ଜଣେ ଅଧିକାରୀରେ ଚାଲିଛି ୩ କାର୍ଯ୍ୟାଳୟ: ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ

ଆଳି, ୬ା୬ (ଡି.ଏନ୍‌.ଏ.): ଆଳି ବ୍ଲକରେ ୩ ସରକାରୀ କାର୍ଯ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ପଦବୀରେ ମାତ୍ର ଜଣେ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିବାରୁ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି, ଯାହକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଆଳି ତହସିଲଦାର ଜୟନ୍ତ କୁମାର ପୃଷ୍ଟି ଆଳି ବିଡିଓ ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା ବେଳେ ନିକଟରେ ତାଙ୍କୁ ବ୍ଲକର ମହିଳା ଶିଶୁ ବିକାଶ ଅଧିକାରୀ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ତହସିଲ କାର୍ଯ୍ୟ ଠିକ୍‌ରେ ହୋଇ ପାରୁ ନଥିବା ବେଳେ ଅନ୍ୟ ଦୁଇଟିଯାକ ଅଫିସରେ ବି ସମାନ ଅବସ୍ଥା ସୃଷ୍ଟି ହୋଇଛି। ସ୍କୁଲ, କଲେଜ ପିଲାମାନେ ବିଭିନ୍ନ ଫର୍ମ ପକାଇବା ସହ ନାମଲେଖା ପାଇଁ ଆବଶ୍ୟକ ହେଉଥିବା ଜାତିଗତ ପ୍ରମାଣପତ୍ର ଓ ରୋଜଗାର ପ୍ରମାଣପତ୍ର ଆଦି ବାହାର କରିବାକୁ ଆସି ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିବା ଦେଖାଯାଉଛି। ଏପରିକି ଅନେକ ପିଲା ବହୁ ସମୟରେ ଫେରି ଯାଉଛନ୍ତି। ଦୂରଦୂରାନ୍ତରୁ ବହୁ ଲୋକ ବିଭିନ୍ନ କାର୍ଯ୍ୟ ନେଇ ତହସିଲ ଅଫିସ୍‌, ବିଡିଓ ଅଫିସ୍‌ ଏବଂ ମହିଳା ଓ ଶିଶୁ ବିକାଶ ଅଫିସ୍‌କୁ ଯାଇ ଫେରୁଥିବା ବେଳେ ଏ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତିନୋଟି ପଦବୀ ପାଇଁ ଜଣେ ଅଫିସରଙ୍କୁ ନିଯୁକ୍ତ କରିବା ଯୋଗୁ ଲୋକମାନେ ସମସ୍ୟା ଭୋଗୁଛନ୍ତି। ଫଳରେ ବିଡିଓ ଓ ମହିଳା ଓ ଶିଶୁ ବିକାଶ ଅଧିକାରୀ ପଦବୀରେ ଅନ୍ୟ ଦୁଇ ଅଧିକାରୀଙ୍କୁ ନିଯୁକ୍ତି କରିବାକୁ ଜନସାଧାରଣ ଅଭିଯୋଗ କରିଛନ୍ତି।


All Right Reserved By

ଭାରତୀୟ ନୌସେନା : ୨୯୮୨ ପ୍ରଶିକ୍ଷାର୍ଥୀ ନାବିକଙ୍କ ଦୀକ୍ଷାନ୍ତ ସମାରୋହ

ବାଲୁଗାଁ,୧୩।୭(ଡି.ଏନ.ଏ.): ଭାରତୀୟ ନୌସେନା ବିଭାଗ ଚିଲିକା ଶାଖା ତାଲିମ୍‌ କେନ୍ଦ୍ରରେ ଶୁକ୍ରବାର ୨୯୮୨ ଜଣ ପ୍ରଶିକ୍ଷାର୍ଥୀ ନାବିକଙ୍କ ଦୀକ୍ଷାନ୍ତ ସମାରୋହ (ପାସିଙ୍ଗ୍‌ ଆଉଟ୍‌ ପରେଡ୍‌) ଅନୁଷ୍ଠିତ...

ମୁରୁଜ ରଥରେ ବିଜେ କରିବେ ଶ୍ରୀ ବଳଦେବଜୀଉ

ରାଜନଗର,୪ା୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗରର ପୁରାଣପ୍ରସିଦ୍ଧ ରିଆଗଡ଼ର ଆରାଧ୍ୟଦେବତା ଶ୍ରୀ ବଳଦେବଜୀଉ ଆଜି ମୁରୁଜ ରଥରେ ବିଜେ କରିବେ। କନିକା ରାଜା ସାହେବ ଶିବେନ୍ଦ୍ର ନାରାୟଣ...

କର୍କଟ ରୋଗାକ୍ରାନ୍ତ ଭିନ୍ନକ୍ଷମ ଛାତ୍ରଙ୍କ ସଫଳତା

ଖଣ୍ଡପଡ଼ା,୨୩ା୫(ସ୍ବ.ପ୍ର.)- ଖଣ୍ଡପଡ଼ା ରଥଗଡା ସାହିର କର୍କଟ ରୋଗାକ୍ରାନ୍ତ ଭିନ୍ନକ୍ଷମ ଛାତ୍ର ମାଟ୍ରିକ ପରୀକ୍ଷାରେ ସଫଳତା ଅର୍ଜନ କରିଥିବାରୁ ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି ା ଖଣ୍ଡପଡ଼ାର...

ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶନାମା ନାହିଁ : ଅଙ୍ଗନୱାଡି କର୍ମୀଙ୍କ ସର୍ଭେ କାର୍ଯ୍ୟକୁ ନେଇ ଉତ୍ତେଜନା

ରଣପୁର,୧୭ା୫(ସ୍ବ.ପ୍ର.)-ରଣପୁର ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ତରଫରୁ ଗୁରୁବାର ବ୍ଲକ ପରିସରସ୍ଥ ସଭାଗୃହରେ ସମସ୍ତ ଅଙ୍ଗନୱାଡି କର୍ମୀଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ...

ଫନୀ ଯିବାର ଦେଢ ମାସ ବିତିଲା : ସୁଧୁରିଲାନି ବିଦ୍ୟୁତ୍‌ ସମସ୍ୟା

ରଘୁନାଥପୁର, ୨୩। ୬ (ଡି.ଏନ.ଏ.): ବାତ୍ୟା ଫନୀ ଯିବାର ଦେଢ ମାସ ପରେ ମଧ୍ୟ ରଘୁନାଥପୁର ସେସୁ ବିଭାଗ ଅଧୀନରେ ଥିବା ବିଭିନ୍ନ ଗଁାରେ ବିଦ୍ୟୁତ୍‌...

ଧାନଚାଷ ନିମନ୍ତେ ମୌସୁମୀ ବର୍ଷାକୁ ଭରସା: ବିଳମ୍ବ ହେବାରୁ ଚାଷ କାର୍ଯ୍ୟରେ ବାଧା

ବୋଲଗଡ଼,୩ା୭(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅଞ୍ଚଳର ଚାଷୀ ମାନେ ଖରିଫ ଧାନ ଚାଷ ନିମନ୍ତେ ବିଶେଷ ଭାବେ ମୌସୁମୀ ବର୍ଷା ଉପରେ ନିର୍ଭର ବା ଭରସା...

ପରିବେଶ ସଚେତନତା ପାଇଁ ଅଭିନବ ପ୍ରୟାସ: ମହାପ୍ରସାଦ ବାଣ୍ଟି ଚାରା ଲଗାଇବାକୁ ପରାମର୍ଶ

ଖଣ୍ଡପଡ଼ା,୧୩ା୭(ସ୍ବ.ପ୍ର.): ସେ ଏମିତି ଜଣେ ବ୍ୟକ୍ତି, ଯାହାର ରାତି ପାହିଲେ ପରିବେଶ ଚିନ୍ତା । ସକାଳୁ ଚାରା, କୋଡ଼ି, ଶାବଳ ଓ ଗାଣ୍ଡୁଆ ଧରି ସେ...

ଜଗତ୍‌ସିଂହପୁର ଜିଲାରେ କୁକୁର ବନ୍ଧ୍ୟାକରଣ ଯୋଜନା ପ୍ରହସନ: କାମରେ ଲାଗୁନି ୧୮ ଲକ୍ଷର ଅନୁଦାନ

ଜଗତ୍‌ସିଂହପୁର ଅଫିସ, ୧୮ା୭: ଜଗତ୍‌ସିଂହପୁର ଜିଲାରେ ଏବେ ବୁଲା କୁକୁରଙ୍କ ଉତ୍ପାତ ଚିନ୍ତାର କାରଣ ହୋଇଛି। ରାତିଅଧ ହେଉ ଅବା ଦ୍ୱିପ୍ରହରରେ ଲୋକେ ରାସ୍ତାରେ ନିରାପଦରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *