ବୃଦ୍ଧଙ୍କୁ ଚାପିଦେଲା ଟ୍ରେଲର

ପାଟଣାଗଡ଼,୫ା୬(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଛକ ନିକଟରେ ବୁଧବାର ଅପରାହ୍ନରେ ଏକ ଟ୍ରେଲର ଚାପାରେ ଘଟଣାସ୍ଥଳରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ପାଟଣାଗଡ଼ ନିକଟସ୍ଥ ଗଙ୍ଗାସାଗର ଗ୍ରାମର ଗୋଲବଦନ ନାଗ (୬୦)। ସେ ପାଟଣାଗଡ଼ର ଏକ ଲଜ୍‌ରେ ରାତ୍ରି ଜଗୁଆଳି ଭାବେ କାର୍ଯ୍ୟ କରୁଥିଲେ। ଆଜି ଅପରାହ୍ନରେ ନିଜ ଘର ଗଙ୍ଗାସାଗର ଗ୍ରାମରୁ ବସରେ ଆସି ବ୍ଲକ ଛକରେ ଓହ୍ଲାଇ ଲଜ୍‌କୁ ଯିବା ସମୟରେ କଣ୍ଟାବାଞ୍ଜି ପଟରୁ ପଦ୍ମପୁର ଯାଉଥିବା ଏକ ଟ୍ରେଲର (ଆର.ଜେ.୪୨ ଜି.ଏ. ୫୭୯୭) ବ୍ଲକ ଛକ ନିକଟରେ ତାଙ୍କୁ ଚାପି ଦେଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଦୁଇଟି ଟ୍ରକ ଓଭରଟେକ୍‌ କଲା ସମୟରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ପାଟଣାଗଡ଼ ପୋଲିସ ପହଞ୍ଚି ଘଟଣାର ଅନୁସନ୍ଧାନ ଚଳାଇଛିି। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ଅଛି। ପୂର୍ବରୁ ଏହି ଛକରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ସ୍ଥାନୀୟ ଲୋକେ ପ୍ରଶାସନକୁ ବାରମ୍ବାର ସ୍ପିଡ୍‌ ବ୍ରେକର ଦେବାକୁ ଅନୁରୋଧ କରିଆସୁଛନ୍ତି। ପ୍ରଶାସନ ଏ ଦିଗରେ କର୍ଣ୍ଣପାତ କରୁନାହିଁ। ଆଜିର ଏହି ଦୁର୍ଘଟଣା ପାଇଁ ସ୍ଥାନୀୟ ଲୋକେ ପ୍ରଶାସନକୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି।


All Right Reserved By

ନୂଆପଡ଼ାରେ ଢୋଲକିଆ ଆଗୁଆ

ନୂଆପଡ଼ା ଅଫିସ,୨୩।୫: ୯ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ନୂଆପଡ଼ା ବିଧାନସଭା ଆସନରେ ବିଜେଡିର ରାଜେନ୍ଦ୍ର କୁମାର ଢୋଲକିଆ ଆଗରେ ରହିଛନ୍ତି। ଢୋଲକିଆ ୨୦୧୫୪ ଭୋଟ...

ପଶ୍ଚିମ ଓଡ଼ିଶାବାସୀଙ୍କୁ ନିରାଶ କଲେ ମୋଦି

ଭବାନୀପାଟଣା, ୩୧।୫ (ଡି.ଏନ୍‌.ଏ.): ଓଡ଼ିଶାରେ ନବୀନ ପଟ୍ଟନାୟକ ଓ ବିଜେଡିର ଅସାଧାରଣ ସଫଳତା ଭିତରେ ଭାଜପା ବଞ୍ଚାଇ ରଖିଛି ପଶ୍ଚିମ ଓଡ଼ିଶା। ପଶ୍ଚିମ ଓଡ଼ିଶାରୁ ଭାଜପାର...

ବାରଣ୍ଡାରେ ଶୋଇଥିବା ବେଳେ ବ୍ୟକ୍ତିଙ୍କ ମୁଣ୍ଡ କାଟି ନେଇଗଲେ ଦୁର୍ବୃତ୍ତ

ସମ୍ବଲପୁର,୧୧।୬(ବ୍ୟୁରୋ): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ତିଲେଇମାଲ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି । ରାତିରେ ବାରଣ୍ଡାରେ ମଶାରି ଟାଙ୍ଗି ଶୋଇଥିବା...

ଭଂଗା କୁରିଆରେ ବୁଢ଼ାବୁଢ଼ିକର ବିତୁଛେ ଜୀବନ: ପକାଘର ଖଁଡ଼େ ଆଶ୍‌ରେ ଭାଗୀରଥି ଆର ନୁର

ଜାମଟିକ୍ରା, ୨୨।୪ (ଡି.ଏନ.ଏ):  କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖିକର ଲାଗି ଯୋଜନା ଉପରେ ଯୋଜନା ତିଆର କରୁଛନ୍‌। ଭିନେ ଭିନେ ଯୋଜନାରେ ସରକାର...

ଚେତି ଶୁଇଛେ ପରଶାସନ:ଗଁ। ବାସୀକୁ ଘାରୁଛେ କିଡ଼୍‌ନୀ ରୋଗ୍‌ ଭଏ

ଗଣ୍ଡତୁରୁମ, ୨୯।୬ (ଡି.ଏନ୍‌.ଏ): ଭେଡ଼େନ ବ୍ଲକ ମହୁଲପାଲି ପଁଚେତ୍‌ ଟିହିକିପାଲି ଗଁ। ରେ କିଡ଼୍‌ନୀ ରୁଗୀକଁର ସଂଖ୍ୟା ଦିନୁଦିନ୍‌କେ ବଢ଼ବାରେ ଲାଗିଛେ। ଗଲା ୩ ବଛର...

ପଞ୍ଚାୟତ ସମିତି ବୈଠକ: ଅଧାରୁ ଉଠି ଚାଲିଗଲେ ସମିତି ସଭ୍ୟାସଭ୍ୟ, ସରପଞ୍ଚ

କୋକସରା,୧୧।୬(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ପଞ୍ଚାୟତ ସମିତି ସଭାଗୃହଠାରେ ନିର୍ବାଚନ ଆଚରଣବିଧି ଉଠିବା ପରେ ମଙ୍ଗଳବାର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍‌ ଅଧ୍ୟକ୍ଷା...

ଉଠାଇ ହେଉନି ଜମାଟଙ୍କା: ବ୍ୟାଙ୍କ ସମ୍ମୁଖରେ ଚାଷୀଙ୍କ ବିିକ୍ଷୋଭ

ବିନିକା, ୩୦ା୫(ଡି.ଏନ୍‌.ଏ.) ଜମା ଟଙ୍କା ଉଠାଇବାରେ ସମସ୍ୟା ହେଉଛି। ବାରମ୍ବାର ବ୍ୟାଙ୍କକୁ ଯାଇ ନିରାଶ ହୋଇ ଫେରିବାକୁ ହେଉଛି। ବ୍ୟାଙ୍କରେ ଟଙ୍କା ନ ଥିବା କୁହାଯାଇ...

ଚିକିତ୍ସାଳୟରେ ଔଷଧିୟ ବୃକ୍ଷଚାରା ରୋପଣ

ବରଗଡ଼ ଅଫିସ୍‌,୧୪।୭ – ବରଗଡ଼ ସହର ଉପକଣ୍ଠ ନାଗେନପାଲିସ୍ଥିତ ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ପରିସରରେ ଶନିବାର ଔଷଧିୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *