ଏସିର ଅପ୍ରାକୃତିକ ଥଣ୍ଡା ସ୍ବାସ୍ଥ୍ୟପକ୍ଷେ ହାନିକାରକ, ହୋଇଥାଏ ଅନେକ ସମସ୍ୟା: ଜାଣନ୍ତୁ..

ଖରାଦିନ ଆସିବା ମାତ୍ରେ ଏସି ଲାଗିବା ଆରମ୍ଭ ହୋଇଯାଏ। ଅଫିସରେ ସମସ୍ତେ ଅଧିକ ସମୟ ପର୍ଯ୍ୟନ୍ତ ଏସିରେ ବସି କାମ କରିଥାନ୍ତି। କାରରେ ବସିବା ବେଳେ ମଧ୍ୟ ଏସି ଲଗାଇବାକୁ କେହି ଭୁଲି ନ ଥାନ୍ତି। ମାତ୍ର ଏସିରେ ବସିବା ଦ୍ୱାରା ଯେତିକି ଲାଭ ମିଳିଥାଏ, ତା’ଠାରୁ ଅଧିକ କ୍ଷତି ହୋଇଥାଏ। ଜାଣନ୍ତୁ ସେ ବିଷୟରେ।

ଏସିର ଅପ୍ରାକୃତିକ ଥଣ୍ଡା ତ୍ୱଚା ପାଇଁ କ୍ଷତିକାରକ: ଏସିର ଅପ୍ରାକୃତିକ ଥଣ୍ଡା ତ୍ୱଚା ଏବଂ କେଶ ପାଇଁ କ୍ଷତିକାରକ। ଏହାଦ୍ୱାରା ତ୍ୱଚା ଶୁଷ୍କ ହେବା, ଶରୀର ଦରଜ ଲାଗିବା, ଓଠ ଫାଟିବା ପରି ସମସ୍ୟା ଦେଖାଦେଇଥାଏ। ଏଥିସହ ହାଲିଆ ଲାଗିବା, ଜ୍ୱର ଲାଗିବା, ମୁଣ୍ଡ ବିନ୍ଧା ହୋଇଥାଏ।

ଆଣ୍ଠୁ ଦରଜ: ଏସିର କମ୍‌ ତାପମାତ୍ରାରେ ଅଧିକ ସମୟ ପର୍ଯ୍ୟନ୍ତ ବସିରହିବା ଦ୍ୱାରା ଆଣ୍ଠୁ ସାଙ୍ଗକୁ ଶରୀରର ସମସ୍ତ ଗଣ୍ଠି ଦରଜ ହୋଇଥାଏ। ଭବିଷ୍ୟତରେ ଏହା ବଡ଼ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଥାଏ।

ଆଖି ଶୁଖିଲା ହେବା: ଲଗାତାର ଏସିରେ ବସି ରହିବା ଦ୍ୱାରା ଆଖି ଶୁଷ୍କ ହୋଇଯାଏ। ଆଖିରୁ ପାଣି ବାହାରିବା ସହ ପୋଡିବା ଏବଂ କୁଣ୍ଡେଇ ହେବା ପରି ସମସ୍ୟା ଦେଖାଦେଇଥାଏ।

ନିଃଶ୍ୱାସ ନେବାରେ କଷ୍ଟ: ଅଧିକ ଦିନ ପର୍ଯ୍ୟନ୍ତ ଏସି ସଫା ନ କରିବା ଦ୍ୱାରା ଏଥିରୁ ଦୁର୍ଗନ୍ଧ ବାହାରିଥାଏ। ଫଳରେ ଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ। କାଶ ଏବଂ ଛିଙ୍କ ମଧ୍ୟ ହୋଇଥାଏ।

ମସ୍ତିଷ୍କ ଉପରେ ଖରାପ ପ୍ରଭାବ: ଏସିର ତାପମାତ୍ରା କମ୍‌ ହେବା ଦ୍ୱାରା ମସ୍ତିଷ୍କର କୋଶିକାଗୁଡିକ ସଙ୍କୁଚିତ ହୋଇଥାଏ। ଯାହା ଫଳରେ ମସ୍ତିଷ୍କର କ୍ଷମତା ପ୍ରଭାବିତ ହୋଇଥାଏ। ଏଥିସହ ଅଧିକାଂଶ ସମୟରେ ମୁଣ୍ଡ ବୁଲାଇବା ପରି ସମସ୍ୟା ଦେଖାଦେଇଥାଏ।


All Right Reserved By

ପେଟ ସମସ୍ୟାରୁ ମୁକ୍ତି ଦେବା ସହ ତ୍ୱଚାକୁ ସୁନ୍ଦର ରଖିଥାଏ ଭେଣ୍ଡି

ଭେଣ୍ଡି ଖାଇବାକୁ କେତେଜଣଙ୍କୁ ପସନ୍ଦ ହୋଇଥିବା ବେଳେ ଅନ୍ୟ କେତେଜଣ ଏହା ଲାଳୁଆ ଲାଗୁଥିବା କାରଣଯୋଗୁ ଖାଇବାକୁ ପସନ୍ଦ କରି ନ ଥାନ୍ତି। ମାତ୍ର ଏହା...

ଖରାଦିନେ ତ୍ୱଚାରେ ଚମକ ଆଣିବା ପାଇଁ ଆପଣାନ୍ତୁ ଏହି ଉପାୟ

ଖରାଦିନରେ ତ୍ୱଚାରେ ନାନା ସମସ୍ୟା ଦେଖା ଦେଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ କିଛି ଉପାୟ। ପ୍ରଚୁର ପାଣି ପିଅନ୍ତୁ : ଖରାଦିନେ ଅଧିକ...

ନୂଆ ଅଫିସ୍‌କୁ ଯାଉଥିଲେ…

ନୂଆ ଅଫିସ୍‌ରେ ଯୋଗ ଦେଉଥିଲେ ସେଠାକାର ମାହୋଲ୍‌ରେ ଆଡ୍‌ଜଷ୍ଟ୍‌ କରିବାକୁ ପଡିଥାଏ। ଯଦି ଆପଣ କୌଣସି ଅଫିସ୍‌ରେ ଯୋଗ ଦେଉଛନ୍ତି, ତେବେ ଜାଣି ରଖନ୍ତୁ କିଛି...

ପ୍ରଫେସର ଅନ୍ତର୍ଯ୍ୟାମୀ ଆଚାର୍ଯ୍ୟ ଥିଲେ ଜଣେ କର୍ତ୍ତବ୍ୟନିଷ୍ଠ ବୈଜ୍ଞାନିକ

ବୈଜ୍ଞାନିକମାନେ ସାଧାରଣତଃ ଉଦାର ମନୋଭାବ ସମ୍ପନ୍ନ ହୋଇଥାନ୍ତି, କିନ୍ତୁ ସେମାନଙ୍କ ସାମାଜିକ ସମ୍ପର୍କ ଥାଏ ସୀମିତ। କାରଣ ସେମାନେ ବିଜ୍ଞାନାଗାରର ଚାରିକାନ୍ଥ ମଧ୍ୟରେ ଗବେଷଣାରତ ରହିବାକୁ...

ବ୍ରେଡ୍‌ ପିଜା

ଆବଶ୍ୟକ ସାମଗ୍ରୀ ବ୍ରେଡ୍‌ – ୪ ପିସ୍‌, କଟାଯାଇଥିବା କ୍ୟାପ୍‌ସିକମ୍‌ – ୧/୨ କପ୍‌, ମକା – ୧/୨ କପ୍‌, ତେଲ – ୫ ଚାମଚ,...

ବର୍ଷାଦିନେ ପିଅନ୍ତୁ ନାହିଁ ଅତ୍ୟଧିକ ଅଦା ଚା’, ଭୋଗିପାରନ୍ତି ଏସବୁ ସମସ୍ୟା

ବର୍ଷାଦିନରେ ଅଧିକାଂଶ ଲୋକ ଅଦା ଚା’ ପିଇବାକୁ ପସନ୍ଦ କରିଥାନ୍ତି। ଅଦା ଚା’ ଥଣ୍ଡା ଦୂର କରିବା ସହ ହଜମ ପ୍ରକ୍ରିୟାକୁ ସହଜ କରେ। ମାତ୍ର...

ବର୍ଷାଦିନେ ଶିଶୁର ଯତ୍ନ

-ଡା ଜ୍ୟୋତିପ୍ରକାଶ ମିଶ୍ର ରୋଗ ତ ସବୁ ଋତୁରେ ଆସିଥାଏ। କିନ୍ତୁ ବର୍ଷାଋତୁରେ ଅଧିକାଂଶ ରୋଗ ଅତ୍ୟନ୍ତ ସରଳ ଓ ବିନା ମୂଲ୍ୟରେ ପ୍ରତିରୋଧ କରିହୁଏ।...

କିଡ୍‌ନୀ ସମସ୍ୟା ଦୂର କରେ ଏହି ଚା’…

ପ୍ରତିଦିନ ସକାଳେ ହର୍ବାଲ ଟି, ପିଇଲେ ଅନେକ ଉପକାର ମିଳେ। ହର୍ବାଲ ଟି’ ମଧୁମେହ ତଥା କିଡ୍‌ନୀ ସମସ୍ୟା ଦୂର କରେ। ଏହା ସହିତ ମେଦବହୁଳତାରେ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *