କେବଳ ବନ୍ଧୁତା

କ’ଣ କରିବେ ଦିଶା ପଟାନି-ଏଣୁ ମାରିଲେ ଗୋ ହତ୍ୟା ତେଣୁ ମାରିଲେ ବ୍ରହ୍ମ ହତ୍ୟା। ଅର୍ଥାତ୍‌ ସେ ଦୋଛକିରେ ପଡିଯାଇଛନ୍ତି। ଟାଇଗର ଶ୍ରଫଙ୍କ ସହ ତାଙ୍କ ଇଲୁ ଇଲୁକୁ ନେଇ କଥା ଦାଣ୍ଡରେ ପଡି ହାଟରେ ଗଡିଲାଣି। ହେଲେ ତାହା ସତ ନୁହେଁ ବୋଲି ଦିଶା ସଫେଇ ଦେବା ପରେ ଆଲୋଚନା ନୂଆ ମୋଡ ନେଇଛି। ଗତ କିଛି ବର୍ଷ ଧରି ଏହି ଯୋଡି ଚର୍ଚ୍ଚାରେ ରହିଛନ୍ତି। ଏପରି କଥା ଶୁଣି ଆଉ କେତେ ଦିନ ଅବା ସେ ମୁହଁ ବନ୍ଦ କରି ବସିବେ କହିଲେ ? ଶେଷକୁ ବାଧ୍ୟ ହୋଇ ସଫେଇ ଦେଇଛନ୍ତି। ‘ଆପଣମାନେ ଯାହା ଶୁଣୁଛନ୍ତି ତାହା ସତ ନୁହେଁ। ଟାଇଗରଙ୍କ ସହ ମୋ ନାମକୁ ଯୋଡି ଅନେକ କଥା ଆଲୋଚନା ହେଉଛି। ହେଲେ ଅଯଥା କଥାରେ ମୁଣ୍ଡ ଖେଳାଇବା ଠିକ୍‌ ବୋଲି ମୁଁ ଭାବେନାହିଁ। ତଥାପି କିଛି କହିବାକୁ ବାଧ୍ୟ ହେଉଛି। ଆମ ଭିତରେ କେବଳ ବନ୍ଧୁତା ଅଛି। ତାକୁ ଅନ୍ୟ ଦୃଷ୍ଟିରେ ଦେଖିବା ଆଦୌ ଠିକ୍‌ ନୁହେଁ। ଟାଇଗର ଜଣେ ଭଲ ମଣିଷ। ତାଙ୍କର ଫିଟ୍‌ନେସ ମୋତେ ଅଧିକ ପ୍ରଭାବିତ କରିଛି। କେବଳ ସେତିକି ନୁହେଁ, ତାଙ୍କର ଫିଟ୍‌ନେସ ଟିପ୍ସ ମୋତେ ଫିଟ୍‌ ଆଣ୍ଡ ଫାଇନ୍‌ ରହିବାକୁ କେତେ ସାହାଯ୍ୟ କରିଛି ତାହା ବର୍ଣ୍ଣନା କରିପାରିବି ନାହିଁ ବୋଲି କହିଛନ୍ତି ଦିଶା।’


All Right Reserved By

ପୁଣି ଜମିବ ଯୋଡି: କପିଲଙ୍କ ଶୋ’କୁ ଫେରିବେ ସୁନୀଲ ଗ୍ରୋଭର

ଦୀର୍ଘ ଦିନର ଶତ୍ରୁତା ପରେ ଏବେ ପୁଣି ଥରେ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି ହାସ୍ୟ ଅଭିନେତା କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭର। ଏହି...

ବକ୍ସ ଅଫିସ୍‌ରେ ଧମାଲ୍‌ କରୁଛି ‘ଦେ ଦେ ଫ୍ୟାର ଦେ’

ମୁମ୍ବାଇ,୧୮।୫: ଅଜୟ ଦେବଗନଙ୍କ ରୋମାଣ୍ଟିକ କମେଡି ଫିଲ୍ମ ‘ଦେ ଦେ ପ୍ୟାର ଦେ’ ଶୁକ୍ରବାର ବଡ଼ ପରଦାରେ ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ...

ପାନ ପାଇଁ…

ରାଜ କୁମାର ହିରାନୀଙ୍କ ‘ପିକେ’ ଶୁଟିଂ ସମୟର କଥା। ଏହାର ଶୁଟିଂ ଶେଟ୍‌କୁ କିଏ ଆସୁ ବା ନ ଆସୁ, ପ୍ରଥମେ ଜଣେ ପାନ ଦୋକାନୀ...

ଅଷ୍ଟ୍ରେଲିଆରେ ଧୁମ୍‌ ମଚାଇଲା ‘କବିର ସିଂ’

ମୁମ୍ବାଇ: ସାହିଦ କପୁରଙ୍କ ଅଭିନୀତ ଫିଲ୍ମ ‘କବିର ସିଂ’ କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ଏହାର ଜଲଓ୍ବା ଦେଖାଇଛି। ଅଷ୍ଟ୍ରେଲିଆରେ ଭାରତୀୟ ଫିଲ୍ମ ଭାବେ...

ବୟଫ୍ରେଣ୍ଡ୍‌ଙ୍କ ଅଚାନକ ମୃତ୍ୟୁରେ ଭାଙ୍ଗିପଡିଲେ ଏହି ଅଭିନେତାଙ୍କ ଝିଅ

ଇଟାଲିୟନ୍‌ ବୟଫ୍ରେଣ୍ଡ୍‌ଙ୍କ ଅଚାନକ ମୃତ୍ୟୁରେ ଭାଙ୍ଗିପଡିଛନ୍ତି ଅଭିନେତା ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶାଳା। ଇନଷ୍ଟାଗ୍ରାମରେ ନିଜ ବୟଫ୍ରେଣ୍ଡ୍‌ଙ୍କ ଫଟୋ ପୋଷ୍ଟ କରି ତାଙ୍କୁ ଏକ ଭାବବିହ୍ବଳ...

ଦବଙ୍ଗ-୩ରେ ଆଇଟମ୍‌ ନଂ କରିବେ ଏହି ଅଭିନେତ୍ରୀ

‘ଭାରତ’ ବକ୍ସ ଅଫିସରେ ଧୂମ୍‌ ମଚାଇବା ପରେ ସୁପରଷ୍ଟାର ସଲମାନ ଖାନ୍‌ ଦବଙ୍ଗ-୩ ପାଇଁ ଶୁଟିଂ ଆରମ୍ଭ କରିଦେଇଛନ୍ତି। ତେବେ ଏହି ଫିଲ୍ମରେ ଆଇଟମ୍‌ ନଂରେ...

ନୁସ୍‌ରତ ଇନ୍‌ଷ୍ଟାଗ୍ରାମରେ ଶେୟାର କଲେ ରୋମାଣ୍ଟିକ୍‌ ଫଟୋ

ଅଭିନେତ୍ରୀ ତଥା ଟିଏମ୍‌ସି ଏମ୍‌ପି ନୁସରତ ଜହାଁଙ୍କ ରିସେପ୍‌ଶନ ୪ ଜୁଲାଇରେ କଲିକତାର ଆଇଟିସି ରୟାଲ ହୋଟେଲରେ ସମ୍ପନ୍ନ ହୋଇଛି। ପାର୍ଟିର ଫଟୋଗୁଡ଼ିକ ସୋସିଆଲ ମିଡିଆରେ...

ପ୍ରେମିକ ରୋହମନଙ୍କ ସହ ସୁଷ୍ମିତାଙ୍କ ବ୍ରେକ୍‌ଅପ୍‌ ଖବର ମିଥ୍ୟା

ମୁମ୍ବାଇ: ଅଭିନେତ୍ରୀ ତଥା ବ୍ରହ୍ମାଣ୍ଡ ସୁନ୍ଦରୀ ସୁଷ୍ମିତା ସେନ୍‌ ମଡେଲ ରୋହମନ ଶୋଲ୍‌ଙ୍କ ପ୍ରେମରେ। ହେଲେ କିଛିଦିନ ତଳେ ଉଭୟଙ୍କ ବ୍ରେକ୍‌ଅପ ହୋଇଯାଇଥିବା ନେଇ ଚର୍ଚ୍ଚା...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *