ଖସୁଛି ପାରଦ, ୨୨ ଯାଏ ଜାରି ରହିବ କାଳବୈଶାଖୀ: ଆଜି ୬ ଜିଲାରେ କୁଆପଥର ବୃଷ୍ଟି ସମ୍ଭାବନା

ଭୁବନେଶ୍ୱର, ୨୧ା୪(ବ୍ୟୁରୋ)- ରାଜ୍ୟରେ ଦୁଇଦିନ ହେବ ତାତି କମିବାରେ ଲାଗିଛି। ଶନିବାର ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ରହିଥିବାବେଳେ ସୋନପୁରରେ ସର୍ବନିମ୍ନ ୧୭.୪ ଡିଗ୍ରୀ ରେକର୍ଡ କରାଯାଇଛି। ରାଜ୍ୟର ଅନ୍ୟ ସହରରେ ପାରଦ ୩୮ ଡିଗ୍ରୀ ତଳକୁ ରହିଥିଲା। ରବିବାର ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଆଦି ୬ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି। ଏଠାରେ ୪୦ରୁ ୫୦ କି.ମି. ବେଗରେ ପବନ ବହିବା ସହିତ ବଜ୍ରପାତ ଓ କୁଆପଥର ବୃଷ୍ଟି ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେହିପରି ଦକ୍ଷିଣ ଓଡ଼ିଶାର ସମସ୍ତ ଜିଲାରେ ୩୦ରୁ ୪୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି। ଅନୁଗୋଳ, ଢେଙ୍କାନାଳ, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଜତସିଂହପୁର ଆଦି ଜିଲାର କେତେକ ସ୍ଥାନରେ ଥଣ୍ଡା ପବନ ସହିତ ବଜ୍ରପାତ ହେବ। ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଜାରି ରହିବ। ୨୩ ତାରିଖରୁ ପାଗରେ ପରିବର୍ତ୍ତନ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।


All Right Reserved By

ନିଶାରେ ଭାସିଥିଲା ନିର୍ବାଚନ

କଟକ ଅଫିସ, ୧୩।୫:  ନିଶାରେ ଭାସିଥିଲା ଓଡ଼ିଶାର ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନ। ଭଦ୍ରକରେ ନିର୍ବାଚନ ସମୟରେ ବିଷାକ୍ତ ମଦ ପିଇ ୧୦ ଜଣ ପ୍ରାଣ...

ପ୍ରାଚୀ ଉପତ୍ୟକାରେ ରଥଯାତ୍ରା

କାକଟପୁର, ୪।୭(ଡି.ଏନ୍‌.ଏ.)-ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପୁରଠାରୁପଲ୍ଲୀ ଉତ୍ସବମୁଖର ହୋଇପଡ଼ିଛି। ଅସ୍ତରଙ୍ଗ ବ୍ଲକର ବରଡିହି, କଣମଣ, କାକଟପୁର ବ୍ଲକର ଆନନ୍ଦ ବଜାର, ପ୍ରାଚୀ ଉପତ୍ୟକାର ତୁଳସୀପୁର ପ୍ରଭୃତି...

ଦେବାଳିଆ ହେଉଛନ୍ତି ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ: ଖାଉଛନ୍ତି ଶିଳ୍ପ, ଗଣୁଛନ୍ତି ସରକାର

ଭୁବନେଶ୍ୱର, ୧୪।୭(ବ୍ୟୁରୋ): ରାଜ୍ୟରେ ବିଦ୍ୟୁତ୍‌ ବ୍ୟବସ୍ଥା ସାଂଘାତିକ ଅବସ୍ଥା ଦେଇ ଗତି କରୁଛି। ବିଦ୍ୟୁତ୍‌ ନିଅଣ୍ଟିଆ ଏବଂ ଋଣ ବୋଝରେ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ ଉବୁଟୁବୁ...

ରଥରେ ଦ୍ୱାରପାଳ

ପୁରୀ ଅଫିସ, ୨୧।୬: ମହାପ୍ରଭୁ ଶ୍ରୀଗୁଣ୍ଡିଚା ଯାତ୍ରା କରିବା ପାଇଁ ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କୁ ସ୍ବମୁଖରେ ନିର୍ଦ୍ଦେଶ ଦେଇଥିଲେ। ସେହି କାଳରୁ ଶ୍ରୀଗୁଣ୍ଡିଚା ଯାତ୍ରା ବା ରଥଯାତ୍ରା...

ଖୁବ୍‌ଶୀଘ୍ର ଭୁବନେଶ୍ୱରରେ ଦ୍ୱିତୀୟ ବିମାନବନ୍ଦର : ଖୋର୍ଦ୍ଧାରୁ ଭୁବନେଶ୍ୱର ମଧ୍ୟରେ ଜମି ଚିହ୍ନଟ

ଭୁବନେଶ୍ୱର,୨୧।୬(ବ୍ୟୁରୋ : ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି। ଭୁବନେଶ୍ୱରରୁ ଏବେ ଦୈନିକ ୭୦ରୁ ୮୦ ବିମାନ ଚଳାଚଳ...

ମାତିଛନ୍ତି ନିଶାଦିଆ ଲୁଟେରା ଗ୍ୟାଙ୍ଗ୍‌: ଯାତ୍ରୀଙ୍କୁ ଖାଦ୍ୟରେ ନିଶାଦେଇ ଲୁଟ୍‌

କଟକ ଅଫିସ,୨୦ା୭: ଟ୍ରେନରେ ମାତିଛନ୍ତି ନିଶାଦିଆ ଲୁଟେରା ଗ୍ୟାଙ୍ଗ। ରାଜ୍ୟ ବାହାରୁ ଟ୍ରେନରେ ଓଡ଼ିଶା ଆସୁଥିବା ଯାତ୍ରୀମାନଙ୍କୁ ଏହି ଗ୍ୟାଙ୍ଗର ସଦସ୍ୟମାନେ ଟାର୍ଗେଟ କରୁଛନ୍ତି। ଟ୍ରେନ୍‌ରେ...

ବିଜେଡି ଏମ୍‌ପିଙ୍କୁ ନବୀନଙ୍କ ଚିଠି : ରାଜ୍ୟବାସୀଙ୍କ ଶ୍ରଦ୍ଧାଭାଜନ ହେବାକୁ ପରାମର୍ଶ

ଭୁବନେଶ୍ୱର,୧୫ା୭(ବ୍ୟୁରୋ) : ବିଧାୟକ ଓ ମନ୍ତ୍ରୀମାନଙ୍କୁ ଶୃଙ୍ଖଳା ଓ ଉତ୍ତରଦାୟିତ୍ୱର ପାଠ ପଢ଼ାଇବା ପରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ଲୋକ...

ରଥଯାତ୍ରା ପୂର୍ବରୁ ସୁରକ୍ଷା ନେଇ ଡିଜିଙ୍କ ସମୀକ୍ଷା ବୈଠକ: ପୁରୀରେ ଲାଗିବ ସିସିଟିଭି

ପୁରୀ ଅଫିସ, ୨୮।୫: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ସୁରକ୍ଷା ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ରଥଯାତ୍ରା ମାସକ ପୂର୍ବରୁ ମଙ୍ଗଳବାର ସିପି ଅଫିସରେ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *