ପଲିଥିନ ଉପରେ ଲାଗିବ କଟକଣା : ବ୍ୟବସାୟୀଙ୍କଠାରୁ ଆଦାୟ ହେବ ୨୫ ହଜାର ଜରିମାନା

ନୟାଗଡ଼ ଅଫିସ,୬ା୬: ଆଗାମୀ ଦିନରେ ନୟାଗଡ଼ ପୌର ପରିଷଦର ସମସ୍ତ କର୍ମଚାରୀ ୧ମାସ ପର୍ଯ୍ୟନ୍ତ କାର୍ଯ୍ୟାଳୟରେ ନ ରହି ପ୍ରତି ୱାର୍ଡ଼ର ଗଳିକନ୍ଦି ବୁଲି ସମସ୍ୟା ଓ ଅବ୍ୟବସ୍ଥା ସମ୍ପର୍କରେ ତୁରନ୍ତ ହ୍ବାଟସ୍‌ଆପ୍‌ ଜରିଆରେ ଫିଲଡ଼ରୁ ରିପୋର୍ଟ ଦେବେ। ବର୍ଜ୍ୟବସ୍ତୁ ପରିଚାଳନାରେ ତ୍ରୁଟି ରହୁଥିବାରୁ ଏହାର ନିରାକରଣ ପାଇଁ ୧୦ ତାରିଖ ସୁଦ୍ଧା ସହରରେ ୧୦୦ଟି ଅଳିଆଗଦା ବା ଖତଗଦା ନିର୍ମାଣ କରାଯିବ। ୮ ତାରିଖରେ ସଫେଇ କର୍ମଚାରୀ, ଟ୍ରାକ୍ଟର ଡ୍ରାଇଭର ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଏକ ତାଲିମ ଶିବିର କରାଯିବ। ବୁଧବାର ପୌର ପରିଷଦ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ବର୍ଷାଦିନ ପୂର୍ବରୁ ସମସ୍ତ ଡ୍ରେନ୍‌ ସଫା ସହ ମରାମତି କରିବାକୁ ନିଷ୍ପତ୍ତି ହୋଇଛି। ସହରରେ ପଲିଥିନ୍‌ ନିଷିଦ୍ଧ ହୋଇଥିବାବେଳେ କେତେକ ବ୍ୟବସାୟୀ ଆଇନ ହାତକୁ ନେଇ ପଲିଥିନ ବ୍ୟବହାର କରୁଥିବା ଜଣାପଡ଼ିଛି। କିଛିଦିନ ଭିତରେ ସମ୍ପୃକ୍ତ ବ୍ୟବସାୟୀ ପ୍ରତିଷ୍ଠାନ ଗୁଡ଼ିକରେ ଚଢ଼ାଉ କରାଯାଇ ଜଣ ପିଛା ୨୫ ହଜାର ଟଙ୍କା ଲେଖାଏ ଜରିମାନା ଆଦାୟ କରିବାକୁ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ ଦେଇଛି। ଏଥିପାଇଁ ମାର୍କେଟ ସୁପରଭାଇଜର କୈଳାସ ଚନ୍ଦ୍ର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ୧୦ ଜଣିଆ ଫ୍ଲାଇଂସ୍କ୍ବାଡ୍‌ ଗଠନ କରାଯାଇଛି। ସେହିପରି ଯେଉଁମାନେ ହୋଲ୍‌ଡିଂ ଟ୍ୟାକ୍ସ ଦେଉନାହାନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ସହମତି ପ୍ରକାଶ ପାଇଛି। ବର୍ଜ୍ୟବସ୍ତୁ ପରିଚାଳନାରେ ସହଯୋଗ ପାଇଁ ଆଗ୍ରହୀ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ପୌରପରିଷଦ କାର୍ଯ୍ୟାଳୟରେ ଯୋଗାଯୋଗ କରିବା ପାଇଁ କୁହାଯାଇଛି। ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ପ୍ରତ୍ୟେକ ସ୍କୁଲ ଓ କଲେଜରେ ତାଲିମ ଶିବିରମାନ କରାଯିବାକୁ ନିଷ୍ପତ୍ତି ହୋଇଛି। କର୍ତ୍ତବ୍ୟରେ ଅବହେଳା କଲେ କର୍ମଚାରୀଙ୍କୁ ତତ୍‌କାଳ ନିଲମ୍ବନ କରାଯିବ ବୋଲି ନିର୍ବାହୀ ଅଧିକାରୀ ଜେନା ସତର୍କ କରାଇ ଦେଇଛନ୍ତି। ଅଳିଆ ଆବର୍ଜନା କୌଣସି ସ୍ଥାନରେ ନ ପଡ଼ିବା ପାଇଁ ୧୩ ଜଣ ବରିଷ୍ଠ କର୍ମଚାରୀଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୌରଯନ୍ତ୍ରୀ ବାଇଧର ରାଉତ, କନିଷ୍ଠଯନ୍ତ୍ରୀ ସନାତନ ଭୋଳ, ପରିମଳ ନିରୀକ୍ଷକ ଲକ୍ଷ୍ମୀଧର ସାହୁ, ଗୋଷ୍ଠୀ ସଙ୍ଗଠିକା ପୁଷ୍ପାଞ୍ଜଳି ମହାନ୍ତି, ମାନସ ରଞ୍ଜନ ଦାସ, ଲକ୍ଷ୍ମୀଧର ମହାପାତ୍ର, ଶରତ ଚନ୍ଦ୍ର ପାଣି, ନଳିନୀକାନ୍ତ ମିଶ୍ରଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଗୁରୁବାରଠାରୁ ସହରରେ ପଲିଥିନ ବିରୋଧରେ ଚଢ଼ାଉ ଆରମ୍ଭ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।


All Right Reserved By

ବ୍ଲକସ୍ତରୀୟ ରଜମଉଜ ଉଦ୍‌ଯାପିତ

ଗଣିଆ,୧୭ା୬(ଡି.ଏନ.ଏ.)- ପୂର୍ବବର୍ଷ ଭଳି ରଜ ଉପଲକ୍ଷେ ଗଣିଆ ପାଟଣାସାହିର ଜଗନ୍ନାଥ ମନ୍ଦିରଠାରେ ଆୟୋଜିତ ବ୍ଲକସ୍ତରୀୟ ରଜ ମଉଜ ଉତ୍ସବ ରବିବାର ଉଦ୍‌ଯାପିତ ହୋଇଯାଇଛି। ଉତ୍ସବର ୨ୟ...

ଘାତକ ହେଉଛି ସହରାଞ୍ଚଳ ପ୍ରଦୂଷଣ

ଭୁବନେଶ୍ୱର, ୫ା୬(ବ୍ୟୁରୋ): ବଡ଼ ବଡ଼ ସହରରେ ଏବେ ନିଃଶ୍ୱାସ ପ୍ରଶ୍ୱାସ ନେବା ପ୍ରାଣଘାତକ ହେଲାଣି। ସହରାଞ୍ଚଳରେ ଆଉ ବିଶୁଦ୍ଧ ବାୟୁ ଟିକେ ମିଳିବ ନାହିଁ। ହୁ...

ଆସୁଛି ଲଘୁଚାପ, ୨୩ରୁ ବର୍ଷିବ

ଭୁବନେଶ୍ୱର,୧୯ା୬(ବ୍ୟୁରୋ): ଉତ୍ତର ବଙ୍ଗୋପ ସାଗରରେ ଏକ ଲଘୁଚାପ ଦାନା ବାନ୍ଧୁଛି। ଆସନ୍ତା ୩/୪ଦିନ ମଧ୍ୟରେ ଏହା ଅବପାତ(ଡିପ୍ରେସନ) ରୂପ ନେବାର ସମ୍ଭାବନା ରହିଛି। ଏଥିସହିତ କେନ୍ଦ୍ରୀୟ...

ଡେଙ୍ଗୁ: ସହରବାସୀ ଆତଙ୍କିତ

କଟକ ଅଫିସ, ୪ା୭: କଟକ ସହରରେ ଜଣ୍ଡିସ ପରେ ଏବେ ଡେଙ୍ଗୁ ପ୍ରାଦୁର୍ଭାବ ଦେଖିବାକୁ ମିଳିଛି। ଏହାକୁ ନେଇ ସହରବାସୀ ଆତଙ୍କିତ ହୋଇପଡିଛନ୍ତି। ସହରରେ ବିଶୁଦ୍ଧ...

୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ: ବଜ୍ରପାତରେ ୨ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର,(ବ୍ୟୁରୋ)/କୁନ୍ଦୁରା,୧୩।୫(ଡି.ଏନ୍‌.ଏ.)-ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ହନ୍ତସନ୍ତ କରିଦେଲାଣି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଏହିଭଳି ତାତି...

ରଥଖଳାରୁ : ଆଜି ଉଠିବ ୪ ନାହାକା

ପୁରୀ ଅଫିସ, ୧୭ା୬ : ଅକ୍ଷୟ ତୃତୀୟାଠାରୁ ଶ୍ରୀନଅର ସମ୍ମୁଖ ରଥଖଳାରେ ଚାଲିଛି ରଥକାମ। ତିନି ମୁଖ୍ୟ ବିଶ୍ୱକର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଚାଲିଛି ରଥକାମ। ଗତକାଲି...

୪୩ ହଜାର ଗ୍ରାହକଙ୍କୁ ଦିଆଗଲାଣି ବିଦ୍ୟୁତ୍‌ ସଂଯୋଗରଥଯାତ୍ରା ପୂର୍ବରୁ ଜିଲାର ସବୁ ଅଞ୍ଚଳକୁ ବିଦ୍ୟୁତ୍‌ ଯୋଗାଣ

ପୁରୀ ଅଫିସ, ୨୭ା୫: ବାତ୍ୟାରେ ପୁରୀ ଜିଲାରେ ବିଦ୍ୟୁତ୍‌ ବିଭାଗର ସବୁଠୁ ଅଧିକ କ୍ଷତି ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାମ ଚାଲୁଥିଲେ ମଧ୍ୟ ଏ...

ବିଦ୍ୟାଳୟ ସ୍ଥାନାନ୍ତରକୁ ନେଇ ଅସନ୍ତୋଷ: ବିଦ୍ୟାଳୟ ସମ୍ମୁଖରେ ଛାତ୍ରୀଛାତ୍ରଙ୍କ ଧାରଣା

ଖଣ୍ଡପଡା,୨୨।୬(ସ୍ବ.ପ୍ର.): ବିଦ୍ୟାଳୟ ସ୍ଥାନାନ୍ତରକୁ ନେଇ ସିଘାଂପଡା ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟୁବନ୍ଧ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ଶୁକ୍ରବାର ଅସନ୍ତୋଷ ପ୍ରକାଶ ପାଇଥିଲା।...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *