଦିନରେ ୫ଟି ରେକର୍ଡ ଭାଙ୍ଗିଲା ସଲମାନଙ୍କ ଫିଲ୍ମ ‘ଭାରତ’

ସୁପରଷ୍ଟାର ସଲମାନ ଖାନଙ୍କ ବହୁପ୍ରତିକ୍ଷୀତ ଫିଲ୍ମ ‘ଭାରତ’ ଇଦ ଅବସରରେ ରିଲିଜ ହୋଇଯାଇଛି। ପ୍ରଥମଦିନରେ ଫିଲ୍ମ ୪୨.୩୦କୋଟି ଟଙ୍କା ରୋଜଗାର କରି ବକ୍ସଅଫିସ୍‌ ରେକର୍ଡ ଭାଙ୍ଗିଛି। ସାଉଥ କୋରିୟାନ ବ୍ଳକବଷ୍ଟର ଫିଲ୍ମର ହିନ୍ଦୀ ରିମେକ ‘ଭାରତ’ ଫିଲ୍ମରେ ସଲମାନଙ୍କ ସହ କ୍ୟାଟ୍ରିନା କୈଫ ଲିଡ ରୋଲରେ ଅଛନ୍ତିା ଏହି ଫିଲ୍ମରେ ଦିଶା ପାଟନୀଙ୍କୁ ବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି। ଅଲ୍ଲୀ ଅବାସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସଲମାନଙ୍କୁ ସମ୍ପୂର୍ଣ୍ଣ ନୁଆ ଲୁକରେ ଦେଖିବାକୁ ପାଇଛନ୍ତି ଦର୍ଶକ। ଫିଲ୍ମରେ ସଲମାନଙ୍କ ସହ, କ୍ୟାଟ୍ରିନା, ଜାକି ଶ୍ରଫ, ଦିଶା ପାଟାନୀ, ନୋରା ଫତେହି, ସୁନୀଲ ଗ୍ରୋଭର ଅଭିନୟ କରିଛନ୍ତି। ଜାଣନ୍ତୁ ‘ଭାରତ’ର ୫ଟି ରେକର୍ଡ

ସଲମାନ ଏବଂ କ୍ୟାଟ୍ରିନାଙ୍କ ଅଭିନୀତ ଫିଲ୍ମ ‘ଭାରତ’ ପୂର୍ବ ରେକର୍ଡକୁ ଭାଙ୍ଗିଛି। ପୂର୍ବରୁ ଦୁହିଁଙ୍କ ଅଭିନୀତ ‘ଟାଇଗର ଜିନ୍ଦା ହୈ’ ପ୍ରଥମଦିନରେ ୩୪ କୋଟି ଆୟ କରିଥିଲା।

ସେହିପରି ଇଦରେ ଏଯାବତ୍‌ ରିଲିଜ୍‌ ହୋଇଥିବା ସଲମାନଙ୍କ ଫିଲ୍ମଗୁଡିକ ପ୍ରଥମଦିନ ଆୟରେ ‘ଭାରତ’ ସର୍ବାଗ୍ରେ ରହିଛି। ପୂର୍ବରୁ ସୁଲତାନ ୩୬.୩୭ କୋଟି ଟଙ୍କା ରୋଜଗାର କରିଥିଲା।

ସଲମାନଙ୍କ କ୍ୟାରିୟରର ପ୍ରଥମ ଫିଲ୍ମ ଭାବେ ‘ଭାରତ’ ପ୍ରଥମ ଦିନରେ ୪୨.୩୦କୋଟି ଆୟ କରିଛି। ପୂର୍ବରୁ ପ୍ରେମ ରତନ ଧନ ପାୟୋ ପ୍ରଥମ ଦିନରେ ୪୦.୩୬କୋଟି ଟଙ୍କା ଆୟ କରିଥିଲା।

‘ଭାରତ’ ୨୦୧୯ରେ ପ୍ରଥମ ବଲିଉଡ ଫିଲ୍ମ ଭାବେ ପ୍ରଥମ ଦିନରେ ୪୨.୩୦କୋଟି ଟଙ୍କା ଆୟ କରିଛି। ଏହିବର୍ଷ ରିଲିଜ୍‌ ହୋଇଥିବା କଳଙ୍କ ପ୍ରଥମ ଦିନରେ ୨୧.୬୦ କୋଟି ଟଙ୍କା ରୋଜଗାର କରିଥିଲା।

‘ଭାରତ’ ୭୦ଟି ଦେଶର ୧୩୦୦ ସିନେମା ଘରେ ରିଲିଜ୍‌ କରାଯାଇଥିବାବେଳେ ଭାରତରେ ୪୭୦୦ ସିନେମା ଘରେ ରିଲିଜ୍‌ କରାଯାଇଛି।


All Right Reserved By

ରାସ୍ତାରେ ସାଇକେଲ ଚଲାଇଲେ ଭାଇଜାନ: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ର ଭାଇଜାନ ସଲମାନ ଖାଁ ନିଜ ଫିଟନେସ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଫିଲ୍ମର ଶୁଟିଂରେ ବ୍ୟସ୍ତ ଥାଆନ୍ତୁ ବା ନିଜ ପରିବାର ସହ...

ଶୁଟିଂ ସେଟ୍‌ରେ ବିକି କୌଶଲ ଆହତ: ମୁହଁରେ ପଡ଼ିଛି ୧୩ ଷ୍ଟିଚ୍‌

ମୁମ୍ବାଇ,୨୦।୪: ସଞ୍ଜୁ ଓ ଉରି: ଦ ସର୍ଜିକାଲ ଷ୍ଟ୍ରାଇକ୍‌ ଭଳି ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିବା ଅଭିନେତା ବିକି କୌଶଲ ଏବେ ସଫଳତାର ପାହାଚ...

କ୍ୟାଟ୍ରିନାଙ୍କ ପୋଷ୍ଟରେ ଅର୍ଜୁନଙ୍କ ମଜାଦାର କମେଣ୍ଟ

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ସୋସିଆଲ ମିଡିଆରେ ବେଶୀ ଆକ୍ଟିଭ୍‌ ରୁହନ୍ତିନି। କେତେବେଳେ କେମିତି ଫ୍ୟାନମାନଙ୍କ ପାଇଁ କିଛି ଫଟୋ ଶେୟାର କରନ୍ତି। ଏବେ କିଛି...

ମଲାଇକାଙ୍କ ଫଟୋ ଦେଖି କେଡିଟ୍‌ ମାଗିଲେ ଅର୍ଜୁନ

ମୁମ୍ବାଇ: ବଲିଉଡ୍‌ର ଆଇଟମ୍‌ ଗାର୍ଲ ତଥା ଅଭିନେତ୍ରୀ ମଲାଇକା ଆରୋରା ବଲିଉଡ୍‌ ଅଭିନେତା ଅର୍ଜୁନ କପୁରଙ୍କୁ ଡେଟିଂ କରୁଛନ୍ତି। ଦୁହିଁଙ୍କୁ ନେଇ ବି ଟାଉନରେ ସବୁବେଳେ...

ବୟସରେ ଢେର ସାନ ଅଭିନେତ୍ରୀଙ୍କ ସହିତ ରୋମାନ୍ସ କରିଛନ୍ତି ଏହିସବୁ ଅଭିନେତା

ଅଜୟ ଦେବଗନଙ୍କ ଫିଲ୍ମ ‘ଦେ ଦେ ପ୍ୟାର ଦେ’ ରିଲିଜ ହୋଇସାରିଛି। ଫିଲ୍ମକୁ ଭଲ ରେସ୍‌ପନ୍ସ ବି ମିଳିଛି। ଏଥିରେ ଅଜୟ ଜଣେ ଡିଭର୍ସୀ ଭୂମିକାରେ...

ଐଶ୍ଚର୍ଯ୍ୟାଙ୍କୁ ଧରି କାନ୍ଦିଲେ କାଜୋଲ

ଅଭିନେତା ଅଜୟ ଦେବଗନଙ୍କ ପିତା ବୀରୁ ଦେବଗନଙ୍କ ଦେହାନ୍ତରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ସୋମବାର ବୀରୁଙ୍କ ଶେଷଦର୍ଶନ ପାଇଁ ବଲିଉଡ ଷ୍ଟାର୍ସମାନେ ଅଜୟଙ୍କ ମୁମ୍ବାଇସ୍ଥିତ...

ଇମୋଶନାଲ ହେଲେ ଧର୍ମେନ୍ଦ୍ର

ମୁମ୍ବାଇ: ବେଶ୍‌ କିଛି ଦିନ ଆକ୍ସନ୍‌ ହିରୋ ଭାବେ ବଲିଉଡ୍‌ ଦର୍ଶକଙ୍କ ମନୋରଞ୍ଜନ କରୁଥିବା ଧର୍ମେନ୍ଦ୍ର ଅସଲ ଜୀବନରେ ଖୁବ୍‌ ଇମୋଶନାଲ ବୋଲି ହୁଏତ କମ୍‌...

ସୁସ୍ଥ ଅଛନ୍ତି ତନୁଜା

ମୁମ୍ବାଇ: ବଲିଉଡ୍‌ର ଭେଟେରାନ୍‌ ଆକ୍ଟ୍ରେସ୍‌ ତନୁଜା(୭୫) ଏବେ ସୁସ୍ଥ ଥିବା ଜଣାପଡିଛି। ଗୋଟିଏ ଦିନ ପୂର୍ବରୁ ପେଟରେ ଯନ୍ତ୍ରଣା ଅନୁଭବ କରିବାକୁ ତାଙ୍କୁ ମୁମ୍ବାଇ ସ୍ଥିତ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *